40 days English and Odia conversation with Flores.

Hello!
This is KYUHWAN, your contact at All in one Language!


In this session, we will learn a conversation in English and ଓଡ଼ିଆ (ଓଡ଼ିଆ) languages using the 'Flores200' data provided by 'MetaAI.' This data consists of a total of 997 sentences, so if you read 25 sentences per day, you can see your language skills improve within 40 days.


Furthermore, this data has translations in the same content for 204 languages, so you can use the blog search function at the top to search for the desired language. However, please note that this data will be reflected in the blog starting from June 2023, and it takes six months for all the data to be incorporated. If the language you search for is not available, it means it hasn't been included yet, so please understand.

The language list is provided at the bottom of this post.


[Day1]

English : On Monday, scientists from the Stanford University School of Medicine announced the invention of a new diagnostic tool that can sort cells by type: a tiny printable chip that can be manufactured using standard inkjet printers for possibly about one U.S. cent each.

Odia : ସୋମବାର ଦିନ, ଷ୍ଟାନଫୋର୍ଡ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନ୍ ର ବୈଜ୍ଞାନିକମାନେ ଏକ ନୂତନ ନିଦାନ ଉପକରଣର ଉଦ୍ଭାବନ ବିଷୟରେ ଘୋଷଣା କରିଛନ୍ତି ଯାହାର କୋଷଗୁଡିକ ପ୍ରକାର ଅନୁଯାୟୀ କ୍ରମବଦ୍ଧ କରାଯାଇପାରିବ: ଏକ କ୍ଷୁଦ୍ର ମୁଦ୍ରଣଯୋଗ୍ୟ ଚିପ୍ ଯାହାକି ସମ୍ଭବତଃ ପାଖାପାଖି 1 ପ୍ରତି ଆମେରିକୀୟ ସେଣ୍ଟରେ ଷ୍ଟାଣ୍ଡାର୍ଡ ଇଙ୍କଜେଟ୍ ମୁଦ୍ରକ ବ୍ୟବହାର କରି ଉତ୍ପାଦିତ ହୋଇପାରିବ।



English : Lead researchers say this may bring early detection of cancer, tuberculosis, HIV and malaria to patients in low-income countries, where the survival rates for illnesses such as breast cancer can be half those of richer countries.

Odia : ଅଗ୍ରଣୀ ଅନୁସନ୍ଧାନକାରୀମାନେ କହନ୍ତି ଯେ ଏହା କମ ଆୟ କରୁଥିବା ଦେଶମାନଙ୍କରେ କର୍କଟ, ଯକ୍ଷ୍ମା, HIV ଏବଂ ମ୍ୟାଲେରିଆର ଶୀଘ୍ର ଚିହ୍ନଟ କରିପାରେ ଯେଉଁଠାରେ ସ୍ତନ କର୍କଟ ଭଳି ରୋଗରେ ବଞ୍ଚିବାର ହାର ଧନୀ ଦେଶମାନଙ୍କ ତୁଳନାରେ ଅଧା ହୋଇପାରେ।



English : The JAS 39C Gripen crashed onto a runway at around 9:30 am local time (0230 UTC) and exploded, closing the airport to commercial flights.

Odia : JAS 39C ଗ୍ରିପେନ ପ୍ରାୟ ପୂର୍ବାହ୍ନ ୯:୩୦ ସ୍ଥାନୀୟ ସମୟରେ (0230 UTC) ଏକ ବିମାନ ପଟ୍ଟିରେ ଖସିପଡି ବିସ୍ଫୋରଣ ଗ୍ରସ୍ତ ହୋଇଥିଲା ଯଦ୍ଵାରା ବିମାନ ବନ୍ଦରରୁ ବ୍ୟବସାୟିକ ବିମାନ ଉଡାଣ ବନ୍ଦ ହୋଇଯାଇଥିଲା |



English : The pilot was identified as Squadron Leader Dilokrit Pattavee.

Odia : ପାଇଲଟ ସ୍କ୍ବାଡ୍ରନ୍ ଲିଡର ଦିଲୋକ୍ରିତ ପଟ୍ଟାଭି ଭାବରେ ଜଣା ପଡିଛନ୍ତି।



English : Local media reports an airport fire vehicle rolled over while responding.

Odia : ସ୍ଥାନୀୟ ମିଡିଆ ରିପୋର୍ଟ କରିଛନ୍ତି ଯେ ବିମାନବନ୍ଦରରେ ପ୍ରତ୍ୟୁତର ଦେଉଥିବା ସମୟରେ ଅଗ୍ନିଶମ ଗାଡି ଓଲଟିଗଲା।



English : 28-year-old Vidal had joined Barça three seasons ago, from Sevilla.

Odia : 28 ବର୍ଷୀୟ ବିଦଲ୍ ସେଭିଲା ଠାରୁ 3 ସିଜନ୍ ପୂର୍ବରୁ ବାର୍ସାରେ ସାମିଲ ହୋଇଥିଲେ।



English : Since moving to the Catalan-capital, Vidal had played 49 games for the club.

Odia : କାଟାଲାନର ରାଜଧାନୀକୁ ଯିବା ପରଠାରୁ ଭିଡାଲ କ୍ଲବ ପାଇଁ ୪୯ ଟି ଖେଳ ଖେଳିସାରିଲେଣି ।



English : The protest started around 11:00 local time (UTC+1) on Whitehall opposite the police-guarded entrance to Downing Street, the Prime Minister´s official residence.

Odia : ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ, ଡାଉନିଂ ଷ୍ଟ୍ରିଟ୍‌ର ପ୍ରବେଶ ପଥରେ ପୋଲିସ୍ ସୁରକ୍ଷା ରହିଥିବା ହ୍ୱାଇଟ୍ ହଲ୍ ସମ୍ମୁଖରେ ସ୍ଥାନୀୟ ସମୟ ପ୍ରାୟ 11:00 (UTC+1)ରେ ଏହି ବିକ୍ଷୋଭ ଆରମ୍ଭ ହୋଇଥିଲା।



English : Just after 11:00, protesters blocked traffic on the northbound carriage in Whitehall.

Odia : ଠିକ୍ 11.00ଟା ପରେ, ବିକ୍ଷୋଭକାରୀମାନେ ହ୍ୱାଇଟହଲରେ ଉତ୍ତରକୁ ଯାଉଥିବା କ୍ୟାରେଜରେ ଯାତାୟତ ଅବରୋଧ କରିଥିଲେ।



English : At 11:20, the police asked the protesters to move back on to the pavement, stating that they needed to balance the right to protest with the traffic building up.

Odia : 11:20ଟା ରେ ପୋଲିସ ବିକ୍ଷୋଭ କରିବାର ଅଧିକାର ଓ ଭିଡ ଜମିବା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ ଅଛି ବୋଲି ଦର୍ଶାଇ ବିକ୍ଷୋଭକାରୀଙ୍କୁ ପାର୍ଶ୍ଵରାସ୍ତାକୁ ଯିବାକୁ କହିଥିଲେ।



English : Around 11:29, the protest moved up Whitehall, past Trafalgar Square, along the Strand, passing by Aldwych and up Kingsway towards Holborn where the Conservative Party were holding their Spring Forum in the Grand Connaught Rooms hotel.

Odia : ପ୍ରାୟ 11:29 ବେଳକୁ, ବିକ୍ଷୋଭ ହ୍ୱାଇଟହଲ ଅତିକ୍ରମ କରି, ଷ୍ଟ୍ରାଣ୍ଡ୍ ଦେଇ ଟ୍ରାଫାଲଗାର୍ ସ୍କୋୟାର୍ ଆଗକୁ ଯାଇ ଆଲଡୱିଚ୍ ଅତିକ୍ରମ କରି, କିଙ୍ଗସୱେ ଦେଇ ହୋଲବୋର୍ନ୍ ଆଡକୁ ଗଲା ଯେଉଁଠାରେ ରକ୍ଷଣଶୀଳ ପାର୍ଟି ଗ୍ରାଣ୍ଡ୍ କନ୍ନାଟ୍ ରୁମ୍ସ ହୋଟେଲ ରେ ସେମାନଙ୍କର ବସନ୍ତ ଅଧିବେଶନ ଆୟୋଜନ କରୁଥିଲେ।



English : Nadal´s head to head record against the Canadian is 7–2.

Odia : କାନାଡା ବିପକ୍ଷରେ ନାଡାଲ ଙ୍କ ହେଡ୍ ଟୁ ହେଟ୍ ରେକର୍ଡ ହେଉଛି 7-2।



English : He recently lost against Raonic in the Brisbane Open.

Odia : ଏବେ ସେ ବ୍ରିସବେନ୍‍ ଓପନରେ ରାଓନିକଙ୍କ ଠାରୁ ପରାଜିତ ହୋଇଛନ୍ତି।



English : Nadal bagged 88% net points in the match winning 76 points in the first serve.

Odia : ନାଦାଲ୍‍ ପ୍ରଥମ ସର୍ଭିସରେ 76 ପଏଣ୍ଟ ଜିତି ଉକ୍ତ ମ୍ୟାଚରେ 88% ନେଟ୍‍ ପଏଣ୍ଟ ହାସଲ କଲେ।



English : After the match, King of Clay said, ¨I am just excited about being back in the final rounds of the most important events. I am here to try to win this.¨

Odia : ମ୍ୟାଚ୍ ପରେ କିଙ୍ଗ ଅଫ କ୍ଲେ କହିଛନ୍ତି, ¨ମୁଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଗୁଡିକର ଅନ୍ତିମ ପର୍ଯ୍ୟାୟ ଗୁଡିକରେ ଫେରିଥିବାରୁ ଉତ୍ସାହିତ ଅଛି। ମୁଁ ଏହାକୁ ଜିତିବା ପାଇଁ ଚେଷ୍ଟା କରିବାକୁ ଆସିଛି।¨



English : ¨Panama Papers¨ is an umbrella term for roughly ten million documents from Panamanian law firm Mossack Fonseca, leaked to the press in spring 2016.

Odia : 2016 ମସିହାର ବସନ୍ତ ଋତୁରେ ପାନାମାର ଆଇନସେବା ସଂସ୍ଥା ମୋଜାକ୍‍ ଫୋନେସ୍କା ଦ୍ୱାରା ଗୁପ୍ତ ଭାବରେ ପ୍ରେସକୁ ଦିଆଯାଇଥିବା ପ୍ରାୟ ଦଶ ନିୟୁତ ଡକ୍ୟୁମେଣ୍ଟକୁ ସାମଗ୍ରିକ ଭାବେ ¨ପାନାମା ପେପର୍ସ¨ କୁହାଯାଏ।



English : The documents showed fourteen banks helped wealthy clients hide billions of US dollars of wealth to avoid taxes and other regulations.

Odia : ଡକ୍ୟୁମେଣ୍ଟଗୁଡିକ ଦର୍ଶାଇଥିଲା ଯେ ଚଉଦଟି ବ୍ୟାଙ୍କ ଧନୀ ଗ୍ରାହକମାନଙ୍କୁ ଟ୍ୟାକ୍ସ ଓ ଅନ୍ୟାନ୍ୟ ନିୟମାବଳୀରୁ ବଞ୍ଚେଇବା ପାଇଁ କିଛି ବିଲିୟନ୍ US ଡଲାର ମୂଲ୍ୟର ସମ୍ପତ୍ତି ଲୁଚାଇବାରେ ସାହାଯ୍ୟ କରିଥିଲେ।



English : British newspaper The Guardian suggested Deutsche Bank controlled roughly a third of the 1200 shell companies used to accomplish this.

Odia : ବ୍ରିଟିଶ୍ ଖବରକାଗଜ ଗାର୍ଡିଆନର ସୂଚନା ଅନୁଯାୟୀ ଏହି କାର୍ଯ୍ୟରେ ବ୍ୟବହୃତ 1200 ବେନାମୀ କମ୍ପାନୀର ପ୍ରାୟ ଏକ ତୃତୀୟାଂଶକୁ ଡଏଚ ବ୍ୟାଙ୍କ ନିୟନ୍ତ୍ରଣ କରୁଛି।



English : There were protests worldwide, several criminal prosecutions, and the leaders of the governments of Iceland and Pakistan both resigned.

Odia : ସମଗ୍ର ବିଶ୍ଵରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା, ଅନେକ ଅପରାଧିକ ମାମଲା ରୁଜୁ ହୋଇଥିଲା ଏବଂ ଉଭୟ ଆଇସଲ୍ୟାଣ୍ଡ ଏବଂ ପାକିସ୍ତାନ ସରକାରଙ୍କ ନେତାମାନେ ଇସ୍ତଫା ଦେଇଥିଲେ।



English : Born in Hong Kong, Ma studied at New York University and Harvard Law School and once held an American permanent resident ¨green card¨.

Odia : ହଙ୍ଗକଙ୍ଗରେ ଜନ୍ମଗ୍ରହଣ କରିଥିବା ମା ନ୍ୟୁୟର୍କ ବିଶ୍ଵବିଦ୍ୟାଳୟ ଓ ହାର୍ଭାର୍ଡ ଆଇନ ସ୍କୁଲରେ ପାଠ ପଢ଼ିଥିଲେ ଏବଂ ଏକଦା ଆମେରିକାର ସ୍ଥାୟୀ ବାସିନ୍ଦା ଭାବେ "ଗ୍ରୀନ୍ କାର୍ଡ" ପାଇଥିଲେ।



English : Hsieh implied during the election that Ma might flee the country during a time of crisis.

Odia : ନିର୍ବାଚନ ସମୟରେ ସି ଦର୍ଶାଇଥିଲେ ଯେ ସଙ୍କଟ ପରିସ୍ଥିତିରେ ମା ଦେଶ ଛାଡି ପଳାଇ ଯାଇପାରନ୍ତି।



English : Hsieh also argued that the photogenic Ma was more style than substance.

Odia : ହସିହ ଏହା ମଧ୍ୟ ଯୁକ୍ତି କରିଛନ୍ତି ଯେ ଫୋଟୋଜେନିକ୍ ମା ପଦାର୍ଥ ତୁଳନାରେ ଅଧିକ ଶୈଳୀ ଥିଲା।



English : Despite these accusations, Ma won handily on a platform advocating closer ties with the Chinese mainland.

Odia : ଏହି ଅଭିଯୋଗ ସତ୍ତ୍ଵେ, ଚୀନ ସହିତ ଘନିଷ୍ଠ ସମ୍ପର୍କକୁ ସମର୍ଥନ କରିବା ନୀତି ଆଧାରରେ ମା ସହଜ ବିଜୟ ହାସଲ କରିଥିଲେ।



English : Today´s Player of the Day is Alex Ovechkin of the Washington Capitals.

Odia : ଆଜିର ପ୍ଲେୟାର ଅଫ୍ ଦ ଡେ' ହେଉଛନ୍ତି ୱାଶିଂଟନ୍ କ୍ୟାପିଟାଲ୍ସର ଆଲେକ୍ସ ଓଭେଚକିନ୍।



English : He had 2 goals and 2 assists in Washington´s 5-3 win over the Atlanta Thrashers.

Odia : ୨ ଗୋଲ୍ ଏବଂ ୨ ଏସିଷ୍ଟ ସହିତ ସେ ୱାଶିଂଟନ୍ ର ଆଟଲାଣ୍ଟା ଥ୍ରାସର୍ସ ବିରୁଦ୍ଧରେ ୫-୩ ରେ ବିଜୟରେ ସେ ୨ ଟି ଗୋଲ ଓ ଟୁଇଥର ଗୋଲ କରିବାରେ ସାହାଯ୍ୟ କରିଥିଲେ।



[Day2]

English : Ovechkin´s first assist of the night was on the game-winning goal by rookie Nicklas Backstrom;

Odia : ଓଭେଚକିକିନ୍ ଙ୍କର ରାତି ସମୟରେ ପ୍ରଥମ ସାହାଯ୍ୟ ଋକି ନିକ୍ଲାସ୍ ବ୍ୟାକଷ୍ଟ୍ରୋମ୍ ଦ୍ଵାରା ଖେଳ ଜିତିବା ଲକ୍ଷ୍ୟ ଉପରେ ଥିଲା।



English : his second goal of the night was his 60th of the season, becoming the first player to score 60 or more goals in a season since 1995-96, when Jaromir Jagr and Mario Lemieux each reached that milestone.

Odia : ରାତିର ତାଙ୍କର ଦ୍ଵିତୀୟ ଗୋଲ୍, ତାଙ୍କର ସିଜନର 60 ତମ ଗୋଲ୍ ଥିଲା, ଯାହାକି ତାଙ୍କୁ 1995-96 ପରଠାରୁ ଗୋଟିଏ ସିଜନରେ 60 କିମ୍ବା ଅଧିକ ଗୋଲ୍ ସ୍କୋର କରିଥିବା ପ୍ରଥମ ଖେଳାଳି ଭାବେ ପରିଣତ କରିଥିଲା। 1995-96 ରେ ଜାରୋମିର ଜଗର ଏବଂ ମାରିଓ ଲେମିୟୁ, ପ୍ରତ୍ୟେକ ସେହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ।



English : Batten was ranked 190th on the 2008 400 Richest Americans list with an estimated fortune of $2.3 billion.

Odia : ପ୍ରାୟ $2.3 ବିଲିୟନର ସମ୍ପତ୍ତି ସହିତ ବ୍ୟାଟେନ୍‌ 2008 ମସିହାର 400 ଜଣ ସବୁଠାରୁ ଧନୀ ଆମେରିକୀୟଙ୍କ ତାଲିକାର 190ତମ ସ୍ଥାନ ଅଧିକାର କରିଥିଲେ।



English : He graduated from the College of Arts & Sciences of the University of Virginia in 1950 and was a significant donor to that institution.

Odia : ସେ 1950 ରେ ଭର୍ଜିନିଆ ବିଶ୍ଵ ବିଦ୍ୟାଳୟରୁ କଲେଜ ଅଫ ଆର୍ଟ୍ସ ଆଣ୍ଡ ସାଇନ୍ସ ରୁ ସ୍ନାତକ ଲାଭ କରିଥିଲେ ଏବଂ ଉକ୍ତ ଅନୁଷ୍ଠାନ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଦାତା ଥିଲେ।



English : Iraq´s Abu Ghraib prison has been set alight during a riot.

Odia : ଏକ ଦଙ୍ଗା ସମୟରେ ଇରାକର ଆବୁ ଘରିବ୍ ଜେଲରେ ନିଆଁ ଲଗାଇ ଦିଆଯାଇଛି।



English : The jail became notorious after prisoner abuse was discovered there after US forces took over.

Odia : ଆମେରିକାର ସେନା ବାହିନୀ ଦାୟିତ୍ଵ ନେବା ପରେ ଏବଂ ସେଠାରେ କଏଦୀମାନଙ୍କ ଉପରେ ଦୁର୍ବ୍ୟବହାର ଉନ୍ମୋଚିତ ହେବା ପରେ ଜେଲଟି କୁଖ୍ୟାତ ହୋଇଯାଇଥିଲା।



English : Piquet Jr. crashed in the 2008 Singapore Grand Prix just after an early pit stop for Fernando Alonso, bringing out the safety car.

Odia : ପିକେଟ ଜୁନିୟର ୨୦୦୮ ସିଙ୍ଗାପୁର ଗ୍ରାଣ୍ଡ ପ୍ରିକ୍ସରେ ଫର୍ନାଣ୍ଡୋ ଆଲୋନସୋଙ୍କ ପ୍ରାରମ୍ଭିକ ପିଟ୍ ଷ୍ଟପ୍ ପରେ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ଯାହା ଫଳରେ ସୁରକ୍ଷା କାର ଅଣାଯାଇଥିଲା ​​|



English : As the cars ahead of Alonso went in for fuel under the safety car, he moved up the pack to take victory.

Odia : ଆଲୋନ୍ସୋ ଠାରୁ ଆଗରେ ଥିବା କାରଗୁଡ଼ିକ ନିରାପତ୍ତା କାର ଅଧୀନରେ ଇନ୍ଧନ ଭରିବା ପାଇଁ ଚାଲିଯିବାରୁ, ସେ ବିଜୟୀ ହେବା ପାଇଁ ଆଉ କେତୋଟି ସ୍ଥାନ ଉପରକୁ ଉଠିଲା।



English : Piquet Jr. was sacked after the 2009 Hungarian Grand Prix.

Odia : 2009 ହଙ୍ଗେରିୟାନ୍ ଗ୍ରାଣ୍ଡ ପିକ୍ସ ପରେ ପିକେଟ୍ ଜୁନିୟରଙ୍କୁ ବରଖାସ୍ତ କରାଯାଇଥିଲା।



English : At exactly 8:46 a.m. a hush fell across the city, marking the exact moment the first jet struck its target.

Odia : ପ୍ରଥମ ଜେଟ୍ ବିମାନ ତାହାର ଲକ୍ଷ୍ୟ ସ୍ଥଳରେରେ ବିସ୍ଫୋରିତ ହୋଇଥିବା ମୁହୂର୍ତ୍ତକୁ ସୂଚାଇ, ସକାଳ ଠିକ 8:46 a.m.ରେ ସମ୍ପୂର୍ଣ୍ଣ ସହର ନୀରବ ହୋଇଗଲା।



English : Two beams of light have been rigged up to point skywards overnight.

Odia : ରାତାରାତି ଆକାଶ ଆଡକୁ ଦୁଇଟି ଆଲୋକର ବିମ୍ ନିର୍ମାଣ କରାଯାଇଛି।



English : Construction is ongoing for five new skyscrapers at the site, with a transportation center and memorial park in the middle.

Odia : ଏହି ସ୍ଥାନରେ, ମଝିରେ ଏକ ପରିବହନ କେନ୍ଦ୍ର ଏବଂ ସ୍ମୃତି ଉଦ୍ୟାନ ସହିତ, ପାଞ୍ଚଟି ନୂତନ ନଭଶ୍ଚୁମ୍ବୀ ଅଟ୍ଟାଳିକା ପାଇଁ ନିର୍ମାଣ କାର୍ଯ୍ୟ ଚାଲିଛି।



English : The PBS show has more than two-dozen Emmy awards, and its run is shorter only than Sesame Street and Mister Rogers´ Neighborhood.

Odia : PBS ଶୋ ଦୁଇ-ଡଜନରୁ ଅଧିକ ଏମି ଆୱାର୍ଡ ପାଇଛି ଏବଂ ଏହା କେବଳ ସେସମି ଷ୍ଟ୍ରିଟ୍ ଏବଂ ମିଷ୍ଟର ରୋଜର୍ସ ନେବରହୁଡ ଠାରୁ କମ୍ ସମୟ ପାଇଁ ଚାଲିଛି।



English : Each episode of the show would focus on a theme in a specific book and then explore that theme through multiple stories.

Odia : ଶୋ'ର ପ୍ରତ୍ୟେକ ଏପିସୋଡ୍ ଏକ ନିର୍ଦ୍ଦିଷ୍ଟ ପୁସ୍ତକର ଏକ ଥିମ୍ ଉପରେ ଧ୍ୟାନ ଦେବ ଏବଂ ତା'ପରେ ଏକାଧିକ କାହାଣୀ ମାଧ୍ୟମରେ ସେହି ଥିମ୍ କୁ ଅନ୍ଵେଷଣ କରାଯିବ।



English : Each show would also provide recommendations for books that children should look for when they went to their library.

Odia : ପ୍ରତ୍ୟେକ ଶୋ´ ବହିଗୁଡ଼ିକ ପାଇଁ ସୁପାରିଶ ମଧ୍ୟ ପ୍ରଦାନ କରିବ ଯାହା ପିଲାମାନେ ଯେତେବେଳେ ସେମାନଙ୍କର ପାଠାଗାରକୁ ଯାଆନ୍ତି।



English : John Grant, from WNED Buffalo (Reading Rainbow´s home station) said ¨Reading Rainbow taught kids why to read,... the love of reading — [the show] encouraged kids to pick up a book and to read.¨

Odia : WNED ବଫାଲୋ (ଇନ୍ଦ୍ରଧନୁର ଘର ଷ୍ଟେସନ୍ ପଢୁଥିବା) ର ଜନ୍ ଗ୍ରାଣ୍ଟ କହିଛନ୍ତି ଯେ ଇନ୍ଦ୍ରଧନୁ ପଢିବା କାହିଁକି ପଢିବା, ... ପଢିବାକୁ ଭଲପାଇବା - ତାହା ପିଲାଙ୍କୁ ଶିଖାଇଲା - [ଶୋ] ପିଲାମାନଙ୍କୁ ଏକ ପୁସ୍ତକ ଉଠାଇବାକୁ ଏବଂ ପଢିବାକୁ ଉତ୍ସାହିତ କଲା ।



English : It is believed by some, including John Grant, that both the funding crunch and a shift in the philosophy of educational television programming contributed to ending the series.

Odia : ଜନ୍ ଗ୍ରାଣ୍ଟଙ୍କ ସମେତ କେତେକଙ୍କ ଦ୍ୱାରା ବିଶ୍ଵାସ କରାଯାଏ ଯେ ଉଭୟ ଅର୍ଥାଭାବ ଏବଂ ଶିକ୍ଷାଗତ ଟେଲିଭିଜନ ପ୍ରୋଗ୍ରାମ ର ଆଦର୍ଶ ରେ ପରିବର୍ତ୍ତନ ର ଯୋଗଦାନ ଏହି ସିରିଜକୁ ସମାପ୍ତ କରିବାରେ ରହିଛି।



English : The storm, situated about 645 miles (1040 km) west of the Cape Verde islands, is likely to dissipate before threatening any land areas, forecasters say.

Odia : ପୂର୍ବାନୁମାନକାରୀମାନେ କହିଛନ୍ତି ଯେ, କେପ ଭର୍ଡେ ଦ୍ୱୀପପୁଞ୍ଜଠାରୁ ପ୍ରାୟ 645 ମାଇଲ (1040 କିଲୋମିଟର) ଦୂରରେ ଅବସ୍ଥିତ ଏହି ଘୁର୍ଣ୍ଣିବାତ୍ୟା ସ୍ଥଳଭାଗକୁ କ୍ଷତି ପହଞ୍ଚାଇବା ପୂର୍ବରୁ ଦୁର୍ବଳ ହୋଇ ଯାଇପାରେ।



English : Fred currently has winds of 105 miles per hour (165 km/h) and is moving towards the northwest.

Odia : ଫ୍ରେଡ୍ ର ବର୍ତ୍ତମାନ ପବନ ବେଗ ଘଣ୍ଟା ପ୍ରତି ୧୦୫ ମାଇଲ୍ (୧୬୫ କିଲୋମିଟର/ଘଣ୍ଟା) ଅଛି ଏବଂ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି |



English : Fred is the strongest tropical cyclone ever recorded so far south and east in the Atlantic since the advent of satellite imagery, and only the third major hurricane on record east of 35°W.

Odia : ଉପଗ୍ରହ ଛବି ବ୍ୟବହୃତ ହେବାଠାରୁ, ଫ୍ରେଡ୍ ହେଉଛି ଆଟଲାଣ୍ଟିକର ସୁଦୂର ଦକ୍ଷିଣ ଓ ପୂର୍ବ ଦିଗରେ ଏପର୍ଯ୍ୟନ୍ତ ରେକର୍ଡ କରାଯାଇଥିବା ସବୁଠାରୁ ଶକ୍ତିଶାଳୀ ଗ୍ରୀଷ୍ମ ମଣ୍ଡଳୀୟ ଝଡ଼ ଏବଂ ଏହା 35°Wର ପୂର୍ବ ଦିଗରେ ଲିପିବଦ୍ଧ ହୋଇଥିବା ମାତ୍ର ତୃତୀୟ ପ୍ରମୁଖ ଶକ୍ତିଶାଳୀ ଝଡ଼।



English : On September 24, 1759, Arthur Guinness signed a 9,000 year lease for the St James´ Gate Brewery in Dublin, Ireland.

Odia : ସେପ୍ଟେମ୍ବର 24, 1759 ରେ, ଆୟର୍ଲାଣ୍ଡର ଡବଲିନ୍ ରେ ଥିବା ସେଣ୍ଟ ଜେମ୍ସ ଗେଟ୍ ବ୍ରୁରି ପାଇଁ ଆର୍ଥର୍ ଗିନିଜ୍ 9,000 ବର୍ଷର ଲିଜ୍ ସ୍ୱାକ୍ଷର କରିଥିଲେ



English : 250 years later, Guinness has grown to a global business that turns over 10 billion euros (US$14.7 billion) every year.

Odia : 250 ବର୍ଷ ପରେ, ବିଶ୍ୱ ବ୍ୟବସାୟରେ ଗିନିଜ୍ ବୃଦ୍ଧି ପାଇଛି ଯାହା ଫଳରେ ପ୍ରତି ବର୍ଷ 10 ବିଲିଅନ୍ ଯୁରୋ (US$14.7 ବିଲିଅନ୍) ଟର୍ଣ୍ଣ ଓଭର୍ ହେଉଛି।



English : Jonny Reid, co-driver for the A1GP New Zealand team, today made history by driving the fastest over the 48-year-old Auckland Harbour Bridge, New Zealand, legally.

Odia : A1GP ନ୍ୟୁଜିଲାଣ୍ଡ ଟିମ୍‌ର ସହ-ଡ୍ରାଇଭର ଜନି ରେଡ୍, ନ୍ୟୁଜିଲ୍ୟାଣ୍ଡର 48 ବର୍ଷର ପୁରୁଣା ଅକଲାଣ୍ଡ ହାର୍ବର୍ ବ୍ରିଜ୍ ଉପରେ ଆଇନସମ୍ମତ ଭାବେ ସବୁଠୁ ଅଧିକ ବେଗରେ ଗାଡ଼ି ଚଲାଇ ଆଜି ଇତିହାସ ସୃଷ୍ଟି କରିଛନ୍ତି।



English : Mr Reid managed to drive the New Zealand´s A1GP car, Black Beauty at speeds over 160km/h seven times over the bridge.

Odia : ରେଡ୍ New Zealandର A1GP କାର, ବ୍ଲାକ୍ ବ୍ୟୁଟିକୁ ପୋଲ ଉପରେ ସାତ ଥର 160କିମି/ଘଣ୍ଟା ପ୍ରତି ବେଗରେ ଗାଡ଼ି ଚଲାଇଛନ୍ତି।



English : The New Zealand police had trouble using their speed radar guns to see how fast Mr Reid was going because of how low Black Beauty is, and the only time the police managed to clock Mr Reid was when he slowed down to 160km/h.

Odia : ରେଡ୍ ବ୍ଲାକ ବ୍ୟଟିରେ କେତେ ବେଗରେ ଯାଉଛନ୍ତି ତାହା ଜାଣିବାକୁ New Zealand ପୋଲିସ ସ୍ପୀଡ୍ ରାଡାର ବନ୍ଧୁକ ବ୍ୟବହାର କରି ସମସ୍ୟାରେ ପଡ଼ିଥିଲା ଏବଂ ରେଡ୍ ଯେତେବେଳେ 160କିମି/ଘଣ୍ଟା ବେଗରୁ କମ କରିଥିଲେ ସେତେବେଳେ ହିଁ ପୋଲିସ ଏହାର ବେଗକୁ ଯାଞ୍ଚ କରିପାରିଥିଲା।



[Day3]

English : In the last 3 months, over 80 arrestees were released from the Central Booking facility without being formally charged.

Odia : ଗତ 3 ମାସ ମଧ୍ୟରେ ଆନୁଷ୍ଠାନିକ ଭାବେ ଅଭିଯୋଗ ନକରି କେନ୍ଦ୍ରିୟ ବୁକିଂ ସୁବିଧାରୁ ଗିରଫ 80ରୁ ଅଧିକ ବ୍ୟକ୍ତିଙ୍କୁ ମୁକ୍ତ କରାଯାଇଥିଲା।



English : In April this year, a temporary restaining order was issued by Judge Glynn against the facility to enforce the release of those held more than 24 hours after their intake who did not receive a hearing by a court commissioner.

Odia : ଏହି ବର୍ଷ ଏପ୍ରିଲ୍ ମାସରେ, ଜଜ ଗ୍ଲିନଙ୍କ ଦ୍ୱାରା ଏକ ପ୍ରତିବନ୍ଧକ ଅର୍ଡର କରାଯାଇଥିଲା, ଯେଉଁଥିରେ କୋର୍ଟ କମିଶନରଙ୍କ ଠାରୁ ଶୁଣାଣି ପାଇନଥିବା ବ୍ୟକ୍ତିଙ୍କୁ 24 ଘଣ୍ଟାରୁ ଅଧିକ ସମୟ ନରଖି ମୁକ୍ତ କରିବାର ସୁବିଧା ବିରୋଧରେ ପ୍ରଶ୍ନ ଉଠାଯାଇଥିଲା।



English : The commissioner sets bail, if granted, and formalizes the charges filed by the arresting officer. The charges are then entered into the state´s computer system where the case is tracked.

Odia : କମିଶନର୍ ଗିରଫ କରିଥିବା ଅଧିକାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗକୁ ବିଧିବଦ୍ଧ ଭାବରେ ସ୍ୱୀକୃତି ଦେଇଥାନ୍ତି ଏବଂ ଯଦି ଜାମିନ୍ ମଞ୍ଜୁର ହୋଇଥାଏ ତାହା ଧାର୍ଯ୍ୟ କରନ୍ତି। ତାହା ପରେ ଏହି ଅଭିଯୋଗଗୁଡ଼ିକ ରାଜ୍ୟର କମ୍ପ୍ୟୁଟର ବ୍ୟବସ୍ଥାରେ ଲିପିବଦ୍ଧ କରାଯାଏ ଯେଉଁଠାରୁ ଏହି ମାମଲା ବିଷୟରେ ଯାଞ୍ଚ କରାଯାଇପାରେ।



English : The hearing also marks the date for the suspect's right to a speedy trial.

Odia : ଏକ ତ୍ୱରିତ ବିଚାର ପାଇଁ ଥିବା ଅଭିଯୁକ୍ତର ଅଧିକାର ପାଇଁ ମଧ୍ୟ ଏହି ଶୁଣାଣିରେ ତାରିଖ ଚିହ୍ନିତ କରାଯାଉଛି।



English : Peter Costello, Australian treasurer and the man most likely to succeed Prime Minister John Howard as Liberal party leader has thrown his support behind a nuclear power industry in Australia.

Odia : ପିଟରେ କୋଷ୍ଟେଲୋ, ଅଷ୍ଟ୍ରଲିଆର କୋଷାଧକ୍ଷ ଏବଂ ଜଣେ ସଫଳ ପ୍ରଧାନ ମନ୍ତ୍ରୀ ଭାବେ ପରିଚିତ ଜନ୍ ହାୱାର୍ଡ ଉଦାରବାଦୀ ଦଳର ନେତା ଭାବେ ପରମାଣୁ ଶକ୍ତି ଶିଳ୍ପ ପାଇଁ ନିଜର ସମର୍ଥନ ଜଣାଇଥିଲେ।



English : Mr Costello said that when nuclear power generation becomes economically viable, Australia should pursue its use.

Odia : ଶ୍ରୀ କୋଷ୍ଟେଲୋ କହିଛନ୍ତି ଯେ ଯେତେବେଳେ ପରମାଣୁ ଶକ୍ତି ଉତ୍ପାଦନ ଆର୍ଥିକ ରୂପରେ ବ୍ୟବହାର କରିବା ପାଇଁ ସକ୍ଷମ ହୁଏ, ସେତେବେଳେ ଅଷ୍ଟ୍ରେଲିଆକୁ ଏହାର ବ୍ୟବହାର କରିବା ଉଚିତ।



English : ¨If it becomes commercial, we should have it. That is, there´s no in-principle objection to nuclear energy¨ Mr Costello said.

Odia : ଯଦି ଏହା ବ୍ୟବସାୟିକ ହୁଏ, ତେବେ ଆମ ପାଖରେ ଏହା ରହିବା ଉଚିତ୍। ଏବଂ ପରମାଣୁ ଶକ୍ତିକୁ ଆଦୋ ଆପତ୍ତି କରିବା ଉଚିତ ନୁହେଁ କାଷ୍ଟେଲୋ କହିଛନ୍ତି।



English : According to Ansa, ¨police were concerned by a couple of top-level hits they feared might spark a full-blown war of succession.

Odia : ANSA ଅନୁସାରେ, ¨ଉଚ୍ଚ-ସ୍ତରରେ ଥିବା ଅଳ୍ପ କିଛି ତିକ୍ତତା ଯାହା ଉତ୍ତରାଧିକାରକୁ ନେଇ ଏକ ବଡ ଲଢେଇ ସୃଷ୍ଟି କରିପାରେ ବୋଲି ଭୟ ଥିଲା, ତାହା ଯୋଗୁଁ ପୋଲିସ ଚିନ୍ତାରେ ଥଲା।



English : Police said Lo Piccolo had the upper hand because he had been Provenzano´s right-hand man in Palermo and his greater experience won him the respect of the older generation of bosses as they pursued Provenzano´s policy of keeping as low as possible while strengthening their power network.

Odia : ପୋଲିସ୍ କହିଛି ଯେ ଲୋ ପିକୋଲୋଙ୍କର ଅଧିକ ହାତ ଥିଲା କାରଣ ସେ ପାଲେର୍ମୋରେ ପ୍ରୋଭେଞ୍ଜାନୋଙ୍କ ଡାହାଣ-ହାତର ବ୍ୟକ୍ତି ଥିଲେ ଏବଂ ତାଙ୍କର ଅଧିକ ଅଭିଜ୍ଞତା ତାଙ୍କୁ ପୁରୁଣା ପିଢୀର ମାଲିକ ମାନଙ୍କର ସମ୍ମାନ ହାସଲ କରେଇଲା କାରଣ ସେ ନିଜର ପାୱାର୍ ନେଟୱାର୍କକୁ ମଜବୁତ କରିବା ପ୍ରୋଭେଞ୍ଜାନୋଙ୍କ ନୀତିକୁ ଅତି କମରୁ କମ ରଖିବାର ନୀତିକୁ ଆପଣେଇଛନ୍ତି।



English : These bosses had been reined in by Provenzano when he put an end to the Riina-driven war against the state that claimed the lives of Mafia crusaders Giovanni Falcone and Paolo Borsellino in 1992.¨

Odia : 1992 ମସିହାରେ ଯେତେବେଳେ ପ୍ରୋଭେନଜାନୋ, କ୍ରୁସାଇଡର୍ ମାଫିଆ ଜିଓଭାନି ଫାଲକେନୋ ଏବଂ ପାଓଲୋ ବୋରସେଲିନୋଙ୍କ ଜୀବନ ବିରୋଦ୍ଧରେ ରିନା-ଡ୍ରିଭେନ୍ ଯୁଦ୍ଧକୁ ଶେଷ କରିଥିଲେ, ସେତେବେଳେ ଏହା ମୁଖିଆ ଆଉ ଥରେ ଚୟନ କରାଯାଇଥିଲା।¨



English : Apple CEO Steve Jobs unveiled the device by walking onto the stage and taking the iPhone out of his jeans pocket.

Odia : Apple CEO ଷ୍ଟିଭ୍ ଜବ୍ସ ମଞ୍ଚ ଉପରକୁ ଯାଇ ତାଙ୍କ ପକେଟରେ ଥିବା iPhone ବାହାର କରି ଏହି ଡିଭାଇସର ଉନ୍ମୋଚନ କରିଥିଲେ।



English : During his 2 hour speech he stated that ¨Today Apple is going to reinvent the phone, We are going to make history today¨.

Odia : ତାଙ୍କର 2 ଘଣ୍ଟାର ଭାଷଣରେ ସେ କହିଥିଲେ ଯେ ¨ଆଜି Apple ତାର ଫୋନକୁ ପୁଣି ଉଦ୍ଭାବନ କରିବାକୁ ଯାଉଛି, ଆମେ ଆଜି ଇତିହାସ ରଚିବାକୁ ଯାଉଛୁ।¨



English : Brazil is the largest Roman Catholic country on Earth, and the Roman Catholic Church has consistently opposed the legalization of same-sex marriage in the country.

Odia : ବ୍ରାଜିଲ୍ ପୃଥିବୀର ସବୁଠୁ ବଡ଼ ରୋମାନ କ୍ୟାଥଲିକ୍ ଦେଶ ଅଟେ ଏବଂ ରୋମାନ କ୍ୟାଥଲିକ୍ ଚର୍ଚ୍ଚ କ୍ରମାଗତ ଭାବେ ଦେଶରେ ଆଇନ ଅନୁଯାୟୀ ହେଉଥିବା ସମଲିଙ୍ଗୀ-ବିବାହକୁ ବିରୋଧ କରଆସୁଛି।



English : The National Congress of Brazil has debated legalization for 10 years, and such civil marriages are currently only legal in Rio Grande do Sul.

Odia : ବ୍ରାଜିଲର ଜାତୀୟ କଂଗ୍ରେସ ଏହାକୁ ଆଇନସମ୍ମତ କରିବା ପାଇଁ 10 ବର୍ଷ କାଳ ଆଲୋଚନା କରିଛି ଏବଂ ଏପରି ସିଭିଲ୍‍ ବିବାହ ବର୍ତ୍ତମାନ କେବଳ ରିଓ ଡି ଗ୍ରାଣ୍ଡ ଡୋ ସୁଲରେ ଆଇନସମ୍ମତ।



English : The original bill was drafted by former mayor of São Paulo, Marta Suplicy. The proposed legislation, after being amended, is now in the hands of Roberto Jefferson.

Odia : ସାଓ ପାୱଲୋର ପୂର୍ବତନ ମେୟର ମାର୍ତା ସୁପ୍ଲିସୀଙ୍କ ଦ୍ୱାରା ମୂଳ ବିଲ୍ ଡ୍ରାଫ୍ଟ କରାଯାଇଥିଲା। ପ୍ରସ୍ତାବିତ ଆଇନ, ସଂଶୋଧନ ହେବା ପରେ ଏବେ ରୋବର୍ଟ ଜେଫର୍ସନଙ୍କ ହାତରେ ଅଛି।



English : Protesters hope to collect a petition of 1.2 million signatures to present to the National Congress in November.

Odia : ବିରୋଧୀମାନେ ନଭେମ୍ବର ସୁଦ୍ଧା ଜାତୀୟ କଂଗ୍ରେସକୁ 1.2 ମିଲିୟନ ଦସ୍ତଖତର ପିଟିସନ ସଂଗ୍ରହ କରି ପ୍ରଦାନ କରିବାକୁ ଆଶା ରଖିଛନ୍ତି।



English : After it became apparent that many families were seeking legal help to fight the evictions, a meeting was held on March 20 at the East Bay Community Law Center for the victims of the housing scam.

Odia : ଏହା ବୁଝିବା ପରେ ଅନେକ ପରିବାର ଉଚ୍ଛେଦ ବିରୋଧରେ ଲଢେଇ କରିବାକୁ ଆଇନର ସହାଯ୍ୟ ଳୋଡ଼ିଥିଲେ, ହାଉସିଂ ଦୁର୍ନୀତିରେ ଶିକାର ହୋଇଥିବା ପିଡ଼ୀତଙ୍କ ପାଇଁ ମାର୍ଚ୍ଚ 20ରେ ପୂର୍ବ ବେ ସଂମ୍ପ୍ରଦାୟର ଲ ସେଣ୍ଟର ଠାରେ ଏକ ସଭା ହୋଇଥିଲା।



English : When the tenants started sharing what had occurred to them, most of the families involved suddenly realized that Carolyn Wilson of the OHA had stolen their security deposits, and skipped out of town.

Odia : ଯେତେବେଳେ ପିଡ଼ୀତମାନେ ସେମାନେ ଶିକାର ହୋଇଥିବା ଦୁର୍ନୀତି ବିରୋଧରେ ମୁହଁ ଖୋଲିଲେ, ସେତେବେଳେ ଏଠିରେ ଜଡ଼ିତ ଥିବା ଅନେକ ପରିବାର ଅନୁଭବ କରିଥିଲେ ଯେ OHAର କାରୋଲିନ୍ ୱିଲସନ୍ ସେମାନଙ୍କ ସିକ୍ୟୁକିଟି ଜମା ରାଶି ଚୋରି କରି ସହର ଛାଡ଼ି ଚାଲିଯାଇଛନ୍ତି।



English : Tenants at Lockwood Gardens believe that there may be another 40 families or more to face eviction, since they learned that OHA police are also investigating other public housing properties in Oakland that may be caught up in the housing scam.

Odia : ଲକ୍ଉଡ୍ ଗାର୍ଡେନ୍ସର ଭଡ଼ାଟିଆମାନେ ଭାବନ୍ତି ଯେ 40 କିମ୍ବା ଏହାଠାରୁ ଅଧିକ ପରିବାର ବହିଷ୍କାରର ସମ୍ମୁଖୀନ ହୋଇ ପାରନ୍ତି, କାରଣ ସେମାନେ ଜାଣିଛନ୍ତି ଯେ ଓଏଚ୍ ଏ ପୋଲିସ୍ ମଧ୍ୟ ଓକଲ୍ୟାଣ୍ଡରେ ଥିବା ଜନସାଧାରଣଙ୍କ ଘର ସମ୍ପତ୍ତି ଉପରେ ଅନୁସନ୍ଧାନ କରୁଛନ୍ତି ଯାହା ହାଉସିଂ ସ୍କାମରେ ଧରା ପରିପାରେ ।



English : The band canceled the show at Maui´s War Memorial Stadium, which was set to be attended by 9,000 people, and apologized to fans.

Odia : ଏହି ବ୍ୟାଣ୍ଡ, ମାଉଇଙ୍କ ଯୁଦ୍ଧ ସ୍ମାରକୀ ଷ୍ଟାଡିୟମରେ 9000 ଲୋକଙ୍କ ଉପସ୍ଥିତିରେ ହେବାକୁ ଥିବା ଶୋ'କୁ ବାତିଲ କରି ପ୍ରଶଂସକଙ୍କୁ କ୍ଷମା ମାଗିଥିଲେ।



English : The band´s management company, HK Management Inc., gave no initial reason when they canceled on September 20, but blamed logistical reasons by the next day.

Odia : ବ୍ୟାଣ୍ଡର ପ୍ରବନ୍ଧନ କମ୍ପାନୀ, HK Management Inc., କୌଣସି ପ୍ରାରମ୍ଭିକ କାରଣ ଦେଲେନାହିଁ ଯେତେବେଳେ ସେମାନେ ସେପ୍ଟେମ୍ବର 20 କୁ ବାତିଲ କରିଦେଲେ, ସେତେବେଳେ କିନ୍ତୁ ପରଦିନ ପର୍ଯ୍ୟନ୍ତ ଲଜିଷ୍ଟିକ୍ କାରଣକୁ ଦାୟୀ କରିଥିଲେ ।



English : The famous Greek lawyers, Sakis Kechagioglou and George Nikolakopoulos have been imprisoned in the Athens´ jail of Korydallus, as they were found guilty of graft and corruption.

Odia : ପ୍ରସିଦ୍ଧ ଗ୍ରୀକ୍ ଆଇନଜୀବୀ ସାକିସ୍ କେଚାଗିଓଗ୍ଲୋ ଏବଂ ଜର୍ଜ ନିକୋଲାକୋପସଙ୍କୁ ଲାଞ୍ଚ ଓ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଯୋଗୁଁ ଏଥେନ୍ସର କୋରିଡଲସ୍ ଜେଲରେ ବନ୍ଦୀ କରି ରଖାଯାଇଛି।



English : As a result of this, a big scandal within the Greek legal community has been raised through the exposure of illegal actions that judges, lawyers, solicitors and attorneys have done during the previous years.

Odia : ଏହାର ଫଳସ୍ୱରୂପ, ପୂର୍ବ ବର୍ଷଗୁଡିକରେ ବିଚାରପତି, ଆଇନଜୀବୀ, ସଲିସିଟର ଏବଂ ଓକିଲମାନେ କରିଥିବା ବେଆଇନ କାର୍ଯ୍ୟଗୁଡ଼ିକୁ ଲୋକଲୋଚନକୁ ଆଣି ଗ୍ରୀକ୍ ଆଇନଗତ ସମୁଦାୟ ମଧ୍ୟରେ ହୋଇଥିବା ଏକ ବଡ଼ ଦୁର୍ନୀତିକୁ ଉତ୍ଥାପନ କରାଯାଇଛି।



English : A few weeks ago, after the information published by the journalist Makis Triantafylopoulos in his popular Television show ¨Zoungla¨ in Alpha TV, the member of Parliament and lawyer, Petros Mantouvalos was abdicated as members of his office had been involved in illegal graft and corruption.

Odia : କିଛି ସପ୍ତାହ ପୂର୍ବେ, ଆଲଫା ଟିଭିରେ ସାମ୍ବାଦିକ ମାକିସ୍ ଟ୍ରିଆଣ୍ଟାଫାଇଲୋପସଙ୍କ ଦ୍ୱାରା ତାଙ୍କର ଲୋକପ୍ରିୟ ଟେଲିଭିଜନ ଶୋ ¨ଜୁଙ୍ଗଲା¨ରେ, ସାଂସଦ ତଥା ଆଇନଜୀବୀ ପେଟ୍ରୋସ୍ ମଣ୍ଟୋଭାଲୋସଙ୍କ କାର୍ଯ୍ୟାଳୟର ସଦସ୍ୟମାନେ ବେଆଇନ ଲାଞ୍ଚ ଏବଂ ଦୁର୍ନୀତିରେ ସାମିଲ ଥିବା ସୂଚନା ପ୍ରକାଶିତ ହେବା ପରେ ସେ ପଦତ୍ୟାଗ କରିଥିଲେ।



English : Moreover, top judge Evangelos Kalousis is imprisoned as he found guilty of corruption and degenerate behaviour.

Odia : ତା' ଛଡା, ଶୀର୍ଷ ବିଚାରପତି ଇଭାଞ୍ଜେଲୋସ୍ କଲୋସିସ୍ ଦୁର୍ନୀତି ଓ ହୀନ ଆଚରଣ ଦୋଷରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ଜେଲରେ ଅଛନ୍ତି।



[Day4]

English : Roberts flatly refused to say about when he believes life begins, an important question when considering the ethics of abortion, saying that it would be unethical to comment on the specifics of likely cases.

Odia : ସମ୍ଭାବିତ ମାମଲାଗୁଡ଼ିକର ସଠିକତା ଉପରେ ଟିପ୍ପଣୀ ଦେବା ଅନୈତିକ ଅଟେ ବୋଲି କହି, ସେ କେତେବେଳେ ଜୀବନ ଆରମ୍ଭ ହୁଏ ବୋଲି ବିଶ୍ୱାସ କରନ୍ତି, ତାହା କହିବାକୁ ରବର୍ଟସ୍‌ ସିଧାସଳଖ ଭାବେ ମନା କରିଦେଇଥିଲେ, ଯାହା ଗର୍ଭପାତର ନୈତିକତା ଉପରେ ବିଚାର କଲାବେଳେ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ଅଟେ।



English : He did, however, reiterate his earlier statement that Roe v. Wade was the ¨settled law of the land¨, emphasizing the importance of consistent Supreme Court rulings.

Odia : ଯାହାହେଉ, ସେ ନିଜର ପୂର୍ବ ବକ୍ତବ୍ୟରେ ଏହା ମଧ୍ୟ କହିଛନ୍ତି ଯେ ରୋ ଭି ୱାଡେ ¨ଜମିର ବ୍ୟବସ୍ଥିତ ଆଇନ୍¨ ଥିଲା, ଯେଉଁଥିରେ ସୁପ୍ରିମକୋର୍ଟଙ୍କର କ୍ରମାଗତ ନିର୍ଣ୍ଣୟର ମହତ୍ତ୍ଵ ଉପରେ ଜୋର ଦିଆଯାଇଥିଲା।



English : He also confirmed that he believed in the implied right to privacy which the Roe decision depended upon.

Odia : ସେ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ସେ ଗୋପନୀୟତା ଉପରେ ନିର୍ଭରଶୀଳ ଅଧିକାର ଉପରେ ସେ ବିଶ୍ଵାସ କରିଥିଲେ, ଯାହା ଉପରେ ନିର୍ଣ୍ଣୟ ନିଆଯାଇଥିଲା।



English : Maroochydore had finished on top of the ladder, six points clear of Noosa in second.

Odia : ମାରୁଚିଡୋର ସିଢି ଉପରେ ଜିତିଯାଇଥିଲେ, ଦ୍ଵିତୀୟରେ ନୋସାର 6 ପଏଣ୍ଟ ସ୍ପଷ୍ଟ ହୋଇଥିଲା।



English : The two sides would meet in the major semi final where Noosa ran out winners by 11 points.

Odia : ଦୁଇ ଦଳ ପରସ୍ପରକୁ ପ୍ରମୁଖ ସେମି ଫାଇନାଲରେ ଭେଟିଲେ ଯେଉଁଠାରେ ନୂସା 11 ପଏଣ୍ଟରେ ବିଜୟୀ ହେଲେ।



English : Maroochydore then defeated Caboolture in the Preliminary Final.

Odia : ଏହା ପରେ ମାରୁଚିଡୋର ପ୍ରାଥମିକ ଫାଇନାଲରେ କାବୁଲ୍ଚର୍‍କୁ ପରାସ୍ତ କରିଥିଲେ ।



English : Hesperonychus elizabethae is a species of the family Dromaeosauridae and is a cousin of Velociraptor .

Odia : ହେସପରନିକସ୍ ଏଲୀଯାବେଥି ପରିବାରର ଏକ ପ୍ରଜାତି, ଦ୍ରୋମିଓଷୌରୀଡି ଏବଂ ଭେଲୋସିରାପ୍ଟରର ସମ୍ପର୍କୀୟ ଅଟନ୍ତି।



English : This fully feathered, warm blooded bird of prey was believed to have walked upright on two legs with claws like the Velociraptor.

Odia : ଏହି ପର ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଆଚ୍ଛାଦିତ, ଉଷ୍ମ ରକ୍ତବିଶିଷ୍ଟ ଶିକାରୀ ପକ୍ଷୀ, ଭେଲୋସିରାପ୍ଟର ପରି ନିଜ ପଞ୍ଝା ସାହାଯ୍ୟରେ ଦୁଇ ଗୋଡରେ ସିଧା ଚାଲୁଥିବାର ବିଶ୍ୱାସ କରାଯାଉଥିଲା।



English : Its second claw was larger, giving rise to the name Hesperonychus which means ¨western claw.¨

Odia : ଏହାର ଦ୍ୱିତୀୟ ପଞ୍ଝା ଆହୁରି ବଡ଼ ଥିଲା, ତେଣୁ ଏହାର ନାମ ହେଲା ହେସ୍ପେରୋନିକୁସ୍‍ ଯାହାର ଅର୍ଥ ¨ପଶ୍ଚିମର ପଞ୍ଝା¨।



English : In addition to the crushing ice, extreme weather conditions have been hampering rescue efforts.

Odia : ବରଫର ଅଧିକ ଓଜନିଆ ଆସ୍ତରଣ ସହିତ ଅତ୍ୟଧିକ ଖରାପ ପାଣିପାଗ ପରିସ୍ଥିତି ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି।



English : Pittman suggested that conditions wouldn´t improve until sometime next week.

Odia : ଆଗାମୀ ସପ୍ତାହରେ କିଛି ସମୟ ପର୍ଯ୍ୟନ୍ତ ପରିସ୍ଥିତିରେ ଉନ୍ନତି ହେବ ନାହିଁ ବୋଲି ପିଟମ୍ୟାନ ପରାମର୍ଶ ଦେଇଥିଲେ।



English : The amount and thickness of the pack ice, according to Pittman, is the worst it has been for sealers in the past 15 years.

Odia : ପିଟମ୍ୟାନ୍ ମାନଙ୍କ ଅନୁସାରେ ପ୍ୟାକ୍ ହୋଇଥିବା ବରଫର ପରିମାଣ ଏବଂ ମୋଟେଇ ଗତ 15 ବର୍ଷ ମଧ୍ୟରେ ସିଲର୍ସ ମାନଙ୍କ ପାଇଁ ସବୁଠାରୁ ଖରାପ ଅଟେ।



English : News spread in the Red Lake community today as funerals for Jeff Weise and three of the nine victims were held that another student was arrested in connection with the school shootings of March 21.

Odia : ଜେଫ୍ ୱେଇଜ୍ ଏବଂ 9 ଜଣ ପୀଡିତଙ୍କ ମଧ୍ୟରୁ 3 ଜଣଙ୍କ ଅନ୍ତିମ ସଂସ୍କାର ଅନୁଷ୍ଠିତ ହେଉଥିବା ସମୟରେ, ମାର୍ଚ୍ଚ 21ର ସ୍କୁଲ୍ ଗୁଳିକାଣ୍ଡ ସହିତ ସମ୍ପୃକ୍ତ ଆଉଜଣେ ବିଦ୍ଯାର୍ଥୀକୁ ଗିରଫ କରାଯାଇଥିବାର ଖବର ରେଡ ଲେକ୍ ଅଞ୍ଚଳରେ ପ୍ରଚାର ହୋଇଯାଇଥିଲା।



English : Authorities said little officially beyond confirming today´s arrest.

Odia : ଆଜିର ଗିରଫ ହୋଇଥିବାକୁ ନିଶ୍ଚିତ କରିବା ପରେ ମଧ୍ୟ ଅଧିକାରୀମାନେ ଅଧିକାରିକ ଆକାରରେ କହିଛନ୍ତି।



English : However, a source with knowledge of the investigation told the Minneapolis Star-Tribune that it was Louis Jourdain, 16-year old son of Red Lake Tribal Chairman Floyd Jourdain.

Odia : ତଥାପି, ସେ ରେଡ୍ ଲେକ୍ ଟ୍ରାଇବାଲର ଅଧ୍ୟକ୍ଷ ଫ୍ଲଏଡ୍ ଜୋର୍ଡେନଙ୍କର 16-ବର୍ଷର ପୁଅ ଲୁଇସ୍ ଜୋର୍ଡେନ୍ ଅଟନ୍ତି ବୋଲି ମିନିଆପଲିସ୍ ଷ୍ଟାର୍-ଟ୍ରିବ୍ୟୁନକୁ ଏହି ଅନୁସନ୍ଧାନ ବିଷୟରେ ଜାଣିଥିବା ସୂତ୍ର କହିଛନ୍ତି।



English : It is not known at this time what charges will be laid or what led authorities to the boy but juvenile proceedings have begun in federal court.

Odia : ପିଲାଟି ଉପରେ କେଉଁ ଅଭିଯୋଗ ଲଗାଯିବ କିମ୍ବା ଅଧିକାରୀଙ୍କୁ କେଉଁ ନିର୍ଦ୍ଦେଶ ଦିଆଯିବ, ତାହା ବର୍ତ୍ତମାନ ଏହି ସମୟରେ ଜଣାପଡିନାହିଁ, କିନ୍ତୁ ଫେଡେରାଲ୍ କୋର୍ଟରେ ନାବାଳକ କାର୍ଯ୍ୟବିଧି ଆରମ୍ଭ ହୋଇଯାଇଛି।



English : Lodin also said officials decided to cancel the runoff in order to save Afghans the expense and security risk of another election.

Odia : ଲୋଡିନ୍‍ ଆଉ ମଧ୍ୟ କହିଛନ୍ତି ଯେ, ଆଫଗାନମାନଙ୍କୁ ଆଉ ଏକ ନିର୍ବାଚନର ବ୍ୟୟ ଓ ସୁରକ୍ଷା ବିପଦରୁ ବଞ୍ଚାଇବା ପାଇଁ ଅଧିକାରୀମାନେ ଏହି ନିର୍ବାଚନ ବାତିଲ୍‍ କରିବାକୁ ନିଷ୍ପତ୍ତି ନେଇଛନ୍ତି।



English : Diplomats said that they had found enough ambiguity in the Afghan constitution to determine the runoff as unnecessary.

Odia : କୂଟନୀତିଜ୍ଞମାନେ କହିଛନ୍ତି ଯେ ଆଫଗାନିସ୍ତାନ ସମ୍ବିଧାନରେ ସେମାନେ ରନଅଫକୁ ଅନାବଶ୍ୟକ ବୋଲି ସ୍ଥିର କରିବାକୁ ଯଥେଷ୍ଟ ଅସ୍ପଷ୍ଟତା ପାଇଛନ୍ତି।



English : This contradicts earlier reports, which said that cancelling the runoff would have been against the constitution.

Odia : ଏହା ପୂର୍ବ ରିପୋର୍ଟଗୁଡ଼ିକୁ ଖଣ୍ଡନ କରୁଛି, ଯେଉଁଥିରେ ନିର୍ବାଚନକୁ ବାତିଲ କରିବା ସମ୍ବିଧାନ ବିରୋଧୀ ହୋଇଥାନ୍ତା ବୋଲି କୁହାଯାଇଛି।



English : The aircraft had been headed to Irkutsk and was being operated by interior troops.

Odia : ବିମାନଟି ଇର୍କୁସ୍କ ଅଭିମୁଖେ ଯାଉଥିଲା ଏବଂ ଏହା ଆଭ୍ୟନ୍ତରୀଣ ସେନା ଦ୍ୱାରା ପରିଚାଳିତ ହେଉଥିଲା।



English : An inquiry was established to investigate.

Odia : ଏକ ଅନୁସନ୍ଧାନ ତଦନ୍ତ ପାଇଁ ପ୍ରତିଷ୍ଠା କରାଯାଇଥିଲା।



English : The Il-76 has been a major component of both the Russian and Soviet military since the 1970s, and had already seen a serious accident in Russia last month.

Odia : 1970 ଦଶକରୁ Il-76 ଉଭୟ ରୁଷୀୟ ଓ ସୋଭିଏତ୍ ସୈନ୍ୟବାହିନୀର ଏକ ପ୍ରମୁଖ ଉପାଦାନ ଅଟେ ଏବଂ ଗତ ମାସରେ ରୁଷରେ ଏହା ଏକ ଗୁରୁତର ଦୁର୍ଘଟଣାର ସମ୍ମୁଖୀନ ହୋଇ ସାରିଛି।



English : On October 7 an engine separated on takeoff, without injuries. Russia briefly grounded Il-76s after that accident.

Odia : ଅକ୍ଟୋବର 7 ରେ, ଗୋଟିଏ ଇଞ୍ଜିନ ଟେକଅଫ୍ ସମୟରେ ବିନା କୌଣସି ଆଘାତ ଦେଇ ଅଲଗା ହୋଇଗଲା। ସେହି ଦୁର୍ଘଟଣା ପରେ ରୁଷିଆ ସଂକ୍ଷେପରେ Il-76s କୁ ଭୂମିରେ ସ୍ଥିର କରିଲା।



English : 800 miles of the Trans-Alaska Pipeline System were closed down following a spill of thousands of barrels of crude oil south of Fairbanks, Alaska.

Odia : ଆଲାସ୍କାର ଫେୟାରବ୍ୟାଙ୍କର ଦକ୍ଷିଣରେ ହଜାର ହଜାର ବ୍ୟାରେଲ୍‌ ଅଶୋଧିତ ତୈଳ ଢାଳି ହୋଇଯିବା ପରେ ଟ୍ରାନ୍ସ-ଆଲାସ୍କା ପାଇପଲାଇନ୍‌ ସିଷ୍ଟମ୍‌ର 800 ମାଇଲ ଦୀର୍ଘ ଅଂଶକୁ ବନ୍ଦ କରାଯାଇଥିଲା।



English : A power failure following a routine fire-command system test caused relief valves to open and crude oil overflowed near the Fort Greely pump station 9.

Odia : ନିୟମିତ ଫାୟାର-କମାଣ୍ଡ ସିଷ୍ଟମ ପରୀକ୍ଷଣ ପରେ ଏକ ବୈଦୁତିକ ବିଫଳତା ଯୋଗୁଁ ଫୋର୍ଟ ଗ୍ରୀଲି ପମ୍ପ ଷ୍ଟେସନ 9 ନିକଟରେ ରିଲିଫ ଭଲଭ୍ ଖୋଲିଯାଇ ଅଶୋଧିତ ତୈଳ ପ୍ଲାବିତ ହୋଇଯାଇଥିଲା ।



[Day5]

English : The valves opening allowed a pressure release for the system and oil flowed on a pad to a tank that can hold 55,000 barrels (2.3 million gallons).

Odia : ଭାଲଭ୍ ଖୋଲିବା ଦ୍ୱାରା ସିଷ୍ଟମ୍‌ର ଚାପ ହ୍ରାସ ପାଇଲା ଏବଂ ଏକ 55,000 ବ୍ୟାରେଲ୍ (2.3 ମିଲିୟନ୍ ଗ୍ୟାଲନ୍) ଧାରଣ କ୍ଷମତା ବିଶିଷ୍ଟ ଟାଙ୍କିକୁ ଗୋଟିଏ ପ୍ୟାଡ୍‌ ଉପର ଦେଇ ତେଲ ପ୍ରବାହିତ ହେଲା।



English : As of Wednesday afternoon, the tank vents were still leaking probably from thermal expansion inside the tank.

Odia : ବୁଧବାର ଅପରାହ୍ନ ପର୍ଯ୍ୟନ୍ତ, ସମ୍ଭବତଃ ଟ୍ୟାଙ୍କ‍ ଭିତରେ ତାପୀୟ ପ୍ରସାରଣ ଯୋଗୁଁ ଟ୍ୟାଙ୍କ ଭେଣ୍ଟଗୁଡ଼ିକ ତଥାପି ଲିକ୍‍ କରୁଥିଲା।



English : Another secondary containment area below the tanks capable of holding 104,500 barrels was not yet filled to capacity.

Odia : ଏ ପର୍ଯ୍ୟନ୍ତ ଟାଙ୍କିଗୁଡ଼ିକର ତଳେ ଥିବା 104,500 ବ୍ୟାରେଲ୍ ଧାରଣ କ୍ଷମତା ବିଶିଷ୍ଟ ଅନ୍ୟ ଏକ ଦ୍ୱିତୀୟ କଣ୍ଟେନମେଣ୍ଟ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବରେ ପୂରଣ କରାଯାଇନଥିଲା।



English : The comments, live on television, were the first time that senior Iranian sources have admitted that the sanctions are having any effect.

Odia : ଟେଲିଭିଜନରେ ସିଧା ପ୍ରସାରଣ କରାଯାଇଥିବା ଏହି ମନ୍ତବ୍ୟଗୁଡ଼ିକରେ, କଟକଣାଗୁଡ଼ିକର କୌଣସି ପ୍ରଭାବ ପଡ଼ୁଛି ବୋଲି ଇରାନର ବରିଷ୍ଠ ସୂତ୍ରମାନେ ପ୍ରଥମ ଥର ପାଇଁ ସ୍ୱୀକାର କରିଥିଲେ।



English : They include financial restrictions and a ban by the European Union on the export of crude oil, from which the Iranian economy receives 80% of its foreign income.

Odia : ସେଗୁଡ଼ିକ ମଧ୍ୟରେ ଆର୍ଥିକ ପ୍ରତିବନ୍ଧକ ଏବଂ ଅବିଶୋଧିତ ତୈଳ ରପ୍ତାନି ଉପରେ ୟୁରୋପୀୟ ସଂଘ ଦ୍ଵାରା ଏକ ନିଷେଧାଦେଶ ଅନ୍ତର୍ଭୁକ୍ତ, ଯେଉଁଥିରୁ ଇରାନର ଅର୍ଥ ବ୍ୟବସ୍ଥା ନିଜର ବିଦେଶୀ ଆୟର 80% ପ୍ରାପ୍ତ କରିଥାଏ।



English : In its most recent monthly report, OPEC said exports of crude had fallen to their lowest level for two decades at 2.8 million barrels per day.

Odia : OPEC ଏହାର ସଦ୍ୟତମ ମାସିକ ରିପୋର୍ଟରେ କହିଛି ଯେ ଅଶୋଧିତ ତୈଳ ରପ୍ତାନି ଦୁଇ ଦଶନ୍ଧିରେ ଏହାର ସର୍ବନିମ୍ନ ସ୍ତର, ପ୍ରତିଦିନ 2.8 ନିୟୁତ ବ୍ୟାରେଲକୁ, ହ୍ରାସ ପାଇଛି।



English : The country´s supreme leader, Ayatollah Ali Khamenei, has described the dependency on oil as ¨a trap¨ dating from before Iran´s Islamic revolution in 1979 and from which the country should free itself.

Odia : ତୈଳ ଉପରେ ନିର୍ଭରଶୀଳତାକୁ ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି 1979 ରେ ଇରାନର ଇସଲାମିକ କ୍ରାନ୍ତି ପୂର୍ବ ସମୟରୁ ଥିବା ¨ଏକ ଜାଲ¨ ଭାବରେ ବର୍ଣ୍ଣନା କରି ଦେଶ ନିଜକୁ ଏଥିରୁ ମୁକ୍ତ କରିବା ଆବଶ୍ୟକ ବୋଲି କହିଛନ୍ତି।



English : When the capsule gets to Earth and enters the atmosphere, at about 5am (eastern time), it is expected to put on quite a light show for folks in Northern California, Oregon, Nevada, and Utah.

Odia : ପ୍ରାୟ 5am (ପୂର୍ବାଞ୍ଚଳ ସମୟ)ରେ ଯେତେବେଳେ କ୍ୟାପସୁଲ୍ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ, ସେତେବେଳେ ଏହା ଉତ୍ତର କାଲିଫର୍ଣ୍ଣିଆ, ଓରେଗନ୍, ନେଭାଡା, ଏବଂ ଉତାହର ଲୋକମାନଙ୍କୁ ଏକ ଆତସବାଜି ପ୍ରଦର୍ଶିତ କରିବ ବୋଲି ଆଶା କରାଯାଏ।



English : The capsule will look much like a shooting star going across the sky.

Odia : କ୍ୟାପସୁଲ୍‌ଟି ଅନେକାଂଶରେ ଆକାଶରେ ଗତି କରୁଥିବା ଏକ ଉଲକା ପରି ଦେଖାଯିବ।



English : The capsule will be traveling at about 12.8 km or 8 miles per second, fast enough to go from San Francisco to Los Angeles in one minute.

Odia : କ୍ୟାପସୁଲ୍‌ଟି ପ୍ରତି ସେକେଣ୍ଡରେ ପ୍ରାୟ 12.8 କିଲୋମିଟର ବା 8 ମାଇଲ୍ ବେଗରେ ଯାତ୍ରା କରୁଥିବ, ଯେଉଁ ଦ୍ରୁତ ବେଗରେ ସାନ୍ ଫ୍ରାନସିସ୍କୋରୁ ଲସ୍ ଆଞ୍ଜେଲସ୍ ଏକ ମିନିଟରେ ଯାଇହେବ।



English : Stardust will set a new all-time record for being the fastest spacecraft to return to Earth, breaking the previous record set in May of 1969 during the return of the Apollo X command module.

Odia : 1969 ମସିହା ମେ ମାସରେ ଆପୋଲୋ X କମାଣ୍ଡ ମଡ୍ୟୁଲ୍ ଫେରିବା ସମୟର ପୂର୍ବ ରେକର୍ଡକୁ ଭଙ୍ଗ କରି, ଷ୍ଟାରଡଷ୍ଟ ପୃଥିବୀକୁ ଫେରିବା ପାଇଁ ଦ୍ରୁତତମ ମହାକାଶଯାନ ହେବାର ଏକ ନୂତନ ସର୍ବକାଳୀନ ରେକର୍ଡ ସ୍ଥାପନ କରିବ।



English : "It will move over the west coast of northern California and will light the sky from California through central Oregon and on through Nevada and Idaho and into Utah," Tom Duxbury, Stardust´s project manager said.

Odia : ଷ୍ଟାରଡଷ୍ଟର ପ୍ରକଳ୍ପ ପରିଚାଳକ ଟମ୍ ଡକ୍ସବରି କହିଛନ୍ତି, ¨ଏହା ଉତ୍ତର କାଲିଫର୍ଣ୍ଣିଆର ପଶ୍ଚିମ ତଟ ଉପରେ ଗତି କରିବ ଓ କାଲିଫର୍ଣ୍ଣିଆରୁ ଆରମ୍ଭ କରି କେନ୍ଦ୍ରୀୟ ଓରେଗନ୍, ନେଭାଡା, ଇଦାହୋ ଏବଂ ୟୁତାହ ପର୍ଯ୍ୟନ୍ତ ଆକାଶକୁ ଆଲୋକିତ କରିବ।



English : Mr. Rudd´s decision to sign the Kyoto climate accord isolates the United States, which will now be the only developed nation not to ratify the agreement.

Odia : ଶ୍ରୀ ରୁଡ୍ଡଙ୍କ କିଓଟୋ କ୍ଲାଇମେଟ୍ ଚୁକ୍ତି ସ୍ୱାକ୍ଷର କରିବା ନିଷ୍ପତ୍ତି ଯୁକ୍ତରାଷ୍ଟ୍ର ଆମେରିକାକୁ ପୃଥକ କରିଦେଇଛି, ଯେ କି ରାଜିନାମା ଅନୁମୋଦନ କରୁନଥିବା ଏକମାତ୍ର ବିକଶିତ ରାଷ୍ଟ୍ର ହେବ।



English : Australia´s former conservative government refused to ratify Kyoto, saying it would damage the economy with its heavy reliance on coal exports, while countries like India and China were not bound by emissions targets.

Odia : ଭାରତ ଓ ଚୀନ ପରି ଦେଶଗୁଡ଼ିକ ଉପରେ କୌଣସି ନିର୍ଗମନ କଟକଣା ନଥିବା ବେଳେ କୋଇଲା ରପ୍ତାନୀ ଉପରେ ଅତ୍ୟଧିକ ନିର୍ଭରଶୀଳ ଅଷ୍ଟ୍ରେଲିଆର ଅର୍ଥନୀତିକୁ ଏହା ଧ୍ୱଂସ କରିଦେବ ବୋଲି କହି ପୂର୍ବତନ ରକ୍ଷଣଶୀଳ ସରକାର କ୍ୟୋଟୋକୁ ଗ୍ରହଣ କରିବାକୁ ରାଜି ହେଲେ ନାହିଁ।



English : It is the biggest acquisition in eBay´s history.

Odia : eBay ଇତିହାସରେ ଏହା ସବୁଠୁ ବଡ଼ ସଫଳତା।



English : The company hopes to diversify its profit sources and gain popularity in areas where Skype holds a strong position, such as China, Eastern Europe, and Brazil.

Odia : କମ୍ପାନୀ ନିଜର ଲାଭ ଉତ୍ସରେ ବିଭିନ୍ନତା ଆଣିବାକୁ ଏବଂ ଚାଇନା, ପୂର୍ବ ୟୁରୋପ ଏବଂ ବ୍ରାଜିଲ ପରି ସ୍କାଇପେ ଭଳି ଏକ ଦୃଢ ସ୍ଥିତିକୁ ବଜାୟ ରଖିବାକୁ ଆଶା କରୁଛି।



English : Scientists have suspected Enceladus as geologically active and a possible source of Saturn´s icy E ring.

Odia : ବୈଜ୍ଞାନିକମାନେ ଏନସେଲାଡସ୍ଙ୍କୁ ଭୌଗୋଳିକ ଭାବରେ ସକ୍ରିୟ ଏବଂ ସାଟର୍ନଙ୍କ ର ଆଇସି ଇ ରିଙ୍ଗର ଏକ ସମ୍ଭାବ୍ୟ ଉତ୍ସ ବୋଲି ସନ୍ଦେହ କରିଛନ୍ତି।



English : Enceladus is the most reflective object in the solar system, reflecting about 90 percent of the sunlight that hits it.

Odia : ସୌରଜଗତର ସବୁଠୁ ଅଧିକ ପ୍ରତିଫଳନକାରୀ ବସ୍ତୁ ହେଉଛି ଏନସେଲାଡସ୍, ଯାହା ଉପରେ ପଡ଼ୁଥିବା ସୂର୍ଯ୍ୟକିରଣର ପ୍ରାୟ ଶତକଡ଼ା 90 ଭାଗ ଅଂଶ ପ୍ରତିଫଳିତ ହୋଇଥାଏ।



English : The game publisher Konami stated today in a Japanese newspaper that they will not be releasing the game Six Days in Fallujah.

Odia : ଏକ ଜାପାନୀ ଖବର କାଗଜରେ କ୍ରୀଡା ପ୍ରକାଶକ କୋନାମୀ ପ୍ରକାଶ କରିଛନ୍ତି ସେମାନେ ଫାଲୁଜାରେ 6 ଦିନ ଖେଳ ଜାରି କରିବେ ନାହିଁ।



English : The game is based on the Second Battle of Fallujah, a vicious battle between American and Iraqi forces.

Odia : ଖେଳଟି ଦ୍ଵିତୀୟ ଫାଲୁଜା ଯୁଦ୍ଧ ଉପରେ ଆଧାରିତ ଅଟେ, ଯାହା ଆମେରିକା ଓ ଇରାକର ସେନାଙ୍କ ମଧ୍ୟରେ ହୋଇଥିବା ଏକ ଭୟଙ୍କର ଯୁଦ୍ଧ ଥିଲା।



English : The ACMA also found that despite the video being streamed on the Internet, Big Brother had not breached online content censorship laws as the media had not been stored on Big Brother´s website.

Odia : ଏହା ମଧ୍ୟ ଏସିମଏ ଜାଣିବାକୁ ପାଇଛି ଯେ ଭିଡିଓଟି ଇଣ୍ଟରନେଟରେ ଦର୍ଶାଯିବା ସତ୍ତ୍ଵେ, ବିଗ ବ୍ରଦର କୌଣସି ପ୍ରକାରର ଅନଲାଇନ ସେନସରସିପ୍ ନିୟମକୁ ଉଲଂଘନ କରିନଥିଲା କାରଣ ବିଗ ବ୍ରଦରଙ୍କ ୱେବସାଇଟରେ ମେଡିଆ ଷ୍ଟୋର ହୋଇରହିନଥିଲା।



English : The Broadcasting Services Act provides for the regulation of Internet content, however to be considered Internet content, it must physically reside on a server.

Odia : ପ୍ରସାରଣ ସେବା ଆଇନ ଇଣ୍ଟରନେଟ୍‌ରେ ବିଷୟବସ୍ତୁର ନିୟନ୍ତ୍ରଣ ପାଇଁ ପ୍ରଦାନ କରାଯାଇଛି, ଅବଶ୍ୟ ଏହାକୁ ଇଣ୍ଟରନେଟ୍ ବିଷୟବସ୍ତୁ ଭାବରେ ବିଚାର କରିବା ପାଇଁ ଏହା ଭୌତିକ ଭାବରେ ଏକ ସର୍ଭର ଭାବରେ ରହିବା ଆବଶ୍ୟକ।



English : The United States embassy located in Nairobi, Kenya has issued a warning that ¨extremists from Somalia¨ are planning to launch suicide bomb attacks in Kenya and Ethiopia.

Odia : କେନିଆ ନାଇରୋବିରେ ସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ଦୂତବାସ ଚେତାବନୀ ଜାରି କରିଛି ଯେ ¨ସୋମାଲିଆର ଉଗ୍ରବାଦୀ¨ କେନିଆ ଏବଂ ଇଥିଓପିଆରେ ଆତ୍ମଘାତୀ ବୋମା ବିସ୍ଫୋରଣ କରିବାକୁ ଯୋଜନା କରୁଛନ୍ତି।



English : The U.S. says it has received information from an undisclosed source that specifically mentions the use of suicide bombers to will blow up ¨prominent landmarks¨ in Ethiopia and Kenya.

Odia : ଆମେରିକା କହିଛି ଯେ ଏହା ଏକ ଅପ୍ରକାଶିତ ଉତ୍ସରୁ ସୂଚନା ପାଇଛି ଯେଉଁଥିରେ ବିଶେଷ ରୂପରେ ଇଥିଓପିଆ ଏବଂ କେନିଆରେ ¨ପ୍ରଖ୍ୟାତ ଯୁଗାନ୍ତକାରୀ ସ୍ଥାନ¨ ଗୁଡ଼ିକୁ ଉଡ଼େଇବା ପାଇଁ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ବ୍ୟବହାର ବିଷୟରେ ଉଲ୍ଲେଖ କରାଯାଇଛି।



English : Long before The Daily Show and The Colbert Report, Heck and Johnson envisioned a publication that would parody the news—and news reporting—when they were students at UW in 1988.

Odia : ଅନେକ ଦିନ ପୂର୍ବେ ଡେଲି ଶୋ ଏବଂ କୋଲବର୍ଟ ରିପୋର୍ଟ ଅନୁସାରେ 1988 ରେ ହେକ୍ ଏବଂ ଜନସନ ଯେତେବେଳେ ୟୁଡବ୍ଲ୍ୟୁରେ ଛାତ୍ର ଥିଲେ, ସେତେବେଳେ ସେମାନେ ଏକ ପ୍ରକାଶନର ପରିକଳ୍ପନା କରିଥିଲେ ଯାହା ଖବର ଏବଂ ଖବର ରିପୋର୍ଟିଂର ବ୍ୟଙ୍ଗାତ୍ମକ ଉପସ୍ଥାପନା ଥିଲା।



[Day6]

English : Since its inception, The Onion has become a veritable news parody empire, with a print edition, a website that drew 5,000,000 unique visitors in the month of October, personal ads, a 24 hour news network, podcasts, and a recently launched world atlas called Our Dumb World.

Odia : ଅକ୍ଟୋବର ମାସରେ ଏକ ୱେବସାଇଟ 5,000,000 ସ୍ଵତନ୍ତ୍ର ପରିଦର୍ଶକ, ବ୍ୟକ୍ତିଗତ ବିଜ୍ଞାପନ, 24 ଘଣ୍ଟିଆ ନିଉଜ ନେଟୱର୍କ, ପୋଡକାଷ୍ଟ ଏବଂ ସଦ୍ୟ ଉନ୍ମୋଚିତ ହୋଇଥିବା ବିଶ୍ଵସ୍ତରୀୟ ଆଟଲାସ ଆମର ମୁକ ଦୁନିଆ ସହ ଏହାର ପ୍ରାରମ୍ଭରୁ, ମୁଦ୍ରିତ ସଂସ୍କରଣ ସହ, ପିଆଜ ଏକ ସତ୍ୟ ସମ୍ବାଦ ପାରୋଡୀ ସାମ୍ରାଜ୍ୟରେ ପରିଣତ ହୋଇଛି।



English : Al Gore and General Tommy Franks casually rattle off their favorite headlines (Gore´s was when The Onion reported he and Tipper were having the best sex of their lives after his 2000 Electoral College defeat).

Odia : ଅଲ ଗୋରେ ଏବଂ ଜେନେରାଲ ଟମି ଫ୍ରାଙ୍କ୍ସ ବେପରୁଆ ଭାବରେ ସେମାନଙ୍କର ପ୍ରିୟ ମୁଖ୍ୟ ସମାଚାରରୁ ଗର୍ଜନ କରିଥିଲେ (ଗୋରେ ସେତେବେଳେ ଥିଲେ ଯେତେବେଳେ ଦ ଓନିଅନ୍ ରିପୋର୍ଟ କରିଥିଲା ଯେ ସେ ଏବଂ ଟିପର୍ ନିଜର 2000 ଇଲେକ୍ଟ୍ରୋଲ୍ କଲେଜ୍ ର ପରାଜୟ ପରେ ସେମାନଙ୍କ ଜୀବନର ସର୍ବୋତ୍ତମ ଯୌନ ସମ୍ପର୍କ ରଖିଥିଲେ)।



English : Many of their writers have gone on to wield great influence on Jon Stewart and Stephen Colbert´s news parody shows.

Odia : ବହୁ ଲେଖକ ଜନ ଷ୍ଟିୱାର୍ଟ ଏବଂ ଷ୍ଟିଫେନ୍ କୋଲବର୍ଟଙ୍କ ଖବରର ବ୍ୟଙ୍ଗାତ୍ମକ ଉପସ୍ଥାପନା ଉପରେ ବ୍ୟାପକ ପ୍ରଭାବ ପକାଇବା ପାଇଁ ଉଦ୍ୟମ କରିଥିଲେ।



English : The artistic event is also part of a campaign by the Bucharest City Hall that seeks to relaunch the image of the Romanian capital as a creative and colourful metropolis.

Odia : ଏହି କଳାତ୍ମକ କାର୍ଯ୍ୟକ୍ରମ, ବୁଖାରେଷ୍ଟ ସିଟି ହଲଙ୍କ ଦ୍ୱାରା କରାଯାଉଥିବା ଅଭିଯାନର ମଧ୍ୟ ଏକ ଅଂଶ ଅଟେ ଯାହା ରୋମାନିଆ ରାଜଧାନୀର ଛବିକୁ ଏକ ସୃଜନଶୀଳ ଏବଂ ରଙ୍ଗୀନ ମହାନଗର ଭାବେ ପୁଣି ପରିଚିତ କରିବା ପାଇଁ ଉଦ୍ଦିଷ୍ଟ।



English : The city will be the first in southeastern Europe to host CowParade, the world´s largest public art event, between June and August this year.

Odia : ଏହି ବର୍ଷ ଜୁନ୍ ଏବଂ ଅଗଷ୍ଟ ମଧ୍ୟରେ ଗଈ ମାନଙ୍କ ପରେଡ୍ ଆୟୋଜନ କରିବାରେ ଏହି ସହର ଦକ୍ଷିଣ-ପୂର୍ବ ୟୁରୋପରେ ପ୍ରଥମ ହେବ, ଯାହା ବିଶ୍ୱର ସବୁଠାରୁ ବଡ଼ ସର୍ବସାଧାରଣ କଳା କାର୍ଯ୍ୟକ୍ରମ ।



English : Today´s announcement also extended the government´s commitment made in March of this year to fund extra carriages.

Odia : ଚଳିତ ବର୍ଷ ମାର୍ଚ୍ଚ ମାସରେ ଅଧିକ ପରିବହନ/ କ୍ୟାରେଜ ପାଇଁ ପାଣ୍ଠି ଯୋଗାଇବାପାଇଁ ସରକାର ନିଜର ପ୍ରତିସୃତି ବଢାଇ ଦେଇଛି।



English : An additional 300 brings the total to 1,300 carriages to be acquired to relieve overcrowding.

Odia : ଅତିରିକ୍ତ 300 କ୍ୟାରେଜ୍‍ ସହିତ, ଭିଡ କମ୍‍ କରିବା ପାଇଁ ଅଧିଗ୍ରହଣ କରାଯିବାକୁ ଥିବା କ୍ୟାରେଜ୍‍ ସଂଖ୍ୟା ସମୁଦାୟ 1300 ରେ ପହଞ୍ଚିଲା।



English : Christopher Garcia, a spokesperson of the Los Angeles Police Department, said the suspected male offender is being investigated for trespassing rather than vandalism.

Odia : ଲସ୍‌ଆଞ୍ଜେଲସ୍‌ର ପୋଲିସ ବିଭାଗର ମୁଖପାତ୍ର ଖ୍ରୀଷ୍ଟୋଫର ଗାର୍ସିଆଙ୍କ କହିବା ଅନୁସାରେ, ସନ୍ଦିଗ୍ଧ ପୁରୁଷ ଅପରାଧୀଙ୍କ ଯାଞ୍ଚ ଗୁଣ୍ଡାଗର୍ଦ୍ଦି ପାଇଁ ନୁହେଁ ବରଂ ଅନଧିକାର ଅନୁପ୍ରବେଶ ପାଇଁ କରାଯାଉଛି।



English : The sign was not physically damaged; the modification was done using black tarpaulins decorated with signs of peace and heart to alter the ¨O¨ to read lowercase ¨e¨.

Odia : ଚିହ୍ନ ଶାରୀରିକ ଭାବେ କ୍ଷତିଗ୍ରସ୍ତ ହୋଇନଥିଲା; କଳା ତାରପ୍ଳିନ ବ୍ୟବହାର କରାଯାଇ ପରିବର୍ତ୍ତନ କରାଯିବା ସହ ଶାନ୍ତି ଏବଂ ହୃଦୟର ଚିହ୍ନରେ ସଜା ଯାଇଥିଲା ଲୋୟର କେସ୍ "ଇ" କୁ "ଓ" କୁ ପଢିବା ନିମନ୍ତେ ପରିବର୍ତ୍ତନ କରଯାଇ।



English : Red tide is caused by a higher than normal concentration of Karenia brevis, a naturally-occurring single-celled marine organism.

Odia : ରେଡ ଟାଇଡ ବା ଲାଲ୍ ରଙ୍ଗର ଜୁଆର ପ୍ରାକୃତିକ ଭାବରେ ଦେଖା ଦେଉଥିବା ଏକ କୋଷୀ ସାମୁଦ୍ରିକ ଜୀବ କାରେନିଆ ବ୍ରେଭିସ୍ ସାନ୍ଧ୍ରତା ସାଧାରଣଠାରୁ ଅଧିକ ରହିବା କାରଣରୁ ହୋଇଥାଏ।



English : Natural factors can intersect to produce ideal conditions, allowing this algae to increase in number dramatically.

Odia : ପ୍ରାକୃତିକ କାରଣ ଗୁଡ଼ିକ, ଏହି ଶାଗ ଗୁଡ଼ିକ ସହ ନାଟକୀୟ ଭାବରେ ସଂଖ୍ୟା ବୃଦ୍ଧି କରିବାକୁ ବିଛେଦ କରି ଆଦର୍ଶ ଅବସ୍ଥା ଉପସ୍ଥାପନ କରିପାରେ।



English : The algae produces a neurotoxin that can disable nerves in both humans and fish.

Odia : ଏହି ଶୈବାଳ ଏକ ନ୍ୟୁରୋଟକ୍ସିନ ତିଆରି କରେ ଯାହା ମଣିଷ ଓ ମାଛ ଉଭୟଙ୍କ ସ୍ନାୟୁଗୁଡ଼ିକୁ ଅକାମୀ କରିଦେଇପାରେ।



English : Fish often die because of the high concentrations of the toxin in the waters.

Odia : ପାଣିରେ ଥିବା ବିଷାକ୍ତ ଦ୍ରବ୍ୟର ପରିମାଣ ଅଧିକ ଥିବାରୁ ମାଛମାନେ ପ୍ରାୟତଃ ମରିଯାନ୍ତି।



English : Humans can be affected by breathing affected water taken into the air by wind and waves.

Odia : ପବନ ଏବଂ ତରଙ୍ଗ ଦ୍ଵାରା ବାୟୁକୁ ନିଆଯାଇଥିବା ଜଳକୁ ନିଶ୍ଵାସ ନେବା ଦ୍ଵାରା ମନୁଷ୍ୟ ପ୍ରଭାବିତ ହୋଇପାରନ୍ତି।



English : At its peak, Tropical Cyclone Gonu, named for a bag of palm leaves in the language of the Maldives, reached sustained winds of 240 kilometers an hour (149 miles per hour) .

Odia : ଘୂର୍ଣ୍ଣଝଡ଼ ଗୋନୁ, ଘଣ୍ଟା ପ୍ରତି 240 କିଲୋମିଟର ବେଗରେ ପବନ ବୋହିଥିଲା (ଘଣ୍ଟା ପ୍ରତି 149 ମାଇଲ୍). ଯାହାକୁ ମାଳଦ୍ୱୀପ ଭାଷା ଅନୁସାରେ ବ୍ୟାଗ ଭର୍ତ୍ତି ଖଜୁରୀ ଗଛର ପତ୍ର ଭାବେ ନାମିତ କରାଯାଇଛି।



English : By early today, winds were around 83 km/h, and it was expect to keep weakening.

Odia : ଆଜି ସକାଳେ, ଘଣ୍ଟା ପ୍ରତି 83 କିମି ବେଗରେ ପବନ ବୋହିଥିଲା ଓ ଆଶା କରାଯାଉଥିଲା ଯେ ଏହା ଧୀରେ ଧୀରେ ଦୁର୍ବଳ ହେବ।



English : On Wednesday, the United States´ National Basketball Association (NBA) suspended its professional basketball season due to concerns regarding COVID-19.

Odia : କୋଭିଡ୍-19 ଜଡିତ ହେବା କାରଣରୁ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାସନାଲ୍ ବାସ୍କେଟ୍ ବଲ୍ ଆସୋସିଏସନ୍ (NBA) ବୁଧବାର ଦିନ ଏହାର ବୃତ୍ତିଗତ ବାସ୍କେଟବଲ୍ ସିଜିନକୁ ସ୍ଥଗିତ ରଖିଛି।



English : The NBA´s decision followed a Utah Jazz player testing positive for the COVID-19 virus.

Odia : ଉତ ଯାଜ୍ ବାଦକ COVID-19 ଜୀବାଣୁ ପାଇଁ ପରୀକ୍ଷା ପଜିଟିଭ୍ ହେବା ପରେ ପରେ NBAର ନିଷ୍ପତ୍ତି ପ୍ରକାଶ ପାଇଲା।



English : ¨Based on this fossil, that means the split is much earlier than has been anticipated by the molecular evidence.

Odia : ଏହି ଜୀବାଶ୍ମ ଆଧାରରେ, ଜଣାଯାଏ ଯେ ନାଭିକୀୟ ପ୍ରମାଣ ଦ୍ୱାରା ଆଶା କରାଯାଉଥିବା ଠାରୁ ଏହି ସ୍ପ୍ଲିଟ୍‍ ଅଧିକ ପୁରାତନ।¨



English : That means everything has to be put back,¨ said researcher at the Rift Valley Research Service in Ethiopia and a co-author of the study, Berhane Asfaw.

Odia : ଅର୍ଥାତ, ଇଥିଓପିଆର ରିଫ୍ଟ ଭେଲି ରିସର୍ଚ୍ଚ ସର୍ଭିସ୍‌ର ଗବେଷକ ଏବଂ ଏହି ଅଧ୍ୟୟନର ସହ ଲେଖକର ବେର୍ହାନେ ଅସଫୋଙ୍କ ଅନୁସାରେ ସବୁକିଛି ପୂର୍ବ ଅବସ୍ଥାକୁ ଫେରାଇବାକୁ ପଡ଼ିବ।



English : Until now, AOL has been able to move and develop the IM market at its own pace, due to its widespread use within the United States.

Odia : ବର୍ତ୍ତମାନ ପର୍ଯ୍ୟନ୍ତ, ଯୁକ୍ତରାଷ୍ଟ୍ରରେ ଏହାର ବ୍ୟାପକ ବ୍ୟବହାର ହେତୁ ଏଓଏଲ୍ ନିଜସ୍ୱ ଧାରାରେ ବଜାରକୁ ଗତି କରାଇବାକୁ ଏବଂ ବିକଶିତ କରିବାକୁ ସକ୍ଷମ ହୋଇଛି।



English : With this arrangement in place, this freedom might end.

Odia : ଏହି ବ୍ୟବସ୍ଥା ଲାଗୁ ହେବା ପରେ, ଏହି ସ୍ଵାଧୀନତା ସମାପ୍ତ ହୋଇଯାଇପାରେ।



English : The number of users of the Yahoo! and Microsoft services combined will rival the number of AOL´s customers.

Odia : Yahoo! ର ଉପଭୋକ୍ତାଙ୍କ ସଂଖ୍ୟା ଏବଂ Microsoft ର ସେବାଗୁଡିକ ମିଳିତ ଭାବରେ AOL ଗ୍ରାହକଙ୍କ ସଂଖ୍ୟା ସହିତ ପ୍ରତିଦ୍ଵନ୍ଦିତା କରିବ।



English : The Northern Rock bank had been nationalised in 2008 following the revelation that the company had received emergency support from the UK Government.

Odia : 2008ରେ ନର୍ଦନ ରକ୍ ବ୍ୟାଙ୍କ୍ ଜାତୀୟକରଣ ହୋଇଥିଲା, ତାହା ପରେ ପରେ ଯୁକ୍ତରାଜ୍ୟ ସରକାରଙ୍କଠାରୁ ଜରୁରୀକାଳୀନ ସହାୟତା ପ୍ରାପ୍ତ କରିଥିଲା।



English : Northern Rock had required support due to its exposure during the subprime mortgage crisis in 2007.

Odia : 2007 ରେ ଉପପ୍ରଧାନ ବନ୍ଧକ ସଙ୍କଟ ସମୟରେ ଏହାର ପ୍ରଦର୍ଶନର କାରଣ ହେତୁ ଉତ୍ତର ଦିଗସ୍ଥ ରକ୍ ସମର୍ଥନ ଆବଶ୍ୟକ କରୁଥିଲା।



[Day7]

English : Sir Richard Branson´s Virgin Group had a bid for the bank rejected prior to the bank's nationalisation.

Odia : ସାର୍ ରିଚାର୍ଡ ବ୍ରାନସନ୍ଙ୍କ ଭର୍ଜିନ୍ ସମୂହ ବ୍ୟାଙ୍କର ରାଷ୍ଟ୍ରୀୟକରଣ ପୂର୍ବରୁ ଅସ୍ଵୀକାର କରାଯାଇଥିବା ବ୍ୟାଙ୍କ୍ ପାଇଁ ବୋଲି ଲଗେଇଥିଲା।



English : In 2010, while nationalised, the current high street bank Northern Rock plc was split from the 'bad bank', Northern Rock (Asset Management).

Odia : 2010ରେ ଜାତୀୟ ବ୍ୟାଙ୍କ ଭାବେ ପରିଚୟ ହାସଲ କରିବା ପରେ, ବର୍ତ୍ତମାନର ଲୋକପ୍ରିୟ ବ୍ୟାଙ୍କ୍ ନର୍ଦନ ରକ୍ ପିଏଲସି ନର୍ଦନ ରକ୍ (ଆସେଟ୍ ପରିଚାଳନା) 'ଏକ ଖରାପ ବ୍ୟାଙ୍କ୍' ଠାରୁ ବିଚ୍ଛିନ୍ନ ହୋଇଥିଲା।



English : Virgin have only purchased the 'good bank' of Northern Rock, not the asset management company.

Odia : ଭର୍ଜିନ୍ କେବଳ ନଦର୍ଣ୍ଣ ରକ୍‌ର କେବଳ 'ଗୁଡ୍ ବ୍ୟାଙ୍କ' କିଣିଛନ୍ତି, ଆସେଟ୍ ମ୍ୟାନେଜମେଣ୍ଟ ବା ସମ୍ପତ୍ତି ପରିଚାଳନା କମ୍ପାନୀ ନୁହେଁ।



English : This is believed to be the fifth time in history that people have observed what turned out to be chemically confirmed martian material falling to Earth.

Odia : ଏହା ବିଶ୍ୱାସ କରାଯାଉଛି ଯେ ଇତିହାସରେ ପଞ୍ଚମ ଥର ପାଇଁ ଲୋକେ ପୃଥିବୀ ଉପରେ ଏପରି ଜିନିଷ ପଡ଼ିବାର ଦେଖୁଛନ୍ତି ଯାହାକି ରାସାୟନିକ ଭାବରେ ମାର୍ସିଆନ୍ ସାମଗ୍ରୀ ବୋଲି ସୁନିଶ୍ଚିତ ହୋଇଛି।



English : Out of the approximately 24,000 known meteorites to have fallen to Earth, only about 34 have been verified to be martian in origin.

Odia : ପୃଥିବୀକୁ ଖସି ପଡିଥିବା ପ୍ରାୟ 24,000 ଜଣାଶୁଣା ଉଲକାପିଣ୍ଡ ମଧ୍ୟରୁ କେବଳ 34 ଟିର ଉତ୍ପତ୍ତି ମଙ୍ଗଳ ଗ୍ରହରୁ ହୋଇଛି ବୋଲି ପୁଷ୍ଟି କରାଯାଇଛି।



English : Fifteen of these rocks are attributed to the meteorite shower last July.

Odia : ଏଥି ମଧ୍ୟରୁ ପନ୍ଦରଟି ଶିଳା ଗତ ଜୁଲାଇରେ ହୋଇଥିବା ଉଲ୍‌କାପାତରୁ ମିଳିଛି।



English : Some of the rocks, which are very rare on Earth, are being sold from US$11,000 to $22,500 per ounce, which is about ten times more than the cost of gold.

Odia : ପୃଥିବୀରେ ଅତ୍ୟନ୍ତ ବିରଳ ପଥର ସୁନା ମୂଲ୍ୟଠାରୁ ଦଶ ଗୁଣ ଅଧିକ ଯଥା 11,000 ରୁ 22,500 ପର୍ଯ୍ୟନ୍ତ ଆମେରିକୀୟ ଡଲାର୍‌ରେ‌ ବିକ୍ରି ହେଉଛି ।



English : Following the race, Keselowski remains the Drivers´ Championship leader with 2,250 points.

Odia : ଏହି ରେସ୍ ଫଳାଫଳ ଅନୁସାରେ, କେସେଲୋସ୍କି 2,250 ପଏଣ୍ଟ ସହ ଡ୍ରାଇଭର୍'ସ୍ ଚମ୍ପିଅନଶିପ୍‌ରେ ଆଗୁଆ ଅଛନ୍ତି।



English : Seven points behind, Johnson is second with 2,243.

Odia : 7 ପଏଣ୍ଟ ପଛରେ, ଜନସନ 2,243 ସହିତ ଦ୍ଵିତୀୟ ସ୍ଥାନରେ ଅଛନ୍ତି।



English : In third, Hamlin is twenty points behind, but five ahead of Bowyer. Kahne and Truex, Jr. are fifth and sixth respectively with 2,220 and 2,207 points.

Odia : ତୃତୀୟରେ, ହମଲିନ୍ କୋଡିଏ ପଏଣ୍ଟ ପଛରେ ଅଛନ୍ତି କିନ୍ତୁ ବୋୟର୍, କାହ୍ନେ ଏବଂ କ୍ରୁକ୍ସଙ୍କଠାରୁ 5 ଆଗରେ ଅଛନ୍ତି। ଯଥାକ୍ରମେ 2,220 ଏବଂ 2,207 ପଏଣ୍ଟ ସହିତ ପଞ୍ଚମ ଓ ଷଷ୍ଠ ସ୍ଥାନରେ ଅଛନ୍ତି।



English : Stewart, Gordon, Kenseth, and Harvick round out the top-ten positions for the Drivers´ Championship with four races remaining in the season.

Odia : ଷ୍ଟିୱର୍ଟ, ଗର୍ଡନ୍, କେନ୍‌ସେଥ୍ ଓ ହାର୍ଭିକ୍ ଡ୍ରାଇଭର୍ ଚମ୍ପିଅନଶିପ୍ ପାଇଁ ଶ୍ରେଷ୍ଠ ଦଶଟି ସ୍ଥାନ ଅଧିକାର କରିଛନ୍ତି ଏବଂ ଚାରୋଟି ବାକି ରଖିଛନ୍ତି।



English : The US Navy also said they were investigating the incident.

Odia : US ନୌସେନା ମଧ୍ୟ ଘଟଣାର ତଦନ୍ତ କରୁଛନ୍ତି ବୋଲି ସେମାନେ କହିଛନ୍ତି।



English : They also said in a statement, ¨The crew is currently working to determine the best method of safely extracting the ship¨.

Odia : ସେମାନଙ୍କର ଗୋଟିଏ ବକ୍ତବ୍ୟ ଅନୁସାରେ, "ଜାହାଜର କର୍ମଚାରୀମାନେ ନିରାପଦ ଭାବରେ ଜାହାଜ ବାହାର କରିବାର ସର୍ବୋତ୍କୃଷ୍ଟ ପ୍ରଣାଳୀ ନିର୍ଦ୍ଧାରଣ ନିମନ୍ତେ କାମ କରୁଛନ୍ତି।"



English : An Avenger class mine countermeasures ship, the ship was on its way to Puerto Princesa in Palawan.

Odia : ଏକ ଆଭେଞ୍ଜର୍ କ୍ଲାସ୍ ଖଣି ଜାହାଜର ବିପଦ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ନିଏ, ଯାହା ଫଳରେ ଜାହାଜଟି ପାଲୱାନରେ ପୁଏର୍ତୋ ପ୍ରିନ୍ସେସା ଅଭିମୁଖେ ଯାଉଥିଲା।



English : It is assigned to the U.S. Navy's Seventh Fleet and based in Sasebo, Nagasaki in Japan.

Odia : ଏହା U.S. ନୌସେନାର ସପ୍ତମ ଫ୍ଲୀଟକୁ ନ୍ୟସ୍ତ କରାଯାଇଛି ଏବଂ ଜାପାନ ର ନାଗାସାକି, ଶାସେବୋ ରେ ଅବସ୍ଥିତ।



English : The Mumbai attackers arrived via boat on Novemeber 26, 2008, bringing with them grenades, automatic weapons and hit multiple targets including the crowded Chhatrapati Shivaji Terminus railway station and the famous Taj Mahal Hotel.

Odia : ମୁମ୍ବାଇ ଆକ୍ରମଣକାରୀମାନେ ନଭେମ୍ବର 26, 2008 ଦିନ ସାଙ୍ଗରେ ଗ୍ରେନେଡ୍‍, ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ନେଇ ଏକ ଡଙ୍ଗାରେ ଆସିଥିଲେ ଏବଂ ଜନଗହଳି ଥିବା ଛତ୍ରପତି ଶିବାଜୀ ଟର୍ମିନସ୍‍ ରେଳ ଷ୍ଟେସନ୍‍ ଓ ପ୍ରସିଦ୍ଧ ତାଜ ମହଲ ହୋଟେଲ ସମେତ ବିଭିନ୍ନ ଲକ୍ଷ୍ୟ ସ୍ଥଳ ଉପରେ ଆକ୍ରମଣ କରିଥିଲେ।



English : David Headley´s scouting and information gathering had helped to enable the operation by the 10 gunmen from the Pakistani militant group Laskhar-e-Taiba.

Odia : ଡେଭିଡ୍ ହେଡ୍‌ଲୀଙ୍କ ସ୍କାଉଟିଙ୍ଗ ଏବଂ ସୂଚନା ସଂଗ୍ରହ, ପାକିସ୍ତାନୀ ସନ୍ତ୍ରାସବାଦୀ ଗୋଷ୍ଠୀ ଲସ୍କର୍-ଏ-ତାଇବାର 10ଜଣ ବନ୍ଧୁକଧାରୀଙ୍କ ଦ୍ୱାରା ହୋଇଥିବା ଅଭିଯାନକୁ ସକ୍ଷମ କରିବାରେ ସାହାଯ୍ୟ କରିଥିଲା।



English : The attack put a huge strain on relations between India and Pakistan.

Odia : ଏହି ଆକ୍ରମଣ ଭାରତ ଓ ପାକିସ୍ଥାନ ମଧ୍ୟରେ ଥିବା ସମ୍ପର୍କକୁ ଅତ୍ୟଧିକ ଆଘାତ ଦେଇଛି।



English : Accompanied by those officials, he assured Texas citizens that steps were being taken to protect the public´s safety.

Odia : ଜନସାଧାରଣଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେହି ଅଧିକାରୀମାନଙ୍କ ସହିତ ସେ ଟେକ୍ସାସର ନାଗରିକମାନଙ୍କୁ ଆଶ୍ୱାସନା ଦେଇଥିଲେ।



English : Perry specifically said, ¨There are few places in the world better equipped to meet the challenge that is posed in this case.¨

Odia : ପେରୀ ନିର୍ଦ୍ଦିଷ୍ଟ ଭାବରେ କହିଛନ୍ତି ଯେ, ¨ଏହି ଘଟଣାରେ ସୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା କରିବା ପାଇଁ ଦୁନିଆରେ ବହୁତ କମ୍ ସାଧନଯୁକ୍ତ ସ୍ଥାନ ଅଛି।¨



English : The governor also stated, ¨Today, we learned that some school aged children have been identified as having had contact with the patient.¨

Odia : ଗଭର୍ନର ଏହା ମଧ୍ୟ କହିଲେ, "ଆଜି ଆମେ ଜାଣିବାକୁ ପାଇଛୁ ଯେ, ରୋଗୀଙ୍କ ସଂସ୍ପର୍ଶରେ କିଛି ସ୍କୁଲ ଯିବା ବୟସର ପିଲା ରହିଥିବାର ଚିହ୍ନଟ କରାଯାଇଛି"।



English : He went on to say, ¨This case is serious. Rest assured that our system is working as well as it should.¨

Odia : ସେ କହିବାକୁ ଗଲା, ¨ଏହି ମାମଲା ଗୁରୁତର। ନିଶ୍ଚିତ ହୁଅନ୍ତୁ ଯେ ଆମର ବ୍ୟବସ୍ଥା ଠିକ ସେହିପରି କାମ କରୁଛି ଯେପରି ଏହା କରିବା ଉଚିତ।¨



English : If confirmed, the find completes Allen´s eight-year search for the Musashi.

Odia : ଯଦି ସୁନିଶ୍ଚିତ ହୁଏ, ମୁସାଶୀ ପାଇଁ ଆଲେନ୍‌ର 8 - ବର୍ଷର ସନ୍ଧାନ ସମ୍ପୂର୍ଣ୍ଣ ହେବ।



English : Following seabed mapping the wreck was found using an ROV.

Odia : ସମୁଦ୍ର ଚଟାଣର ମ୍ୟାପିଂ ପରେ ଏକ ROV ବ୍ୟବହାର କରି ଧ୍ଵଂସାବଶେଷ ମିଳିଲା।



English : One of the world´s richest people, Allen has reportedly invested much of his wealth in marine exploration and began his quest to find the Musashi out of a lifelong interest in the war.

Odia : ବିଶ୍ୱର ଧନାଢ଼୍ୟ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆଲେନ୍, ସାମୁଦ୍ରିକ ଅନ୍ୱେଷଣରେ ଅନେକ ସମ୍ପତ୍ତି ନିବେଶ କରିଥିବା ଏବଂ ଯୁଦ୍ଧରେ ଜୀବନ ତମାମ ଆଗ୍ରହ କାରଣରୁ ମୁସାଶୀଙ୍କୁ ଖୋଜିବା ନିମନ୍ତେ ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି।



[Day8]

English : She gained critical acclaim during her time in Atlanta and was recognized for innovative urban education.

Odia : ସେ ଆଟଲାଣ୍ଟାରେ ଥିବା ସମୟରେ ସମାଲୋଚକମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲେ ଏବଂ ନୂତନ ସହରାଞ୍ଚଳ ଶିକ୍ଷା ପାଇଁ ଖ୍ୟାତି ଲାଭ କରିଥିଲେ।



English : In 2009 she was awarded the title of National Superintendent of the Year.

Odia : 2009 ରେ ତାଙ୍କୁ ବର୍ଷର ରାଷ୍ଟ୍ରୀୟ ଅଧୀକ୍ଷକ ପଦବୀରେ ସମ୍ମାନିତ କରାଯାଇଥିଲା।



English : At the time of the award, Atlanta schools had seen a large improvement on test scores.

Odia : ପୁରସ୍କାର ସମୟରେ ଆଟଲାଣ୍ଟା ବିଦ୍ୟାଳୟଗୁଡ଼ିକ ପରୀକ୍ଷା ସ୍କୋରରେ ଏକ ବଡ଼ ଉନ୍ନତି ଦେଖିଥିଲେ।



English : Shortly after, The Atlanta Journal-Constitution published a report showing problems with test results.

Odia : କିଛି ସମୟ ପରେ, ଆଟଲାଣ୍ଟା ଜର୍ନଲ୍-ସମ୍ବିଧାନ ପରୀକ୍ଷା ଫଳାଫଳ ସହିତ ସମସ୍ୟାଗୁଡ଼ିକୁ ଦେଖାଉଥିବା ଗୋଟିଏ ରିପୋର୍ଟ ପ୍ରକାଶ କଲା।



English : The report showed test scores had increased implausibly fast, and alleged the school internally detected problems but didn´t act on the findings.

Odia : ରିପୋର୍ଟରେ ଦର୍ଶାଯାଇଥିଲା ଯେ ପରୀକ୍ଷା ସ୍କୋରଗୁଡ଼ିକ ଅବିଶ୍ୱାସ୍ୟ ଭାବରେ ଶୀଘ୍ର ବୃଦ୍ଧି ପାଇଛି ଏବଂ ଅଭିଯୋଗ କରାଯାଇଥିଲା ଯେ ଆଭ୍ୟନ୍ତରୀଣ ଅନୁସନ୍ଧାନରୁ ବିଦ୍ୟାଳୟ ଏହି ସମସ୍ୟା ବିଷୟରେ ଜାଣିଥିଲା କିନ୍ତୁ ସେଥିପାଇଁ ପଦକ୍ଷେପ ନେଇନଥିଲା।



English : Evidence thereafter indicated test papers were tampered with Hall, along with 34 other education officials, was indicted in 2013.

Odia : ତାହା ପରେ ମିଳିଥିବା ପ୍ରମାଣ ଦର୍ଶାଇଥିଲା ଯେ ପରୀକ୍ଷା ଖାତାଗୁଡ଼ିକରେ ହେରଫେର କରାଯାଇଥିଲା, ଯେଉଁଥିରେ ହଲ୍ ଓ ତାଙ୍କ ସହିତ 34 ଜଣ ଅନ୍ୟାନ୍ୟ ଶିକ୍ଷା ଅଧିକାରୀଙ୍କୁ 2013 ରେ ଅଭିଯୁକ୍ତ କରାଯାଇଥିଲା।



English : The Irish government is stressing the urgency of parliamentary legislation to rectify the situation.

Odia : ଆଇରିଶ୍ ସରକାର ପରିସ୍ଥିତିକୁ ସୁଧାରିବା ପାଇଁ ସାଂସଦୀୟ ଆଇନର ତତ୍ପରତା ଉପରେ ଜୋର ଦେଉଛନ୍ତି।



English : ¨It is now important from both a public health and criminal justice perspective that the legislation be enacted as soon as possible¨, said a government spokesperson.

Odia : ଜଣେ ସରକାରୀ ମୁଖପାତ୍ରଙ୍କ କହିବା ଅନୁଯାୟୀ, ¨ଏହି ଆଇନ, ଉଭୟ ଜନସ୍ୱାସ୍ଥ୍ୟ ଓ ଅପରାଧିକ ନ୍ୟାୟ ଦୃଷ୍ଟିକୋଣରୁ ଯଥାଶୀଘ୍ର ସମ୍ଭବ ଲାଗୁ ହେବା ଅତ୍ୟାବଶ୍ୟକ।¨



English : The Health Minister expressed concern both for the welfare of individuals taking advantage of the temporary legality of the substances involved, and for drug-related convictions handed down since the now-unconstitutional changes came into effect.

Odia : ଅନ୍ତର୍ଭୁକ୍ତ ଥିବା ଉପାଦାନର ସାମୟିକ ବୈଧତାର ସୁଯୋଗ ନେଇ ବ୍ୟକ୍ତିବିଶେଷଙ୍କ କଲ୍ୟାଣ ଏବଂ ସମ୍ପ୍ରତି ଅଣସାମ୍ବିଧାନିକ ପରିବର୍ତ୍ତନ ପ୍ରଭାବଶାଳୀ ହେବା ପରଠାରୁ ନିଶା ଔଷଧ ସମ୍ବନ୍ଧିତ ଅପରାଧ ପ୍ରମାଣିତ ହୋଇନପାରିବାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିଛନ୍ତି।



English : Jarque was practicing during pre-season training at Coverciano in Italy earlier in the day. He was staying in the team hotel ahead of a match planned for Sunday against Bolonia.

Odia : ସେହି ଦିନ ସକାଳୁ ଜାର୍କ, ଇଟାଲୀ ସ୍ଥିତ କୋଭର୍ସିଆନୋରେ ପ୍ରି-ସିଜନ୍ ତାଲିମରେ ଅଭ୍ୟାସ କରୁଥିଲେ। ରବିବାରକୁ ସେ ବୋଲୋନିଆ ବିପକ୍ଷରେ ଯୋଜନାବଦ୍ଧ ମ୍ୟାଚ୍ ପୂର୍ବରୁ ଦଳୀୟ ହୋଟେଲରେ ରହୁଥିଲେ।



English : He was staying in the team hotel ahead of a match planned for Sunday against Bolonia.

Odia : ବୋଲୋନିଆ ବିପକ୍ଷରେ ରବିବାର ଦିନ ହେବାକୁ ଥିବା ଏକ ମ୍ୟାଚ୍‍ ପୂର୍ବରୁ ସେ ଟିମ୍‍ ହୋଟେଲରେ ରହୁଥିଲେ।



English : The bus was headed to Six Flags St. Louis in Missouri for the band to play to a sold-out crowd.

Odia : ବସ୍‌ଟି, ସମସ୍ତ ଟିକେଟ୍ ବିକ୍ରି ହୋଇଥିବା ଜନତାଙ୍କ ପାଇଁ ପ୍ରଦର୍ଶନ କରିବାକୁ ମିସୋରୀର ସିକ୍ସ ଫ୍ଲାଗ୍ସ ସେଣ୍ଟ୍ ଲୁଇସ୍ ଅଭିମୁଖେ ଯାତ୍ରା କରିଥିଲା।



English : At 1:15 a.m. Saturday, according to witnesses, the bus was going through a green light when the car made a turn in front of it.

Odia : ସାକ୍ଷୀମାନଙ୍କ ଅନୁସାରେ, ଶନିବାର ରାତି 1: 15 ରେ ବସ୍ ସେହି ସମୟରେ ସବୁଜ ଲାଇଟ୍ ଦେଇ ପାରି ହେଉଥିଲା ଯେତେବେଳେ କାରଟି ଏହା ଆଗରେ ମୋଡ କରିଥିଲା ।



English : As of the night of August 9, the eye of Morakot was about seventy kilometres away from the Chinese province of Fujian.

Odia : ଅଗଷ୍ଟ 9 ରାତି ସୁଧା, ଚାଇନା ର ଫୁଜିଆନ ପ୍ରଦେଶଠାରୁ ମୋରାକୋଟ ଆଖି ପ୍ରାୟ ସତୁରୀ କିଲୋମିଟର ଥିଲା।



English : The typhoon is estimated to be moving toward China at eleven kph.

Odia : ତୋଫାନ ଏଗାର କିଲୋମିଟର ପ୍ରତି ଘଣ୍ଟା ବେଗରେ ଚୀନ୍ ଆଡକୁ ଗତି କରିବ ବୋଲି ଅନୁମାନ କରାଯାଇଛି।



English : Passengers were given water as they waited in 90(F)-degree heat.

Odia : ଯାତ୍ରୀମାନେ 90(F)-ଡିଗ୍ରୀ ଉତ୍ତାପରେ ଅପେକ୍ଷା କରିଥିବାରୁ ସେମାନଙ୍କୁ ପାଣି ଦିଆଯାଇଥିଲା।



English : Fire captain Scott Kouns said, ¨It was a hot day in the Santa Clara with temperatures in the 90s.

Odia : ଦମକଳ ବାହିନୀର କପ୍ତାନ ସ୍କଟ୍‍ କାଉନ୍ସ କହିଲେ, ¨90 ରୁ ଅଧିକ ତାପମାତ୍ରା ସହିତ ଏହା ସାଣ୍ଟାକ୍ଲାରାରେ ଏକ ଉତ୍ତପ୍ତ ଦିନ ଥିଲା।



English : Any length of time trapped on a roller coaster would be uncomfortable, to say the least, and it took at least an hour to get the first person off the ride.¨

Odia : ଏକ ରୋଲର କୋଷ୍ଟରରେ ଫସି ରହିଥିବା ଯେକୌଣସି ଲମ୍ବକୁ ଅତି କମରେ କହିବା ଅସହଜ ହେବ ଏବଂ ପ୍ରଥମେ ବ୍ୟକ୍ତିଙ୍କୁ ଗାଡ଼ିରୁ ଓହ୍ଲାଇବାକୁ ଅତି କମରେ ଏକ ଘଣ୍ଟା ସମୟ ଲାଗିଥିଲା।



English : Schumacher who retired in 2006 after winning the Formula 1 championship seven times, was due to replace the injured Felipe Massa.

Odia : ଆହତ ଫେଲିପ୍ ମାସାଙ୍କ ବଦଳରେ, ସାତଥର ଫର୍ମୁଲା 1 ଚମ୍ପିଆନଶିପ୍ ଜିତି 2006ରେ ଅବସର ଗ୍ରହଣ କରିଥିବା ସୁମେକର୍ ଯୋଗ ଦେଇଥା'ନ୍ତେ।



English : The Brazilian suffered a serious head injury after a crash during the 2009 Hungarian Grand Prix.

Odia : 2009 ହଙ୍ଗେରିଅନ୍ ଗ୍ରାଣ୍ଡ ପ୍ରିକ୍ସ ବେଳେ ଗୋଟିଏ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ସେହି ବ୍ରାଜିଲୀୟଙ୍କ ମୁଣ୍ଡରେ ଗଭୀର ଆଘାତ ପ୍ରାପ୍ତ ହୋଇଥିଲା।



English : Massa is due to be out for at least the rest of the 2009 season.

Odia : ଅବଶିଷ୍ଟ 2009 ସିଜିନ୍ ପାଇଁ ମାସା ଉନ୍ମୁକ୍ତ ହେବାକୁ ଯାଉଛି।



English : Arias tested positive for a mild case of the virus, Presidential Minister Rodrigo Arias said.

Odia : ରାଷ୍ଟ୍ରପତିଙ୍କ ମନ୍ତ୍ରୀ ରୋଡ୍ରିଗୋ ଆରିଆସ୍‍ କହିଲେ ଯେ ଆରିଆସ୍‍ ଉକ୍ତ ଭାଇରସ୍‍ ଦ୍ୱାରା ସାମାନ୍ୟ ଭାବରେ ସଂକ୍ରମିତ ହୋଇଥିବା କଥା ପରୀକ୍ଷଣରୁ ଜଣା ପଡିଛି।



English : The president´s condition is stable, though he will be isolated at home for several days.

Odia : ରାଷ୍ଟ୍ରପତିଙ୍କ ଅବସ୍ଥା ସ୍ଥିର, ଯଦିଓ ସେ ଅନେକ ଦିନ ଘରେ ଅଲଗା ରହିବେ।



English : ¨Apart from the fever and a sore throat, I feel well and in good shape to carry out my work by telecommuting.

Odia : ଜ୍ୱର ଏବଂ ଗଳା ଯନ୍ତ୍ରଣା ଅତିରିକ୍ତ ମୁଁ ଭଲ ଭାବରେ ଏବଂ ଉତ୍ତମ ସ୍ଥିତିରେ ଟେଲିକମ୍ୟୁଟିଙ୍ଗ୍ କରି ନିଜର କାମକୁ ପୂରଣ କରୁଛି।¨



English : I expect to return to all my duties on Monday,¨ Arias said in a statement.

Odia : ସୋମବାର ମୋର ସମସ୍ତ କାର୍ଯ୍ୟକୁ ଫେରିବା ପାଇଁ ମୁଁ ଆଶା କରୁଛି," ଆରିଅସ୍ ଏକ ବିବୃତିରେ କହିଛନ୍ତି।



[Day9]

English : Felicia, once a Category 4 storm on the Saffir-Simpson Hurricane Scale, weakened to a tropical depression before dissipating Tuesday.

Odia : ଫେଲିସିଆ, ଥରେ ସାଫିର-ସିମ୍ପସନ୍ ହରିକେନ ସ୍କେଲରେ ଏକ ଶ୍ରେଣୀ 4 ଝଡ, ମଙ୍ଗଳବାର ଦିନ ବିସ୍ତାର ହେବା ପୂର୍ବରୁ ଟ୍ରପିକାଲ୍ ଡିପ୍ରେସନରେ ଦୁର୍ବଳ ହୋଇଯାଇଥିଲା।



English : Its remnants produced showers across most of the islands, though as of yet, no damage or flooding has been reported.

Odia : ଦୁର୍ବଳ ହୋଇଯାଇଥିବା ଏହି ବାତ୍ୟା କାରଣରୁ ଦ୍ୱୀପପୁଞ୍ଜର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିଲା, ହେଲେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି କିମ୍ବା ବନ୍ୟା ବିଷୟରେ ସୂଚନା ମିଳିନାହିଁ।



English : The precipitation, reaching 6.34 inches at a gauge on Oahu, was described as ¨beneficial¨.

Odia : ଓଆହୁ ଠାରେ ଏକ ମାପକରେ 6.34 ଇଞ୍ଚ ପର୍ଯ୍ୟନ୍ତ ପହଞ୍ଚିଥିବା ଏହି ବର୍ଷାକୁ ¨ଲାଭଜନକ¨ ଭାବରେ ବର୍ଣ୍ଣନା କରାଯାଇଥିଲା।



English : Some of the rainfall was accompanied by thunderstorms and frequent lightning.

Odia : କେତେକ ସ୍ଥାନରେ ବୃଷ୍ଟିପାତ ସହିତ ଘଡ଼ଘଡ଼ି ଓ ବାରମ୍ବାର ବିଜୁଳି ମାରିବା ଦେଖାଯାଇଥିଲା।



English : The Twin Otter had been trying to land at Kokoda yesterday as Airlines PNG Flight CG4684, but had aborted once already.

Odia : ଟ୍ୱିନ୍ ଓଟର୍ ଗତକାଲି ଏୟାରଲାଇନ୍ସ ପିଏନଜି ଫ୍ଲାଇଟ୍ ସିଜି4684 ଭାବରେ କୋକୋଡାଠାରେ ଅବତରଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଏହା ପୂର୍ବରୁ ଥରେ ଛାଡ଼ି ଦେଇଥିଲା।



English : About ten minutes before it was due to land from its second approach it disapeared.

Odia : ଏହା, ନିଜ ଅବତରଣର ଦ୍ୱିତୀୟ ପ୍ରୟାସର ପ୍ରାୟ ଦଶ ମିନିଟ୍ ପୂର୍ବରୁ ଅଦୃଶ୍ୟ ହୋଇଗଲା|



English : The crash site was located today and is so inaccessable that two policemen were dropped into the jungle in order to hike to the scene and seek survivors.

Odia : ଦୁର୍ଘଟଣାଗ୍ରସ୍ତ ସ୍ଥାନଟିକୁ ଆଜି ଠାବ କରାଯାଇଛି ଏବଂ ତାହା ଏତେ ଦୁର୍ଗମ ଥିଲା ଯେ, ସେଠାକୁ ଯାଇ ବଞ୍ଚିଥିବା ଲୋକଙ୍କୁ ଖୋଜିବା ପାଇଁ ଦୁଇଜଣ ପୋଲିସଙ୍କୁ ଜଙ୍ଗଲରେ ଏୟାର୍‌ଡ୍ରପ୍‌ କରାଗଲା।



English : The search had been hampered by the same bad weather that had caused the aborted landing.

Odia : ସେହି ଖରାପ ପାଣିପାଗ କାରଣରୁ ଖୋଜାଖୋଜିରେ ବାଧା ସୃଷ୍ଟି ହୋଇଥିଲା, ଆଉ ଲେଣ୍ଡିଙ୍ଗ ମଧ୍ୟ କରାଯାଇପାରିଲା ନାହିଁ।



English : According to reports, an apartment on Macbeth Street exploded due to a gas leak.

Odia : ମିଳିଥିବା ସୂଚନା ଅନୁଯାୟୀ, ମେକବେଥ୍ ମାର୍ଗରେ ଥିବା ଏକ ଆପାର୍ଟମେଣ୍ଟରେ ଗ୍ୟାସ୍ ଲିକ୍ କାରଣରୁ ବିସ୍ଫୋରଣ ହୋଇଥିଲା।



English : An official with the gas company was reporting to the scene after a neighbor called about a gas leak.

Odia : ଜଣେ ପ୍ରତିବେଶୀ ଏକ ଗ୍ୟାସ୍ ଲିକ୍ ବିଷୟରେ ସୂଚନା ଦେବା ପରେ ଗ୍ୟାସ୍ କମ୍ପାନୀର ଜଣେ ଅଧିକାରୀ ଘଟଣାସ୍ଥଳକୁ ଯାଇଥିଲେ।



English : When the official arrived, the apartment exploded.

Odia : ଯେତେବେଳେ ଅଧିକାରୀ ପହଞ୍ଚିଲେ, ସେତେବେଳେ ଆପାର୍ଟମେଣ୍ଟ ବିସ୍ଫୋରଣ ହେଲା।



English : No major injuries were reported, but at least five people on scene at the time of the explosion were treated for symptoms of shock.

Odia : କୌଣସି ବଡ଼ ଧରଣର ଆଘାତ ରିପୋର୍ଟ କରାଯାଇନଥିଲା, କିନ୍ତୁ ବିସ୍ଫୋରଣ ସମୟରେ ଘଟଣାସ୍ଥଳରେ ଥିବା ଅତି କମରେ ପାଞ୍ଚ ଜଣ ଲୋକଙ୍କୁ ପ୍ରବଳ ମାନସିକ ଆଘାତ ସମ୍ବନ୍ଧିତ ଲକ୍ଷଣ ପାଇଁ ଚିକିତ୍ସା କରାଯାଇଥିଲା।



English : No one was inside the apartment.

Odia : ଆପାର୍ଟମେଣ୍ଟ ଭିତରେ କେହି 1 ଜଣ ନଥିଲେ।



English : At the time, nearly 100 residents were evacuated from the area.

Odia : ସେହି ସମୟରେ ପାଖାପାଖି 100ଜଣ ନିବାସୀଙ୍କୁ ସେହି କ୍ଷେତ୍ରରୁ ସ୍ଥାନାନ୍ତରିତ କରାଯାଇଥିଲା ।



English : Both golf and rugby are set to return to the Olympic Games.

Odia : ଉଭୟ ଗଲ୍ଫ ଏବଂ ରଗବୀ ଖେଳ ଅଲମ୍ପିକ୍ କ୍ରୀଡ଼ାକୁ ପ୍ରତ୍ଯାବର୍ତ୍ତନ କରିବାକୁ ଯାଉଛି।



English : The International Olympic Committee voted to include the sports at its executive board meeting in Berlin today. Rugby, specifically rugby union, and golf were selected over five other sports to be considered to participate in the Olympics.

Odia : ଆଜି ବର୍ଲିନରେ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଏହାର କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକରେ ଏହି କ୍ରୀଡାଗୁଡ଼ିକୁ ଅନ୍ତର୍ଭୁକ୍ତ କରିବାକୁ ଭୋଟ୍ ଦେଇଛି। ଅଲିମ୍ପିକ୍ସରେ ଅଂଶଗ୍ରହଣ ପାଇଁ ବିଚାରାଧୀନ ଅନ୍ୟ ପାଞ୍ଚଟି କ୍ରୀଡା ଠାରୁ ରଗବୀ, ସ୍ୱତନ୍ତ୍ର ଭାବରେ ରଗବୀ ୟୁନିଅନ୍ ଏବଂ ଗଲ୍ଫକୁ ଚୟନ କରାଯାଇଥିଲା।



English : Squash, karate and roller sports tried to get onto the Olympic program as well as baseball and softball, which were voted out of the Olympic Games in 2005.

Odia : ଅଲିମ୍ପିକ୍ କାର୍ଯ୍ୟକ୍ରମରେ ସ୍କ୍ୱାସ୍, କରାଟେ ଏବଂ ରୋଲର୍ ସ୍ପୋର୍ଟସ୍ ସହିତ 2005ରେ ଅଲିମ୍ପିକ୍ ଗେମ୍ସରେ ନିର୍ବାଚିତ ହୋଇନଥିବା ବେସବଲ୍ ଏବଂ ସଫ୍ଟବଲ୍ ସାମିଲ ହେବାକୁ ଚେଷ୍ଟା କରିଥିଲେ।



English : The vote must still be ratified by the full IOC at it´s October meeting in Copenhagen.

Odia : କମ୍ପେନହଗରେ ଅକ୍ଟୋବରରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ସମ୍ପୂର୍ଣ୍ଣ IOC ଦ୍ଵାରା ଏବେ ବି ଭୋଟର ଅନୁମୋଦନ ଆବଶ୍ୟକତା ଅଛି।



English : Not all were supportive of the inclusion of the women's ranks.

Odia : ମହିଳାମାନଙ୍କର ପଦର ଅନ୍ତର୍ଭୁକ୍ତିକୁ ସମସ୍ତଙ୍କର ସହମତି ମିଳିନଥିଲା।



English : 2004 Olympic silver medallist Amir Khan said, ¨Deep down I think women shouldn't fight. That's my opinion.¨

Odia : 2004 ଅଲିମ୍ପିକ୍ ର ରୌପ୍ୟ ପଦକ ବିଜେତା ଆମୀର ଖାନ୍ କହିଛନ୍ତି, ¨ମୁଁ ଭାବୁଛି ମହିଳାମାନେ ଯୁଦ୍ଧ କରିବା ଉଚିତ୍ ନୁହେଁ । ଏହା ମୋର ମତ ।¨



English : Despite his comments he said he will be supporting the British competitors at the 2012 Olympics being held in London.

Odia : ତାଙ୍କର ମନ୍ତବ୍ୟ ସତ୍ତ୍ୱେ, ସେ ଲଣ୍ଡନରେ ଆୟୋଜିତ 2012 ଅଲିମ୍ପିକ୍ସରେ ବ୍ରିଟିଶ ପ୍ରତିଯୋଗୀମାନଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି ।



English : The trial took place at Birmingham Crown Court and concluded on August 3.

Odia : ଏହି ବିଚାର ବର୍ମିଂହାମ୍‍ କ୍ରାଉନ‍ କୋର୍ଟରେ ଅନୁଷ୍ଠିତ ହୋଇ ଅଗଷ୍ଟ 3 ତାରିଖରେ ଶେଷ ହେଲା।



English : The presenter, who was arrested at the scene, denied the attack and claimed he used the pole to protect himself from bottles being thrown at him by up to thirty people.

Odia : ପ୍ରସ୍ତୁତକର୍ତ୍ତା, ଯିଏ କି ଘଟଣାସ୍ଥଳରେ ଗିରଫ ହୋଇଥିଲେ, ଏହି ଆକ୍ରମଣକୁ ଅସ୍ଵୀକାର କରିବା ସହିତ 30 ଜଣ ଲୋକ ତାଙ୍କ ଉପରକୁ ବୋତଲ ଫିଙ୍ଗିବାରୁ ନିଜକୁ ରକ୍ଷା କରିବା ପାଇଁ ଖୁମ୍ବ କୁ ବ୍ୟବହାର କରିଥିବା କଥା କହିଥିଲେ।



English : Blake was also convicted of attempting to pervert the course of justice.

Odia : ବ୍ଲେକ୍ ମଧ୍ୟ ନ୍ୟାୟ ପଥକୁ ବିକୃତ କରିବାକୁ ଚେଷ୍ଟା କରି ଦୋଷୀ ସାବ୍ୟସ୍ତ ହୋଇଥିଲେ ।



English : The judge told Blake it was ¨almost inevitable¨ he was going to be sent to jail.

Odia : ତାଙ୍କୁ ଜେଲକୁ ପଠାଯିବା ¨ପ୍ରାୟ ଅନିବାର୍ଯ୍ୟ¨ ବୋଲି ଜଜ୍ ବ୍ଲେକ କୁ କହିଥିଲେ।



[Day10]

English : Dark energy is a completely invisible force that is constantly acting upon the universe.

Odia : 'ଡାର୍କ ଏନର୍ଜି', ଏକ ସଂପୂର୍ଣ୍ଣ ଅଦୃଶ୍ୟ ଶକ୍ତି ଯାହା ସବୁବେଳେ ବ୍ରହ୍ମାଣ୍ଡରେ କାର୍ଯ୍ୟ କରୁଛି ।



English : Its existence is known only because of its effects on the expansion of the universe.

Odia : ଏହାର ଅସ୍ତିତ୍ୱ କେବଳ ବ୍ରହ୍ମାଣ୍ଡର ବିସ୍ତାର ଉପରେ ଏହାର ପ୍ରଭାବ ହେତୁ ଜଣାଶୁଣା।



English : Scientists have discovered landforms littered across the moon´s surface called lobate scarps that have apparently resulted from the moon´s shrinking very slowly.

Odia : ବୈଜ୍ଞାନିକମାନେ ସମଗ୍ର ଚନ୍ଦ୍ର ପୃଷ୍ଠରେ ବିକ୍ଷିପ୍ତ ହୋଇ ରହିଥିବା ଲୋବେଟ୍ ସ୍କାର୍ପସ୍ ନାମକ ଏକ ଲ୍ୟାଣ୍ଡଫର୍ମ ଆବିଷ୍କାର କରିଛନ୍ତି ଯାହା ଚନ୍ଦ୍ର ଧୀରେ ଧୀରେ ସଙ୍କୁଚିତ ହେବାରୁ ଦୃଶ୍ୟମାନ ହୋଇଛି ।



English : These scarps were found all over the moon and appear to be minimally weathered, indicating that the geologic events that created them were fairly recent.

Odia : ଏହି ସ୍କାର୍ପଗୁଡିକ ସମଗ୍ର ଚନ୍ଦ୍ରରେ ଦେଖିବାକୁ ମିଳିଥିଲା ​​ଏବଂ ଜଲବାୟୁ ଦ୍ୱାରା ସାମାନ୍ୟ ପ୍ରଭାବିତ ହୋଇଥିବା ପରି ଦେଖାଯାଉଥିଲା, ଯାହା ସୂଚାଇ ଦେଇଛି ଯେ ସେଗୁଡିକୁ ଉତ୍ପନ୍ନ କରିଥିବା ଭୌଗୋଳିକ ଘଟଣାଗୁଡ଼ିକଅତି ନିକଟରେ ଘଟିଛି।



English : This theory contradicts the claim that the moon is completely devoid of geologic activity.

Odia : ଏହି ତତ୍ତ୍ୱ ଚନ୍ଦ୍ରରେ ଭୂତାତ୍ତ୍ୱିକ କାର୍ଯ୍ୟକଳାପ ବିଲକୁଲ ନାହିଁ ବୋଲି ଦାବିକୁ ଅସ୍ୱୀକାର କରେ ।



English : The man allegedly drove a three-wheeled vehicle armed with explosives into a crowd.

Odia : ଏହି ବ୍ୟକ୍ତି ଜଣକ ବିସ୍ଫୋରକ ସାମଗ୍ରୀରେ ସଜ୍ଜିତ ଏକ ତିନି-ଚକ ବିଶିଷ୍ଟ ଯାନକୁ ଭିଡ଼ ଭିତରକୁ ଚାଳନା କରି ନେଇଥିବା ଅଭିଯୋଗ ହୋଇଛି ।



English : The man suspected of detonating the bomb was detained, after sustaining injuries from the blast.

Odia : ସନ୍ଦିଗ୍ଧ ବୋମା ବିସ୍ଫୋରଣକାରୀ ପୁରୁଷ ଲୋକଟିକୁ, ବିସ୍ଫୋରଣରେ ଆହତ ହେବା ପରେ ଅଟକ ରଖାଯାଇଥିଲା।



English : His name is still unknown to authorities, although they do know he is a member of the Uighur ethnic group.

Odia : ଯଦିଓ ସେମାନେ ଜାଣନ୍ତି ଯେ ସେ ଉଇଘୁର ଜାତୀୟ ସମୂହର ସଦସ୍ୟ ଅଟନ୍ତି ତାଙ୍କ ନାମ ବର୍ତ୍ତମାନ ପର୍ଯ୍ୟନ୍ତ କର୍ତ୍ତୃପକ୍ଷଙ୍କୁ ଅଜଣା ଅଛି।



English : Nadia, born on September 17, 2007, by Cesarean section at a maternity clinic in Aleisk, Russia, weighed in at a massive 17 pounds 1 ounce.

Odia : ସେପ୍ଟେମ୍ବର 17, 2007ରେ ଋଷିଆର ଆଲେଇସ୍କର ଏକ ମାଟର୍ନିଟି କ୍ଲିନିକରେ ସିଜରିଆନ୍ ସେକ୍ସନ୍ ଦ୍ୱାରା ଜନ୍ମ ହୋଇଥିବା ନାଦିଆଙ୍କର ଓଜନ ବେଶ୍ ଅଧିକ 17 ପାଉଣ୍ଡ 1 ଆଉନ୍ସ ଥିଲା।



English : ¨We were all simply in shock,¨ the mother stated.

Odia : ମା କହିଛନ୍ତି ଯେ, ¨ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ।¨



English : When asked what the father said, she answered ¨He couldn´t say a thing - he just stood there blinking.¨

Odia : ବାପା କ'ଣ କହିଛନ୍ତି ବୋଲି ପଚାରିବାରୁ ଝିଅଟି ଉତ୍ତର ଦେଲା, "ସେ କିଛି କହିପାରିଲେ ନାହିଁ - ସେ କେବଳ ଆଖି ମିଟିମିଟି କରି ସେଠାରେ ଛିଡ଼ା ହୋଇଥିଲେ।¨



English : ¨It´s going to behave like water. It´s transparent just the way water is.

Odia : ଏହା ଜଳ ପରି ଆଚରଣ କରିବ। ଏହା ଠିକ୍‍ ଜଳ ପରି ସ୍ୱଚ୍ଛ।



English : So if you were standing by the shoreline, you would be able to see down to whatever pebbles or gunk that was on the bottom.

Odia : ତେଣୁ ଯଦି ଆପଣ ସମୁଦ୍ର କୂଳରେ ଛିଡା ହୋଇଥିବେ, ତେବେ ଆପଣ ତଳେ ଥିବା କୌଣସି ପଥର କିମ୍ବା ମଇଳା ଦେଖିପାରିବେ।



English : As far as we know, there is only one planetary body that displays more dynamism than Titan, and its name is Earth,¨ added Stofan.

Odia : ଷ୍ଟୋଫାନ୍ କହିଛନ୍ତି, ଯେତେ ସମ୍ଭବ ଆମେ ଜାଣିଛୁ, କେବଳ ଗୋଟିଏ ଗ୍ରହ ଯାହା ଟାଇଟନ୍ ଅପେକ୍ଷା ଅଧିକ ତତ୍ପରତା ପ୍ରଦର୍ଶନ କରେ ଏବଂ ଏହାର ନାମ ପୃଥିବୀ ଅଟେ ।



English : The issue started on January 1st when dozens of local residents started complaining to the Obanazawa Post Office that they hadn´t received their traditional and regular New Year cards.

Odia : ସମସ୍ୟାଟି ଜାନୁୟାରୀ 1 ତାରିଖରୁ ଆରମ୍ଭ ହୋଇଥିଲା, ଯେତେବେଳେ କେତେ ଡଜନ୍ ସ୍ଥାନୀୟ ନିବାସୀ ସେମାନଙ୍କର ପାରମ୍ପରିକ ତଥା ନିୟମିତ ନବବର୍ଷର କାର୍ଡ ପାଇନାହାଁନ୍ତି ବୋଲି ଓବାନାଜାୱା ଡାକ କାର୍ଯ୍ୟାଳୟରେ ଅଭିଯୋଗ କରିବା ଆରମ୍ଭ କରିଥିଲେ।



English : Yesterday, the post office released their apology to citizens and the media after discovering that the boy had hidden more than 600 postal documents, including 429 New Year postcards, which weren´t delivered to their intended recipients.

Odia : ଗତକାଲି, ଜଣେ ବାଳକ ଉଦ୍ଦିଷ୍ଟ ପ୍ରାପକଙ୍କ ନିକଟରେ ପହଞ୍ଚା ନଯାଇ 600 ଡାକ ଦଲିଲ୍ ତଥା 429 ନୂଆ ବର୍ଷ ପୋଷ୍ଟ କାର୍ଡ ଲୁଚାଇ ରଖିଥିବାର ଜଣାପଡ଼ିବା ପରେ ନାଗରିକ ତଥା ଗଣମାଧ୍ୟମ ଉଦ୍ଦେଶ୍ୟରେ ଡାକଘର କ୍ଷମା ପ୍ରାର୍ଥନା ପ୍ରକାଶ କରିଥିଲା।



English : The unmanned lunar orbiter Chandrayaan-1 ejected its Moon Impact Probe (MIP), which hurtled across the surface of the Moon at 1.5 kilometres per second (3000 miles per hour), and successfully crash landed near the Moon´s south pole.

Odia : ମାନବବିହୀନ ଚନ୍ଦ୍ର ପ୍ରଦକ୍ଷିଣକାରୀ ଚନ୍ଦ୍ରଯାନ -1 ଏହାର ମୁନ୍ ଇମ୍ପାକ୍ଟ ପ୍ରୋବ (MIP)କୁ ଛାଡ଼ିଛି, ଯାହା ଚନ୍ଦ୍ର ପୃଷ୍ଠ ଉପର ଦେଇ ସେକେଣ୍ଡକୁ 1.5 କିଲୋମିଟର (ଘଣ୍ଟା ପ୍ରତି 3000 ମାଇଲ)ର ତୀବ୍ର ବେଗରେ ଯାଇ ସଫଳତାର ସହିତ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ କ୍ରାସ୍ ଲ୍ୟାଣ୍ଡ କରିଛି।



English : Besides carrying three important scientific instruments, the lunar probe also carried the image of the Indian national flag, painted on all sides.

Odia : ତିନୋଟି ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ଯନ୍ତ୍ର ବହନ କରିବା ସହିତ, ଲୁନାର୍ ପ୍ରୋବ୍‌ରେ ସବୁ ପାର୍ଶ୍ୱରେ ଚିତ୍ରିତ କରାଯାଇଥିବା ଭାରତୀୟ ଜାତୀୟ ପତାକାର ଛବି ମଧ୍ୟ ଥିଲା।



English : ¨Thanks for those who supported a convict like me,¨ Siriporn was quoted as saying at a press conference.

Odia : ଏକ ସାମ୍ବାଦିକ ସମ୍ମିଳନୀରେ ସିରିପର୍ନ କହିଛନ୍ତି ଯେ, ¨ଯେଉଁମାନେ ମୋ ଭଳି ଜଣେ ଦୋଷୀଙ୍କୁ ସମର୍ଥନ କରିଥିଲେ ସେହି ଲୋକମାନଙ୍କୁ ଧନ୍ୟବାଦ।¨



English : ¨Some may not agree but I don´t care.

Odia : କିଛି ବ୍ୟକ୍ତି ରାଜି ହୋଇନପାରନ୍ତି କିନ୍ତୁ ମୋର ସେଥିରେ ଧ୍ୟାନ ନାହିଁ ।



English : I am happy that there are people willing to support me.

Odia : ମୁଁ ଖୁସି ଯେ ମୋତେ ସମର୍ଥନ କରିବାକୁ ଇଚ୍ଛା କରୁଥିବା ଲୋକ ଅଛନ୍ତି।



English : Since Pakistani independence from British rule in 1947, the Pakistani President has appointed ¨Political Agents¨ to govern FATA, who exercise near-complete autonomous control over the areas.

Odia : 1947 ମସିହାରେ ବ୍ରିଟିଶ ଶାସନରୁ ପାକିସ୍ତାନର ସ୍ୱାଧିନତା ପରଠାରୁ ପାକିସ୍ତାନୀ ରାଷ୍ଟ୍ରପତି ଏଫଏଟିଏ ଶାସନ କରିବାକୁ ¨ରାଜନୈତିକ ଏଜେଣ୍ଟ¨ମାନଙ୍କୁ ନିଯୁକ୍ତ କରିଥିଲେ, ଯେଉଁମାନେ ଏହି ଅଞ୍ଚଳଗୁଡିକ ଉପରେ ପ୍ରାୟ-ସମ୍ପୂର୍ଣ୍ଣ ସ୍ୱୟଂଶାସିତ ନିୟନ୍ତ୍ରଣ ପ୍ରୟୋଗ କରିଥାନ୍ତି।



English : These agents are responsible for providing government and judicial services under Article 247 of the Pakistani Constitution.

Odia : ଏହି ଏଜେଣ୍ଟମାନେ ପାକିସ୍ଥାନୀ ସମ୍ବିଧାନର ଧାରା 247 ଅଧୀନରେ ଆସୁଥିବା ସରକାରୀ ଓ ନ୍ୟାୟିକ ସେବାଗୁଡ଼ିକ ଯୋଗାଇ ଦେବା ପାଇଁ ଦାୟୀ।



English : A hostel collapsed in Mecca, the holy city of Islam at about 10 o´clock this morning local time.

Odia : ଆଜି ସକାଳେ ସ୍ଥାନୀୟ ସମୟ ପ୍ରାୟ 10ଟା ବେଳେ ଇସଲାମ ଧର୍ମର ପବିତ୍ର ସହର ମକ୍‌କାରେ ଏକ ହଷ୍ଟେଲ ଭୁଶୁଡି ପଡ଼ିଛି।



English : The building housed a number of pilgrims who came to visit the holy city at the eve of hajj pilgrimage.

Odia : ଏହି କୋଠାରେ ଅନେକ ତୀର୍ଥଯାତ୍ରୀ ରହିଥିଲେ ଯେଉଁମାନେ ହଜ୍ ଯାତ୍ରା ଅବସରରେ ପବିତ୍ର ସହର ପରିଦର୍ଶନ ପାଇଁ ଆସିଥିଲେ।



[Day11]

English : The hostel´s guests were mostly citizens of the United Arab Emirates.

Odia : ହଷ୍ଟେଲର ଅତିଥିମାନେ ଅଧିକାଂଶ ସଂଯୁକ୍ତ ଆରବ ଏମିରେଟ୍ସର ନାଗରିକ ଥିଲେ ।



English : The death toll is at least 15, a figure which is expected to rise.

Odia : ମୃତ୍ୟୁ ସଂଖ୍ୟା ଅତି କମରେ 15, ଏପରି ଏକ ସଂଖ୍ୟା ଯାହା ବୃଦ୍ଧି ବୋଲି ଅନୁମାନ କରାଯାଉଛି ।



English : Leonov, also known as ¨cosmonaut No. 11¨, was part of the Soviet Union´s original team of cosmonauts.

Odia : ମହାକାଶଚାରୀ ନଂ. 11 ଭାବରେ ମଧ୍ୟ ପରିଚିତ ଲିଓନୋଭ୍, ସୋଭିଏତ୍ ୟୁନିଅନର ମୂଳ ମହାକାଶଚାରୀ ଦଳର ଅଂଶ ଥିଲେ।



English : On March 18, 1965, he performed the first manned extravehicular activity (EVA), or ¨spacewalk¨, remaining alone outside the spacecraft for just over twelve minutes.

Odia : ମାର୍ଚ୍ଚ 18, 1965ରେ, ସେ ପ୍ରଥମ ମାନବଚାଳିତ ଅତିରିକ୍ତଯାନ କାର୍ଯ୍ୟକଳାପ (ଇଭିଏ) କିମ୍ବା ¨ସ୍ପେସୱାକ୍¨ କରିଥିଲେ, ଯେଉଁଥିରେ ସେ ମହାକାଶଯାନ ବାହାରେ କେବଳ ବାର ମିନିଟ୍ ପାଇଁ ଏକାକୀ ରହିଥିଲେ ।



English : He received the ¨Hero of the Soviet Union¨, the Soviet Union´s highest honor, for his work.

Odia : ସେ ତାଙ୍କ କାର୍ଯ୍ୟ ପାଇଁ ସୋଭିଏତ୍ ୟୁନିଅନ୍‌ର ସର୍ବୋଚ୍ଚ ¨ହିରୋ ଅଫ୍ ସୋଭିଏତ୍ ୟୁନିଅନ୍¨ ସମ୍ମାନ ପାଇଥିଲେ।



English : Ten years later, he led the Soviet part of the Apollo–Soyuz mission symbolizing that the Space Race was over.

Odia : ଦଶ ବର୍ଷ ପରେ, ସେ ଆପୋଲୋ-ସୋୟୁଜ୍ ମିଶନ୍‌ର ସୋଭିଏତ୍ ଭାଗର ନେତୃତ୍ୱ ନେଇଥିଲେ, ଯାହା ଅନ୍ତରୀକ୍ଷ ଦୌଡ଼ର ସମାପ୍ତିକୁ ସୂଚାଉଥିଲା।



English : She said, ¨There is no intelligence to suggest that an attack is expected imminently.

Odia : ସେ କହିଛନ୍ତି, "ଆକ୍ରମଣ ହେବାର ଆଶଙ୍କା ଅଛି, ଏହା ବିଚାର କରିବାରେ କୌଣସି ବୁଦ୍ଧିମତା ନାହିଁ।



English : However, the reduction of the threat level to severe does not mean the overall threat has gone away.¨

Odia : ଅବଶ୍ୟ, ବିପଦ ସ୍ତର ଗୁରୁତରକୁ ହ୍ରାସ ହେବାର ଅର୍ଥ ନୁହେଁ ଯେ ବିପଦ ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯାଇଛି।"



English : While authorities are unsure of the credibility of the threat, the Maryland Transportaion Authority made the closure with the urging of the FBI.

Odia : ଏହି ଧମକର ବିଶ୍ୱସନୀୟତା ବିଷୟରେ ଅଧିକାରୀମାନେ ଅନିଶ୍ଚିତ ଥିବାବେଳେ ମେରିଲ୍ୟାଣ୍ଡ ପରିବହନ ପ୍ରାଧିକରଣ FBI ର ଅନୁରୋଧ କ୍ରମେ ଏହାକୁ ବନ୍ଦ କରିଦେଇଛି।



English : Dump trucks were used to block tube entrances and assistance of 80 police were on hand to direct motorists to detours.

Odia : ଟ୍ୟୁବ୍ ପ୍ରବେଶ ପଥକୁ ଅବରୋଧ କରିବା ପାଇଁ ଡମ୍ପ ଟ୍ରକଗୁଡ଼ିକୁ ବ୍ୟବହାର କରାଯାଇଥିଲା ଏବଂ ମୋଟର ଚାଳକମାନଙ୍କୁ ରାସ୍ତା ବଦଳାଇବାକୁ ନିର୍ଦ୍ଦେଶ ଦେବା ପାଇଁ 80 ଜଣ ପୋଲିସ କର୍ମୀଙ୍କର ସହାୟତା ନିଆଯାଇଥିଲା।



English : There were no heavy traffic delays reported on the beltway, the city´s alternate route.

Odia : ସହରର ବିକଳ୍ପ ମାର୍ଗ ବେଲ୍ଟୱେରେ, କୌଣସି ଭାରି ଯାତାୟାତର ବିଳମ୍ବ ବିଷୟ ରିପୋର୍ଟ ହୋଇନଥିଲା।



English : Nigeria previously announced it planned to join the AfCFTA in the week leading up to the summit.

Odia : ଶିଖର ସମ୍ମିଳନୀକୁ ଏକ ସପ୍ତାହ ଥିବା ସମୟରେ ନାଇଜେରିଆ ଏଏଫସିଏଫଟିଏ ରେ ଯୋଗଦେବାକୁ ଯୋଜନା କରିଥିବା ବିଷୟ ପୂର୍ବରୁ ଘୋଷଣା କରିଥିଲା।



English : AU trade and industry commissioner Albert Muchanga announced Benin was to join.

Odia : ବେନିନ୍ ଯୋଗ ଦେବ ବୋଲି AU ବାଣିଜ୍ୟ ଏବଂ ଉଦ୍ୟୋଗ କମିଶନର ଆଲବର୍ଟ ମୁଚାଙ୍ଗା ଘୋଷଣା କରିଛନ୍ତି।



English : The commissioner said, ¨We haven´t yet agreed on rules of origin and tariff con[c]essions, but the framework we have is enough to start trading on July 1, 2020¨.

Odia : କମିଶନର କହିଲେ ଯେ, ¨ଆମେ ଏପର୍ଯ୍ୟନ୍ତ ଉତ୍ପତ୍ତି ନିୟମ ଏବଂ ଟ୍ରାଫିକ ରିହାତି ନିୟମ ଉପରେ ସହମତ ହୋଇ ନାହୁଁ, କିନ୍ତୁ ଜୁଲାଇ 1, 2020 ରେ ବାଣିଜ୍ୟ ଆରମ୍ଭ କରିବା ପାଇଁ ଆମ ପାଖରେ ଥିବା ଢାଞ୍ଚା ଯଥେଷ୍ଟ ଅଟେ¨।



English : The station maintained its attitude, despite the loss of a gyroscope earlier in the space station mission, until the end of the spacewalk.

Odia : ସ୍ପେସ୍ ଷ୍ଟେସନ୍ ମିଶନରେ ପୂର୍ବରୁ ଗୋଟିଏ ଜାଇରୋସ୍କୋପ୍ ନଷ୍ଟ ହୋଇଥିଲେ ମଧ୍ୟ, ସ୍ପେସ ୱାକ ଶେଷ ହେବା ପର୍ଯ୍ୟନ୍ତ ଷ୍ଟେସନ ଏହାର ମନୋଭାବ ବଜାୟ ରଖିଥିଲା।



English : Chiao and Sharipov reported being a safe distance from the attitude adjustment thrusters.

Odia : ଚିଆଓ ଏବଂ ଶାରିପୋଭ୍ ଆଟିଟ୍ୟୁଡ ଆଡଜଷ୍ଟମେଣ୍ଟ୍ ଥ୍ରଷ୍ଟରଗୁଡିକଠାରୁ ଏକ ସୁରକ୍ଷିତ ଦୂରତାରେ ଥିଲେ ବୋଲି ଜଣାଇଥିଲେ।



English : Russian ground control activated the jets and normal attitude of the station was regained.

Odia : ଋଷୀୟ ଗ୍ରାଉଣ୍ଡ କଣ୍ଟ୍ରୋଲ୍ ଜେଟଗୁଡ଼ିକୁ ସକ୍ରିୟ କରିଥିଲେ ​​ଏବଂ ଷ୍ଟେସନ୍ ଏହାର ସାଧାରଣ ସ୍ଥିତି ଫେରି ପାଇଥିଲା।



English : The case was prosecuted in Virginia because it is the home to the leading internet service provider AOL, the company who instigated the charges.

Odia : ଏହି ଅଭିଯୋଗ ଆଣିଥିବା ଅଗ୍ରଣୀ ଇଣ୍ଟରନେଟ୍‍ ସେବା ପ୍ରଦାନକାରୀ କମ୍ପାନୀ AOL ଭର୍ଜିନିଆର ହୋଇଥିବାରୁ ସେହି ମାମଲାର ବିଚାର ଭର୍ଜିନିଆରେ ହେଲା।



English : This is the first time a conviction has been gained using the legislation enacted in 2003 to curb bulk e-mail, aka spam, from unsolicited distribution into users mailboxes.

Odia : ଅବାଞ୍ଛିତ ଉତ୍ସରୁ ୟୁଜରଙ୍କ ମେଲବକ୍ସଗୁଡ଼ିକୁ ଆସୁଥିବା ଅତ୍ୟଧିକ ଇ-ମେଲ୍ ବା ସ୍ପାମକୁ ରୋକିବା ପାଇଁ 2003ରେ ଲାଗୁ କରାଯାଇଥିବା ନିୟମକୁ ବ୍ୟବହାର କରି କାହାକୁ ଦୋଷୀ ସାବ୍ୟସ୍ତ କରାଯିବାରେ ଏହା ପ୍ରଥମ ଥର ଅଟେ।



English : 21-year-old Jesus joined Manchester City last year in January 2017 from Brazilian club Palmeiras for a reported fee of £27 million.

Odia : 21 ବର୍ଷୀୟ ଜିସସ୍ ଗତ ବର୍ଷ ଜାନୁଆରୀ 2017 ରେ ବ୍ରାଜିଲର କ୍ଲବ ପାଲମେରାସରୁ £27 ନିୟୁତ ଦେୟ ସହିତ ମାଞ୍ଚେଷ୍ଟର ସିଟିରେ ଯୋଗ ଦେଇଥିଲେ।



English : Since then, the Brazilian has featured in 53 matches for the club in all competitions and has scored 24 goals.

Odia : ସେବେଠାରୁ, ଏହି ବ୍ରାଜିଲୀୟ ଖେଳାଳି ସମସ୍ତ ପ୍ରତିଯୋଗିତାରେ କ୍ଲବ୍ ପାଇଁ 53ଟି ମ୍ୟାଚ୍ ଖେଳି 24ଟି ଗୋଲ୍ ଦେଇଛନ୍ତି।



English : Dr. Lee also expressed his concern about reports that children in Turkey have now become infected with the A(H5N1) avian influenza virus without becoming ill.

Odia : ଡାକ୍ତର ଲି ମଧ୍ୟ ସେହି ରିପୋର୍ଟ ବିଷୟରେ ଉଦବେଗ ପ୍ରକାଶ କରିଥିଲେ କି ତୁର୍କୀରେ ଶିଶୁମାନେ ବର୍ତ୍ତମାନ ଅସୁସ୍ଥ ନ ହୋଇ A(H5N1) ଏଭିଆନ୍ ଇନଫ୍ଲୁଏଞ୍ଜା ଭୂତାଣୁରେ ସଂକ୍ରମିତ ହୋଇଗଲେ।



English : Some studies suggest that the disease must become less lethal before it can cause a global epidemic, he noted.

Odia : ସେ ଉଲ୍ଲେଖ କରିଥିଲେ, କେତେକ ଅଧ୍ୟୟନରୁ ଜଣାପଡିଛି ଯେ ଏହି ରୋଗ ବିଶ୍ଵରେ ମହାମାରୀ ସୃଷ୍ଟି ହେବା ପୂର୍ବରୁ ଏହା କମ ମାରାତ୍ମକ ହେବ।



English : There is concern that patients may continue to infect more people by going through their daily routines if the flu symptoms remain mild.

Odia : ଯଦି ଫ୍ଲୁର ଲକ୍ଷଣ ସାମାନ୍ୟ ରୁହେ, ତେବେ ରୋଗୀମାନେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକଳାପ ଜାରି ରଖି ଅଧିକ ଲୋକଙ୍କୁ ସଂକ୍ରମିତ କରିପାରନ୍ତି ବୋଲି ଚିନ୍ତା ବ୍ୟକ୍ତ କରାଯାଉଛି।



English : Leslie Aun, a spokesperson for the Komen Foundation, said the organization adopted a new rule that does not allow grants or funding to be awarded to organizations that are under legal investigation.

Odia : କୋମେନ୍‍ ଫାଉଣ୍ଡେସନର ମୁଖପାତ୍ର, ଲେସଲି ଔନ୍‍, କହିଲେ ଯେ ଅନୁଷ୍ଠାନ ଏକ ନୂଆ ନିୟମ ଅନୁସରଣ କରିଛି ଯାହା ଆଇନଗତ ଅନୁସନ୍ଧାନ ଅନ୍ତର୍ଭୁକ୍ତ ଥିବା ଅନୁଷ୍ଠାନଗୁଡ଼ିକୁ ଅନୁଦାନ କିମ୍ବା ପାଣ୍ଠି ଦିଆଯିବାକୁ ଅନୁମତି ଦିଏନାହିଁ।



[Day12]

English : Komen´s policy disqualified Planned Parenthood due to a pending investigation on how Planned Parenthood spends and reports its money that is being conducted by Representative Cliff Stearns.

Odia : ରିପ୍ରେଜେଣ୍ଟେଟିଭ କ୍ଲିଫ୍ ଷ୍ଟର୍ନସଙ୍କ ଦ୍ଵାରା ପରିଚାଳିତ ହାଓ ପ୍ଲାନଡ୍ ପ୍ୟାରେଣ୍ଟହୁଡ ଏହାର ଅର୍ଥ ଖର୍ଚ୍ଚ କରେ ଏବଂ ରିପୋର୍ଟ କରେ, ତାହା ଉପରେ ଅନୁସନ୍ଧାନ ବିଚାରାଧୀନ ଥିବା ହେତୁ କୋମେନଙ୍କ ନୀତି ପ୍ଲାନଡ ପ୍ୟାରେଣ୍ଟହୁଡକୁ ଅଯୋଗ୍ୟ ଘୋଷଣା କରିଛି।



English : Stearns is investigating whether taxes are used to fund abortions through Planned Parenthood in his role as chairman of the Oversight and Investigations Subcommittee, which is under the umbrella of the House Energy and Commerce Committee.

Odia : ହାଉସ ଏନର୍ଜି ଆଣ୍ଡ କମର୍ସ କମିଟି ଅଧୀନରେ ଥିବା ଓଭରସାଇଟ୍ ଆଣ୍ଡ ଇନଭେଷ୍ଟିଗେସନ୍ସ ସବକମିଟିର ଅଧ୍ୟକ୍ଷ ଭାବରେ ଷ୍ଟର୍ନସ ରହିଥିବା ସମୟରେ ପ୍ଲାନଡ୍ ପ୍ୟାରେଣ୍ଟହୁଡ୍ ମାଧ୍ୟମରେ ଗର୍ଭପାତ ପାଇଁ କର ଅର୍ଥ ପ୍ରଦାନ କରାଯାଇ କି ନାହିଁ ତାହା ଅନୁସନ୍ଧାନ କରୁଛନ୍ତି।



English : Former Massachusetts governor Mitt Romney won the Florida Republican Party presidential primary election on Tuesday with over 46 percent of the vote.

Odia : ମଙ୍ଗଳବାର ଦିନ ଫ୍ଲୋରିଡା ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାଥମିକ ନିର୍ବାଚନରେ 46 ପ୍ରତିଶତରୁ ଅଧିକ ଭୋଟ୍ ପାଇ ମାସାଚୁସେଟ୍ସର ପୂର୍ବତନ ଗଭର୍ଣ୍ଣର ମିଟ୍ ରୋମନୀ ବିଜୟ ହାସଲ କରିଛନ୍ତି।



English : Former U.S. Speaker of the House Newt Gingrich came in second with 32 percent.

Odia : ଗୃହର ପ୍ରାକ୍ତନ U.S. ବାଚସ୍ପତି ନ୍ୟୁଟ୍ ଜିଙ୍ଗ୍ରିଚ୍ 32 ଶତକଡ଼ା ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି।



English : As a winner-takes-all state, Florida awarded all fifty of its delegates to Romney, pushing him ahead as the front-runner for the Republican Party nomination.

Odia : ବିଜେତା ସବୁ ପାଇବା ଭଳି ସ୍ଥିତିରେ, ଫ୍ଲୋରିଡା ରୋମନିଙ୍କୁ ପଠାଇଥିବା ଏହାର ସମସ୍ତ ପଚାଶ ପ୍ରତିନିଧିଙ୍କୁ ପୁରସ୍କୃତ କରି, ରିପବ୍ଲିକାନ୍ ପାର୍ଟି ନାମାଙ୍କନ ପାଇଁ ଆଗ ଧାଡିରେ ଥିବା ଅନ୍ୟମାନଙ୍କୁ ପଛରେ ପକାଇ ଆଗକୁ ନେଇଯାଇଥିଲେ।



English : Organisers of the protest said about 100,000 people turned up in German cities such as Berlin, Cologne, Hamburg, and Hanover.

Odia : ଏହି ବିରୋଧ ପ୍ରଦର୍ଶନର ଆୟୋଜକମାନେ କହିଛନ୍ତି ଯେ ଜର୍ମାନୀର ବିଭିନ୍ନ ସ୍ଥାନ ଯଥା ବର୍ଲିନ୍‍, କଲୋନ୍‍, ହମବର୍ଗ ଓ ହାନୋଭର ଆଦି ସ୍ଥାନରେ ପ୍ରାୟ 100,000 ଲୋକ ଏକତ୍ରିତ ହୋଇଥିଲେ।



English : In Berlin, police estimated 6,500 protestors.

Odia : ବର୍ଲିନରେ ପୁଲିସ 6,500 ଆନ୍ଦୋଲୋନକାରୀ ଆକଳନ କରିଥିଲା।



English : Protests also took place in Paris, Sofia in Bulgaria, Vilnius in Lithuania, Valetta in Malta, Tallinn in Estonia, and Edinburgh and Glasgow in Scotland.

Odia : ପ୍ୟାରିସ, ବୁଲଗେରିଆର ସୋଫିଆ, ଲିଥୁଆନିଆର ଭିଲନିୟସ୍, ମାଲଟାର ଭାଲେଟା, ଇସ୍ତୋନିଆର ଟଲିନ୍ ଏବଂ ସ୍କଟଲ୍ୟାଣ୍ଡର ଏଡିନବର୍ଗ ଏବଂ ଗ୍ଲାସଗୋରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।



English : In London, about 200 people protested outside some major copyright holders´ offices.

Odia : ଲଣ୍ଡନ ରେ, ପ୍ରାୟ 200 ଲୋକ କିଛି ପ୍ରମୁଖ କପି ରାଇଟ ଧାରକଙ୍କ କାର୍ଯ୍ୟଳୟ ବାହାରେ ଆନ୍ଦୋଳନ କରିଥିଲେ।



English : Last month, there were major protests in Poland when that country signed ACTA, which has led to the Polish government deciding not to ratify the agreement, for now.

Odia : ଗତ ମାସରେ, ପୋଲାଣ୍ଡରେ ଏକ ପ୍ରମୁଖ ବିରୋଧ ହୋଇଥିଲା, ଯେତେବେଳେ ସେହି ଦେଶ ACTA ଦସ୍ତଖତ କରିଥିଲା, ଯାହା ଯୋଗୁଁ ପୋଲାଣ୍ଡ ସରକାର ଏବେ ପାଇଁ ଏହି ଚୁକ୍ତିନାମା ପୁଷ୍ଟି ନକରିବାକୁ ନିର୍ଣ୍ଣୟ ନେଇଛନ୍ତି।



English : Latvia and Slovakia have both delayed the process of joining ACTA.

Odia : ଲାଟଭିଆ ଏବଂ ସ୍ଲୋଭାକିଆ ଉଭୟ ACTAରେ ଯୋଗ ଦେବା ପ୍ରକ୍ରିୟାରେ ବିଳମ୍ବ କରିଛନ୍ତି।



English : Animal Liberation and the Royal Society for the Prevention of Cruelty to Animals (RSPCA) are again calling for the mandatory installation of CCTV cameras in all Australian abattoirs.

Odia : ପଶୁ ମୁକ୍ତି ତଥା ପଶୁମାନଙ୍କ ପ୍ରତି କ୍ରୁରତା ପ୍ରତିରୋଧ ନିମନ୍ତେ ରାଜକୀୟ ସମାଜ (RSPCA) ପୁଣିଥରେ ସମସ୍ତ ଅଷ୍ଟ୍ରେଲୀୟ କଂସେଇଖାନାରେ CCTV କ୍ୟାମେରା ଲଗାଇବାକୁ ବାଧ୍ୟତାମୂଳକ କରିଛି।



English : RSPCA New South Wales chief inspector David O´Shannessy told the ABC that surveillance and inspections of abattoirs should be commonplace in Australia.

Odia : RSPCA ନ୍ୟୁ ସାଉଥ୍‍ ୱେଲ୍ସ ଚିଫ୍‍ ଇନ୍ସପେକ୍ଟର୍‍ ଡେଭିଡ୍‍ ଓ´ ଶାନେସୀ ABCକୁ କହିଲେ ଯେ ଅଷ୍ଟ୍ରେଲିଆରେ ବହୁଳ ଭାବରେ କଂସେଇଖାନାଗୁଡ଼ିକର ନିରୀକ୍ଷଣ ଓ ଯାଞ୍ଚ କରାଯିବା ଆବଶ୍ୟକ।



English : ¨The CCTV would certainly send a strong signal to those people working with animals that their welfare is of the highest priority.¨

Odia : ଜୀବଜନ୍ତୁଙ୍କ ମଙ୍ଗଳକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ବୋଲି ତାଙ୍କ ସହ କାମ କରୁଥିବା ଲୋକମାନଙ୍କୁ CCTV ନିଶ୍ଚିତ ଭାବରେ ଏକ ଦୃଢ ସଂକେତ ଦେବ।



English : The United States Geological Survey international earthquake map showed no earthquakes in Iceland in the week prior.

Odia : ଯୁକ୍ତ ରାଜ୍ୟର ଜିଓଲଜିକାଲ ସର୍ଭେ ଆନ୍ତର୍ଜାତୀୟ ଭୂମିକମ୍ପ ମାନଚିତ୍ରରେ ଏକ ସପ୍ତାହ ପୂର୍ବରୁ ଆଇଲ୍ୟାଣ୍ଡରେ କୌଣସି ଭୂମିକମ୍ପ ଦେଖାଇ ନଥିଲା।



English : The Icelandic Meteorological Office also reported no earthquake activity in the Hekla area in the past 48 hours.

Odia : ଗତ 48 ଘଣ୍ଟା ଭିତରେ ଆଇସଲ୍ୟାଣ୍ଡର ପାଣିପାଗ କାର୍ଯ୍ୟାଳୟ ମଧ୍ୟ ହେକଲା ଅଞ୍ଚଳରେ କୌଣସି ଭୂମିକମ୍ପର ସୂଚନା ଦେଇନାହିଁ।



English : The significant earthquake activity resulting in the phase change had took place on March 10 on the northeast side of the volcano´s summit caldera.

Odia : ପର୍ଯ୍ୟାୟ ପରିବର୍ତ୍ତନର ପରିଣାମ ସ୍ୱରୂପ ଭୂମିକମ୍ପ ର ମହତ୍ଵପୁର୍ଣ ଗତିବିଧି ମାର୍ଚ୍ଚ 10 କୁ ଜ୍ୱାଳାମୁଖୀର ଶିଖର କୁଣ୍ଡର ଉତ୍ତର-ପୂର୍ବ ଭାଗରେ ହୋଇଥିଲା।



English : Dark clouds unrelated to any volcanic activity were reported at the base of the mountain.

Odia : କୌଣସି ଆଗ୍ନେୟଗିରି କାର୍ଯ୍ୟକଳାପ ସହିତ ସମ୍ପୃକ୍ତ ଅନ୍ଧକାର ମେଘ ପର୍ବତ ଆଧାରରେ ରିପୋର୍ଟ କରାଯାଇଥିଲା।



English : The clouds presented the potential for confusion as to whether an actual eruption had taken place.

Odia : ଏହି ମେଘ ପ୍ରକୃତରେ ଏକ ଉଦଗୀରଣ ଘଟିଥିଲା କି ନା ସନ୍ଦେହର କାରଣ ହୋଇଥିଲା।



English : The Luno had 120–160 cubic metres of fuel aboard when it broke down and high winds and waves pushed it into the breakwater.

Odia : ଲୁନୋ ଯେତେବେଳେ ଭାଙ୍ଗିଥିଲା ଏବଂ ପ୍ରବଳ ପବନ ଓ ବାୟୁ ଏହାକୁ ଆବଦ୍ଧ ଜଳ ମଧ୍ୟକୁ ଠେଲି ନେଇଥିଲା ଏଥିରେ 120-160 ଘନ ମିଟର ଇନ୍ଧନ ଥିଲା।



English : Helicopters rescued the twelve crewmembers and the only injury was a broken nose.

Odia : ହେଲିକପ୍ଟରଗୁଡିକ ବାର ଜଣ କ୍ରୁସଦସ୍ୟଙ୍କୁ ଉଦ୍ଧାର କରିଥିଲେ ଏବଂ କେବଳ ଜଣେ ନାକ ଫାଟି ଆହତ ହୋଇଥିଲେ।



English : The 100-metre ship was en route to pick up its usual fertiliser cargo and initially officials feared the vessel could spill a load.

Odia : 100-ମିଟର ଜାହାଜକୁ ନିଜର ସାମାନ୍ୟ ଉର୍ବରକ କାର୍ଗୋ କୁ ନେବା ପାଇଁ ମାର୍ଗ ଦିଆଯାଇଥିଲା ଏବଂ ଆରମ୍ଭରେ ଜାହାଜଟି ଭାରି ପଡିଯିବା ପାଇଁ ଅଧିକାରୀମାନେ ଭୟ କରୁଥିଲେ।



English : The proposed amendment already passed both houses in 2011.

Odia : ପ୍ରସ୍ତାବିତ ସଂଶୋଧନଟି ପୂର୍ବରୁ 2011ରେ ଉଭୟ ଗୃହରେ ଗୃହୀତ ହୋଇସାରିଛି।



English : A change was made this legislative session when the second sentence was deleted first by the House of Representatives and then was passed in a similar form by the Senate Monday.

Odia : ଯେତେବେଳେ ପ୍ରଥମେ ହାଉସ୍‍ ଅଫ୍‍ ରିପ୍ରେଜେଣ୍ଟେଟିଭ୍‍ ଦ୍ୱିତୀୟ ବାକ୍ୟକୁ କାଟି ଦେଲେ, ସେତେବେଳେ ଆଇନ ପ୍ରଣୟନ ସଭାର ଏହି ଅଧିବେଶନରେ ଏଥିରେ ଏକ ପରିବର୍ତ୍ତନ କରାଯାଇଥିଲା ଏବଂ ତା'ପରେ ସୋମବାରରେ ତାହା ସେହି ଭଳି ରୂପରେ ସିନେଟରେ ଗୃହୀତ ହୋଇଥିଲା।



English : The failure of the second sentence, which proposes to ban same-sex civil unions, could possibly open the door for civil unions in the future.

Odia : ଦ୍ଵିତୀୟ ବାକ୍ୟର ବିଫଳତା, ଯାହାକି ସମ-ଲିଙ୍ଗୀ ନାଗରିକ ସଂଘ ଉପରେ ପ୍ରତିବନ୍ଧ ଲଗାଇବାକୁ ପ୍ରସ୍ତାବ ଦେଇଛି, ସମ୍ଭବତଃ ତାହା ଭବିଷ୍ୟତରେ ନାଗରିକ ସଂଘ ପାଇଁ ମାର୍ଗ ଖୋଲିପାରେ।



[Day13]

English : Following the process, HJR-3 will be reviewed again by the next elected legislature in either 2015 or 2016 to remain in process.

Odia : ଏହି ପ୍ରକ୍ରିୟା ପରେ, HJR-3କୁ ପ୍ରକ୍ରିୟାରେ ରହିବା ପାଇଁ 2015 କିମ୍ବା 2016 ରେ ପରବର୍ତ୍ତୀ ନିର୍ବାଚିତ ବିଧାନସଭା ପ୍ରତିନିଧିଙ୍କ ଦ୍ୱାରା ପୁନର୍ବାର ସମୀକ୍ଷା କରାଯିବ।



English : Vautier´s achievements outside of directing include a hunger strike in 1973 against what he viewed as political censorship.

Odia : ନିର୍ଦ୍ଦେଶନା ବାହାରେ ଭାଉଟିୟରଙ୍କ ସଫଳତା 1973 ରେ ଏକ ରାଜନୈତିକ ସେନ୍ସରସିପ୍ ବୋଲି ସେ କହିଥଲେ।



English : French law was changed. His activism went back to age 15 when he joined the French Resistance during World War II.

Odia : ଫରାସୀ ଆଇନ ବଦଳିଯାଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ, ଫରାସୀ ପ୍ରତିରୋଧରେ ସେ ଯୋଗ ଦେଇଥିବାବେଳେ ତାଙ୍କର ସକ୍ରିୟତା 15 ବର୍ଷ ତଳକୁ ଫେରିଆସିଥିଲା ।



English : He documented himself in a 1998 book.

Odia : 1998 ରେ ଏକ ପୁସ୍ତକରେ ସେ ନିଜକୁ ପ୍ରଲେଖିତ କରିଥିଲେ।



English : In the 1960s he headed back to newly-independent Algeria to teach film directing.

Odia : 1960 ଦଶକରେ ସେ ଚଳଚିତ୍ର ନିର୍ଦ୍ଦେଶନା ଶିକ୍ଷା ଦେବାପାଇଁ ନୂତନ-ଭାବେ-ସ୍ଵାଧୀନତା ଲାଭ କରିଥିବା ଆଲଜେରିଆକୁ ଫେରିଥିଲେ।



English : Japanese judoka Hitoshi Saito, winner of two Olympic gold medals, has died at the age of 54.

Odia : ଦୁଇଟି ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଜାପାନୀ ଜୁଡୋକା ହିତୋସି ସାଇତୋଙ୍କର ୫୪ବର୍ଷ ବୟସରେ ଦେହାନ୍ତ ହୋଇଛି ।



English : The cause of death was announced as intrahepatic bile duct cancer.

Odia : ଇଣ୍ଟ୍ରାହେପାଟିକ୍ ବାଇଲ ଡକ୍ଟ କ୍ୟାନ୍ସର୍ କାରଣରୁ ମୃତ୍ୟୁ ହୋଇଛି ବୋଲି ଘୋଷଣା କରାଯାଇଥିଲା।



English : He died in Osaka on Tuesday.

Odia : ମଙ୍ଗଳବାର ଦିନ ସେ ଓସାକାରେ ମୃତ୍ୟୁବରଣ କଲେ।



English : As well as a former Olympic and World champion, Saito was the All Japan Judo Federation training committee chairman at the time of his death.

Odia : ଜଣେ ପୂର୍ବତନ ଅଲମ୍ପିକ୍‍ ଚମ୍ପିଆନ୍‍ ସହିତ ବିଶ୍ୱ ଚମ୍ପିଆନ୍‍ ହୋଇଥିବା ସାଇତୋ, ତାଙ୍କର ମୃତ୍ୟୁ ସମୟରେ ଅଖିଳ ଜାପାନ ଜୁଡୋ ଫେଡେରେସନ୍‍ ପ୍ରଶିକ୍ଷଣ କମିଟିର ଅଧ୍ୟକ୍ଷ ଥିଲେ।



English : At least 100 people had attended the party, in order to celebrate the first anniversary of a couple whose wedding was held last year.

Odia : ଗତ ବର୍ଷ ବିବାହ କରିଥିବା ଏକ ଦମ୍ପତିଙ୍କ ପ୍ରଥମ ବିବାହ ବାର୍ଷିକୀ ପାଳନ କରିବାକୁ ଏହି ପାର୍ଟିରେ ଅତି କମରେ 100 ଜଣ ଲୋକ ଯୋଗ ଦେଇଥିଲେ।



English : A formal anniversary event was scheduled for a later date, officials said.

Odia : ଅଧିକାରୀମାନେ କହିଛନ୍ତି ଯେ, ପରେ ଅନ୍ୟ ଏକ ଦିନ ପାଇଁ ଏକ ଆନୁଷ୍ଠାନିକ ବାର୍ଷିକ ଇଭେଣ୍ଟ ସୂଚୀବଦ୍ଧ କରାଯାଇଥିଲା।



English : The couple had married in Texas one year ago and came to Buffalo to celebrate with friends and relatives.

Odia : ଏହି ଦମ୍ପତି 1ବର୍ଷ ପୂର୍ବେ ଟେକ୍ସାସରେ ବିବାହ କରିଥିଲେ ଏବଂ ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ଉତ୍ସବ ପାଳନ କରିବାକୁ ବଫାଲୋକୁ ଆସିଥିଲେ।



English : The 30-year-old husband, who was born in Buffalo, was one of the four killed in the shooting, but his wife was not hurt.

Odia : ଗୁଳିକାଣ୍ଡରେ ନିହତ ଚାରିଜଣଙ୍କ ମଧ୍ୟରୁ ଜଣେ ଥିଲେ ବଫାଲୋରେ ଜନ୍ମ ହୋଇଥିବା 30 ବର୍ଷ ବୟସ୍କ ସ୍ୱାମୀ, କିନ୍ତୁ ତାଙ୍କ ପତ୍ନୀଙ୍କୁ କୌଣସି ପ୍ରକାରେ ଆଘାତ ଲାଗିନଥିଲା।



English : Karno is a well-known but controversial English tutor who taught under Modern Education and King´s Glory who claimed to have 9,000 students at the peak of his career.

Odia : କର୍ନୋ ଜଣେ ପ୍ରସିଦ୍ଧ, କିନ୍ତୁ ବିବାଦୀୟ ଇଂରାଜୀ ଶିକ୍ଷକ, ଯିଏ ମଡର୍ନ ଏଜୁକେଶନ୍ ଆଣ୍ଡ କିଙ୍ଗ୍ସ ଗ୍ଲୋରୀ ଅଧୀନରେ ଶିକ୍ଷାଦାନ କରିଥିଲେ, ଯିଏକି ତାଙ୍କ କ୍ୟାରିୟର୍‌ର ଶିଖରରେ 9000 ଛାତ୍ରଛାତ୍ରୀ ଥିବା ଦାବି କରିଥିଲେ ।



English : In his notes he used words which some parents considered coarse, and he reportedly used profanity in class.

Odia : ତାଙ୍କ ଟିପ୍ପଣୀରେ ସେ ଏପରି ଶବ୍ଦ ବ୍ୟବହାର କରିଥିଲେ ଯାହାକୁ କେତେକ ପିତାମାତା କଠୋର ମନେ କରିଥିଲେ ଏବଂ ସେ ଶ୍ରେଣୀରେ ଅପମାନଜନକ ଶବ୍ଦ ବ୍ୟବହାର କରୁଥିବା ଜଣାପଡ଼ିଥିଲା।



English : Modern Education accused him of printing large advertisements on buses without authorisation and lying by saying that he was the chief English tutor.

Odia : ସେ ଅନଧିକୃତ ଭାବରେ ବସଗୁଡ଼ିକ ଉପରେ ବଡ ଆକାରର ବିଜ୍ଞାପନ ଛାପିଛନ୍ତି ଏବଂ ମିଛରେ ସେ ମୁଖ୍ୟ ଇଂରାଜୀ ଶିକ୍ଷକ ହୋଇଥିବା କଥା କହିଛନ୍ତି ବୋଲି ମଡର୍ନ ଏଜୁକେସନ୍‍ ଅଭିଯୋଗ କରିଛି।



English : He has also been accused previously of copyright infringement, but was not charged.

Odia : ପୂର୍ବରୁ କପିରାଇଟ୍ ଉଲ୍ଲଂଘନ ପାଇଁ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା, କିନ୍ତୁ ତାଙ୍କୁ ଦଣ୍ଡବିଧାନ କରାଯାଇ ନ ଥିଲା ।



English : A former student said that he ´used slang in class, taught dating skills in notes, and was just like the students´ friend.´

Odia : ଜଣେ ପୂର୍ବତନ ଛାତ୍ର କହିଛନ୍ତି ଯେ, ସେ ଶ୍ରେଣୀରେ ଅପଭାଷା ବ୍ୟବହାର କରୁଥିଲେ, ନୋଟରେ ଡେଟିଂ କୌଶଳ ଶିଖାଉଥିଲେ ଏବଂ ବିଦ୍ୟାର୍ଥୀମାନଙ୍କର ଠିକ୍‌ ବନ୍ଧୁ ପରି ଥିଲେ।´



English : During the last three decades, despite officially remaining a communist state, China has developed a market economy.

Odia : ବିଗତ ତିନି ଦଶାବ୍ଦୀ ଅବଧିରେ, ଔପଚାରିକ ଭାବେ ଚୀନ ଏକ କମ୍ୟୁନିଷ୍ଟ ରାଷ୍ଟ୍ର ହୋଇଥିଲେ ସୁଦ୍ଧା ଏକ ବ୍ୟାପାର ଅର୍ଥନୀତିର ଉନ୍ନୟନ କରିଛି।



English : The first economic reforms were made under the leadership of Deng Xiaoping.

Odia : ଡେଙ୍ଗ ଜିଓପିଙ୍ଗଙ୍କ ନେତୃତ୍ୱ ଅଧିନରେ ପ୍ରଥମ ଅର୍ଥନୈତିକ ସଂସ୍କାର ଅଣାଯାଇଥିଲା ।



English : Since then, China´s economic size has grown by 90 times.

Odia : ସେବେଠାରୁ ଚୀନର ଆର୍ଥିକ ଆକାର 90 ଗୁଣ ବୃଦ୍ଧି ପାଇଛି।



English : For the first time, last year China exported more cars than Germany and surpassed the United States as the biggest market for this industry.

Odia : ପ୍ରଥମ ଥର ପାଇଁ, ଗତ ବର୍ଷ ଜର୍ମାନୀ ଠାରୁ ଅଧିକ କାର୍‍ ରପ୍ତାନୀ କରି ଚୀନ ଏହି ଉଦ୍ୟୋଗର ବୃହତ୍ତମ ବଜାର ଭାବରେ ଯୁକ୍ତରାଷ୍ଟ୍ର ଆମେରିକାକୁ ଅତିକ୍ରମ କରିଛି।



English : China´s GDP could be larger than the United States within two decades.

Odia : ଦୁଇ ଦଶନ୍ଧି ମଧ୍ୟରେ ଚୀନ୍‌ର GDP ଯୁକ୍ତରାଷ୍ଟ୍ର ତୁଳନାରେ ଅଧିକ ହୋଇପାରେ।



English : Tropical Storm Danielle, fourth named storm of the 2010 Atlantic hurricane season, has formed in the eastern Atlantic Ocean.

Odia : 2010 ଆଟଲାଣ୍ଟିକ୍ ହୁରିକେନ ସୀଜନର, ଚତୁର୍ଥ ନାମିତ ଟ୍ରପିକାଲ୍ ଝଡ ଡାନିଏଲ୍, ପୂର୍ବ ଆଟଲାଣ୍ଟିକ୍ ମହାସାଗରରେ ସୃଷ୍ଟି ହୋଇଛି।



English : The storm, located approximately 3,000 miles from Miami, Florida, has maximum sustained winds of 40 mph (64 kph).

Odia : ମିଆମି, ଫ୍ଲୋରିଡା ଠାରୁ ପ୍ରାୟ 3000 ମାଇଲ ଦୂରରେ ଅବସ୍ଥିତ ବାତ୍ୟାରେ, ପବନର ବେଗ ଅବିରତ ଭାବେ ସର୍ବାଧିକ 40 mph (64 kph) ରହିଛି।



[Day14]

English : Scientists at the National Hurricane Center predict that Danielle will strengthen to a hurricane by Wednesday.

Odia : ନ୍ୟାସନାଲ ହରିକେନ୍ ସେଣ୍ଟରର ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି ଯେ ବୁଧବାର ସୁଦ୍ଧା ¨ଡାନିଏଲ୍¨ ଶକ୍ତିଶାଳୀ ହୋଇ ଏକ ଘୂର୍ଣ୍ଣିବାତ୍ୟା (ହରିକେନ୍)ରେ ପରିଣତ ହେବ।



English : As the storm is far from landfall, it remains difficult to assess potential impact to the United States or Caribbean.

Odia : ଏହି ଝଡ଼ ଲ୍ୟାଣ୍ଡଫଲଠାରୁ ବହୁତ ଦୂରରେ ଥିବାରୁ, ଯୁକ୍ତରାଷ୍ଟ୍ର ଆମେରିକା କିମ୍ବା କ୍ୟାରିବିଆନ୍‍ ଉପରେ ଏହାର ସମ୍ଭାବିତ ପ୍ରଭାବ ଆକଳନ କରିବା କଷ୍ଟକର।



English : Born in the Croatian capital, Zagreb, Bobek gained fame while playing for Partizan Belgrade.

Odia : କ୍ରୋଏସିଆର ରାଜଧାନୀ ଜାଗ୍ରେବରେ ଜନ୍ମଗ୍ରହଣ କରିଥିବା ବୋବେକ୍‍, ପାର୍ଟିଜାନ୍‍ ବେଲଗ୍ରେଡ୍‍ ପାଇଁ ଖେଳିବା ସମୟରେ ପ୍ରସିଦ୍ଧି ଲାଭ କରିଥିଲେ।



English : He joined them in 1945 and stayed until 1958.

Odia : ସେ 1945ରେ ସେମାନଙ୍କ ସହ ଯୋଗ ଦେଇଥିଲେ ଏବଂ ସେଠାରେ 1958 ପର୍ଯ୍ୟନ୍ତ ରହିଥିଲେ।



English : During his time with the team, he scored 403 goals in 468 appearances.

Odia : ସେ ତାଙ୍କ ସମୟରେ ଟିମରେ ଥିବା ସମୟରେ, 468 ଟି ମ୍ୟାଚରେ ଖେଳି 403ଟି ଗୋଲ ସ୍କୋର କରିଥିଲେ।



English : No one else has ever made more appearances or scored more goals for the club than Bobek.

Odia : ବୋବେକଙ୍କ ବ୍ୟତୀତ ଅନ୍ୟ କେହି କ୍ଲବ ପାଇଁ ଅଧିକ ଥର ଖେଳି ନାହାନ୍ତି କିମ୍ବା ଅଧିକ ଗୋଲ ସ୍କୋର କରିନାହାନ୍ତି।



English : In 1995 he was voted the best player in Partizan´s history.

Odia : 1995ରେ ସେ ପାର୍ଟିଜାନ୍‌ର ଇତିହାସରେ ଶ୍ରେଷ୍ଠ ଖେଳାଳି ଭାବରେ ମନୋନୀତ ହୋଇଥିଲେ ।



English : The celebrations started with a special show by the world-renowned group Cirque du Soleil.

Odia : ବିଶ୍ଵ ପ୍ରସିଦ୍ଧ ଗୋଷ୍ଠୀ ସିର୍କ ଡୁ ସୋଲେଇଲଙ୍କ ଏକ ସ୍ଵତନ୍ତ୍ର ପ୍ରଦର୍ଶନରୁ ଏହି ଉତ୍ସବ ଆରମ୍ଭ ହୋଇଥିଲା।



English : It was followed by the Istanbul State Symphony Orchestra, a Janissary band, and the singers Fatih Erkoç and Müslüm Gürses.

Odia : ଏହାପରେ ଇସ୍ତାନବୁଲ୍ ଷ୍ଟେଟ୍ ସିମ୍ଫୋନୀ ଅର୍କେଷ୍ଟ୍ରା, ଏକ ଜାନିସାରୀ ବ୍ୟାଣ୍ଡ ଏବଂ ଗାୟକ ଫାତି ଏରକୋକ୍ ଏବଂ ମସଲମ ଗୁର୍ସେସଙ୍କ କାର୍ଯ୍ୟକ୍ରମ ରହିଥିଲା।



English : Then Whirling Dervishes took to the stage.

Odia : ତା'ପରେ, ୱିର୍ଲିଂ ଡର୍ଭିସେସ୍‌ଙ୍କୁ ମଞ୍ଚକୁ ନିଆଗଲା।



English : Turkish diva Sezen Aksu performed with the Italian tenor Alessandro Safina and Greek singer Haris Alexiou.

Odia : ଇଟାଲୀର ଟେନର୍ ଆଲେସାଣ୍ଡ୍ରୋ ସାଫିନା ତଥା ଗ୍ରୀକ୍ ଗାୟକ ହାରିସ୍ ଆଲେକ୍ସିଓଙ୍କ ସହିତ ତୁର୍କୀର ପ୍ରସିଦ୍ଧ ଗାୟିକା ସେଜେନ୍ ଅକ୍‌ସୁ ଗୀତ ଗାଇଥିଲେ।



English : To finish, Turkish dance group Fire of Anatolia performed the show ¨Troy¨.

Odia : ପରିଶେଷରେ ତୁର୍କୀର ନୃତ୍ୟ ଦଳ, ଫାୟାର ଅଫ୍ ଆନାଟୋଲିଆ, ¨ଟ୍ରୟ¨ ଶୋ' ପ୍ରଦର୍ଶନ କରିଥିଲେ।



English : Peter Lenz, a 13-year-old motorcycle racer, has died after being involved in a crash at the Indianapolis Motor Speedway.

Odia : ଇଣ୍ଡିଆନାପଲିସ୍ ମୋଟର୍ ସ୍ପୀଡ୍‌ୱେଠାରେ ଘଟିଥିବା ଦୁର୍ଘଟଣାରେ 13 ବର୍ଷ ବୟସ୍କ ମୋଟରସାଇକଲ୍ ରେସର୍ ପିଟର୍ ଲେଞ୍ଜଙ୍କ ମୃତ୍ୟୁ ଘଟିଥିଲା।



English : While on his warm-up lap, Lenz fell off his bike, and was then struck by fellow racer Xavier Zayat.

Odia : ନିଜର ୱାର୍ମ ଅପ୍ ଲ୍ୟାପ୍‌ରେ ଥିବା ସମୟରେ ଲେଞ୍ଜ ବାଇକ୍‌ରୁ ଖସିପଡ଼ିଥିଲେ ଏବଂ ତା'ପରେ ସାଥୀ ରେସର୍ ଜାଭିୟର୍ ଜାୟତଙ୍କ ଦ୍ୱାରା ଧକ୍କା ଖାଇଥିଲେ।



English : He was immediately attended to by the on-track medical staff and transported to a local hospital where he later died.

Odia : ଅନ୍-ଟ୍ରାକ୍ ମେଡିକଲ୍ କର୍ମଚାରୀମାନେ ତୁରନ୍ତ ଚିକିତ୍ସା କରି ସ୍ଥାନୀୟ ଡାକ୍ତରଖାନାକୁ ପଠାଇଥିଲେ, ଯେଉଁଠାରେ ପରେ ସେ ଇହଲୋକ ତ୍ୟାଗ କରିଥିଲେ।



English : Zayat was unhurt in the accident.

Odia : ଏହି ଦୁର୍ଘଟଣାରେ ଜାୟତଙ୍କୁ କୌଣସି ଆଘାତ ଲାଗି ନଥିଲା।



English : Regarding the global financial situation, Zapatero continued by saying that ¨the financial system is a part of the economy, a crucial part.

Odia : ବିଶ୍ବ ଆର୍ଥିକ ପରିସ୍ଥିତି ସନ୍ଦର୍ଭରେ, ଜେପାତେରୋ କହିଥିଲେ ଯେ, ¨ ଆର୍ଥିକ ପ୍ରଣାଳୀ ଅର୍ଥନୀତିର ଏକ ଅଂଶ, ଏକ ପ୍ରମୁଖ ଅଂଶ।¨



English : We have a year-long financial crisis, which has had its most acute moment in the past two months, and I think now the financial markets are beginning to recover.¨

Odia : ଆମର ଏକ ବର୍ଷ ବ୍ୟାପୀ ଆର୍ଥିକ ସଙ୍କଟ ଲାଗିରହିଛି, ଯାହା ଗତ ଦୁଇ ମାସ ମଧ୍ୟରେ ସାଂଘାତିକ ଥିଲା ଏବଂ ମୁଁ ଭାବୁଛି ବର୍ତ୍ତମାନ ଆର୍ଥିକ ବଜାରଗୁଡ଼ିକ ପୂର୍ବ ଆବସ୍ଥାକୁ ଫେରିବା ଆରମ୍ଭ ହେଉଛି।



English : Last week, Naked News announced that it would dramatically increase its international language mandate to news reporting, with three new broadcasts.

Odia : ଗତ ସପ୍ତାହରେ ନେକେଡ୍ ନ୍ୟୁଜ୍‌ର ଘୋଷଣା ଅନୁସାରେ, ତିନୋଟି ନୂଆ ବ୍ରଡ୍‌କାଷ୍ଟ ସହିତ ନ୍ୟୁଜ୍ ରିପୋର୍ଟିଙ୍ଗ୍ ନିମନ୍ତେ ନିଜର ଆନ୍ତର୍ଜାତିକ ଭାଷା ଅଧ୍ୟାଦେଶକୁ ନାଟକୀୟ ରୂପରେ ବୃଦ୍ଧି କରିବ।



English : Already reporting in English and Japanese, the global organization is launching Spanish, Italian, and Korean-language programs, for television, the web, and mobile devices.

Odia : ଇଂରାଜୀ ଏବଂ ଜାପାନୀ ଭାଷାରେ ପୂର୍ବରୁ ରିପୋର୍ଟ କରି ସାରିବା ପରେ, ଟେଲିଭିଜନ, ୱେବ୍ ଏବଂ ମୋବାଇଲ୍ ଉପକରଣଗୁଡ଼ିକ ପାଇଁ ବିଶ୍ଵ ସଂଗଠନ ସ୍ପେନିସ୍, ଇଟାଲୀ ଏବଂ କୋରିଆ ଭାଷାରେ ପ୍ରୋଗ୍ରାମ ଆରମ୍ଭ କରୁଛି।



English : ¨Luckily nothing happened to me, but I saw a macabre scene, as people tried to break windows in order to get out.

Odia : ସୌଭାଗ୍ୟବଶତଃ ମୋତେ କିଛି ହୋଇ ନଥିଲା, ଯେହେତୁ ଲୋକମାନେ ବାହାରକୁ ଯିବା ପାଇଁ ଝରକା ଭାଙ୍ଗିବାକୁ ଚେଷ୍ଟା କରିଥିଲେ, ମୁଁ ଏକ ମାକାବ୍ରେ ଦୃଶ୍ୟ ଦେଖିଥିଲି¨।¨



English : People were hitting the panes with chairs, but the windows were unbreakable.

Odia : ଲୋକମାନେ ଚେୟାର ସହିତ ପ୍ୟାନକୁ ଆଘାତ କରିଥିଲେ, କିନ୍ତୁ ଝରକାଗୁଡିକ ଭାଙ୍ଗି ନଥିଲା ।



English : One of the panes finally broke, and they started to get out by the window,¨ said survivor Franciszek Kowal.

Odia : ଶେଷରେ 1 ପ୍ୟାନ୍ ଭାଙ୍ଗିଗଲା, ଏବଂ ସେମାନେ ଝରକା ଦେଇ ବାହାରକୁ ବାହାରିବାକୁ ଲାଗିଲେ,¨ ବୋଲି ବଞ୍ଚିଥିବା ଫ୍ରାନ୍ସିସଜେକ୍ କୋୱାଲ କହିଛନ୍ତି।



English : Stars give off light and heat because of the energy made when hydrogen atoms are merged (or fused) together to form heavier elements.

Odia : ହାଇଡ୍ରୋଜେନ୍ ପରମାଣୁଗୁଡ଼ିକ ମିଶ୍ରିତ ହୋଇ (କିମ୍ବା ନିମଜ୍ଜିତ ହୋଇ) ହୋଇ ଭାରୀ ଉପାଦାନ ଗଠନ କରନ୍ତି ଓ ଶକ୍ତି ଉତ୍ପନ୍ନ କରନ୍ତି, ଏହି କାରଣରୁ ତାରାମାନେ ଆଲୋକ ଏବଂ ଉତ୍ତାପ ପ୍ରଦାନ କରନ୍ତି ।



English : Scientists are working to create a reactor that can make energy in the same way.

Odia : ବୈଜ୍ଞାନିକମାନେ ଏକ ରିଆକ୍ଟର ତିଆରି କରିବାକୁ କାର୍ଯ୍ୟ କରୁଛନ୍ତି ଯାହାକି ସମାନ ଉପାୟରେ ଶକ୍ତି ତିଆରି କରିପାରିବ।



[Day15]

English : This, however, is a very hard problem to solve and will take many years before we see useful fusion reactors built.

Odia : ଅବଶ୍ୟ, ଏହା ସମାଧାନ କରିବା ପାଇଁ ଏକ ଅତ୍ୟନ୍ତ କଠିନ ସମସ୍ୟା ଏବଂ ଆମେ ଉପଯୋଗୀ ଫ୍ୟୁଜନ୍ ରିଆକ୍ଟରଗୁଡ଼ିକ ନିର୍ମାଣ ଦେଖିବାକୁ ବହୁ ବର୍ଷ ଲାଗିଯିବ ।



English : The steel needle floats on top of the water because of surface tension.

Odia : ଭୂପୃଷ୍ଠ ରେ ଟେଂସନ୍ ହେତୁ ଷ୍ଟିଲ ଛୁଞ୍ଚି ପାଣି ଉପରେ ଭାସୁଛି।



English : Surface tension happens because the water molecules at the surface of the water are strongly attracted to each other more than they are to the air molecules above them.

Odia : ଜଳ ପୃଷ୍ଠରେ ଥିବା ଜଳ ଅଣୁଗୁଡ଼ିକ ବାୟୁ ଅଣୁଗୁଡ଼ିକ ଅପେକ୍ଷା ପରସ୍ପର ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ଯାହା ଫଳରେ ପୃଷ୍ଠଚାପ ସୃଷ୍ଟି ହୋଇଥାଏ।



English : The water molecules make an invisible skin on the water's surface that allows things like the needle to float on top of the water.

Odia : ଜଳ ପୃଷ୍ଠ ଉପରେ ଜଳ ଅଣୁଗୁଡ଼ିକ ଏକ ଅଦୃଶ୍ୟ ଆବରଣ ତିଆରି କରେ ଯାହା ଛୁଞ୍ଚି ପରି ବସ୍ତୁଗୁଡ଼ିକୁ ଜଳ ଉପରେ ଭାସମାନ କରି ରଖେ।



English : The blade on a modern ice skate has a double edge with a concave hollow between them. The two edges allow for a better grasp of the ice, even when tilted.

Odia : ଏକ ଆଧୁନିକ ବରଫ ସ୍କେଟ୍ ଉପରେ ଥିବା ବ୍ଲେଡ୍ ମଧ୍ୟରେ ଦୁଇ ପ୍ୱାର୍ଶ ଥିବା ଏକ ଅବତଳ ଗହ୍ୱର ଅଛି । ଯେତେବେଳେ ଏହା ଢ଼ଳି ରହିଥାଏ, ଏହାର ଦୁଇ ଧାର ବରଫ ମଜବୁତ ଭାବରେ ଜାବୁଡି ରଖି ଥାଏ ।



English : Because the bottom of the blade is slightly curved, as the blade tilts to one side or the other, the edge which is in contact with the ice also curves.

Odia : ବ୍ଲେଡ୍‌ର ନିମ୍ନ ଭାଗ ସାମାନ୍ୟ ବଙ୍କା ଥିବା କାରଣରୁ, ବ୍ଲେଡ୍ ଗୋଟିଏ ପାର୍ଶ୍ୱକୁ କିମ୍ବା ଅନ୍ୟ ପାର୍ଶ୍ୱକୁ ଢଳି ରହିଥିବା ହେତୁ, ବରଫ ସଂମ୍ପର୍କରେ ଆସୁଥିବା ଧାରଟି ମଧ୍ୟ ବଙ୍କା ହୋଇଥାଏ।



English : This causes the skater to turn. If the skates tilt to the right, the skater turns right, if the skates tilt to the left, the skater turns left.

Odia : ଏହି କାରଣରୁ ସ୍କେଟର୍ ବୁଲିଥାଏ। ଯଦି ସ୍କେଟ୍ ଡାହାଣକୁ ଢଳେ , ସ୍କେଟର୍ ଡାହାଣକୁ ବୁଲେ, ଯଦି ସ୍କେଟ୍ ବାମକୁ ଢଳେ, ସ୍କେଟର୍ ବାମକୁ ବୁଲେ।



English : To return to their previous energy level, they must get rid of the extra energy they got from the light.

Odia : ତାହାର ପୂର୍ବ ଶକ୍ତି ସ୍ତରକୁ ଫେରିବା ପାଇଁ, ତାହା ଆଲୋକରୁ ପାଇଥିବା ଅତିରିକ୍ତ ଶକ୍ତିକୁ ବ୍ୟୟ କରିବା ଆବଶ୍ୟକ।



English : They do this by emitting a tiny particle of light called a ¨photon¨.

Odia : ସେମାନେ ¨ଫୋଟନ୍‍¨ ନାମକ ଏକ ଅତି କ୍ଷୁଦ୍ର ଆଲୋକ କଣା ଉତ୍ସର୍ଜନ ଦ୍ୱାରା ଏହା କରନ୍ତି।



English : Scientists call this process ¨stimulated emission of radiation¨ because the atoms are stimulated by the bright light, causing the emission of a photon of light, and light is a type of radiation.

Odia : ଏହି ପ୍ରକ୍ରିୟାକୁ ବୈଜ୍ଞାନିକମାନେ ¨ବିକିରଣର ଉଦ୍ଦୀପିତ ଉତ୍ସର୍ଜନ¨ ବୋଲି କୁହନ୍ତି, କାରଣ ପରମାଣୁଗୁଡ଼ିକ ଉଜ୍ଜ୍ୱଳ ଆଲୋକ ଦ୍ୱାରା ଉଦ୍ଦୀପିତ ହୁଏ, ଯେଉଁଥିରୁ ଆଲୋକର ଏକ ଫୋଟନ୍ ନିର୍ଗତ ହୁଏ ଏବଂ ଆଲୋକ ଏକ ପ୍ରକାର ବିକିରଣ ଅଟେ।



English : The next picture shows the atoms emitting photons. Of course, in reality photons are a lot smaller than those in the picture.

Odia : ପରବର୍ତ୍ତୀ ଛବିରେ ପରମାଣୁରୁ ଫୋଟନ୍ ନିର୍ଗମନକୁ ଦର୍ଶାଯାଇଛି। ଅବଶ୍ୟ, ଚିତ୍ରରେ ଦେଖାଦେଉଥିବା ଅପେକ୍ଷା ପ୍ରକୃତରେ ପ୍ରୋଟନ୍ ବହୁତ ଛୋଟ ହୋଇଥାଏ।



English : Photons are even smaller than the stuff that makes up atoms!

Odia : ପରମାଣୁ ଯେଉଁ କଣିକାଗୁଡ଼ିକ ଦ୍ୱାରା ଗଠିତ ହୋଇଥାଏ, ଫୋଟନ୍‌ଗୁଡ଼ିକ ତାହାଠାରୁ ମଧ୍ୟ ଛୋଟ ଅଟେ!



English : After hundreds of hours of operation the filament in the bulb eventually burns out and the light bulb no longer works.

Odia : ଶହ ଶହ ଘଣ୍ଟା ଜଳିବା ପରେ ବଲ୍ବରେ ଥିବା ଫିଲାମେଣ୍ଟ ଶେଷରେ ଜଳିଯାଏ ଏବଂ ବଲ୍ବ ଆଉ ଜଳି ନ ଥାଏ ।



English : The light bulb then needs replacing. It is necessary to be careful in replacing the light bulb.

Odia : ସେତେବେଳେ ଲାଇଟ୍ ବଲ୍‌ବକୁ ବଦଳାଇବାକୁ ପଡ଼ିଥାଏ। ଲାଇଟ୍ ବଲ୍‌ବ ବଦଳାଇବାବେଳେ ଅତି ସାବଧାନ ରହିବା ଆବଶ୍ୟକ।



English : First, the switch for the light fixture needs to be turned off or the cable disconnected.

Odia : ପ୍ରଥମେ, ଲାଇଟ୍ ଫିକ୍ସଚର୍‌ର ସୁଇଚ୍ ଅଫ୍ କରିବା କିମ୍ବା କେବୁଲ୍ ବିଚ୍ଛିନ୍ନ କରିବା ଆବଶ୍ୟକ।



English : This is because electricity flowing into the socket where the metallic part of bulb sits can give you a severe electric shock if you touch the inside of the socket or the metal base of the bulb while it is still partly in the socket.

Odia : ଏହାର କାରଣ ହେଉଛି, ସକେଟ୍‌ର ଯେଉଁଠାରେ ବଲ୍‌ବର ଧାତବ ଅଂଶ ବସିଥାଏ ସେହି ଅଂଶକୁ ବିଦ୍ୟୁତ୍ ଶକ୍ତି ପ୍ରବାହିତ ହୋଇଥାଏ, ଯଦି ଆପଣ ସକେଟର ଭିତର ଅଂଶକୁ କିମ୍ବା ବଲ୍‌ବର ଧାତୁ ଆଧାରକୁ ସ୍ପର୍ଶ କରନ୍ତି ତେବେ ଏହା ଆପଣଙ୍କୁ ଏକ ଗୁୁରୁତର ବୈଦ୍ୟୁତିକ ଆଘାତ ଲାଗିପାରେ।



English : The major organ of the circulatory system is the heart, which pumps the blood.

Odia : ରକ୍ତ ସଞ୍ଚାଳନ ପ୍ରଣାଳୀର ମୁଖ୍ୟ ଅଙ୍ଗ ହେଉଛି ହୃତପିଣ୍ଡ, ଯାହା ରକ୍ତକୁ ପମ୍ପ୍ କରିଥାଏ ।



English : Blood goes away from the heart in tubes called arteries and comes back to the heart in tubes called veins. The smallest tubes are called capillaries.

Odia : ଧମନୀ କୁହାଯାଉଥିବା ନଳୀରେ ରକ୍ତ ହୃତପିଣ୍ଡରୁ ବାହାରକୁ ଯାଇଥାଏ ଏବଂ ଶିରା କୁହାଯାଉଥିବା ନଳୀରେ ହୃତପିଣ୍ଡ ଭିତରେ ପ୍ରବେଶ କରିଥାଏ। କ୍ଷୁଦ୍ରତମ ନଳୀଗୁଡ଼ିକୁ କ୍ୟାପିଲାରି କୁହାଯାଏ।



English : A triceratops´ teeth would have been able to crush not only leaves but even very tough branches and roots.

Odia : ଗୋଟିଏ ଟ୍ରାଇସେରାଟପ୍ସର ଦାନ୍ତ କେବଳ ପତ୍ର ନୁହେଁ, ବରଂ ବହୁତ କଠିନ ଶାଖା ଓ ଚେରକୁ ମଧ୍ୟ ଚୋବାଇବାରେ ସକ୍ଷମ ହୋଇଥା'ନ୍ତା।



English : Some scientists think Triceratops ate cycads, which are a type of plant that was common in the Cretaceous.

Odia : କେତେକ ବୈଜ୍ଞାନିକ ମତରେ, ଟ୍ରାଇସେରାଟପ୍ସ, କ୍ରେଟାସିଅସ୍‌ରେ ସାଧାରଣ ଭାବେ ଉଠୁଥିବା ଏକ ପ୍ରକାର ଉଦ୍ଭିଦ ସାଇକ୍ୟାଡ୍ ଖାଉଥିଲେ।



English : These plants look like a small palm tree with a crown of sharp, spiky leaves.

Odia : ଏହି ଉଦ୍ଭିଦଗୁଡିକ ତୀକ୍ଷ୍ଣ, କଂଟାଯୁକ୍ତ ପତ୍ରର ମୁକୁଟ ଥିବା ଏକ ଛୋଟ ତାଳ ଗଛ ପରି ଦେଖାଯାଏ ।



English : A Triceratops could have used its strong beak to strip off the leaves before eating the trunk.

Odia : ଟ୍ରାଇସେରାଟପ୍ସ ଏହାର ଗଛର ଗଣ୍ଡି ଖାଇବା ପୂର୍ବରୁ ତା'ର ଶକ୍ତ ଥଣ୍ଟରେ ପତ୍ରଗୁଡିକ ଖାଇପାରିଥାନ୍ତା ।



English : Other scientists argue that these plants are very poisonous so it is unlikely that any dinosaur ate them, even though today the sloth and other animals like the parrot (a descendant of the dinosaurs) can eat poisonous leaves or fruit.

Odia : ଅନ୍ୟ ବୈଜ୍ଞାନିକମାନେ ଯୁକ୍ତି କରନ୍ତି ଯେ ଏହି ବୃକ୍ଷଗୁଡିକ ଅତ୍ୟଧିକ ବିଷାକ୍ତ ତେଣୁ କୌଣସି ଡାଇନୋସର ଏହାକୁ ଖାଇବାର କୌଣସି ସମ୍ଭାବନା ନାହିଁ, ଯଦିଓ ଆଜି ଧୀରେ ଚାଲୁଥିବା ଲୋମଶ ଜନ୍ତୁ ଏବଂ ପାରା ପରି ଅନ୍ୟ ପ୍ରାଣୀମାନେ (ଡାଇନୋସରର ବଂଶଧର) ବିଷାକ୍ତ ପତ୍ର କିମ୍ବା ଫଳ ଖାଇପାରନ୍ତି।



English : How would Io´s gravity pull on me? If you stood on the surface of Io, you would weigh less than you do on Earth.

Odia : ଆଇଓର ମାଧ୍ୟାକର୍ଷଣ ଶକ୍ତି ମୋ ଉପରେ କିପରି କାମ କରିବ? ଯଦି ଆପଣ ଆଇଓ ପୃଷ୍ଠରେ ଠିଆ ହୋଇଛନ୍ତି, ଆପଣଙ୍କର ଓଜନ ପୃଥିବୀ ତୁଳନାରେ କମ୍ ହେବ।



English : A person who weighs 200 pounds (90kg) on Earth would weigh about 36 pounds (16kg) on Io. So the gravity, of course, pulls less on you.

Odia : ଧରାପୃଷ୍ଠରେ ଜଣେ ବ୍ୟକ୍ତିଙ୍କ ଓଜନ ଯଦି 200 ପାଉଣ୍ଡ (90 କି.ଗ୍ରା.) ହୋଇଥାଏ, ତେବେ ଚନ୍ଦ୍ରପୃଷ୍ଠରେ ତାହା ପ୍ରାୟ 36 ପାଉଣ୍ଡ (16 କି.ଗ୍ରା.) ହେବ। ସେଥିପାଇଁ, ମାଧ୍ୟାକର୍ଷଣ ଆପଣଙ୍କୁ ନିଶ୍ଚିତ ଭାବେ ଅଳ୍ପ ଆକର୍ଷିତ କରିଥାଏ।



[Day16]

English : The Sun doesn´t have a crust like the Earth that you can stand on. The whole Sun is made out of gases, fire, and plasma.

Odia : ପୃଥିବୀ ପରି ସୂର୍ଯ୍ୟର କୌଣସି ଭୂତଳ ନାହିଁ ଯାହା ଉପରେ ଆପଣ ଠିଆ ହୋଇପାରିବେ। ସମଗ୍ର ସୂର୍ଯ୍ୟ ଗ୍ୟାସ, ଅଗ୍ନି ଏବଂ ପ୍ଲାଜ୍ମାରୁ ନିର୍ମିତ।



English : The gas becomes thinner as you go farther from the center of the Sun.

Odia : ଆପଣ ସୂର୍ଯ୍ୟର କେନ୍ଦ୍ରରୁ ଅଧିକ ଦୂରକୁ ଯିବା ସହିତ, ଗ୍ୟାସ୍ ଅଧିକ ପତଳା ହୋଇଯାଏ।



English : The outer-part we see when we look at the Sun is called the photosphere, which means ¨ball of light¨.

Odia : ଆମେ ଦେଖିପାରୁଥିବା ସୂର୍ଯ୍ୟଙ୍କର ବାହ୍ୟ ଅଂଶକୁ ଫଟୋସ୍ପିୟର କୁହାଯାଏ, ଯାହାର ଅର୍ଥ ହେଉଛି "ଆଲୋକର ଗୋଲକ"।



English : About three thousand years later, in 1610, Italian astronomer Galileo Galilei used a telescope to observe that Venus has phases, just as the moon does.

Odia : ପ୍ରାୟ ତିନି ହଜାର ବର୍ଷ ପରେ, 1610 ମସିହାରେ, ଇଟାଲୀର ଜ୍ୟୋତିର୍ବିଜ୍ଞାନୀ ଗାଲିଲିଓ ଗାଲିଲେଇ ଚନ୍ଦ୍ର ପରି ଶୁକ୍ର ଗ୍ରହର ମଧ୍ୟ ପର୍ଯ୍ୟାୟ ରହିଛି ଏହା ନିରୀକ୍ଷଣ କରିବା ପାଇଁ ଏକ ଟେଲିସ୍କୋପ ବ୍ୟବହାର କଲେ।



English : Phases happen because only the side of Venus (or of the Moon) facing the Sun is lighted. The phases of Venus supported the theory of Copernicus that the planets go around the Sun.

Odia : ଶୁକ୍ର ଗ୍ରହ (କିମ୍ବା ଚନ୍ଦ୍ର)ର କେବଳ ସୂର୍ଯ୍ୟ ଆଡ଼କୁ ଥିବା ପାର୍ଶ୍ୱ ଆଲୋକିତ ହେଉଥିବାରୁ କଳା (Phase) ସୃଷ୍ଟି ହୁଏ। ଗ୍ରହମାନେ ସୂର୍ଯ୍ୟ ଚାରିପଟେ ପ୍ରଦକ୍ଷିଣ କରନ୍ତି ବୋଲି କୋପରନିକସଙ୍କ ସିଦ୍ଧାନ୍ତକୁ ଶୁକ୍ର ଗ୍ରହର କଳା ସମର୍ଥନ କରେ।



English : Then, a few years later in 1639, an English astronomer named Jeremiah Horrocks observed a transit of Venus.

Odia : ତାହାର କିଛି ବର୍ଷ ପରେ, 1639 ମସିହାରେ, ଜେରେମିଆ ହୋରକ୍ସ ନାମକ ଜଣେ ଇଂରାଜୀ ଜ୍ୟୋତିର୍ବିଜ୍ଞାନୀ ଶୁକ୍ର ଗ୍ରହର ଗତିପଥକୁ ଅନୁଧ୍ୟାନ କରିଥିଲେ।



English : England had experienced a long period of peace after the reconquest of the Danelaw.

Odia : ଡାନେଲର ପୁନଃ ନିର୍ମାଣ ପରେ ଇଂଲଣ୍ଡରେ ଦୀର୍ଘ ଦିନ ଧରି ଶାନ୍ତି ବିରାଜମାନ କରିଥିଲା।



English : However in 991 Ethelred was faced with a Viking fleet larger than any since Guthrum´s a century earlier.

Odia : ଅବଶ୍ୟ 991 ମସିହାରେ ଏଥେଲରେଡ୍ ଭାଇକିଙ୍ଗ୍ ଫ୍ଲିଟ୍‌ ବା ଜାହାଜ ସମୂହର ସମ୍ମୁଖୀନ ହୋଇଥିଲେ ଯାହାକି ଗୁଥରୁମଙ୍କର ଏକ ଶତାବ୍ଦୀ ପୂର୍ବ ସମୟଠାରୁ କୌଣସି ଫ୍ଲିଟ୍‌ଠାରୁ ବଡ଼ ଥିଲା।



English : This fleet was led by Olaf Trygvasson, a Norwegian with ambitions to reclaim his country from Danish domination.

Odia : ଏହି ଭେଳାଟିର ନେତୃତ୍ୱ ନରୱେର ଓଲାଫ୍ ଟ୍ରିଗଭାସନ୍‌ଙ୍କ ଦ୍ୱାରା କରାଯାଉଥିଲା , ଯିଏ ତାଙ୍କ ଦେଶକୁ ଡେନ୍‌ମାର୍କର ଆଧିପତ୍ୟରୁ ପୁନରୁଦ୍ଧାର କରିବା ପାଇଁ ଇଚ୍ଛା କରିଥିଲେ।



English : After initial military setbacks, Ethelred was able to agree to terms with Olaf, who returned to Norway to try to gain his kingdom with mixed success.

Odia : ପ୍ରାରମ୍ଭିକ ସାମରିକ ଅସଫଳତା ପରେ, ଏଥଲ୍‌ରେଡ୍ ଓଲାଫ୍‌ଙ୍କ ସହ ସହମତ ହୋଇଥିଲେ, ଯିଏ ନିଜ ରାଜ୍ୟ ହାସଲ କରିବା ପାଇଁ ଚେଷ୍ଟା କରିବାକୁ ମିଶ୍ରିତ ସଫଳତାର ସହ ନର୍‌ୱେ ଫେରିଆସିଥିଲେ।



English : Hangeul is the only purposely invented alphabet in popular daily use. The alphabet was invented in 1444 during the reign of King Sejong (1418 – 1450).

Odia : ଦୈନିକ ଲୋକପ୍ରିୟ ବ୍ୟବହାରରେ ହାଙ୍ଗେଉଲ୍ ହେଉଛି ଏକମାତ୍ର ପ୍ରୟୋଜନୀୟ ଭାବେ ଆବିଷ୍କୃତ ବର୍ଣ୍ଣମାଳା| 1444 ମସିହାରେ ରାଜା ସେଜୋଙ୍ଗ (1418- 1450) ଙ୍କ ସମୟରେ ଏହି ବର୍ଣ୍ଣମାଳା ଆବିଷ୍କୃତ ହୋଇଥିଲା।



English : King Sejong was the fourth king of the Joseon Dynasty and is one of the most highly regarded.

Odia : ରାଜା ସେଜୋଙ୍ଗ ଜୋସନ୍ ରାଜବଂଶର ଚତୁର୍ଥ ରାଜା ଥିଲେ ଏବଂ ସବୁଠାରୁ ସମ୍ମାନିତ ବ୍ୟକ୍ତିଙ୍କ ଭିତରୁ 1 ଥିଲେ।



English : He originally named the Hangeul alphabet Hunmin Jeongeum, which means ¨the correct sounds for the instruction of the people¨.

Odia : ସେ ହାଙ୍ଗେଉଲ୍ ବର୍ଣ୍ଣମାଳାକୁ ମୂଳତଃ ହୁନମିନ୍ ଜୋଙ୍ଗେଉମ୍ ନାମ ଦେଇଥିଲେ, ଯାହାର ଅର୍ଥ "ଲୋକଙ୍କ ନିର୍ଦ୍ଦେଶ ପାଇଁ ଉପଯୁକ୍ତ ଧ୍ୱନି" ଅଟେ|



English : There are many theories to how Sanskrit came into existence. One of them is about an Aryan migration from the west into India who brought their language with them.

Odia : ସଂସ୍କୃତ ଭାଷାର ଆରମ୍ଭ ସମ୍ବନ୍ଧରେ ଅନେକ ମତ ରହିଛି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ପଶ୍ଚିମରୁ ଭାରତକୁ ଜଣେ ଆର୍ଯ୍ୟଙ୍କ ଆଗମନ, ଯିଏ ତାଙ୍କ ସହିତ ଏହି ଭାଷାକୁ ଆଣିଥିଲେ ।



English : Sanskrit is an ancient language and is comparable to the Latin language spoken in Europe.

Odia : ସଂସ୍କୃତ ଏକ ପ୍ରାଚୀନ ଭାଷା ଏବଂ ୟୁରୋପରେ କଥିତ ଲାଟିନ୍ ଭାଷା ସହିତ ତୁଳନୀୟ।



English : The earliest known book in the world was written in Sanskrit. After the compilation of Upanishads, Sanskrit just faded due to hierarchy.

Odia : ବିଶ୍ୱର ସର୍ବପ୍ରାଚୀନ ଭାବରେ ବିଦିତ ପୁସ୍ତକ ସଂସ୍କୃତରେ ଲେଖା ଯାଇଥିଲା। ଉପନିଷଦର ସଙ୍କଳନ ପରେ, କେବଳ ସାମାଜିକ ଶ୍ରେଣୀ ବିଭାଜନ ଯୋଗୁଁ ସଂସ୍କୃତ ଭାଷା ବିଲୁପ୍ତ ହୋଇଗଲା।



English : Sanskrit is a very complex and rich language, which has served to be the source for many modern Indian languages, just like Latin is the source for European languages like French and Spanish.

Odia : ସଂସ୍କୃତ ଏକ ଅତ୍ୟନ୍ତ ଜଟିଳ ଏବଂ ସମୃଦ୍ଧ ଭାଷା, ଯାହାକି ଅନେକ ଆଧୁନିକ ଭାରତୀୟ ଭାଷା ପାଇଁ ଉତ୍ସ ହୋଇପାରିଛି, ଯେପରି ଲାଟିନ୍ ହେଉଛି ଫ୍ରେଞ୍ଚ ଏବଂ ସ୍ପେନିସ୍ ପରି ୟୁରୋପୀୟ ଭାଷା ପାଇଁ ଉତ୍ସ ଅଟେ।



English : With the battle for France over, Germany began to get ready to invade the island of Britain.

Odia : ଫ୍ରାନ୍ସ ପାଇଁ ଯୁଦ୍ଧ ସମାପ୍ତ ହେବା ପରେ, ବ୍ରିଟେନ୍‍ ଦ୍ୱୀପ ଉପରେ ଆକ୍ରମଣ କରିବା ପାଇଁ ଜର୍ମାନୀ ପ୍ରସ୍ତୁତି ଆରମ୍ଭ କଲା।



English : Germany code-named the attack "Operation Sealion". Most of the British Army´s heavy weapons and supplies had been lost when it evacuated from Dunkirk, so the army was fairly weak.

Odia : ଏହି ଆକ୍ରମଣକୁ ଜର୍ମାନୀ ସାଂକେତିକ ନାମ ଦେଇଛି "ଅପରେଶନ୍ ସୀଲିଅନ୍" । ବ୍ରିଟିଶ ସେନାର ଅଧିକାଂଶ ଭାରୀ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ, ଡନ୍‌କର୍କରୁ ନିକାସ କରିବା ସମୟରେ ହଜିଯାଇଥିଲା, ତେଣୁ ସେନା ବହୁତ ଦୁର୍ବଳ ହେଇଯାଇଥିଲା।



English : But the Royal Navy was still much stronger than the German Navy ("Kriegsmarine") and could have destroyed any invasion fleet sent across the English Channel.

Odia : କିନ୍ତୁ ରୟାଲ୍ ନୌସେନା ଜର୍ମାନ ନୌସେନା ("କ୍ରିଗ୍ସମେରାଇନ୍") ଠାରୁ ଅଧିକ ଶକ୍ତିଶାଳୀ ଥିଲା ଏବଂ ଇଂରାଜୀ ଚ୍ୟାନେଲ ମାଧ୍ୟମରେ ପଠାଯାଇଥିବା କୌଣସି ମଧ୍ୟ ଆକ୍ରମଣ ଜାହାଜକୁ ନଷ୍ଟ କରିପାରିଥାନ୍ତା ।



English : However, very few Royal Navy ships were based near the likely invasion routes as the admirals were afraid they would be sunk by German air attack.

Odia : ଯାହାବି ହେଉ , ଖୁବ୍ କମ୍ ରୟାଲ୍ ନ୍ୟାଭିର ଜାହାଜ ସମ୍ଭାବ୍ୟ ଆକ୍ରମଣ ମାର୍ଗ ନିକଟରେ ରହିଥିଲା, କାରଣ ଆଡମିରାଲମାନେ ଭୟ କରୁଥିଲେ ଯେ, ସେମାନେ ଜର୍ମାନର ବାୟୁମାର୍ଗରୁ ଆକ୍ରମଣ କାରଣରୁ ବୁଡ଼ିଯାଇପାରନ୍ତି।



English : Let´s start with an explanation about Italy´s plans. Italy was mainly the ¨little brother¨ of Germany and Japan.

Odia : ଚାଲନ୍ତୁ ଇଟାଲୀର ଯୋଜନା ବିଷୟରେ ଏକ ବ୍ୟାଖ୍ୟାରୁ ଆରମ୍ଭ କରିବା। ଇଟାଲୀ ମୁଖ୍ୟତଃ ଜର୍ମାନୀ ଓ ଜାପାନର "ଛୋଟ ଭାଇ" ଥିଲା।



English : It had a weaker army and a weaker navy, although they had just built four new ships right before the beginning of the war.

Odia : ଯଦିଓ ସେମାନେ ଯୁଦ୍ଧ ଆରମ୍ଭ ହେବାର ଠିକ୍ ପୂର୍ବରୁ ଚାରୋଟି ନୂତନ ଜାହାଜ ନିର୍ମାଣ କରିଥିଲେ, ତଥାପି ଏହାର ଏକ ଅପେକ୍ଷାକୃତ ଦୁର୍ବଳ ସୈନ୍ୟ ବାହିନୀ ଏବଂ ଏକ ଦୁର୍ବଳ ନୌସେନା ଥିଲା।



English : Italy´s main goals were African countries. To capture those countries, they would need to have a troop launching pad, so as troops could sail across the Mediterranean Sea and invade Africa.

Odia : ଇଟାଲୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆଫ୍ରିକୀୟ ଦେଶଗୁଡ଼ିକୁ ଦଖଲ କରିବା। ସେହି ଦେଶଗୁଡ଼ିକୁ ଅଧିକାର କରିବାକୁ ସେମାନେ ଏକ ସେନା ଲଞ୍ଚିଂ ପ୍ୟାଡ୍ ଆବଶ୍ୟକ କରୁଥିଲେ, ଯାହା ଫଳରେ ସେନାବାହିନୀ ଭୂମଧ୍ୟସାଗର ପାର ହୋଇ ଆଫ୍ରିକା ଉପରେ ଆକ୍ରମଣ କରିପାରିବ।



English : For that, they had to get rid of British bases and ships in Egypt. Besides those actions, Italy´s battleships were not supposed to do anything else.

Odia : ଏଥିପାଇଁ, ସେମାନଙ୍କୁ ଇଜିପ୍ଟରେ ଥିବା ବ୍ରିଟିଶ ବେସ୍ ଓ ଜାହାଜରୁ ମୁକ୍ତି ପାଇବାକୁ ପଡ଼ିବ। ସେହି କାର୍ଯ୍ୟ ବ୍ୟତୀତ, ଇଟାଲୀର ଯୁଦ୍ଧ ଜାହାଜ ଆଉ କିଛି କରିବା ପାଇଁ ନଥିଲା।



[Day17]

English : Now for Japan. Japan was an island country, just like Britain.

Odia : ବର୍ତ୍ତମାନ ଜାପାନ ପାଇଁ। ବ୍ରିଟେନ ପରି ଜାପାନ ଏକ ଦ୍ୱୀପ ଦେଶ ଥିଲା।



English : Submarines are ships designed to travel underwater, and remain there for an extended amount of time.

Odia : ବୁଡ଼ାଜାହାଜଗୁଡ଼ିକ ହେଉଛି ଜାହାଜ ଯାହାକି ପାଣି ଭିତରେ ଯାତ୍ରା କରିବା ପାଇଁ ଡିଜାଇନ କରାଯାଇଛି, ଏବଂ ତାହା ସେଠାରେ ଅଧିକ ସମୟ ପର୍ଯ୍ୟନ୍ତ ରହିପାରିଥାଏ ।



English : Submarines were used in World War I and World War II. Back then they were very slow and had a very limited shooting range.

Odia : ପ୍ରଥମ ବିଶ୍ୱଯୁଦ୍ଧ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବୁଡ଼ାଜାହାଜ ବ୍ୟବହାର କରାଯାଇଥିଲା। ସେତେବେଳେ ସେଗୁଡ଼ିକ ବହୁତ ମନ୍ଥର ଥିଲା ଏବଂ ସେଗୁଡ଼ିକର ଗୁଳି ନିକ୍ଷେପ ସୀମା ସୀମିତ ଥିଲା।



English : In the beginning of the war they mostly travelled on top of the sea, but as radar began developing and becoming more accurate the submarines were forced to go under water to avoid being seen.

Odia : ଯୁଦ୍ଧ ଆରମ୍ଭରେ ସେମାନେ ଅଧିକାଂଶ ସମୁଦ୍ର ଉପରକୁ ଯାତ୍ରା କରିଥିଲେ କିନ୍ତୁ ରାଡ଼ାର ବିକଶିତ ହେବା ସହ ଅଧିକ ସଠିକ ହେବା ପରେ ବୁଡାଜହାଜଗୁଡ଼ିକ ଜଳ ତଳେ ଯିବାକୁ ବାଧ୍ୟ ହେଲେ।



English : German submarines were called U-Boats. The Germans were very good at navigating and operating their submarines.

Odia : ଜର୍ମାନ ବୁଡ଼ାଜାହାଜକୁ ୟୁ-ଡଙ୍ଗା କୁହାଯାଉଥିଲା। ଜର୍ମାନମାନେ ସେମାନଙ୍କର ବୁଡ଼ାଜାହାଜକୁ ନେଭିଗେଟ କରିବା ଏବଂ ସଂଚାଳନ କରିବାରେ ବହୁତ ଭଲ ଥିଲେ।



English : Because of their success with submarines, after the war Germans aren´t trusted to have many of them.

Odia : ବୁଡ଼ାଜାହାଜ ସହିତ ସେମାନଙ୍କର ସଫଳତା ଯୋଗୁଁ, ଯୁଦ୍ଧ ପରେ ଜର୍ମାନମାନେ ସେଥିରୁ ବେଶି ସଂଖ୍ୟକ ରଖିଛନ୍ତି ବୋଲି ବିଶ୍ୱାସ କରାଯାଉନାହିଁ।



English : Yes! King Tutankhamun, sometimes referred to as ¨King Tut¨ or ¨The Boy King¨, is one of the most well known ancient Egyptian kings in modern times.

Odia : ହଁ! ରାଜା ତୁତାନଖାମୁନ୍, ଯାହାଙ୍କୁ ବେଳେ ବେଳେ ¨କିଙ୍ଗ୍ ତୁତ୍¨ ବା ¨ବାଳକ ରାଜା¨ ଭାବରେ ଉଲ୍ଲେଖ କରାଯାଏ, ସେ ଆଧୁନିକ ସମୟରେ ସବୁଠାରୁ ପ୍ରସିଦ୍ଧ ପ୍ରାଚୀନ ଇଜିପ୍ଟର ରାଜାମାନଙ୍କ ମଧ୍ୟରୁ ଅନ୍ୟତମ।



English : Interestingly, he was not considered to be very important in ancient times and was not recorded on most ancient king lists.

Odia : କୌତୁହଳର ବିଷୟ ଏହିକି ଯେ, ତାଙ୍କୁ ପ୍ରାଚୀନ କାଳରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବରେ ବିବେଚନା କରାଯାଉନଥିଲା ଏବଂ ଅଧିକାଂଶ ପ୍ରାଚୀନ ରାଜା ତାଲିକାରେ ତାଙ୍କର ନାମ ଲିପିବଦ୍ଧ ହୋଇନଥିଲା।



English : However, the discovery of his tomb in 1922 made him a celebrity. While many tombs of the past were robbed, this tomb was left virtually undisturbed.

Odia : ହେଲେ, 1922 ମସିହାରେ ତାଙ୍କର ସମାଧି ଆବିଷ୍କାର, ତାଙ୍କୁ ଜଣେ ପ୍ରସିଦ୍ଧ ବ୍ୟକ୍ତିଙ୍କ ପରିଚୟ ଦେଇଥିଲା । ଅତୀତର ଅନେକ କବର ଲୁଟ ହୋଇଥିବାବେଳେ ଏହି ସମାଧିଟି ଅଳ୍ପକେ ବର୍ତ୍ତିଯାଇଥିଲା।



English : Most of the items buried with Tutankhamun have been well preserved, including thousands of artefacts made from precious metals and rare stones.

Odia : ବହୁମୂଲ୍ୟ ଧାତୁ ଓ ବିରଳ ରତ୍ନ ପଥରରେ ତିଆରି ହୋଇଥିବା ହଜାର ହଜାର ବସ୍ତୁ ସମେତ ତୁତାନଖାମୁନଙ୍କ ସହ ପୋତା ଯାଇଥିବା ଅଧିକାଂଶ ସାମଗ୍ରୀ ଭଲ ଅବସ୍ଥାରେ ସଂରକ୍ଷିତ ରହିଛି।



English : The invention of spoke wheels made Assyrian chariots lighter, faster, and better prepared to outrun soldiers and other chariots.

Odia : ସ୍ପୋକ୍ ଚକଗୁଡିକର ଉଦ୍ଭାବନ ଆସିରିଆନ୍ ରଥଗୁଡ଼ିକୁ ଅଧିକ ହାଲୁକା, ଦ୍ରୁତ ଏବଂ ସୈନିକ ଏବଂ ଅନ୍ୟ ରଥଗୁଡିକୁ ଅତିକ୍ରମ କରିବା ପାଇଁ ସୁପ୍ରସ୍ତୁତ କରିଥିଲା।



English : Arrows from their deadly crossbows could penetrate the armor of rival soldiers. About 1000 B.C., the Assyrians introduced the first cavalry.

Odia : ସେମାନଙ୍କର ମାରାତ୍ମକ ଧନୁରୁ ବାଣ ପ୍ରତିଦ୍ଵନ୍ଦୀ ସୈନିକମାନଙ୍କର କବଚକୁ ଭେଦ କରିପାରିଥାନ୍ତା। ପ୍ରାୟ 1000 ଖ୍ରୀଷ୍ଟପୂର୍ବ ପୂର୍ବେ, ଆସିରୀୟମାନେ ପ୍ରଥମ ଅଶ୍ଵାରୋହୀମାନଙ୍କୁ ପରିଚିତ କରାଇଲେ।



English : A cavalry is an army that fights on horseback. The saddle had not yet been invented, so the Assyrian cavalry fought on the bare backs of their horses.

Odia : ଏକ ଅଶ୍ୱାରୋହୀ ବାହିନୀ, ଘୋଡ଼ା ପିଠିରେ ବସି ଯୁଦ୍ଧ କରୁଥିବା ସେନାବାହିନୀ ଅଟେ। ସେ ପର୍ଯ୍ୟନ୍ତ ଘୋଡ଼ାର ସ୍ୟାଡଲ୍ ଉଦ୍ଭାବନ ହୋଇନଥିବାରୁ ଆସିରିଆନ୍ ଅଶ୍ୱାରୋହୀ ବାହିନୀ ଘୋଡ଼ାର ଖୋଲା ପିଠିରେ ବସି ଯୁଦ୍ଧ ଲଢ଼ିଥିଲେ।



English : We know many Greek politicians, scientists, and artists. Possibly the most known person of this culture is Homer, the legendary blind poet, who composed two masterpieces of Greek literature: the poems Iliad and Odyssey.

Odia : ଆମେ ଅନେକ ଗ୍ରୀକ୍ ରାଜନେତା, ବୈଜ୍ଞାନିକ ଏବଂ କଳାକାରମାନଙ୍କୁ ଜାଣୁ। ସମ୍ଭବତଃ ଏହି ସଂସ୍କୃତିର ସବୁଠାରୁ ଅଧିକ ଜଣାଶୁଣା ବ୍ୟକ୍ତି ହେଉଛନ୍ତି ହୋମର, କିମ୍ବଦନ୍ତୀ ଅନ୍ଧ କବି, ଯିଏକି ଗ୍ରୀକ୍ ସାହିତ୍ୟର 2 ଟି କଳାକୃତି ରଚନା କରିଥିଲେ: କବିତା ଇଲିଆଡ୍ ଏବଂ ଓଡ଼ିଶୀ।



English : Sophocles and Aristophanes are still popular playwrights and their plays are considered to be among the greatest works of world literature.

Odia : ସୋଫୋକ୍ଲେସ୍ ଓ ଆରିଷ୍ଟୋଫେନ୍ସ ଏବେ ବି ଲୋକପ୍ରିୟ ନାଟ୍ୟକାର ଅଟନ୍ତି ଏବଂ ସେମାନଙ୍କ ଦ୍ୱାରା ଲିଖିତ ନାଟକ ବିଶ୍ୱ ସାହିତ୍ୟର ସର୍ବଶ୍ରେଷ୍ଠ କୃତି ମଧ୍ୟରେ ପରିଗଣିତ ହୁଏ।



English : Another famous Greek is a mathematician Pythagoras, mostly known for his famous theorem about relations of the sides of right triangles.

Odia : ଅନ୍ୟ ଜଣେ ପ୍ରସିଦ୍ଧ ଗ୍ରୀକ୍ ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଗଣିତଜ୍ଞ ପିଥାଗୋରାସ୍, ଯିଏ କି ସଠିକ ତ୍ରିଭୁଜର ବାହୁ ସହିତ ସମ୍ପର୍କ ବିଷୟରେ ତାଙ୍କର ପ୍ରସିଦ୍ଧ ଉପପାଦ୍ୟ ପାଇଁ ଜଣାଶୁଣା।



English : There are varying estimates for how many people speak Hindi. It is estimated to be between the second and fourth most commonly spoken language in the world.

Odia : କେତେ ଲୋକ ହିନ୍ଦୀ କୁହନ୍ତି ସେ ବିଷୟରେ ବିଭିନ୍ନ ଆକଳନ ରହିଛି। ବିଶ୍ଵର ସବୁଠାରୁ ସାଧାରଣ ଭାବେ କଥିତ ଭାଷା ଭାବରେ ଏହା ଦ୍ୱିତୀୟରୁ ଚତୁର୍ଥ ସ୍ଥାନ ମଧ୍ୟରେ ଅଛି ବୋଲି ଆକଳନ କରାଯାଇଛି।



English : The number of native speakers varies depending on whether or not very closely related dialects are counted.

Odia : ଅତି ନିକଟ ସମ୍ପର୍କିତ କଥିତ ଭାଷା ଗଣନା କରାଯାଉଛି କି ନାହିଁ, ତାହା ଉପରେ ନିର୍ଭର କରି ମୂଳ ଭାଷାଭାଷୀଙ୍କ ସଂଖ୍ୟା ଭିନ୍ନ ଭିନ୍ନ ହୋଇଥାଏ।



English : Estimates range from 340 million to 500 million speakers, and as many as 800 million people can understand the language.

Odia : ଅନୁମାନ କରାଯାଏ ଯେ ପ୍ରାୟ 340 ନିୟୁତରୁ 500 ନିୟୁତ ଭାଷାଭାଷୀ ଅଛନ୍ତି ଏବଂ ପ୍ରାୟ 800 ନିୟୁତ ଲୋକ ଏହି ଭାଷା ବୁଝିପାରନ୍ତି।



English : Hindi and Urdu are similar in vocabulary but different in script; in everyday conversations, speakers of both languages can usually understand each other.

Odia : ହିନ୍ଦୀ ଏବଂ ଉର୍ଦ୍ଦୁ ଶବ୍ଦ ସମାନ କିନ୍ତୁ ଲେଖା ଭିନ୍ନ; ଦୈନନ୍ଦିନ ବାର୍ତ୍ତାଳାପରେ, ଉଭୟ ଭାଷାର ବକ୍ତାମାନେ ସାଧାରଣତଃ ପରସ୍ପରକୁ ବୁଝି ପାରନ୍ତି।



English : Around the 15th century, northern Estonia was under great cultural influence of Germany.

Odia : ପ୍ରାୟ 15ଶ ଶତାବ୍ଦୀରେ, ଉତ୍ତର ଇସ୍ତୋନିଆରେ ଜର୍ମନୀର ମହାନ୍ ସାଂସ୍କୃତିକ ପ୍ରଭାବ ରହିଥିଲା।



English : Some German monks wanted to bring God closer to the native people, so they invented the Estonian literal language.

Odia : କେତେକ ଜର୍ମାନ ସନ୍ୟାସୀ ଈଶ୍ଵରଙ୍କୁ ଦେଶୀୟ ଲୋକଙ୍କ ନିକଟତର କରିବାକୁ ଚାହୁଁଥିଲେ, ତେଣୁ ସେମାନେ ଇଷ୍ଟୋନିଆର ଭାଷା ସାହିତ୍ୟ ଉଦ୍ଭାବନ କଲେ।



English : It was based on the German alphabet and one character ¨Õ/õ¨ was added.

Odia : ଏହା ଜର୍ମନ ଅକ୍ଷର ଉପରେ ଆଧାରିତ ଥିଲା ଏବଂ ଗୋଟିଏ ବର୍ଣ୍ଣ ¨Õ/õ¨ ଯୋଗ କରାଯାଇଥିଲା।



English : As time passed, many words that were borrowed from German coalesced. This was the beginning of enlightenment.

Odia : ସମୟ ଗଡିବା ସହିତ, ଅନେକ ଶବ୍ଦ ଯାହାସବୁ ଜର୍ମାନରୁ ଏକତ୍ରିତ ହୋଇଥିଲା। ଏହା ଥିଲା ଜ୍ଞାନାଲୋକ ପ୍ରାପ୍ତିର ଆରମ୍ଭ।



English : Traditionally, the heir to the throne would go straight into the military after finishing school.

Odia : ପାରମ୍ପରିକ ଭାବରେ, ସିଂହାସନର ଉତ୍ତରାଧିକାରୀ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ସିଧାସଳଖ ସେନାରେ ଯୋଗ ଦିଅନ୍ତି।



[Day18]

English : However, Charles went to university at Trinity College, Cambridge where he studied Anthropology and Archaeology, and later History, earning a 2:2 (a lower second class degree).

Odia : ଏହା ସତ୍ତ୍ୱେ, ଚାର୍ଲ୍ସ କେମ୍ବ୍ରିଜ୍‌ର ଟ୍ରିନିଟି କଲେଜରେ ବିଶ୍ୱବିଦ୍ୟାଳୟକୁ ଯାଇ ସେଠାରେ ନୃତତ୍ତ୍ୱ ଓ ପ୍ରତ୍ନତତ୍ତ୍ୱ ଏବଂ ପରେ ଇତିହାସ ଅଧ୍ୟୟନ କରି 2:2 (ଏକ ନିମ୍ନ ଦ୍ୱିତୀୟ ଶ୍ରେଣୀ ସ୍ନାତକ) ହାସଲ କରିଥିଲେ।



English : Charles was the first member of the British Royal Family to be awarded a degree.

Odia : ଏକ ଡିଗ୍ରୀ ପାଇବାରେ ବ୍ରିଟିଶ ରାଜ ପରିବାରର ପ୍ରଥମ ସଦସ୍ୟ ଥିଲେ ଚାର୍ଲସ।



English : European Turkey (eastern Thrace or Rumelia in the Balkan peninsula) includes 3% of the country.

Odia : ୟୁରୋପୀୟ ତୁର୍କୀ (ବାଲକାନ ଉପଦ୍ୱୀପରେ ପୂର୍ବ ଥ୍ରେସ୍ କିମ୍ବା ରୁମେଲିଆ) ଦେଶର 3% ଅନ୍ତର୍ଭୁକ୍ତ କରେ।



English : The territory of Turkey is more than 1,600 kilometres (1,000 mi) long and 800 km (500 mi) wide, with a roughly rectangular shape.

Odia : ତୁର୍କୀର କ୍ଷେତ୍ରଫଳ 1,600 କିଲୋମିଟର (1,000 ମାଇଲ) ରୁ ଅଧିକ ଲମ୍ୱ ଏବଂ 800 କିଲୋମିଟର (500 ମାଇଲ) ଚଉଡ଼ା, ପ୍ରାୟତଃ ଆୟତକାର ଭଳି।



English : Turkey´s area, including lakes, occupies 783,562 square kilometres (300,948 sq mi), of which 755,688 square kilometres (291,773 sq mi) are in south west Asia and 23,764 square kilometres (9,174 sq mi) in Europe.

Odia : ହ୍ରଦଗୁଡ଼ିକ ସମେତ ତୁର୍କୀର କ୍ଷେତ୍ରଫଳ 783,562 ବର୍ଗ କିଲୋମିଟର (300,948 ବର୍ଗ ମାଇଲ୍‍), ଯେଉଁଥିରୁ 755,688 ବର୍ଗ କିଲୋମିଟର (291,773 ବର୍ଗ ମାଇଲ୍‍) ଦକ୍ଷିଣ ପଶ୍ଚିମ ଏସିଆରେ ଓ 23,764 ବର୍ଗ କିଲୋମିଟର (9,174 ବର୍ଗ ମାଇଲ୍‍) ୟୁରୋପରେ ଅଛି।



English : Turkey´s area makes it the world´s 37th-largest country, and is about the size of Metropolitan France and the United Kingdom combined.

Odia : ତୁର୍କୀର କ୍ଷେତ୍ରଫଳ କାରଣରୁ ଏହାକୁ ବିଶ୍ଵର 37ତମ ବୃହତ୍ତମ ଦେଶ ଭାବରେ ପରିଣତ କରିଥାଏ ଏବଂ ଏହା ପ୍ରାୟ ମେଟ୍ରୋପଲିଟନ୍ ଫ୍ରାନ୍ସ ଏବଂ ସଂଯୁକ୍ତ ରାଷ୍ଟ୍ରର ମିଳିତ ଆକାରର।



English : Turkey is encircled by seas on three sides: the Aegean Sea to the west, the Black Sea to the north and the Mediterranean Sea to the south.

Odia : ତୁର୍କୀକୁ ତିନିପଟୁ ସମୁଦ୍ର ଘେରି ରହିଛି: ପଶ୍ଚିମରେ ଏଜିଅନ୍ ସାଗର, ଉତ୍ତରରେ ଶ୍ୟାମ ସାଗର ତଥା ଦକ୍ଷିଣରେ ଭୂମଧ୍ୟ ସାଗର।



English : Luxembourg has a long history but its independence dates from 1839.

Odia : ଲକ୍ସେମବର୍ଗର ଇତିହାସ ସୁଦୀର୍ଘ, କିନ୍ତୁ ଏହା 1839ରେ ସ୍ଵାଧୀନ ହୋଇଥିଲା।



English : Present-day parts of Belgium were part of Luxembourg in the past but became Belgian after the 1830s Belgian Revolution.

Odia : ବେଲଜିୟମର ବର୍ତ୍ତମାନର ଅଂଶ ଅତୀତରେ ଲକ୍ସେମବର୍ଗର ଅଂଶ ଥିଲା କିନ୍ତୁ 1830ରେ ବେଲଜିୟମ ବିପ୍ଳବ ପରେ ବେଲଜିୟମ ହୋଇଗଲା।



English : Luxembourg has always tried to remain a neutral country but it was occupied in both World War I and World War II by Germany.

Odia : ଲକ୍ସେମବର୍ଗ ସର୍ବଦା ଏକ ନିରପେକ୍ଷ ରାଷ୍ଟ୍ର ରହିବାକୁ ଚେଷ୍ଟା କରିଆସିଛି କିନ୍ତୁ ପ୍ରଥମ ବିଶ୍ଵଯୁଧ୍ୟ ଏବଂ ଦ୍ଵିତୀୟ ବିଶ୍ଵଯୁଧ୍ୟରେ ଏହା ଜର୍ମାନୀ ଦ୍ଵାରା ଅଧିକୃତ ହୋଇଥିଲା।



English : In 1957 Luxembourg became a founding member of the organization which is today known as the European Union.

Odia : 1957 ମସିହାରେ ଲକ୍ସେମବର୍ଗ ସଂଗଠନର ସଂସ୍ଥାପକ ସଦସ୍ୟ ହୋଇଥିଲେ ଯିଏ ଆଜି ୟୁରୋପୀୟ ସଂଘ ଭାବରେ ଜଣାଶୁଣା ଅଟନ୍ତି।



English : The Drukgyal Dzong is a ruined fortress and Buddhist monastery in the upper part of the Paro District (in Phondey Village).

Odia : ଡ୍ରକ୍ ଗ୍ୟାଲ୍ ହେଉଛି ପାରୋ ଜିଲ୍ଲାର ( ଫୋଣ୍ଡେ ଗ୍ରାମରେ) ଉପର ଅଞ୍ଚଳରେ ଥିବା ଏକ ଅବକ୍ଷୟ ଜଙ୍ଗଲ ଏବଂ ବୌଦ୍ଧ ମଠ।



English : It is said that in 1649, Zhabdrung Ngawang Namgyel created the fortress to commemorate his victory against the Tibetan-Mongol forces.

Odia : କଥିତ ଅଛି ଯେ, 1649 ମସିହାରେ ଜାବଡ୍ରଙ୍ଗ ଗୱାଙ୍ଗ ନାମଗାଇଲ୍ ତିବ୍ଦତୀୟ-ମଙ୍ଗୋଲ ସୈନ୍ୟଙ୍କ ବିରୁଦ୍ଧରେ ତାଙ୍କ ବିଜୟକୁ ସ୍ମରଣ କରିବା ପାଇଁ ଦୁର୍ଗ ନିର୍ମାଣ କରାଇଥିଲେ।



English : In 1951, a fire caused for only some of the relics of the Drukgyal Dzong to remain, such as the image of Zhabdrung Ngawang Namgyal.

Odia : 1951 ମସିହାରେ ଘଟିଥିବା ଗୋଟିଏ ଅଗ୍ନିଦାହରେ ଡ୍ରୁକଗ୍ୟାଲ୍ ଡିଜୋଙ୍ଗର କିଛି ମାତ୍ର ଅବଶେଷ, ଯେମିତି ଝାବଡ୍ରଙ୍ଗ୍ ଗୱାଙ୍ଗ୍ ନାମଗ୍ୟାଲ୍‌ଙ୍କ ପ୍ରତିମୂର୍ତ୍ତି ରହିଗଲା।



English : After the fire, the fortress was preserved and protected, remaining to be one of Bhutan´s most sensational attractions.

Odia : ଅଗ୍ନିକାଣ୍ଡ ପରେ ଦୁର୍ଗକୁ ସଂରକ୍ଷିତ ଓ ନିରାପଦ ରଖାଯାଇଥିଲା, ଏହି ଭଗ୍ନାବଶେଷ ଭୁଟାନର ସବୁଠାରୁ ସମ୍ବେଦନାତ୍ମକ ଆକର୍ଷଣଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା।



English : During the 18th century Cambodia found itself squeezed between two powerful neighbors, Thailand and Vietnam.

Odia : 18ଶହ ଶତାବ୍ଦୀ ବେଳକୁ କାମ୍ବୋଡିଆ 2 ଶକ୍ତିଶାଳୀ ପଡୋଶୀ, ଥାଇଲାଣ୍ଡ ଏବଂ ଭିଏତନାମ ମଧ୍ୟରେ ନିଜକୁ ସଙ୍କୁଚିତ ହୋଇଥିବା ପାଇଥିଲା।



English : The Thais invaded Cambodia several times in the 18th century and in 1772 they destroyed Phnom Phen.

Odia : 18 ଦଶ ଶତାବ୍ଦୀରେ ଥାଇସ୍ ମାନେ କମ୍ବୋଡିଆ ଉପରେ ଅନେକ ଥର ଆକ୍ରମଣ କରିଥିଲେ ଏବଂ 1772 ମସିହାରେ ସେମାନେ ଫେନୋମ୍ ଫିନ୍ କୁ ଧ୍ଵଂସ କରିଦେଇଥିଲେ।



English : In the last years of the 18th century the Vietnamese also invaded Cambodia.

Odia : 18ଶ ଶତାବ୍ଦୀର ଶେଷ ବର୍ଷରେ ଭିଏତନାମୀମାନେ କମ୍ବୋଡିଆ ଉପରେ ମଧ୍ୟ ଆକ୍ରମଣ କରିଥିଲେ।



English : Eighteen percent of Venezuelans are unemployed, and most of those who are employed work in the informal economy.

Odia : ଭେନେଜୁଏଲାର 18 ପ୍ରତିଶତ ଲୋକ ବେକାର ଏବଂ ଯେଉଁମାନେ ନିୟୋଜିତ ଅଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନୌପଚାରିକ ଅର୍ଥନୈତିକ କ୍ଷେତ୍ରରେ କାର୍ଯ୍ୟ କରନ୍ତି।



English : Two thirds of Venezuelans who work do so in the service sector, nearly a quarter work in industry and a fifth work in agriculture.

Odia : ଭେନେଜୁଏଲାର ଦୁଇ ତୃତୀୟାଂଶ ନାଗରିକ ସେବା କ୍ଷେତ୍ରରେ, ଉଦ୍ୟୋଗ କ୍ଷେତ୍ରରେ ପାଖାପାଖି ଏକ ଚତୁର୍ଥାଂଶ ତଥା ଚାଷ କ୍ଷେତ୍ରରେ ଏକ ପଞ୍ଚମାଂଶ କାମ କରନ୍ତି|



English : An important industry for Venezuelans is oil, where the country is a net exporter, even though only one percent work in the oil industry.

Odia : ଏକ ନିଟ୍ ତୈଳ ରପ୍ତାନିକାରୀ ଦେଶ ଭାବରେ ଭେନେଜୁଏଲାବାସୀଙ୍କ ପାଇଁ ତୈଳ ଏକ ଗୁରୁତ୍ଵପୂର୍ଣ୍ଣ ଶିଳ୍ପ, ଯଦିଓ ତୈଳ ଶିଳ୍ପରେ ମାତ୍ର ଏକ ପ୍ରତିଶତ ଲୋକ କାମ କରନ୍ତି।



English : Early in the nation´s independence, Singapore Botanic Gardens´ expertise helped to transform the island into a tropical Garden City.

Odia : ଦେଶର ସ୍ଵାଧୀନତାର ପ୍ରାରମ୍ଭରେ, ସିଙ୍ଗାପୁର ବୋଟାନିକ୍ ଗାର୍ଡେନ୍ ର ବିଶେଷଜ୍ଞତା ଦ୍ବୀପକୁ ଏକ ଟ୍ରପିକାଲ୍ ଗାର୍ଡେନ୍ ସହରରେ ପରିଣତ କରିବାରେ ସାହାଯ୍ୟ କରିଲା।



English : In 1981, Vanda Miss Joaquim, an orchid hybrid, was chosen as the nation´s national flower.

Odia : 1981 ରେ, ଭଣ୍ଡା ମିସ ଜୋଆକୁଇମ, ଏକ ଅର୍ଚିଡ ହାଇବ୍ରିଡ, ଦେଶର ଜାତୀୟ ଫୁଲ ଭାବେ ଚୟନ କରଯାଇଥିଲା।



English : Every year around October nearly 1.5 million herbivores travel towards the southern plains, crossing the Mara River, from the northern hills for the rains.

Odia : ପ୍ରତିବର୍ଷ ଅକ୍ଟୋବରରେ ପ୍ରାୟ 1.5 ଲକ୍ଷ ତୃଣଭୋଜୀ ପଶୁ ବର୍ଷା ପାଇଁ ଉତ୍ତର ପାର୍ବତ୍ୟାଞ୍ଚଳରୁ ମାରା ନଦୀ ପାର ହୋଇ ଦକ୍ଷିଣ ସମତଳ ଦିଗରେ ଯାତ୍ରା କରିଥା'ନ୍ତି।



English : And then back to the north through the west, once again crossing the Mara river, after the rains in around April.

Odia : ଏବଂ ତା'ପରେ ପଶ୍ଚିମ ଦେଇ ଉତ୍ତର ଦିଗକୁ, ପୁଣି ଥରେ ମାରା ନଦୀ ପାର ହୋଇ ଏପ୍ରିଲରେ ବର୍ଷା ପରେ।



[Day19]

English : The Serengeti region contains the Serengeti National Park, the Ngorongoro Conservation Area and Maswa Game Reserve in Tanzania and the Maasai Mara National Reserve in Kenya.

Odia : ସେରେଙ୍ଗେଟୀ ଅଞ୍ଚଳରେ ସେରେଙ୍ଗେଟୀ ଜାତୀୟ ଉଦ୍ୟାନ, ନଗୋରୋଙ୍ଗୋରୋ ସଂରକ୍ଷିତ ଅଞ୍ଚଳ ଏବଂ ତାଞ୍ଜାନିଆର ମାସୱା ଗେମ୍ ସଂରକ୍ଷଣ ତଥା କେନିଆର ମାସାଇ ମାରା ଜାତୀୟ ସଂରକ୍ଷିତ ଅଞ୍ଚଳ ରହିଛି।



English : Learning to create interactive media requires conventional and traditional skills, as well as tools mastered in interactive classes (storyboarding, audio and video editing, story telling, etc.)

Odia : ପରସ୍ପର ସମ୍ବାଦାତ୍ମକ ମିଡିଆ ସୃଷ୍ଟି କରିବା ଶିଖିବା ପାଇଁ ପରମ୍ପରାଗତ ଏବଂ ପାରମ୍ପାରିକ କୌଶଳ ଏବଂ ପରସ୍ପର ସମ୍ବାଦାତ୍ମକ କ୍ଲାସ୍ (ଷ୍ଟୋରୀବୋର୍ଡିଂ, ଅଡିଓ ଏବଂ ଭିଡିଓ ଏଡିଟିଂ, କାହାଣୀ କହିବା ଇତ୍ୟାଦି) ରେ ମହାରଥୀ ହାସଲ କରାଯାଇଥିବା ଉପକରଣଗୁଡ଼ିକ ଆବଶ୍ୟକ।



English : Interactive design requires that you re-assess your assumptions about media production and learn to think in a non-linear ways.

Odia : ଇଣ୍ଟରାକ୍ଟିଭ୍ ଡିଜାଇନ୍ ଏହା ଆବଶ୍ୟକ କରେ ଯେ ଆପଣ ମିଡିଆ ଉତ୍ପାଦନ ବିଷୟରେ ଆପଣଙ୍କର ଧାରଣାର ପୁନଃ-ମୂଲ୍ୟାୟନ କରନ୍ତୁ ଏବଂ ଏକ ଅରୈଖିକ ଉପାୟରେ ଚିନ୍ତା କରିବା ଶିଖନ୍ତୁ।



English : Interactive design requires that components of a project connect to each other, but also make sense as a separate entity.

Odia : ଇଣ୍ଟରାକ୍ଟିଭ୍ ଡିଜାଇନ୍ ଆବଶ୍ୟକ କରେ ଯେ ଏକ ପ୍ରକଳ୍ପର ଉପାଦାନଗୁଡ଼ିକ ପରସ୍ପର ସହ ଜଡ଼ିତ, କିନ୍ତୁ ଏହା ଏକ ପୃଥକ ଅସ୍ଥିତ୍ୱ ଭାବେ ମଧ୍ୟ ବୁଝାଏ ।



English : The disadvantage of zoom lenses is that the focal complexity and number of lens elements required to achieve a range of focal lengths is much greater than for prime lenses.

Odia : ଜୁମ ଲେନ୍ସର ଅସୁବିଧା ହେଉଛି ଫୋକାଲ ଜଟିଳତା ଏବଂ ବିଭିନ୍ନ ଫୋକାଲ ଲମ୍ବ ହାସଲ କରିବା ପାଇଁ ଆବଶ୍ୟକ ହେଉଥିବା ଲେନ୍ସ ଉପାଦାନ ଗୁଡିକ ପ୍ରାଇମ ଲେନ୍ସ ଅପେକ୍ଷା ବହୁତ ଅଧିକ।



English : This is becoming less of an issue as lens manufacturers achieve higher standards in lens production.

Odia : ଲେନ୍ସ ନିର୍ମାତାମାନଙ୍କ ଦ୍ୱାରା ଲେନ୍ସ ଉତ୍ପାଦନର ମାନରେ ବୃଦ୍ଧି କରାଯିବା ସହିତ ଏହି ସମସ୍ୟା ହ୍ରାସ ପାଉଛି।



English : This has allowed zoom lenses to produce pictures of a quality comparable to that achieved by lenses with fixed focal length.

Odia : ଏହା ଦ୍ୱାରା ଜୁମ୍‌ ଲେନ୍ସଗୁଡ଼ିକ ସ୍ଥିର ଫୋକସ୍‍ ଦୈର୍ଘ୍ୟ ବିଶିଷ୍ଟ ଲେନ୍ସଗୁଡ଼ିକ ଦ୍ୱାରା ମିଳୁଥିବା କ୍ୱାଲିଟି ସହିତ ତୁଳନୀୟ କ୍ୱାଲିଟିର ଛବି ସୃଷ୍ଟି କରିପାରୁଛି।



English : Another disadvantage of zoom lenses is that the maximum aperture (the speed) of the lens is usually lower.

Odia : ଜୁମ ଲେନ୍ସର ଅନ୍ୟ ଏକ ଅସୁବିଧା ହେଉଛି ଲେନ୍ସର ସର୍ବାଧିକ ଆପର୍ଚର୍‌ (ସ୍ପିଡ୍‌) ସାଧାରଣତଃ କମ ଅଟେ।



English : This makes inexpensive zoom lenses hard to use in low-light conditions without a flash.

Odia : ଏହି ଶସ୍ତା ଜୁମ ଲେନ୍ସକୁ ଫ୍ଲାଶ ବୀନା ସ୍ୱଳ୍ପ ଆଲୋକରେ ବ୍ୟବହାର କରିବା କଠିନ।



English : One of the most common problems when trying to convert a movie to DVD format is the overscan.

Odia : 1 ମୁଭି ବା ଚଳଚ୍ଚିତ୍ରକୁ ଡିଭିଡି ଫର୍ମାଟରେ ରୂପାନ୍ତର କରିବାକୁ ଚେଷ୍ଟା କରିବାବେଳେ ଏକ ଅତି ସାଧାରଣ ସମସ୍ୟା ହେଉଛି ଓଭରସ୍କାନ୍।



English : Most televisions are made in a way to please the general public.

Odia : ଅଧିକାଂଶ ଟେଲିଭିଜନ ସାଧାରଣ ଜନତାଙ୍କୁ ଖୁସି କରିବା ପାଇଁ ପ୍ରସ୍ତୁତ କରାଯାଇଥାଏ।



English : For that reason, everything you see on the TV had the borders cut, top, bottom and sides.

Odia : ସେହି କାରଣରୁ, ଆପଣ ଟିଭିରେ ଦେଖୁଥିବା ପ୍ରତିଟି ବିଷୟରେ ଶୀର୍ଷରୁ, ପାର୍ଶ୍ୱରୁ ଏବଂ ତଳ ଅଂଶରୁ ସୀମାନ୍ତ କଟିଯାଇଥିଲା।



English : This is made to ensure that the image covers the whole screen. That is called overscan.

Odia : ପ୍ରତିଛବି ପୁରା ସ୍କ୍ରିନ୍ କୁ ଆଚ୍ଛାଦନ କରିବାକୁ ସୁନିଶ୍ଚିତ କରିବା ପାଇଁ ଏହା ପ୍ରସ୍ତୁତ କରାଯାଇଛି। ଏହାକୁ ଓଭରସ୍କ୍ୟାନ୍ କୁହାଯାଏ।



English : Unfortunately, when you make a DVD, it´s borders will most likely be cut too, and if the video had subtitles too close to the bottom, they won´t be fully shown.

Odia : ଦୁର୍ଭାଗ୍ୟବଶତଃ, ଯେତେବେଳେ ଆପଣ ଏକ DVD ତିଆରି କରନ୍ତି, ଏହାର ସୀମା ସବୁଠାରୁ ଅଧିକ ସମ୍ଭାବନାରେ ମଧ୍ୟ କଟାଯିବ, ଏବଂ ଯଦି ଭିଡିଓଟିର ଉପଶୀର୍ଷକ ଗୁଡିକ ତଳସ୍ଥାନର ବହୁତ ପାଖାପାଖି ଥାଏ, ତେବେ ସେଗୁଡିକ ସମ୍ପୂର୍ଣ୍ଣ ରୂପେ ଦେଖାଯିବ ନାହିଁ।



English : The traditional medieval castle has long inspired the imagination, conjuring up images of jousts, banquets and Arthurian chivalry.

Odia : ପାରମ୍ପରିକ ମଧ୍ୟଯୁଗୀୟ ଦୁର୍ଗ ଦୀର୍ଘ ଦିନରୁ ବୀରତ୍ୱ, ସାମାଜିକ ସମାବେଶ ଏବଂ ଆର୍ଥୁରିଆନ୍ ସାହସିକତାର ପ୍ରତିଛବିର ସମାହାରରେ ବହୁ ଜନମାନସରେ ବହୁ କଳ୍ପନାକୁ ଅନୁପ୍ରାଣୀତ କରିଆସୁଛି।



English : Even standing amidst thousand year-old ruins it is easy to bring to mind the sounds and smells of battles long gone, to almost hear the clatter of hooves on the cobbles and to smell the fear rising from the dungeon pits.

Odia : ହଜାର ବର୍ଷ ପୁରୁଣା ଧ୍ଵଂସାବଶେଷ ମଧ୍ୟରେ ଠିଆହେଲେ, ଏବେ ମଧ୍ୟ ଦୀର୍ଘ ଦିନରୁ ସରିଯାଇଥିବା ଯୁଦ୍ଧର ଶବ୍ଦ ଏବଂ ସୁଗନ୍ଧକୁ ସ୍ମରଣ କରିବା ସହଜ, ରାସ୍ତାର ପଥର ଉପରେ ଠିଆହୋଇ ଖୁରାର ଶବ୍ଦ ଶୁଣିବା ଏବଂ କାଳକୋଠରୀ ଗର୍ତ୍ତରୁ ଉଠୁଥିବା ଭୟର ଦୁର୍ଗନ୍ଧକୁ ସହଜରେ ଅନୁଭବ କରିହୁଏ।



English : But is our imagination based on reality? Why were castles built in the first place? How were they designed and built?

Odia : କିନ୍ତୁ ଆମ କଳ୍ପନା ବାସ୍ତବତା ଉପରେ ଆଧାରିତ କି? ପ୍ରାସାଦଗୁଡ଼ିକ ନିର୍ମିତ ହେବାର ମୂଳ କାରଣ କ´ଣ ଥିଲା? ସେଗୁଡ଼ିକର ଡିଜାଇନ୍‍ ଓ ନିର୍ମାଣ କିପରି ହୋଇଥିଲା?



English : Typical for the period, Kirby Muxloe Castle is more of a fortified house than a true castle.

Odia : ଏହି ଅବଧି ପାଇଁ ସାଧାରଣ, କିର୍ବି ମୁକ୍ସଲୋ ଦୁର୍ଗ ଏକ ପ୍ରକୃତ ଦୁର୍ଗ ତୁଳନାରେ ଏକ ସୁରକ୍ଷିତ ଘର ପରି ଅଧିକ ମନେହୁଏ।



English : Its large glazed windows and thin walls would not have been able to resist a determined attack for long.

Odia : ଏହାର ବଡ ଚକମକ କରୁଥିବା ଝରକା ଓ ପତଳା କାନ୍ଥ, ବହୁତ ସମୟ ପର୍ଯ୍ୟନ୍ତ ଏକ ଅବିଚଳିତ ଆକ୍ରମଣକୁ ଅଟକାଇବା ପାଇଁ ସକ୍ଷମ ହୋଇନଥାନ୍ତା।



English : In the 1480s, when its construction was begun by Lord Hastings, the country was relatively peaceful and defense was only required against small bands of roving marauders.

Odia : 1480 ଦଶକରେ ଯେତେବେଳେ ଲର୍ଡ ହେଷ୍ଟିଙ୍ଗସ୍ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ, ସେତେବେଳେ ଦେଶ ଅପେକ୍ଷାକୃତ ଶାନ୍ତିପୂର୍ଣ୍ଣ ଥିଲା ଏବଂ କେବଳ ଭ୍ରମଣକାରୀ ତସ୍କରଙ୍କ ଛୋଟ ଦଳଗୁଡ଼ିକର ମୁକାବିଲା ପାଇଁ ପ୍ରତିରକ୍ଷା ଆବଶ୍ୟକ ହେଉଥିଲା।



English : The balance of power was a system in which European nations sought to maintain the national sovereignty of all European states.

Odia : ଶକ୍ତିର ସନ୍ତୁଳନ ଏପରି ଏକ ବ୍ୟବସ୍ଥା ଥିଲା ଯେଉଁଥିରେ ୟୁରୋପୀୟ ରାଷ୍ଟ୍ରମାନେ ସମସ୍ତ ୟୁରୋପୀୟ ରାଷ୍ଟ୍ରର ଜାତୀୟ ସାର୍ବଭୗମତ୍ଵ ବଜାୟ ରଖିବାକୁ ଉଦ୍ୟମ କରିଥିଲେ।



English : The concept was that all European nations had to seek to prevent one nation from becoming powerful, and thus national governments often changed their alliances in order to maintain the balance.

Odia : ତତ୍ତ୍ୱଟି ଏହା ଥିଲା ଯେ ସମସ୍ତ ୟୁରୋପୀୟ ଦେଶଗୁଡ଼ିକୁ କୌଣସି ଗୋଟିଏ ରାଷ୍ଟ୍ରକୁ ଶକ୍ତିଶାଳୀ ହେବାରେ ବାଧା ଦେବା ପାଇଁ ଚେଷ୍ଟା କରିବାକୁ ପଡୁଥିଲା ଏବଂ ଏହିପରି ଭାବରେ ସନ୍ତୁଳନ ବଜାୟ ରଖିବା ପାଇଁ ଜାତୀୟ ସରକାରମାନେ ପ୍ରାୟତଃ ଅନ୍ୟ ଦେଶ ସହିତ ସେମାନଙ୍କର ବନ୍ଧୁତାରେ ପରିବର୍ତ୍ତନ କରୁଥିଲେ।



English : The War of Spanish Succession marked the first war whose central issue was the balance of power.

Odia : ସ୍ପେନର ଉତ୍ତରାଧିକାର ପାଇଁ ଯୁଦ୍ଧ ଏପରି ପ୍ରଥମ ଯୁଦ୍ଧ ଥିଲା, ଯାହା କ୍ଷମତା ସନ୍ତୁଳନ ସମସ୍ୟାକୁ କେନ୍ଦ୍ର କରି ହୋଇଥିଲା।



English : This marked an important change, as European powers would no longer have the pretext of being religious wars. Thus, the Thirty Years´ War would be the last war to be labeled a religious war.

Odia : ଏହା ଫଳରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଲା, କାରଣ ୟୁରୋପୀୟ ଶକ୍ତିମାନଙ୍କ ପାଖରେ ଆଉ ଧର୍ମୀୟ ଯୁଦ୍ଧର ବାହାନା ରହିଲା ନାହିଁ। ଏହିପରି, ତିରିଶ ବର୍ଷର ଯୁଦ୍ଧ ଧର୍ମୀୟ ଯୁଦ୍ଧର ଆଖ୍ୟା ପାଇଥିବା ଶେଷ ଯୁଦ୍ଧ ହେଲା।



English : The temple of Artemis at Ephesus was destroyed on July 21, 356 BCE in an act of arson committed by Herostratus.

Odia : ଜୁଲାଇ 21, 356 BCEରେ ହେରୋଷ୍ଟ୍ରାଟସ୍ ଦ୍ଵାରା କରାଯାଇଥିବା ଅଗ୍ନିକାଣ୍ଡ ଘଟଣାରେ ଏଫିସସରେ ଥିବା ଆର୍ଟେମିସର ମନ୍ଦିର ନଷ୍ଟ ହୋଇଯାଇଥିଲା।



[Day20]

English : According to the story, his motivation was fame at any cost. The Ephesians, outraged, announced that Herostratus´ name never be recorded.

Odia : କାହାଣୀ ଅନୁସାରେ, ତାଙ୍କର ପ୍ରେରଣା ଯେକୌଣସି ମୂଲ୍ୟରେ ପ୍ରସିଦ୍ଧି ଲାଭ କରିଥିଲା​​| ହେରୋଷ୍ଟ୍ରାଟସ୍‌ଙ୍କ ନାମ ଲିପିବଦ୍ଧ ହେବାର କୌଣସି ସମ୍ଭାବନା ନାହିଁ ବୋଲି ଏଫିସୀୟମାନେ କ୍ରୋଧ ଜର୍ଜରିତ ହୋଇ ଘୋଷଣା କରିଥିଲେ।



English : The Greek historian Strabo later noted the name, which is how we know today. The temple was destroyed on the same night that Alexander the Great was born.

Odia : ପରେ ଗ୍ରୀକ୍ ଐତିହାସିକ ଷ୍ଟ୍ରାବୋ ନାମକୁ ଉଲ୍ଲେଖ କରିଲେ, ଯାହା କିପରି ଅଟେ ଆଜି ଆମେ ତାହା ଜାଣୁ। ଯେଉଁ ରାତିରେ ମହାନ ଆଲେକଜାଣ୍ଡାର ଜନ୍ମଗ୍ରହଣ କରିଲେ, ସେହି ରାତିରେ ମନ୍ଦିରକୁ ଧ୍ୱଂସ କରାଯାଇଥିଲା ।



English : Alexander, as king, offered to pay to rebuild the temple, but his offer was denied. Later, after Alexander died, the temple was rebuilt in 323 BCE.

Odia : ରାଜା ଭାବରେ, ଆଲେକଜାଣ୍ଡର୍ ମନ୍ଦିରର ପୁନର୍ଗଠନ ପାଇଁ ଅର୍ଥ ଦେବାକୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ତାଙ୍କର ପ୍ରସ୍ତାବକୁ ଅଗ୍ରାହ୍ୟ କରାଯାଇଥିଲା। ପରେ, ଖ୍ରୀଷ୍ଟପୂର୍ବ 323 BCEରେ ଆଲେକଜାଣ୍ଡରଙ୍କ ମୃତ୍ୟୁ ପରେ ମନ୍ଦିରର ପୁନର୍ଗଠନ କରାଯାଇଥିଲା।



English : Make sure your hand is as relaxed as possible while still hitting all the notes correctly - also try not to make much extraneous motion with your fingers.

Odia : ସମସ୍ତ ନୋଟଗୁଡ଼ିକୁ ସଠିକ୍ ଭାବରେ ଦବାଇବା ସମୟରେ ଆପଣଙ୍କ ହାତ ଯଥା ସମ୍ଭବ ମନ୍ଥର ଥିବା ନିଶ୍ଚିତ କରନ୍ତୁ ଏବଂ ଏହା ସହିତ ଆପଣଙ୍କ ଆଙ୍ଗୁଠିଗୁଡ଼ିକୁ ଅଧିକ ଅନାବଶ୍ୟକ ଗତିଶୀଳ ନକରିବାକୁ ଚେଷ୍ଟା କରନ୍ତୁ ।



English : This way, you will tire yourself out as little as possible. Remember there´s no need to hit the keys with a lot of force for extra volume like on the piano.

Odia : ଏପରି ଭାବେ, ଆପଣ ନିଜକୁ ଯଥାସମ୍ଭବ କମ କ୍ଲାନ୍ତ କରିବେ। ମନେରଖନ୍ତୁ, ପିଆନୋ ପରି ଏଥିରେ ଅଧିକ ଭଲ୍ୟୁମ୍ ପାଇଁ ବହୁତ ବଳ ପ୍ରୟୋଗ କରି କୀ'ଗୁଡ଼ିକୁ ଦବାଇବାର ଆବଶ୍ୟକତା ନାହିଁ।



English : On the accordion, to get extra volume, you use the bellows with more pressure or speed.

Odia : ଆପଣ ଆର୍କେଡୋନରେ ଅଧିକ ଶବ୍ଦ ପାଇବା ପାଇଁ ଅଧିକ ଚାପ ବା ଗତି ସହିତ ଘଣ୍ଟିଗୁଡ଼ିକୁ ବ୍ୟବହାର କରନ୍ତି ।



English : Mysticism is the pursuit of communion with, identity with, or conscious awareness of an ultimate reality, divinity, spiritual truth, or God.

Odia : ରହସ୍ୟବାଦ ଏକ ଚରମ ବାସ୍ତବତା, ଦିବ୍ୟତା, ଆଧ୍ୟାତ୍ମିକ ସତ୍ୟ କିମ୍ବା ଭଗବାନଙ୍କ ସହିତ ଯୋଗାଯୋଗ, ପରିଚୟ, କିମ୍ବା ପ୍ରବୁଦ୍ଧ ସଚେତନତାର ଅନୁସରଣ ଅଟେ।



English : The believer seeks a direct experience, intuition, or insight into divine reality/the deity or dieties.

Odia : ବିଶ୍ୱାସୀମାନେ ଏକ ପ୍ରତ୍ୟକ୍ଷ ଅଭିଜ୍ଞତା, ଅନ୍ତଃକରଣ ଚାହାଁନ୍ତି କିମ୍ବା ଐଶ୍ୱରୀୟ ବାସ୍ତବତା / ଦେବାଦେବୀ ବିଷୟରେ ଅନ୍ତରରେ ସନ୍ଧାନ କରନ୍ତି



English : Followers pursue certain ways of living, or practices that are intended to nurture those experiences.

Odia : ଅନୁସରଣକାରୀମାନେ କିଛି ଜୀବନର ପଦ୍ଧତି ଅନୁସରଣ କରନ୍ତି, କିମ୍ବା ଅଭ୍ୟାସଗୁଡିକ ଯାହା ସେହି ଅନୁଭୂତିଗୁଡିକର ପ୍ରତିପୋଷଣ ପାଇଁ ଉଦ୍ଦିଷ୍ଟ ଅଟେ।



English : Mysticism can be distinguished from other forms of religious belief and worship by its emphasis on the direct personal experience of a unique state of consciousness, particularly those of a peaceful, insightful, blissful, or even ecstatic character.

Odia : ରହସ୍ୟବାଦକୁ ଏକ ଅନନ୍ୟ ଚେତନାର ପ୍ରତ୍ୟେକ୍ଷ ବ୍ୟକ୍ତିଗତ ଅଭିଜ୍ଞତା ଉପରେ ନିଜର ଗୁରୁତ୍ଵ ଦେଇ ବିଶେଷ କରି ଏକ ଶାନ୍ତିପୂର୍ଣ୍ଣ, ଅନ୍ତର୍ନିହିତ, ଆନନ୍ଦିତ କିମ୍ବା ଚମତ୍କାର ଚରିତ୍ରର ଧାର୍ମିକ ବିଶ୍ଵାସର ଅନ୍ୟାନ୍ୟ ଉପାସନା ରୂପରୁ ଅଲଗା କରାଯାଇପାରେ।



English : Sikhism is a religion from the Indian sub-continent. It originated in the Punjab region during the 15th century from a sectarian split within the Hindu tradition.

Odia : ଶିଖ୍ ଧର୍ମ ଭାରତୀୟ ଉପମହାଦେଶର ଏକ ଧର୍ମ ଅଟେ । ଏହା ପଞ୍ଜାବରେ 15ତମ ଶତାବ୍ଦୀରେ, ହିନ୍ଦୁ ଧର୍ମର ଏକ ସାମ୍ପ୍ରଦାୟିକ ବିଭାଜନରୁ ଆରମ୍ଭ ହୋଇଥିଲା ।



English : Sikhs consider their faith to be a separate religion from Hinduism though they acknowledge its Hindu roots and traditions.

Odia : ଯଦିଓ ଶିଖ୍‌ମାନେ ସେମାନଙ୍କ ଧର୍ମ ହିନ୍ଦୁ ଧର୍ମର ମୂଳ ପରମ୍ପରାରୁ ଆସିଛି ବୋଲି ସ୍ୱୀକାର କରନ୍ତି, କିନ୍ତୁ ସେମାନେ ସେମାନଙ୍କ ବିଶ୍ୱାସକୁ ହିନ୍ଦୁ ଧର୍ମଠାରୁ ଅଲଗା ବୋଲି ବିବେଚନା କରନ୍ତି ।



English : Sikhs call their religion Gurmat, which is Punjabi for ¨way of the guru¨. The guru is a fundamental aspect of all Indian religions but in Sikhism has taken on an importance that forms the core of Sikh beliefs.

Odia : ଶିଖମାନେ ସେମାନଙ୍କର ଧର୍ମକୁ ଗୁରୁମାତ୍ ବୋଲି କହନ୍ତି, ଯାହା ¨ଗୁରୁଙ୍କ ମାର୍ଗ¨ ପାଇଁ ପଞ୍ଜାବୀ ଅଟେ। ଗୁରୁ ସମସ୍ତ ଭାରତୀୟ ଧର୍ମର ଏକ ମୌଳିକ ଦିଗ କିନ୍ତୁ ଶିଖ ଧର୍ମରେ ଶିଖ୍ ବିଶ୍ୱାସର ମୂଳ ଗଠନ କରୁଥିବା ଏକ ଗୁରୁତ୍ୱ ଗ୍ରହଣ କରିଛି।



English : The religion was founded in the 15th century by Guru Nanak (1469–1539). There followed in succession a further nine gurus.

Odia : ଏହି ଧର୍ମ 15ତମ ଶତାବ୍ଦୀରେ ଗୁରୁ ନାନକ (1469-1539)ଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ତାଙ୍କ ପରେ କ୍ରମାଗତ ଭାବେ ଆହୁରି ନଅ ଜଣ ଗୁରୁଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲା ।



English : However, in June 1956, Krushchev´s promises were put to the test when riots in Poland, where workers were protesting against food shortages and wage cuts, turned into a general protest against Communism.

Odia : ତେବେ, ଜୁନ୍ 1956ରେ ପୋଲାଣ୍ଡର ଦଙ୍ଗାରେ ଶ୍ରମିକମାନଙ୍କର ଖାଦ୍ୟାଭାବ ଏବଂ ବେତନ ହ୍ରାସକୁ ନେଇ ବିରୋଧାଭାସ, ସାମ୍ୟବାଦ ବିପକ୍ଷରେ ଏକ ସାଧାରଣ ବିରୋଧରେ ପରିଣତ ହୋଇଥିବା ବେଳେ କ୍ରୁଚେଭଙ୍କ ପ୍ରତିଶ୍ରୁତି କେତେ ଦୂର ଫଳପ୍ରଦ ତାହାର ପରୀକ୍ଷା ହୋଇଥିଲା ।



English : Although in the end, Krushchev sent in tanks to restore order, he did give way to some economic demands and agreed to appoint the popular Wladyslaw Gomulka as the new prime minister.

Odia : ଯଦିବା ଶେଷରେ କ୍ରୁଚେଭ୍ ପରିସ୍ଥିତିର ପୁନରୁଦ୍ଧାର ପାଇଁ ଟ୍ୟାଙ୍କଗୁଡ଼ିକୁ ପଠାଇଥିଲେ, କିନ୍ତୁ ସେ କିଛି ଆର୍ଥିକ ଚାହିଦା ପୂରଣ କରିଥିଲେ ଏବଂ ଲୋକପ୍ରିୟ ୱଲ୍ଡିସ୍ଲ ଗୋମୁଲ୍କାଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିବାକୁ ରାଜି ହୋଇଥିଲେ ।



English : The Indus Valley Civilization was a Bronze Age civilisation in the northwest Indian subcontinent encompassing most of modern-day Pakistan and some regions in northwest India and northeast Afghanistan.

Odia : ସିନ୍ଧୁ ସଭ୍ୟତା ଉତ୍ତରପଶ୍ଚିମ ଭାରତୀୟ ଉପମହାଦେଶରେ ଆଧୁନିକ ପାକିସ୍ଥାନର ଅଧିକାଂଶ ଅଞ୍ଚଳ ଏବଂ ଉତ୍ତରପୂର୍ବ ଆଫଗାନିସ୍ଥାନ ଓ ଉତ୍ତରପଶ୍ଚିମ ଭାରତର କେତେକ ଅଞ୍ଚଳରେ ବିସ୍ତୃତ ଥିବା ବ୍ରୋଞ୍ଜ୍ ଯୁଗର ଏକ ସଭ୍ୟତା ଥିଲା।



English : The civilisation flourished in the basins of the Indus River wherefore it derives its name.

Odia : ସିନ୍ଧୁ ନଦୀ ଅବବାହିକାରେ ସଭ୍ୟତା ବିକଶିତ ହୋଇଥିଲା ସେଥିପାଇଁ ଏହାର ନାମ ଅନୁସାରେ ହୋଇଛି ।



English : Although some scholars speculate that since the civilisation also existed in the basins of the now dried up Sarasvati River, it should be aptly called the Indus-Sarasvati Civilization, while some call it the Harappan Civilization after Harappa, the first of its sites to be excavated in the 1920s.

Odia : ଯଦିଓ କିଛି ବିଦ୍ୱାନ ଅନୁମାନ କରୁଛନ୍ତି ଯେ, ବର୍ତ୍ତମାନ ଶୁଖିଯାଇଥିବା ସରସ୍ୱତୀ ନଦୀର ଅବବାହିକାରେ ମଧ୍ୟ ସଭ୍ୟତା ଥିବାରୁ ଏହାକୁ ଯୁକ୍ତିଯୁକ୍ତ ଭାବରେ ସିନ୍ଧୁ-ସରସ୍ୱତୀ ସଭ୍ୟତା କୁହାଯିବା ଉଚିତ, ଯେତେବେଳେ କି କେତେକ ବିଦ୍ୱାନ ଏହାକୁ ହରପ୍ପା ନାମ ଅନୁସାରେ ହରପ୍ପା ସଭ୍ୟତା ବୋଲି କହନ୍ତି, ଯାହାର ଅବଶେଷ ସ୍ଥଳୀର ପ୍ରଥମ ଖନନ 1920 ଦଶକରେ କରାଯାଇଥିଲା।



English : The militaristic nature of the Roman empire aided in the development of medical advances.

Odia : ରୋମାନ୍ ସାମ୍ରାଜ୍ୟର ଯୁଦ୍ଧ ସଦୃଶ ପ୍ରକୃତି ଚିକିତ୍ସାର ବିକାଶରେ ସାହାଯ୍ୟ କଲା।



English : Doctors began to be recruited by Emperor Augustus and even formed the first Roman Medical Corps for use in the aftermath of battles.

Odia : ସମ୍ରାଟ ଅଗଷ୍ଟସଙ୍କ ଦ୍ୱାରା ଚିକିତ୍ସକମାନଙ୍କୁ ନିଯୁକ୍ତି ଦେବା ଆରମ୍ଭ କରାଯାଇଥିଲା ଏବଂ ଯୁଦ୍ଧ ପରବର୍ତ୍ତୀ ପରିସ୍ଥିତିରେ ବ୍ୟବହାର ପାଇଁ ପ୍ରଥମ ରୋମାନ୍ ମେଡିକାଲ୍ କର୍ପସ୍ ଗଠନ କରାଗଲା।



English : Surgeons had knowledge of various sedatives including morphine from extracts of poppy seeds and scopolamine from herbane seeds.

Odia : ଅଫିମ ମଞ୍ଜିର ତତ୍ତ୍ୱରୁ ମିଳୁଥିବା ମର୍ଫିନ୍ ଏବଂ ହର୍ବନ୍ ମଞ୍ଜିରୁ ମିଳୁଥିବା ସ୍କୋପୋଲାମାଇନ୍ ସମେତ ବିଭିନ୍ନ ନିଶ୍ଚେତକ ବିଷୟରେ ଶଲ୍ୟ ଚିକିତ୍ସକମାନଙ୍କର ଜ୍ଞାନ ଥିଲା।



English : They became proficient at amputation to save patients from gangrene as well as tourniquets and arterial clamps to stem blood flow.

Odia : ରୋଗୀମାନଙ୍କୁ ଗ୍ୟାଙ୍ଗ୍ରିନରୁ ବଞ୍ଚାଇବା ପାଇଁ ଅଙ୍ଗଚ୍ଛେଦ ତଥା ରକ୍ତସ୍ରାବ ବନ୍ଦ କରିବା ପାଇଁ ବନ୍ଧନୀ ଏବଂ ଧମନୀ କ୍ଲାମ୍ପର ବ୍ୟବହାରରେ ସେମାନେ ପାରଙ୍ଗମ ହୋଇଯାଇଥିଲେ।



English : Over multiple centuries, the Roman empire led to great gains in the field of medicine and formed much of the knowledge we know today.

Odia : ଏକାଧିକ ଶତାବ୍ଦୀ ଧରି, ରୋମାନ୍ ସାମ୍ରାଜ୍ୟ ଔଷଧ କ୍ଷେତ୍ରରେ ବେଶ୍ ଅଗ୍ରଣୀ ରହିଥିଲା ଏବଂ ଆଜି ଆମେ ଜାଣିଥିବା ଅନେକ ଜ୍ଞାନ ଉତ୍ପନ୍ନ କରିଥିଲା।



English : Pureland origami is origami with the restriction that only one fold may be done at a time, more complex folds like reverse folds are not allowed, and all folds have straightforward locations.

Odia : ପ୍ୟୋରଲାଣ୍ଡ ଅରିଗାମି ଏପରି ଏକ ଅରିଗାମି ଯେଉଁଥିରେ ଥରକେ କେବଳ ଗୋଟିଏ ଫୋଲ୍ଡ ହୋଇପାରିବ, ଓଲଟା ଫୋଲ୍ଡ ପରି ଅଧିକ ଜଟିଳ ଫୋଲ୍ଡ କରାଯାଇପାରିବ ନାହିଁ ଏବଂ ସମସ୍ତ ଫୋଲ୍ଡର ଅବସ୍ଥିତି ସରଳ ହୋଇଥିବ।



[Day21]

English : It was developed by John Smith in the 1970s to help inexperienced folders or those with limited motor skills.

Odia : ଅନଭିଜ୍ଞ ଫୋଲ୍ଡର କିମ୍ବା ସୀମିତ ମୋଟର କୌଶଳ ଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ 1970ରେ ଏହା ଜନ ସ୍ମିଥଙ୍କ ଦ୍ଵାରା ବିକଶିତ ହୋଇଥିଲା।



English : Children develop an awareness of race and racial stereotypes quite young and these racial stereotypes affect behavior.

Odia : ପିଲାମାନେ ଜାତି ଏବଂ ଜାତିଗତ ପରମ୍ପରାଗତ ଧାରଣା ବିଷୟରେ ଏକ ସଚେତନତା ସୃଷ୍ଟି କରନ୍ତି ଏବଂ ଏହି ଜାତିଗତ ପରମ୍ପରାଗତ ଧାରଣା ଆଚରଣକୁ ପ୍ରଭାବିତ କରିଥାଏ।



English : For instance, children who identify with a racial minority that is stereotyped as not doing well in school tend to not do well in school once they learn about the stereotype associated with their race.

Odia : ଉଦାହରଣ ସ୍ୱରୂପ, ଯେଉଁ ପିଲାମାନେ ଏକ ଜାତିଗତ ସଂଖ୍ୟାଲଘୁ ସହିତ ପରିଚିତ ଥାଆନ୍ତି, ସେମାନେ ଧରାବନ୍ଧା ଭଳି ବିଦ୍ୟାଳୟରେ ଭଲ ପଢ଼ନ୍ତି ନାହିଁ ଯେତେବେଳେ ସେମାନେ ସେମାନଙ୍କ ଜାତି ସହିତ ଜଡ଼ିତ ଥିବା ପରାମ୍ପରାଗତ ଧାରଣା ବିଷୟରେ ଜାଣନ୍ତି।



English : MySpace is the third most popular website used in the United States and has 54 million profiles currently.

Odia : ମାଇସ୍ପେସ ଯୁକ୍ତରାଷ୍ଟ୍ର ଆମେରିକାରେ ବ୍ୟବହୃତ ତୃତୀୟ ଲୋକପ୍ରିୟ ୱେବସାଇଟ୍ ଏବଂ ବର୍ତ୍ତମାନ ଏଥିରେ 54 ମିଲିଅନ୍ ପ୍ରୋଫାଇଲ୍ ଅଛି।



English : These websites have gotten a lot of attention, especially in the education setting.

Odia : ବିଶେଷକରି ଶିକ୍ଷା ସେଟିଂରେ ଏହି ୱେବସାଇଟ୍ ଗୁଡିକ ବହୁତ ଧ୍ୟାନ ଆକର୍ଷଣ କରିଛନ୍ତି।



English : There are positive aspects to these websites, which include, being able to easily setup a class page which can include blogs, videos, photos, and other features.

Odia : ଏହି ୱେବସାଇଟ ଗୁଡ଼ିକର ସକାରାତ୍ମକ ଦିଗ ରହିଛି ଯାହା ଅନ୍ତର୍ଭୁକ୍ତ କରେ, ସହଜରେ ଏକ ଶ୍ରେଣୀ ପୃଷ୍ଠା ସେଟଅପ କରିବାରେ ସକ୍ଷମ ଯାହା ବ୍ଲଗ, ଭିଡିଓ, ଫୋଟ ଏବଂ ଅନ୍ୟାନ୍ୟ ବୈଶିଷ୍ଟ୍ୟଗୁଡିକୁ ଅନ୍ତର୍ଭୁକ୍ତ କରେ।



English : This page can easily be accessed by providing just one web address, which makes it easy to remember and easy to type in for students who may have trouble using the keyboard or with spelling.

Odia : କେବଳ 1 ମାତ୍ର ୱେବ ଠିକଣା ପ୍ରଦାନ କରି ଏହି ପୃଷ୍ଠା ଅତି ସହଜରେ ଆକ୍ସେସ କରାଯାଇପାରିବ, ଯାହାକୁ ମନେପକାଇବାକୁ ସହଜ ହେବ ଏବଂ ଯେଉଁ ଛାତ୍ରମାନଙ୍କର କୀ ବୋର୍ଡ କିମ୍ବା ବନାନ ସହ ସମସ୍ୟା ଅଛି ସେମାନଙ୍କୁ ମଧ୍ୟ ଟାଇପ କରିବାରେ ସହଜ ହେବ।



English : It can be customized to make it easy to read and also with as much or little color as desired.

Odia : ଏହାକୁ ପଢିବାରେ ସହଜ କରିବା ପାଇଁ ଏବଂ ଇଚ୍ଛା ଅନୁଯାୟୀ ଯଥେଷ୍ଟ କିମ୍ବା ଅଳ୍ପ ରଙ୍ଗ କରି କଷ୍ଟମାଇଜ୍ କରାଯାଇପାରିବ ।



English : Attention Deficit Disorder ¨is a neurological syndrome whose classic defining triad of symptoms including impulsivity, distractibility, and hyperactivity or excess energy¨.

Odia : ଆଟେନସନ୍ ଡେ଼ଫିସିଟ୍ ଡିସଅର୍ଡର୍ ହେଉଛି ¨ଏକ ସ୍ନାୟବିକ ସିଣ୍ଡ୍ରୋମ, ଯାହାର କ୍ଲାସିକ୍ ବ୍ୟାଖ୍ୟା କରୁଥିବା ଲକ୍ଷଣଗୁଡିକରେ ଆବେଗମୟତା, ବିଭ୍ରାନ୍ତିକରତା, ଏବଂ ଅତ୍ୟଧିକ କ୍ରିୟାଶୀଳତା କିମ୍ବା ଅତ୍ୟଧିକ ଶକ୍ତି ଥିବାର ଦେଖାଯାଏ¨।



English : It is not a learning disability, it is a learning disorder; it ¨affects 3 to 5 percent of all children, perhaps as many as 2 million American children¨.

Odia : ଏହା ଏକ ଶିକ୍ଷଣ ଅକ୍ଷମତା ନୁହେଁ, ଏହା ଏକ ଶିକ୍ଷଣ ବିଶୃଙ୍ଖଳା ଅଟେ; ଏହା ¨ସମସ୍ତ ଶିଶୁଙ୍କ ମଧ୍ୟରୁ 3 ରୁ 5 ପ୍ରତିଶତ, ବୋଧହୁଏ ପ୍ରାୟ 2 ନିୟୁତ ଆମେରିକୀୟ ଶିଶୁଙ୍କୁ ପ୍ରଭାବିତ କରିଥାଏ¨।



English : Children with ADD have a hard time focusing on things like school work, but they can concentrate on things they enjoy doing like playing games or watching their favorite cartoons or writing sentences without punctuation.

Odia : ADD ଥିବା ପିଲାମାନେ ସ୍କୁଲ କାର୍ଯ୍ୟ ଭଳି ଜିନିଷ ଉପରେ ଧ୍ୟାନ ଦେବାକୁ କଷ୍ଟ ଅନୁଭବ କରନ୍ତି, କିନ୍ତୁ ସେମାନେ ଉପଭୋଗ କରୁଥିବା ଜିନିଷ ଉପରେ ଧ୍ୟାନ ଦେବାକୁ ପସନ୍ଦ କରନ୍ତି ଯେପରିକି ଗେମ ଖେଳିବା କିମ୍ବା´ ସେମାନଙ୍କ ପସନ୍ଦର କାର୍ଟୁନ ଦେଖିବା କିମ୍ବା ବିରାମ ଚିହ୍ନ ବୀନା ବାକ୍ୟ ଲେଖିବା।



English : These children tend to get into a lot of trouble, because they ¨engage in risky behaviors, get into fights, and challenge authority¨ in order to stimulate their brain, since their brain can not be stimulated by normal methods.

Odia : ସେମାନଙ୍କ ମସ୍ତିସ୍କ ସାଧାରଣ ପଦ୍ଧତିରେ ଉଦ୍ଦୀପିତ ହୋଇପାରୁନଥିବାରୁ ଏହି ପିଲାମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ଲାଗନ୍ତି, କାରଣ ସେମାନଙ୍କ ମସ୍ତିସ୍କକୁ ଉଦ୍ଦୀପିତ କରିବା ପାଇଁ ସେମାନେ ¨ବିପଦପୂର୍ଣ୍ଣ ଆଚରଣରେ ଜଡ଼ିତ ହୁଅନ୍ତି, ଝଗଡା କରନ୍ତି ଏବଂ କ୍ଷମତାକୁ ଚ୍ୟାଲେଞ୍ଜ କରନ୍ତି¨।



English : ADD affects relationships with other peers because other children can not understand why they act the way that they do or why they spell they way they do or that their maturity level is different.

Odia : ADD ଅନ୍ୟ ସାଥୀମାନଙ୍କ ସହିତ ସମ୍ପର୍କକୁ ପ୍ରଭାବିତ କରିଥାଏ କାରଣ ଅନ୍ୟ ପିଲାମାନେ ବୁଝିପାରନ୍ତି ନାହିଁ ଯେ ସେମାନେ ଯେପରି କାର୍ଯ୍ୟ କରନ୍ତି ତାହା ପାଇଁ କାହିଁକି ସେପରି ବ୍ୟବହାର କରନ୍ତି କିମ୍ବା କାହିଁକି ସେମାନେ ଏହି କାର୍ଯ୍ୟ କରନ୍ତି କାରଣ ସେମାନଙ୍କର ବୁଝିବା କ୍ଷମତାର ସ୍ତର ଭିନ୍ନ ଅଟେ।



English : As the ability to obtain knowledge and to learn changed in such a way as mentioned above the base rate at which knowledge was obtained changed.

Odia : ଯେପରି ଜ୍ଞାନର ପ୍ରାପ୍ତ କରିବା ଓ ଶିଖିବାର କ୍ଷମତା ଏହିପରି ଭାବରେ ବଦଳି ଯାଇଛି ଯେପରି ଆଧାର ହାର ଉପରେ ଉଲ୍ଲେଖ କରାଯାଇଥିଲା ଯେଉଁଠାରେ ଜ୍ଞାନ ପ୍ରାପ୍ତ ହୋଇଥିଲା।



English : The approach to obtaining information was different. No longer did pressure reside within individual recall, but the ability to recall text became more of a focus.

Odia : ସୂଚନା ପାଇବାର ଉପାୟ ଭିନ୍ନ ଥିଲା। ବ୍ୟକ୍ତିଗତ ପୁନଃ ସ୍ମରଣ ପାଇଁ ଆଉ ଚାପ ନଥିଲା, କିନ୍ତୁ ଟେକ୍ସଟର ପୁନଃ ସ୍ମରଣର କ୍ଷମତା ଉପରେ ଅଧିକ ଧ୍ୟାନ ଦିଆଯାଇଥିଲା।



English : In essence, the Renaissance made a significant change in the approach to learning and the dissemination of knowledge.

Odia : ସଂକ୍ଷେପରେ କହିଲେ, ଶିକ୍ଷା ଏବଂ ଜ୍ଞାନର ପ୍ରସାର ପଦ୍ଧତିରେ ନବଜାଗରଣ (ରେନେସାନ୍ସ) ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଥିଲା।



English : Unlike other primates, hominids no longer use their hands in locomotion or bearing weight or swinging through the trees.

Odia : ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀଗୁଡ଼ିକ ସଦୃଶ ନ ହୋଇ, ହୋମିନାଇଡସ୍ ଚଳପ୍ରଚଳ ହେବା ପାଇଁ କିମ୍ବା ଓଜନ ଧରି ରଖିବା ପାଇଁ କିମ୍ବା ଗଛରୁ ଗଛକୁ ଝୁଲି ଝୁଲି ଯିବାକୁ ସେମାନଙ୍କର ହାତ ବ୍ୟବହାର କରନ୍ତି ନାହିଁ।



English : The chimpanzee´s hand and foot are similar in size and length, reflecting the hand´s use for bearing weight in knuckle walking.

Odia : ଆଙ୍ଗୁଠି ଗଣ୍ଠିରେ ଚାଲିବା ବେଳେ ଓଜନ ବୋହିବା ନିମନ୍ତେ ହାତର ବ୍ୟବହାରକୁ ପ୍ରତିଫଳିତ କରି, ସିମ୍ପାଜିର ହାତ ଏବଂ ପାଦର ଆକାର ଓ ଲମ୍ବ ସମାନ ହୋଇଥାଏ।



English : The human hand is shorter than the foot, with straighter phalanges.

Odia : ମଣିଷର ହାତ ପାଦଠାରୁ ଛୋଟ ଏବଂ ଆଙ୍ଗୁଠିର ହାଡ଼ ଅଧିକ ସଳଖ ହୋଇଥାଏ।



English : Fossil hand bones two million to three million years old reveal this shift in specialization of the hand from locomotion to manipulation.

Odia : 2 ନିୟୁତରୁ 3 ନିୟୁତ ବର୍ଷ ପୁରୁଣା ଜୀବାଶ୍ମ ହାତ ହାଡ଼ ଲୋକୋମୋସନରୁ ମ୍ୟାନିପୁଲେସନ୍ (ହାତ ଗତି କରାଇବାଠାରୁ ହାତରେ ବିଭିନ୍ନ କାର୍ଯ୍ୟ କରିବା) ପର୍ଯ୍ୟନ୍ତ ହାତର ବିଶେଷତ୍ୱରେ ଏହି ପରିବର୍ତ୍ତନକୁ ପ୍ରକାଶ କରିଥାଏ।



English : Some people believe that experiencing many artificially induced lucid dreams often enough can be very exhausting.

Odia : କିଛି ଲୋକ ବିଶ୍ୱାସ କରନ୍ତି ଯେ ଅନେକ କୃତ୍ରିମ ଭାବରେ ପ୍ରବର୍ତ୍ତିତ ଚମକଦାର ସ୍ୱପ୍ନକୁ ଅନୁଭବ କରିବା ପ୍ରାୟତଃ ଯଥେଷ୍ଟ କ୍ଲାନ୍ତକାରୀ ହୋଇପାରେ।



English : The main reason for this phenomenon is the result of the lucid dreams expanding the length of time between REM states.

Odia : ଏହି ପରିଘଟଣାର ମୁଖ୍ୟ କାରଣ ହେଉଛି ସ୍ପଷ୍ଟ ସ୍ୱପ୍ନଗୁଡ଼ିକର ଉତ୍ପତ୍ତି ଯାହା REM ସ୍ଥିତିଗୁଡ଼ିକ ମଧ୍ୟରେ ସମୟର ଅବଧି ବଢାଇ ଥାଏ।



English : With fewer REMs per night, this state in which you experience actual sleep and your body recovers becomes infrequent enough to become a problem.

Odia : ରାତିରେ ଖୁବ କମ୍ REM ସହିତ, ଏହି ଅବସ୍ଥା ଯେଉଁ ସମୟରେ ଆପଣ ପ୍ରକୃତରେ ନିଦ ଅନୁଭବ କରନ୍ତି ଏବଂ ଆପଣଙ୍କ ଶରୀର ସୁସ୍ଥ ହେବା ଅସାମାନ୍ୟ ହୋଇଯାଏ ଯାହାକି ଏକ ସମସ୍ୟା ହେବା ପାଇଁ ପର୍ଯ୍ୟାପ୍ତ ଅଟେ।



English : This is just as exhausting as if you were to wake up every twenty or thirty minutes and watch TV.

Odia : ପ୍ରତି କୋଡ଼ିଏ କିମ୍ବା ତିରିଶ ମିନିଟରେ ଉଠି ଟିଭି ଦେଖନ୍ତି, ତେବେ ଏହା ଅତ୍ୟନ୍ତ କ୍ଲାନ୍ତମୟ ଅଟେ।



English : The effect is dependent on how often your brain attempts to lucidly dream per night.

Odia : ଏହାର ପ୍ରଭାବ ଏହି କଥା ଉପରେ ନିର୍ଭର କରିଥାଏ ଯେ, ଆପଣଙ୍କର ମସ୍ତିସ୍କ ପ୍ରତି ରାତି କେତେ ଥର ସ୍ଵପ୍ନ ଦୋଷ ରେ ପଡ଼ିଥାଏ।



[Day22]

English : Things did not go well for the Italians in North Africa almost from the start. Within a week of Italy´s declaration of war on June 10, 1940, the British 11th Hussars had seized Fort Capuzzo in Libya.

Odia : ଉତ୍ତର ଆଫ୍ରିକାରେ ଇଟାଲୀୟମାନଙ୍କ ପରିସ୍ଥିତି ପ୍ରାୟ ଆରମ୍ଭରୁ ଭଲ ନଥିଲା। 10 ଜୁନ୍ 1940 ରେ ଇଟାଲୀ ଦ୍ୱାରା ଯୁଦ୍ଧ ଘୋଷଣା କରାଯିବାର ସପ୍ତାହେ ମଧ୍ୟରେ, ଲିବିୟାର ଫୋର୍ଟ କାପୁଜୋକୁ ବ୍ରିଟିଶ 11ତମ ହୁସାର୍ସ ଅଧିକାର କରି ନେଇଥିଲେ।



English : In an ambush east of Bardia, the British captured the Italian Tenth Army´s Engineer-in-Chief, General Lastucci.

Odia : ବାର୍ଡିଆଠାରୁ ପୂର୍ବରେ ହୋଇଥିବା ଏକ ଆକସ୍ମିକ ଆକ୍ରମଣରେ, ବ୍ରିଟିଶମାନେ ଇଟାଲୀର ଦଶମ ସେନାର ଇଞ୍ଜିନିୟର୍-ଇନ୍-ଚିଫ୍, ଜେନେରାଲ ଲାଷ୍ଟୁଚିଙ୍କୁ ବନ୍ଦୀ କରିଥିଲେ।



English : On June 28, Marshal Italo Balbo, the Governor-General of Libya and apparent heir to Mussolini, was killed by friendly fire while landing in Tobruk.

Odia : ଜୁନ୍ 28ରେ, ମାର୍ଶଲ୍ ଇଟାଲୋ ବାଲ୍‌ବୋ, ଲିବ୍ୟାର ଗଭର୍ନର୍-ଜେନେରଲ୍ ଏବଂ ମୁସୋଲିନୀର ସ୍ପଷ୍ଟ ଉତ୍ତରାଧିକାରୀ, ଟୋବ୍ରକ୍‌ରେ ଲ୍ୟାଣ୍ଡିଂ କରୁଥିବା ସମୟରେ ଭୁଲବଶତଃ ସୈନ୍ୟ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ|



English : The modern sport of fencing is played at many levels, from students learning at a university to professional and Olympic competition.

Odia : ଫେନ୍‌ସିଙ୍ଗର ଆଧୁନିକ ଖେଳ, କୌଣସି ବିଶ୍ୱବିଦ୍ୟାଳୟରେ ଶିକ୍ଷାରତ ଛାତ୍ରଛାତ୍ରୀଠାରୁ ଆରମ୍ଭ କରି ବୃତ୍ତିଗତ ଏବଂ ଅଲିମ୍ପିକ୍ ପ୍ରତିଯୋଗିତା ପର୍ଯ୍ୟନ୍ତ ଅନେକ ସ୍ତରରେ ଖେଳାଯାଏ।



English : The sport is primarily played in a duel format, one fencer dueling another.

Odia : କ୍ରୀଡା ପ୍ରାଥମିକଭାବେ ଦୈତ୍ୟ ଫର୍ମାଟରେ ଖେଳା ଯାଏ। 1ଫେନସର ଅନ୍ୟକୁ ଡୁଏଲ୍ କରୁଛି।



English : Golf is a game in which players use clubs to hit balls into holes.

Odia : ଗଲ୍ଫ ହେଉଛି ଏକ ଖେଳ ଯେଉଁଥିରେ ଖେଳାଳିମାନେ ବଲକୁ ମାରି ଗର୍ତ୍ତରେ ପକାଇବା ପାଇଁ କ୍ଲବ ବ୍ୟବହାର କରିଥାନ୍ତି।



English : Eighteen holes are played during a regular round, with players usually starting on the first hole on the course and finishing on the eighteenth.

Odia : ସାଧାରଣ ରାଉଣ୍ଡରେ ଅଠରଟି ଛିଦ୍ର ଖେଳାଯାଏ, ଖେଳାଳିମାନେ ସାଧାରଣତଃ କୋର୍ସରେ ପ୍ରଥମ ଗର୍ତ୍ତରୁ ଆରମ୍ଭ କରି ଅଠରତମ ଗର୍ତ୍ତରେ ଶେଷ କରନ୍ତି।



English : The player who takes the fewest strokes, or swings of the club, to complete the course wins.

Odia : ଯେଉଁ ଖେଳାଳି କମ୍ ଷ୍ଟ୍ରୋକ୍ କିମ୍ବା କ୍ଲବ୍‌ର ସ୍ୱିଙ୍ଗ୍ ନେଇ ଶୃଙ୍ଖଳାକୁ ଶେଷ କରିଥାଏ, ସେ ଜିତିଥାଏ|



English : The game is played on grass, and the grass around the hole is mown shorter and called the green.

Odia : ଏହି ଖେଳ ଘାସ ଉପରେ ଖେଳାଯାଏ ଏବଂ ଗର୍ତ୍ତ ଚାରିପାଖରେ ଥିବା ଘାସ ଅପେକ୍ଷାକୃତ ଛୋଟ ଛୋଟ କରି କଟାଯାଇଥାଏ ଯାହାକୁ ଗ୍ରୀନ୍ କୁହାଯାଏ।



English : Perhaps the most common type of tourism is what most people associate with traveling: Recreation tourism.

Odia : ବୋଧହୁଏ ଅଧିକାଂଶ ଲୋକ ଭ୍ରମଣ ସହିତ ସଂଶ୍ଳିଷ୍ଟ କରୁଥିବା ସବୁଠାରୁ ସାଧାରଣ ପ୍ରକାରର ପର୍ଯ୍ୟଟନ ହେଉଛି: ଚିତ୍ତବିନୋଦନ ପର୍ଯ୍ୟଟନ।



English : This is when people go to a place that is very different from their regular day-to-day life to relax and have fun.

Odia : ଏହା ସେତେବେଳେ ହୋଇଥାଏ, ଯେତେବେଳେ ଲୋକମାନେ ଏଭଳି ସ୍ଥାନକୁ ଯାଆନ୍ତି ଯାହାକି ଆରାମ କରିବା ଏବଂ ମଉଜ ମଜଲିସ କରିବା ପାଇଁ ନିଜର ନିୟମିତ ଜୀବନ ଠାରୁ ବହୁତ ଅଲଗା ହୋଇଥାଏ।



English : Beaches, theme parks and camp grounds are often the most common places frequented by recreational tourists.

Odia : ବେଳାଭୂମି, ଥିମ୍ ପାର୍କ ଓ କ୍ୟାମ୍ପ ପଡ଼ିଆ ପ୍ରାୟତଃ ମନୋରଞ୍ଜନ ପର୍ଯ୍ୟଟକମାନଙ୍କର ସାଧାରଣ ସ୍ଥାନ ହୋଇଥାଏ।



English : If the objective of one's visit to a particular place is to get to know its history and culture then this type of tourism is known as cultural tourism.

Odia : ଯଦି ଜଣଙ୍କର ଭ୍ରମଣ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଏହାର ଇତିହାସ ଏବଂ ସଂସ୍କୃତି ବିଷୟରେ ଜାଣିବା ପାଇଁ ହେଇଥାଏ, ତେବେ ଏହି ପ୍ରକାର ପର୍ଯ୍ୟଟନ ସାଂସ୍କୃତିକ ପର୍ଯ୍ୟଟନ ଭାବରେ ଜଣାଶୁଣା।



English : Tourists may visit different landmarks of a particular country or they may simply opt to focus on just one area.

Odia : ପର୍ଯ୍ୟଟକମାନେ ଏକ ନିର୍ଦ୍ଦିଷ୍ଟ ଦେଶର ବିଭିନ୍ନ ବିଶିଷ୍ଟ ସ୍ଥାନ ପରିଦର୍ଶନ କରିପାରନ୍ତି କିମ୍ବା ସେମାନେ କେବଳ ଗୋଟିଏ ଅଞ୍ଚଳ ଉପରେ ଧ୍ୟାନ ଦେବାକୁ ପସନ୍ଦ କରିପାରନ୍ତି।



English : The Colonists, seeing this activity, had also called for reinforcements.

Odia : ଏହି କାର୍ଯ୍ୟକଳାପକୁ ଦେଖି ଉପନିବେଶବାଦୀମାନେ ଦୃଢ଼ୀକରଣ ପାଇଁ ଆହ୍ୱାନ ଦେଇଥିଲେ।



English : Troops reinforcing the forward positions included the 1st and 3rd New Hampshire regiments of 200 men, under Colonels John Stark and James Reed (both later became generals).

Odia : ଫରୱାର୍ଡ ପଦବୀକୁ ଦୃଢକରୁଥିବା ସୈନିକମାନେ କର୍ଣ୍ଣଲ ଜନ୍ ଷ୍ଟାର୍କ ଏବଂ ଜେମ୍ସ ରିଡ଼ଙ୍କ ଅଧୀନରେ 200 ଜଣ ପୁରୁଷଙ୍କୁ 1 ଏବଂ 3 ନ୍ୟୁ ହାମ୍ପସିୟର୍ ରେଜିମେଣ୍ଟ ରେ ଅନ୍ତର୍ଭୁକ୍ତ କରିଥିଲେ (ପରେ ଉଭୟ ଜେନେରାଲ୍ ହୋଇଥିଲେ)।



English : Stark´s men took positions along the fence on the north end of the Colonist´s position.

Odia : ଷ୍ଟାର୍କଙ୍କ ଲୋକମାନେ ଉପନିବେଶର ଉତ୍ତର ପ୍ରାନ୍ତର ବାଡ଼ ନିକଟରେ ବିଭିନ୍ନ ସ୍ଥାନରେ ଜଗି ରହିଲେ।



English : When low tide opened a gap along the Mystic River along the northeast of the peninsula, they quickly extended the fence with a short stone wall to the north ending at the water´s edge on a small beach.

Odia : ଯେତେବେଳେ ନିମ୍ନ ଜୁଆର ଉପଦ୍ଵିପର ଉତ୍ତର-ପୂର୍ବରେ ମିଷ୍ଟିକ୍ ନଦୀ କୂଳରେ ଏକ ମୁହାଣ ଖୋଲିଲା, ସେମାନେ ତୁରନ୍ତ ଏକ ଛୋଟ ପଥର କାନ୍ଥ ବାଡ଼କୁ ଉତ୍ତର ପ୍ରାନ୍ତ ପର୍ଯ୍ୟନ୍ତ ବିସ୍ତାରିତ କରି ଗୋଟିଏ ଛୋଟ ବେଳାଭୂମିରେ ଜଳର ଧାର ପର୍ଯ୍ୟନ୍ତ ନେଇଗଲେ।



English : Gridley or Stark placed a stake about 100 feet (30 m) in front of the fence and ordered that no one fire until the regulars passed it.

Odia : ଗ୍ରିଡ୍‌ଲୀ କିମ୍ବା ଷ୍ଟାର୍କ ବାଡ଼ ଆଗରେ ପ୍ରାୟ 100 ଫୁଟ (30 ମିଟର) ଏକ ଅଂଶ ରଖିଲେ ଏବଂ ସର୍ବସାଧାରଣ ଏହାକୁ ଅତିକ୍ରମ ନ କରିବା ପର୍ଯ୍ୟନ୍ତ କେହି ଗୁଳି ନ କରିବାକୁ ନିର୍ଦ୍ଦେଶ ଦେଲେ।



English : The American plan relied on launching coordinated attacks from three different directions.

Odia : ଆମେରିକୀୟ ଯୋଜନା 3 ଟି ଭିନ୍ନ ଦିଗରୁ ସମାନ ଭାବରେ ଆକ୍ରମଣ ଆରମ୍ଭ କରିବା ଉପରେ ନିର୍ଭର କରିଥିଲା।



English : General John Cadwalder would launch a diversionary attack against the British garrison at Bordentown, in order to block off any reinforcements.

Odia : ଜେନେରଲ୍ ଜନ୍ କ୍ୟାଡୱାଲ୍ଡର୍ କୌଣସି ପ୍ରକାରର ସୁଦୃଢ଼ୀକରଣକୁ ବନ୍ଦ କରିବା ନିମନ୍ତେ, ବୋର୍ଡେନ୍‌ଟାଉନ୍‌ଠାରେ ବ୍ରିଟିଶ ଗ୍ୟାରିସନ୍ ବିରୋଧରେ ବିଭ୍ରାନ୍ତକର ଆକ୍ରମଣ କରିପାରନ୍ତି।



English : General James Ewing would take 700 militia across the river at Trenton Ferry, seize the bridge over the Assunpink Creek and prevent any enemy troops from escaping.

Odia : ଜେନେରlf ଜେମ୍ସ ଇଭିଙ୍ଗ ଟ୍ରେଣ୍ଟନ୍ ଫେରି ନିକଟରେ ରେ ନଦୀ ପାର ହୋଇ ୭୦୦ ସୈନ୍ୟ ନେବେ, ଆସୁନପିଙ୍କ୍ କ୍ରୀକ୍ ଉପରେ ଥିବା ପୋଲକୁ କବଳିତ କରିବେ ଏବଂ କୌଣସି ଶତ୍ରୁ ସୈନ୍ୟଙ୍କୁ ବର୍ତ୍ତିବା ପାଇଁ ଦେବେ ନାହିଁ।



English : The main assault force of 2,400 men would cross the river nine miles north of Trenton, and then split into two groups, one under Greene and one under Sullivan, in order to launch a pre-dawn attack.

Odia : ପ୍ରଭାତ ପୂର୍ବରୁ ଆକ୍ରମଣ ଆରମ୍ଭ କରିବା ପାଇଁ 2,400 ଜଣ ପୁରୁଷଙ୍କର ମୁଖ୍ୟ ଆକ୍ରମଣକାରୀ ଶକ୍ତି ଟ୍ରେଣ୍ଟନ୍ର ରୁ 9 ମାଇଲ ଉତ୍ତରରେ ନଦୀ ପାରି କରିବେ ଏବଂ ତାପରେ 2 ଟି ଗୋଷ୍ଠୀରେ ବିଭକ୍ତ ହେବେ, ସେଥିରୁ 1 ଦଳ ଗ୍ରୀନ୍ ଅଧୀନରେ ଏବଂ ଆଉ 1 ଦଳ ସଲିଭନ୍ ଅଧୀନରେ ଆଗେଇବେ।



English : With the change from the quarter to the half mile run, speed becomes of much less importance and endurance becomes an absolute necessity.

Odia : ଦୌଡର ଦୂରତା ଚଉଠ ମାଇଲରୁ ବଢି ଅଧା ମାଇଲ୍ ହେଲେ, ବେଗ ବହୁତ କମ୍ ଗୁରୁତ୍ଵ ବହୁତପୂର୍ଣ୍ଣ ହୁଏ ଏବଂ ସହିବାର କ୍ଷମତା ଅପରିହାର୍ଯ୍ୟ ହୋଇଯାଏ।



English : Of course a first-class half-miler, a man who can beat two minutes, must be possessed of a fair amount of speed, but endurance must be cultivated at all hazards.

Odia : ଅବଶ୍ୟ ଜଣେ ପ୍ରଥମ ଶ୍ରେଣୀର ଅଧା-ମାଇଲ୍ ଦୌଡ଼ାଳୀ, ଜଣେ ବ୍ୟକ୍ତି ଯିଏ 2 ମିନିଟରୁ କମ୍ ସମୟରେ ଏହି ଦୂରତା ଅତିକ୍ରମ କରିପାରିବ, ତାଙ୍କର ନିଶ୍ଚିତ ଭାବରେ ଯଥେଷ୍ଟ ବେଗ ଥିବ, କିନ୍ତୁ ସମସ୍ତ ବିପଦରେ ସହନଶୀଳତା ଅଭ୍ୟାସ କରାଯିବା ଆବଶ୍ୟକ।



[Day23]

English : Some cross country running during the winter, combined with gymnasium work for the upper part of the body, is the best preparation for the running season.

Odia : ଶୀତ ସମୟରେ ଚାଲୁଥିବା କିଛି କ୍ରସ୍ ଦେଶ, ବଡିର ଉପର ଅଂଶ ପାଇଁ ବ୍ୟାୟାମଶାଳା ସହିତ ସଂଯୁକ୍ତ ରୂପରେ ଚାଲୁଥିବା ଋତୁ ପାଇଁ ସର୍ବୋତ୍ତମ ପ୍ରସ୍ତୁତି ଅଟେ।



English : Proper nutritional practices alone cannot generate elite performances, but they can significantly affect young athletes´ overall wellness.

Odia : ସଠିକ୍ ପୁଷ୍ଟିକର ଅଭ୍ୟାସ କେବଳ ଦକ୍ଷ ପ୍ରଦର୍ଶନ ସୃଷ୍ଟି କରିପାରିବ ନାହିଁ, କିନ୍ତୁ ତାହା ଯୁବ କ୍ରୀଡାବିତ୍‌ମାନଙ୍କର ସାମଗ୍ରିକ ସୁସ୍ଥତାକୁ ବହୁମାତ୍ରାରେ ପ୍ରଭାବିତ କରିପାରେ।



English : Maintaining a healthy energy balance, practicing effective hydration habits, and understanding the various aspects of supplementation practices can help athletes improve their performance and increase their enjoyment of the sport.

Odia : ଏକ ସୁସ୍ଥ ଶକ୍ତି ସନ୍ତୁଳନ ବଜାୟ ରଖିବା, ପ୍ରଭାବଶାଳୀ ଜଳଯୋଜନ ପ୍ରବୃତ୍ତିକୁ ଅଭ୍ୟାସ କରିବା, ଏବଂ ପରିପୂରକ ପ୍ରକ୍ରିୟା ଅଭ୍ୟାସର ବିଭିନ୍ନ ଦିଗ ବୁଝିବା ଆଥଲେଟମାନଙ୍କୁ ସେମାନଙ୍କର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବାରେ ଏବଂ ଖେଳର ଉପଭୋଗକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।



English : Middle distance running is a relatively inexpensive sport; however, there are many misconceptions regarding the few pieces of equipment required to participate.

Odia : ମଧ୍ୟମ ଦୂରତା ଦୌଡ଼ ଏକ ଅପେକ୍ଷାକୃତ କମ୍ ବ୍ୟୟସାପେକ୍ଷ କ୍ରୀଡ଼ା; ତଥାପି, ଏଥିରେ ଅଂଶଗ୍ରହଣ କରିବା ପାଇଁ ଆବଶ୍ୟକ ଥିବା ଅଳ୍ପ କିଛି ଉପକରଣ ବିଷୟରେ ଅନେକଗୁଡ଼ିଏ ଭୁଲ ଧାରଣା ରହିଛି।



English : Products can be purchased as needed, but most will have little or no real impact on performance.

Odia : ଆବଶ୍ୟକତା ଅନୁଯାୟୀ ଉତ୍ପାଦ କିଣାଯାଇ ପାରିବ, କିନ୍ତୁ ଅଧିକାଂଶ କାର୍ଯ୍ୟଦକ୍ଷତା ଉପରେ କୌଣସି କିମ୍ବା ସାମାନ୍ୟ ପ୍ରଭାବ ପକାଇବ ନାହିଁ।



English : Athletes may feel that they prefer a product even when it provides no real benefits.

Odia : ଆଥେଲେଟମାନେ ଅନୁଭବ କରିପାରନ୍ତି ଯେ ସେମାନେ କୌଣସି ଉତ୍ପାଦକୁ ପସନ୍ଦ କରନ୍ତି ଯଦିଓ ଏହା କୌଣସି ବାସ୍ତବିକ ଲାଭ ପ୍ରଦାନ କରେ ନାହିଁ ।



English : The atom can be considered to be one of the fundamental building blocks of all matter.

Odia : ପରମାଣୁକୁ ସମସ୍ତ ପଦାର୍ଥର ଏକ ମୌଳିକ ଗଠନ ତତ୍ତ୍ୱ ଭାବରେ ବିଚାର କରାଯାଇପାରେ।



English : Its a very complex entity which consists, according to a simplified Bohr model, of a central nucleus orbited by electrons, somewhat similar to planets orbiting the sun - see Figure 1.1.

Odia : ଏହା ଗୋଟିଏ ବହୁତ ଜଟିଳ ବସ୍ତୁ, ଯେଉଁଥିରେ ସରଳୀକୃତ ବୋହର୍ ମଡେଲ୍ ଅନୁଯାୟୀ ରହିଛି, ଏକ କେନ୍ଦ୍ରୀୟ ନ୍ୟୁକ୍ଲିୟସ୍, ଯାହା ଚାରିପଟେ ଇଲେକ୍ଟ୍ରନ୍‌ଗୁଡ଼ିକ ବୁଲୁଥାଏ, ଯେପରି ସୂର୍ଯ୍ୟ ଚାରିପଟେ ବୁଲୁଥିବା ଗ୍ରହମାନଙ୍କ ସଦୃଶ - ଚିତ୍ର 1.1 ଦେଖନ୍ତୁ।



English : The nucleus consists of two particles - neutrons and protons.

Odia : ନ୍ୟୁକ୍ଲିୟସ୍ ବା ନ୍ୟଷ୍ଟି 2ଟି ଅଣୁ - ନ୍ୟୁଟ୍ରନ୍ ଓ ପ୍ରୋଟନ୍‌କୁ ନେଇ ଗଠିତ।



English : Protons have a positive electric charge while neutrons have no charge. The electrons have a negative electric charge.

Odia : ନ୍ୟୁଟ୍ରନ୍‌ର କୌଣସି ଚାର୍ଜ ନଥିବାବେଳେ ପ୍ରୋଟନ୍‌ରେ ଏକ ଧନାତ୍ମକ ବୈଦ୍ୟୁତିକ ଚାର୍ଜ ଥାଏ। ଇଲେକଟ୍ରନ୍‌ରେ ଏକ ଋଣାତ୍ମକ ବୈଦ୍ୟୁତିକ ଚାର୍ଜ ଥାଏ।



English : To Check the victim, you must first survey the scene to ensure your safety.

Odia : ପୀଡିତାଙ୍କୁ ଯାଞ୍ଚ କରିବା ପାଇଁ, ଆପଣ ପ୍ରଥମେ ଆପଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଘଟଣାସ୍ଥଳକୁ ପରୀକ୍ଷା କରିବା ଆବଶ୍ୟକ।



English : You need to notice the victim´s position as you approach him or her and any automatic red flags.

Odia : ଆପଣଙ୍କୁ ପୀଡିତଙ୍କ ସ୍ଥିତି ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ କାରଣ ଆପଣ ତାଙ୍କ ଠାରୁ କିମ୍ବା ଯେକୌଣସି ସ୍ଵୟଂଚାଳିତ ନାଲି ପତାକା ନିକଟକୁ ସମ୍ପର୍କ କରନ୍ତି।



English : If you get hurt trying to help, you may only serve to make matters worse.

Odia : ଯଦି ଆପଣ ସାହାଯ୍ୟ କରିବାକୁ ଚେଷ୍ଟା କରୁଥିବା ସମୟରେ ଆଘାତ ପାଆନ୍ତି, ତେବେ ଆପଣ କେବଳ ସମସ୍ୟାକୁ ଆହୁରି ବଢ଼ାଇପାରନ୍ତି।



English : The study found that depression, fear and catastrophising mediated the relationship between pain and disability in lower back pain sufferers.

Odia : ଅଧ୍ୟୟନରୁ ଜାଣିବାକୁ ମିଳିଛି ଯେ, ବିଷାଦ, ଭୟ ଓ ବିପତ୍ତି, ଅଣ୍ଟା ଯନ୍ତ୍ରଣା ପାଉଥିବା ବ୍ୟକ୍ତିଙ୍କର ପୀଡ଼ା ଓ ଅସାମର୍ଥ୍ୟତା ମଧ୍ୟରେ ସମ୍ପର୍କ ରହିଛି।



English : Only the effects of catastrophizing, not depression and fear was conditional of regular weekly structured PA sessions.

Odia : ଅବସାଦ କିମ୍ବା ଭୟ ନୁହେଁ, କେବଳ ଦୈବକୁ ଦୋଷ ଦେବାର ପ୍ରଭାବଗୁଡ଼ିକ ପାଇଁ ନିୟମିତ ସାପ୍ତାହିକ PA ସେସନଗୁଡ଼ିକ ଯୋଜନା କରାଯାଇଛି।



English : Those participating in regular activity required more support in terms of negative perception of pain distinguishing the differences of chronic pain and discomfort feel from normal physical movement.

Odia : ନିୟମିତ କାର୍ଯ୍ୟକଳାପରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିମାନେ ସାଧାରଣ ଶାରୀରିକ ଗତିବିଧିରୁ ଅଶ୍ୱସ୍ତି ଅନୁଭବ ଏବଂ ଜଟିଳ ଯନ୍ତ୍ରଣା ମଧ୍ୟରେ ପାର୍ଥକ୍ୟକୁ ପୃଥକ କରୁଥିବା ଯନ୍ତ୍ରଣା ବିଷୟରେ ନକାରାତ୍ମକ ଧାରଣା ଦୃଷ୍ଟିରୁ ଅଧିକ ସହଯୋଗ ଆବଶ୍ୟକ କରୁଥିଲେ।



English : Vision, or the ability to see depends on visual system sensory organs or eyes.

Odia : ଦର୍ଶନ, କିମ୍ବା ଦେଖିବାର କ୍ଷମତା ଦୃଷ୍ଟି ପ୍ରଣାଳୀ ସମ୍ବେଦନଶୀଳ ଅଙ୍ଗ କିମ୍ବା ଆଖି ଉପରେ ନିର୍ଭର କରେ।



English : There are many different constructions of eyes, ranging in complexity depending on the requirements of the organism.

Odia : ଆଖିର ଅନେକ ଭିନ୍ନ ଗଠନ ଅଛି, ଜୀବଙ୍କ ଆବଶ୍ୟକତା ଉପରେ ନିର୍ଭର କରି ଜଟିଳତା ଭିନ୍ନ ଭିନ୍ନ ହୋଇଥାଏ।



English : The different constructions have different capabilities, are sensitive to different wave-lengths and have differing degrees of acuity, also they require different processing to make sense of the input and different numbers to work optimally.

Odia : ବିଭିନ୍ନ କନଷ୍ଟ୍ରକସନଗୁଡ଼ିକର ସାମର୍ଥ୍ୟ ଭିନ୍ନ ହୋଇଥାଏ, ଭିନ୍ନ ତରଙ୍ଗ ପ୍ରତି ସମ୍ବେଦନଶୀଳତା ଏବଂ ଭିନ୍ନ ମାତ୍ରାର ବ୍ୟଗ୍ରତା ରହିଥାଏ, ସେଗୁଡ଼ିକ ମଧ୍ୟ ଠିକ ଭାବରେ କାର୍ଯ୍ୟ କରିବା ପାଇଁ ଇନପୁଟ୍ ଏବଂ ବିଭିନ୍ନ ସଂଖ୍ୟାକୁ ବୁଝିପାରିବା ପାଇଁ ଭିନ୍ନ ପ୍ରକ୍ରିୟାକରଣ ଆବଶ୍ୟକ କରିଥାଏ।



English : A population is the collection of organisms of a particular species within a given geographic area.

Odia : ଏକ ଜନସଂଖ୍ୟା ହେଉଛି ଏକ ନିର୍ଦ୍ଦିଷ୍ଟ ଭୌଗଳିକ କ୍ଷେତ୍ର ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ଜୀବମାନଙ୍କର ସଂଗ୍ରହ।



English : When all individuals in a population are identical with regard to a particular phenotypic trait they are known as monomorphic.

Odia : ଏକ ଜନସମୁଦାୟର ସମସ୍ତ ବ୍ୟକ୍ତିବିଶେଷ ଏକ ନିର୍ଦ୍ଦିଷ୍ଟ ଫେନୋଟାଇପିକ୍‍ ବିଶେଷତା ଅନୁଯାୟୀ ଏକା ପରି ହୋଇଥିଲେ ସେମାନେ ମନୋମର୍ଫିକ୍‍ ଭାବରେ ପରିଚିତ ହୁଅନ୍ତି।



English : When the individuals show several variants of a particular trait they are polymorphic.

Odia : ଯେତେବେଳେ ବ୍ୟକ୍ତିମାନେ ଏକ ନିର୍ଦ୍ଦିଷ୍ଟ ଗୁଣର ଅନେକ ରୂପ ଦେଖାନ୍ତି ସେମାନେ ବହୁରୂପୀ ହୋଇଥାନ୍ତି।



English : Army ant colonies march and nest in different phases as well.

Odia : ସେନା ପିମ୍ପୁଡ଼ି ଦଳ ମଧ୍ୟ ଆଗକୁ ଚାଲନ୍ତି ଓ ବିଭିନ୍ନ ପର୍ଯ୍ୟାୟରେ ମଧ୍ୟ ବସା ବାନ୍ଧନ୍ତି।



English : In the nomadic phase, army ants march at night and stop to camp during the day.

Odia : ଯାଯାବର ପର୍ଯ୍ୟାୟରେ, ପିମ୍ପୁଡ଼ି ଦଳଗୁଡିକ ରାତିରେ ପଦଯାତ୍ରା କରନ୍ତି ଏବଂ ଦିନରେ ଶିବିର କରିବାକୁ ଅଟକି ଯାଆନ୍ତି।



English : The colony begins a nomadic phase when available food has decreased. During this phase, the colony makes temporary nests that are changed everyday.

Odia : ଉପଲବ୍ଧ ଖାଦ୍ୟ ହ୍ରାସ ହେଲେ ପକ୍ଷୀ ସମୂହ ଏକ ଯାଯାବର ପର୍ଯ୍ୟାୟ ଆରମ୍ଭ କରନ୍ତି। ଏହି ପର୍ଯ୍ୟାୟରେ, ପକ୍ଷୀ ସମୂହ ଅସ୍ଥାୟୀ ବସା ତିଆରି କରନ୍ତି ଯାହାକି ପ୍ରତିଦିନ ବଦଳିଯାଏ ।



[Day24]

English : Each of these nomadic rampages or marches lasts for approximately 17 days.

Odia : ପ୍ରତ୍ୟେକଟି ଯାଯାବର ହିଂସ୍ର ଆଚରଣ କିମ୍ବା ଅଭିଯାନ ପ୍ରାୟ 17 ଦିନ ପର୍ଯ୍ୟନ୍ତ ରହିଥାଏ।



English : What is a cell? The word cell comes from the Latin word ¨cella¨, meaning ¨small room¨, and it was first coined by a microscopist observing the structure of cork.

Odia : କୋଷ କହିଲେ କ'ଣ ବୁଝାଏ? ସେଲ୍ ଶବ୍ଦଟି ଲାଟିନ୍ ଶବ୍ଦ ¨ସେଲା¨ ରୁ ଆସିଛି, ଯାହାର ଅର୍ଥ ହେଉଛି ¨ଛୋଟ କୋଠରୀ¨, ଏବଂ ଏହା ପ୍ରଥମେ କର୍କର ଗଠନ ଅନୁଧ୍ୟାନ କରୁଥିବା ଜଣେ ମାଇକ୍ରୋସ୍କୋପିଷ୍ଟଙ୍କ ଦ୍ୱାରା ଉଦ୍ଭାବନ କରାଯାଇଥିଲା।



English : The cell is the basic unit of all living things, and all organisms are composed of one or more cells.

Odia : କୋଷ ହେଉଛି ସମସ୍ତ ଜୀବନତ ବସ୍ତୁର ମୌଳିକ ଏକକ ଅଟେ ଏବଂ ସମସ୍ତ ଜୀବ ଏକ ବା ଅଧିକ କୋଷକୁ ନେଇ ଗଠିତ ହୋଇଥାନ୍ତି।



English : Cells are so basic and critical to the study of life, in fact, that they are often referred to as ¨the building blocks of life¨.

Odia : ଜୀବନର ଅଧ୍ୟୟନ ପାଇଁ କୋଷଗୁଡ଼ିକ ମୌଳିକ ଓ ଗୁରୁତ୍ୱପୂର୍ଣ୍ଣ, ବାସ୍ତବରେ, ସେଗୁଡ଼ିକୁ ବହୁବାର "ଜୀବନର ନିର୍ମାଣ ଖଣ୍ଡ" କୁହାଯାଏ|



English : The Nervous System maintains homeostasis by sending nerve impulses through out the body to keep the flow of blood going as well as undisturbed.

Odia : ରକ୍ତ ପ୍ରବାହକୁ ଚାଲୁ ତଥା ଅବିଚଳିତ ରଖିବା ପାଇଁ ସ୍ନାୟୁତନ୍ତ୍ର ସମ୍ପୂର୍ଣ୍ଣ ଶରୀରକୁ ସ୍ନାୟବିକ ଉଦ୍ଦୀପନା ପ୍ରେରଣ କରି ସମସ୍ଥାପନ (ହୋମିଓଷ୍ଟାସିସ୍‍) ଅକ୍ଷୁଣ୍ଣ ରଖେ।



English : These nerve impulses can be sent so quickly throughout the body which helps keep the body safe from any potential threat.

Odia : ଏହି ସ୍ନାୟୁ ଇମ୍ପୁଲ୍ସ ଗୁଡ଼ିକ ଶରୀରକୁ ଏତେ ଶୀଘ୍ର ପଠାଯାଇପାରେ ଯେ ତାହା ଶରୀରକୁ କୌଣସି ସମ୍ଭାବ୍ୟ ବିପଦରୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ।



English : Tornadoes strike a small area compared to other violent storms, but they can destroy everything in their path.

Odia : ଅନ୍ୟ ଭୟଙ୍କର ଝଡ଼ ତୁଳନାରେ ଟର୍ନାଡୋ ଗୋଟିଏ ଛୋଟ ଅଞ୍ଚଳକୁ ଆଘାତ କରିଥାଏ, କିନ୍ତୁ ସେଗୁଡ଼ିକ ନିଜ ରାସ୍ତାରେ ଆସୁଥିବା ସବୁକିଛିକୁ ଧ୍ୱଂସ କରିପାରନ୍ତି।



English : Tornadoes uproot trees, rip boards from buildings, and fling cars up into the sky. The most violent two percent of tornadoes last more than three hours.

Odia : ଘୂର୍ଣ୍ଣିବାତ୍ୟା ଗଛଗୁଡିକୁ ଉପାଡ଼ି ଫିଙ୍ଗିଦିଏ, କୋଠାଗୁଡ଼ିକରୁ ବୋର୍ଡଗୁଡିକ ଚିରିଦିଏ ଏବଂ କାରଗୁଡ଼ିକୁ ଆକାଶକୁ ଉଡ଼ାଇଦେଇଥାଏ। ସବୁଠାରୁ ଭୟଙ୍କର ଦୁଇ ପ୍ରତିଶତ ଘୂର୍ଣ୍ଣିବାତ୍ୟା ତିନି ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥାଏ।



English : These monster storms have winds up to 480 km/h (133 m/s; 300 mph).

Odia : ଏହି ରାକ୍ଷସ ପରି ଝଡ଼ଝଞ୍ଜା 480 କିଲୋମିଟର/ଘଣ୍ଟା (133 ମିଟର/ସେକେଣ୍ଡ; 300 mph) ବେଗରେ ପବନ ବହେ।



English : Humans have been making and using lenses for magnification for thousands and thousands of years.

Odia : ମଣିଷ ହଜାର ହଜାର ବର୍ଷ ଧରି ଆବର୍ଦ୍ଧନ ପାଇଁ ଲେନ୍ସ ତିଆରି କରି ବ୍ୟବହାର କରି ଆସୁଛି।



English : However, the first true telescopes were made in Europe in the late 16th century.

Odia : ତଥାପି, ପ୍ରଥମ ଯଥାର୍ଥ ଦୂରବୀକ୍ଷଣ ଯନ୍ତ୍ରଗୁଡ଼ିକ 16ଶ ଶତାବ୍ଦୀର ଶେଷ ଆଡକୁ ୟୁରୋପରେ ନିର୍ମିତ ହୋଇଥିଲା।



English : These telescopes used a combination of two lenses to make distant objects appear both nearer and larger.

Odia : ଦୂର ବସ୍ତୁଗୁଡ଼ିକୁ ଉଭୟ ନିକଟତର ଭାବରେ ଏବଂ ବଡ଼ ଆକାରରେ ଦେଖାଇବା ପାଇଁ ଏହି ଦୂରବୀକ୍ଷଣ ଯନ୍ତ୍ରଗୁଡ଼ିକରେ ଦୁଇଟି ଲେନ୍ସର ସଂଯୋଜନା ବ୍ୟବହୃତ ହୋଇଥାଏ।



English : Greed and selfishness will always be with us and it is the nature of cooperation that when the majority benefit there will always be more to gain in the short term by acting selfishly

Odia : ଆମ ମଧ୍ୟରେ ଲୋଭ ଓ ସ୍ୱାର୍ଥପରତା ସବୁବେଳେ ରହିବ ଏବଂ ସହଯୋଗର ଲକ୍ଷଣ ଏହା ଯେ ସଂଖ୍ୟାଧିକ ଲୋକ ଲାଭ ପାଇବା ବେଳେ ସ୍ୱାର୍ଥପର ଭାବରେ କାର୍ଯ୍ୟ କଲେ ସର୍ବଦା ସ୍ୱଳ୍ପ ଅବଧି ମଧ୍ୟରେ ଅଧିକ ଲାଭ ମିଳିବ।



English : Hopefully, most people will realise that their long term best option is to work together with others.

Odia : ଆଶାପ୍ରଦ ଭାବରେ , ଅଧିକାଂଶ ଲୋକ ଅନୁଭବ କରିବେ ଯେ ସେମାନଙ୍କର ଦୀର୍ଘକାଳୀନ ସର୍ବୋତ୍ତମ ବିକଳ୍ପ ହେଉଛି ଅନ୍ୟମାନଙ୍କ ସହିତ ମିଶି କାମ କରିବା।



English : Many people dream of the day when humans can travel to another star and explore other worlds, some people wonder what´s out there some belive that aliens or other life may live on another plant.

Odia : କେବେ ମନୁଷ୍ୟ ଅନ୍ୟ ଏକ ନକ୍ଷତ୍ରକୁ ଯାତ୍ରା କରି ଅନ୍ୟ ଜଗତର ଅନୁସନ୍ଧାନ କରିପାରିବ, ଅନେକ ଲୋକ ସେହି ଦିନ ବିଷୟରେ ସ୍ୱପ୍ନ ଦେଖନ୍ତି, କିଛି ଲୋକ ସେଠାରେ କ'ଣ ଅଛି ବୋଲି ଭାବନ୍ତି, କିଛି ଲୋକ ବିଶ୍ୱାସ କରନ୍ତି ଅନ୍ୟ ଏକ ଗ୍ରହରେ ଏଲିଏନ୍ କିମ୍ବା ଅନ୍ୟ ଜୀବସତ୍ତା ବାସ କରୁଥାଇପାରନ୍ତି।



English : But, if this ever does happen probably won´t happen for a very long time. The stars are so spread out that there are trillions of miles between stars that are ¨neighbors¨.

Odia : କିନ୍ତୁ, ଯଦି ଏହା କେବେ ଘଟେ ସମ୍ଭବତଃ ଦୀର୍ଘ ସମୟ ପର୍ଯ୍ୟନ୍ତ ଘଟିବ ନାହିଁ। ନକ୍ଷତ୍ରଗୁଡ଼ିକ ଏତେ ଖେଳେଇ ହୋଇ ଅଛନ୍ତି ଯେ "ପଡ଼ୋଶୀ" ବୋଲି କୁହାଯାଉଥିବା ନକ୍ଷତ୍ରଗୁଡ଼ିକ ମଧ୍ୟରେ ଟ୍ରିଲିୟନ୍ ମାଇଲ୍‌ର ଦୂରତା ଅଛି ।



English : Maybe one day, your great grandchildren will be standing atop an alien world wondering about their ancient ancestors?

Odia : ଦିନେ ହୁଏତ, ଆପଣଙ୍କ ଅଣନାତିନାତୁଣୀମାନେ ଏକ ଏଲିଏନ୍ ଦୁନିଆ ଉପରେ ଠିଆ ହୋଇ ତାଙ୍କର ପ୍ରାଚୀନ ପୂର୍ବପୁରୁଷଙ୍କ ବିଷୟରେ ଭାବୁଥିବେ?



English : Animals are made of many cells. They eat things and digest them inside. Most animals can move.

Odia : ପ୍ରାଣୀମାନେ ଅନେକ କୋଷ ଦ୍ୱାରା ଗଠିତ। ସେମାନେ ଖାଦ୍ୟ ଖାଇ ସେଗୁଡ଼ିକୁ ଭିତରେ ହଜମ କରନ୍ତି। ଅଧିକାଂଶ ପ୍ରାଣୀ ଗତି କରିପାରନ୍ତି।



English : Only animals have brains (though not even all animals do; jellyfish, for example, do not have brains).

Odia : କେବଳ ଜୀବଜନ୍ତୁଙ୍କର ମସ୍ତିଷ୍କ ଥାଏ (ଯଦିଓ ସମସ୍ତ ପ୍ରାଣୀଙ୍କ ପାଖରେ ନୁହେଁ; ଉଦାହରଣସ୍ୱରୂପ, ଜେଲିଫିସର ମସ୍ତିଷ୍କ ନାହିଁ)।



English : Animals are found all over the earth. They dig in the ground, swim in the oceans, and fly in the sky.

Odia : ଜୀବଜନ୍ତୁମାନେ ସମଗ୍ର ପୃଥିବୀରେ ଦେଖାଯାଆନ୍ତି। ସେମାନେ ଭୂମିକୁ ଖୋଳନ୍ତି, ସମୁଦ୍ର ବକ୍ଷରେ ପହଁରନ୍ତି ଏବଂ ଖୋଲା ଆକାଶରେ ଉଡ଼ନ୍ତି।



English : A cell is the smallest structural and functional unit of a living (things) organism.

Odia : ଏକ କୋଷ ହେଉଛି ଜୀବନ୍ତ (ଜିନିଷ) ଜୀବର କ୍ଷୁଦ୍ରତମ ଗଠନ ଏବଂ କାର୍ଯ୍ୟକ୍ଷମ ଏକକ।



English : Cell comes from the Latin word cella which means small room.

Odia : ସେଲ୍ ଲାଟିନ୍ ଶବ୍ଦ ସେଲାରୁ ଆସିଛି, ଯାହାର ଅର୍ଥ ହେଉଛି ଛୋଟ କୋଠରୀ।



English : If you look at living things under a microscope, you will see that they are made of small squares or balls.

Odia : ଯଦି ଆପଣ ମାଇକ୍ରୋସ୍କୋପରେ ଜୀବନ୍ତ ବସ୍ତୁକୁ ଦେଖନ୍ତି, ଆପଣ ଦେଖିବେ ସେମାନେ କ୍ଷୁଦ୍ର ବର୍ଗ କିମ୍ବା ବଲ ରେ ତିଆରି ହୋଇଥିବେ



English : Robert Hooke, a biologist from England, saw small squares in cork with a microscope.

Odia : ରୋବର୍ଟ ହୁକେ, ଇଂଲଣ୍ଡର ଜୀବ ବିଜ୍ଞାନୀ ମାଇକ୍ରୋସ୍କୋପ ସାହାଜ୍ୟରେ କର୍କରେ ଛୋଟ ବର୍ଗ ଦେଖିଥିଲେ।



English : They looked like rooms. He was the first person to observe dead cells

Odia : ସେଗୁଡ଼ିକ କୋଠରୀ ପରି ଦେଖାଯାଉଥିଲା। ମୃତ କୋଷକୁ ଅନୁଧ୍ୟାନ କରିବାରେ ସେ ଥିଲେ ପ୍ରଥମ ବ୍ୟକ୍ତି।



[Day25]

English : Elements and compounds can move from one state to another and not change.

Odia : ତତ୍ତ୍ଵ ଏବଂ ଉପାଦାନ 1 ସ୍ଥିତିରୁ ଅନ୍ୟ ସ୍ଥିତିକୁ ବିନା ପରିବର୍ତ୍ତନରେ ଯାଇପାରେ।



English : Nitrogen as a gas still has the same properties as liquid nitrogen. The liquid state is denser but the molecules are still the same.

Odia : ଗ୍ୟାସୀୟ ଯବକ୍ଷାରଜାନର ତରଳ ଯବକ୍ଷାରଜାନ ପରି ସମାନ ଗୁଣ ରହିଥାଏ। ତରଳ ଅବସ୍ଥା ଅଧିକ ଘନ ଅଟେ କିନ୍ତୁ ଅଣୁଗୁଡ଼ିକ ଏବେ ବି ସମାନ ଅଟେ।



English : Water is another example. The compound water is made up of two hydrogen atoms and one oxygen atom.

Odia : ଜଳ ହେଉଛି ଅନ୍ୟ ଏକ ଉଦାହରଣ। ଯୌଗିକ ଜଳ 2 ଉଦଜାନ ପରମାଣୁ ଏବଂ 1 ଅମ୍ଳଜାନ ପରମାଣୁ ଦ୍ୱାରା ଗଠିତ।



English : It has the same molecular structure whether it is a gas, liquid, or solid.

Odia : ସମସ୍ତଙ୍କର ଏକପ୍ରକାର ଆଣବିକ ସରଞ୍ଚନା ଏହା ଯାହାବି ବାଷ୍ପୀୟ, ତରଳ କିମ୍ବା କଠିନ ହେଇଥାଉ।



English : Although its physical state may change, its chemical state remains the same.

Odia : ଯଦିଓ ଏହାର ଶାରୀରିକ ସ୍ଥିତି ପରିବର୍ତ୍ତନ ହୋଇପାରେ, ଏହାର ରସାୟନିକ ସ୍ଥିତି ସମାନ ରହିବ।



English : Time is something that is all around us, and affects everything we do, yet is difficult to understand.

Odia : ସମୟ ଏପରି ଜିନିଷ ଯାହା ଆମ ଚାରିପଟେ ଅଛି ଏବଂ ଆମେ କରୁଥିବା ସମସ୍ତ କାର୍ଯ୍ୟକୁ ପ୍ରଭାବିତ କରେ, ତଥାପି ଏହାକୁ ବୁଝିବା କଷ୍ଟକର।



English : Time has been studied by religious, philosophical, and scientific scholars for thousands of years.

Odia : ସମୟ ବିଷୟରେ ହଜାର ହଜାର ବର୍ଷ ଧରି ଧାର୍ମିକ, ଦାର୍ଶନିକ ଏବଂ ବୈଜ୍ଞାନିକ ବିଦ୍ୱାନ୍‌ମାନଙ୍କ ଦ୍ୱାରା ଅଧ୍ୟୟନ କରାଯାଇଛି।



English : We experience time as a series of events passing from the future through the present to the past.

Odia : ଆମେ ବର୍ତ୍ତମାନ ରୁ ଅତୀତ ପର୍ଯ୍ୟନ୍ତ ଭବିଷ୍ୟତ ଜରିଆରେ ଅତିକ୍ରମ କରି ଆମେ ସମୟକୁ ଘଟଣାଗୁଡିକର ଏକ କ୍ରମ ଭାବରେ ଅନୁଭବ କରୁ ।



English : Time is also how we compare the duration (length) of events.

Odia : ଘଟଣାଗୁଡ଼ିକର ଅବଧି (ଲମ୍ବ) କୁ ଆମେ କିପରି ତୁଳନା କରୁ, ତାହା ମଧ୍ୟ ସମୟ ଅଟେ।



English : You can mark the passing of time yourself by observing the repetition of a cyclical event. A cyclical event is something that happens again and again regularly.

Odia : ଆପଣ ନିଜେ ଗୋଟିଏ ସମୟାବର୍ତ୍ତୀ ଘଟଣାର ପୁନରାବୃତ୍ତିକୁ ପର୍ଯ୍ୟବେକ୍ଷଣ କରି ସମୟର ପ୍ରବାହକୁ ଲକ୍ଷ୍ୟ କରିପାରିବେ। ନିୟମିତ ଭାବରେ ବାରମ୍ବାର ହୋଇଥିବା କୌଣସି ପ୍ରକ୍ରିୟାକୁ ଗୋଟିଏ ସମୟାବର୍ତ୍ତୀ ଘଟଣା କୁହାଯାଏ।



English : Computers today are used to manipulate pictures and videos.

Odia : ଚିତ୍ର ଏବଂ ଭିଡିଓଗୁଡିକୁ ନିୟନ୍ତ୍ରଣ କରିବା ପାଇଁ କମ୍ପୁଟର ଆଜି ବ୍ୟବହୃତ ହେଉଛି।



English : Sophisticated animations can be constructed on computers, and this kind of animation is increasingly being used in television and films.

Odia : କମ୍ପ୍ୟୁଟରରେ ମାର୍ଜିତ ଆନିମେସନ୍‍ ତିଆରି କରାଯାଇପାରେ ଏବଂ ଟେଲିଭିଜନ୍‍ ଓ ଚଳଚ୍ଚିତ୍ରରେ ଏ ପ୍ରକାର ଆନିମେସନର ବ୍ୟବହାର ବୃଦ୍ଧି ପାଉଛି।



English : Music is often recorded using sophisticated computers to process and mix sounds together.

Odia : ପ୍ରାୟତଃ ଧ୍ୱନିଗୁଡ଼ିକୁ ଏକତ୍ର ପ୍ରୋସେସ୍ ଓ ମିକ୍ସ କରିବା ପାଇଁ ଅତ୍ୟାଧୁନିକ କମ୍ପ୍ୟୁଟର୍ ବ୍ୟବହାର କରି ସଙ୍ଗୀତ ରେକର୍ଡ କରାଯାଇଥାଏ।



English : For a long time during the nineteenth and twentieth centuries, it was believed the first inhabitants of New Zealand were the Maori people, who hunted giant birds called moas.

Odia : ଉଣେଇଶି ଏବଂ ବିଂଶ ଶତାବ୍ଦୀରେ ଦୀର୍ଘ ସମୟ ଧରି ଏହା ବିଶ୍ଵାସ କରାଯାଉଥିଲା ଯେ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ବାସିନ୍ଦା ହେଉଛନ୍ତି ମାଉରୀ ଲୋକ, ଯେଉଁମାନେ ମାଓସ ନାମକ ବିଶାଳ ପକ୍ଷୀଗୁଡ଼ିକର ଶିକାର କରୁଥିଲେ।



English : The theory then established the idea that the Maori people migrated from Polynesia in a Great Fleet and took New Zealand from the Moriori, establishing an agricultural society.

Odia : ତଥ୍ୟରେ ଏହି ଧାରଣା ସ୍ଥାପିତ ହେଲା ଯେ, ମାଓରୀମାନେ ଏକ ବିଶାଳ ଭେଳାରେ ପଲିନେସିଆରୁ ପ୍ରବାସିତ ହୋଇଥିଲେ ଏବଂ ନ୍ୟୁଜିଲ୍ୟାଣ୍ଡକୁ ମୋରିଓରୀରୁ ନେଇ ଏକ କୃଷି ସମାଜ ପ୍ରତିଷ୍ଠା କରିଥିଲେ।



English : However, new evidence suggests that the Moriori were a group of mainland Maori who migrated from New Zealand to the Chatham Islands, developing their own distinctive, peaceful culture.

Odia : ଏହା ସତ୍ତ୍ୱେ, ନୂତନ ପ୍ରମାଣରୁ ଜଣାପଡ଼େ ଯେ ମୋରିଓରିମାନେ ମେନଲ୍ୟାଣ୍ଡ ମାଓରିର ଏକ ଗୋଷ୍ଠୀ ଥିଲେ, ଯେଉଁମାନେ ସେମାନଙ୍କ ସ୍ୱତନ୍ତ୍ର, ଶାନ୍ତିପୂର୍ଣ୍ଣ ସଂସ୍କୃତି ବିକଶିତ କରି ନ୍ୟୁଜିଲ୍ୟାଣ୍ଡରୁ ଚାଥମ୍ ଦ୍ୱୀପପୁଞ୍ଜକୁ ଦେଶାନ୍ତରିତ ହୋଇଥିଲେ।



English : There was also another tribe on the Chatham islands these were Maori who migrated away from New Zealand.

Odia : ଚାଥମ୍ ଦ୍ୱୀପପୁଞ୍ଜରେ ମାଓରି ନାମକ ଅନ୍ୟ ଏକ ଜନଜାତି ମଧ୍ୟ ଥିଲେ, ଯେଉଁମାନେ ନ୍ୟୁଜିଲ୍ୟାଣ୍ଡରୁ ସ୍ଥାନାନ୍ତରିତ ହୋଇଥିଲେ ।



English : They called themselves the Moriori there were a few skirmishes and in the end, the Moriori were wiped out

Odia : ସେମାନେ ନିଜକୁ ମୋରିଓରି ବୋଲି କହୁଥିଲେ, କିଛି ଖଣ୍ଡଯୁଦ୍ଧ ହୋଇଥିଲା ଏବଂ ଶେଷରେ, ମୋରିଓରିମାନେ ନିଶ୍ଚିହ୍ନ ହୋଇଯାଇଥିଲେ ।



English : Individuals who had been involved for several decades helped us appreciate our strengths and passions while candidly assessing difficulties and even failures.

Odia : ଅନେକ ଦଶନ୍ଧି ଧରି ଜଡ଼ିତ ଥିବା ବ୍ୟକ୍ତିମାନେ ଆମର ଶକ୍ତି ଓ ଆବେଗକୁ ପ୍ରଶଂସା କରିବାରେ ସାହାଯ୍ୟ କରିଥିଲେ, ଯେତେବେଳେ ଅସୁବିଧା ଓ ବିଫଳତାକୁ ସଠିକ୍ ଭାବରେ ମୂଲ୍ୟାଙ୍କନ କରିଥିଲେ।



English : While listening to individuals share their individual, family, and organizational stories, we gained valuable insight into the past and some of the personalities who influenced for good or ill the culture of the organization.

Odia : ବ୍ୟକ୍ତିବିଶେଷମାନେ ପ୍ରକାଶ କରୁଥିବା ବ୍ୟକ୍ତିଗତ, ପାରିବାରିକ ଓ ଅନୁଷ୍ଠାନଭିତ୍ତିକ କାହାଣୀଗୁଡ଼ିକ ଶୁଣିବା ସମୟରେ ଆମେ ଅତୀତ ବିଷୟରେ ଏବଂ ଅନୁଷ୍ଠାନର ସଂସ୍କୃତି ଉପରେ ଭଲ ଓ ଖରାପ ପ୍ରଭାବ ପକାଉଥିବା କେତେକ ବ୍ୟକ୍ତିତ୍ୱଗୁଡ଼ିକ ବିଷୟରେ ବହୁମୂଲ୍ୟ ଅନ୍ତର୍ଦୃଷ୍ଟି ପାଇଲୁ।



English : While understanding one's history does not assume understanding of culture, it does at least help people gain a sense of where they fall within the history of the organization.

Odia : ଜଣଙ୍କର ଇତିହାସକୁ ବୁଝିବାର ଅର୍ଥ ନୁହେଁ ଯେ, ସଂସ୍କୃତି ବିଷୟରେ ବୁଝିବା, ଏହା ଅନ୍ତତଃ ପକ୍ଷେ ଲୋକଙ୍କୁ ସଂଗଠନର ଇତିହାସରେ ସେମାଣେ କେଉଁଠାରେ ଆସନ୍ତି, ସେ ବିଷୟରେ ଏକ ଧାରଣା ପାଇବାରେ ସାହାଯ୍ୟ କରିଥାଏ।



English : While assessing the successes and becoming aware of failures, individuals and the whole of the participating persons discover more deeply the values, mission, and driving forces of the organization.

Odia : ସଫଳତାର ମୂଲ୍ୟାଙ୍କନ କରିବା ଓ ବିଫଳତା ବିଷୟରେ ସଚେତନ ହେବା ସମୟରେ, ବ୍ୟକ୍ତିବିଶେଷ ଓ ଭାଗ ନେଇଥିବା ସବୁ ବ୍ୟକ୍ତି, ଅନୁଷ୍ଠାନର ମୂଲ୍ୟବୋଧ, ଲକ୍ଷ୍ୟ ଓ ପ୍ରେରଣାଦାୟକ ଶକ୍ତିଗୁଡ଼ିକୁ ଅଧିକ ଗଭୀର ଭାବେ ଆବିଷ୍କାର କରନ୍ତି।



English : In this instance, recalling previous instances of entrepreneurial behavior and resulting successes helped people to be open to new changes and new direction for the local church.

Odia : ଏହି ଘଟଣାରେ, ଉଦ୍ୟୋକ୍ତାଙ୍କ ସମ୍ବନ୍ଧୀୟ ଆଚରଣର ପୂର୍ବ ଦୃଷାନ୍ତଗୁଡ଼ିକୁ ଏବଂ ତଦଜନିତ ସଫଳତାଗୁଡ଼ିକୁ ମନେ ପକାଇବା, ସ୍ଥାନୀୟ ଗୀର୍ଜା ପାଇଁ ନୂତନ ପରିବର୍ତ୍ତନ ଏବଂ ନୂତନ ଦିଗ ପ୍ରତି ଉନ୍ମୁକ୍ତ ହେବାରେ ଲୋକମାନଙ୍କୁ ସାହାଯ୍ୟ କରିଛି।



English : Such success stories lessened the fears of change, while creating positive inclinations toward change in the future.

Odia : ଏପରି ସଫଳତାର କାହାଣୀଗୁଡ଼ିକ ଭବିଷ୍ୟତରେ ହେବାକୁ ଥିବା ପରିବର୍ତ୍ତନ ପ୍ରତି ସକାରାତ୍ମକ ପ୍ରବଣତା ସୃଷ୍ଟି କରିବା ସହିତ ପରିବର୍ତ୍ତନ ପ୍ରତି ଭୟ ହ୍ରାସ କରିଛି।



English : Convergent thinking patterns are problem solving techniques that unite different ideas or fields to find a solution.

Odia : ଅଭିନ୍ନ ଚିନ୍ତାଧାରା ହେଉଛି ସମସ୍ୟା ସମାଧାନ କୌଶଳ ଯାହା ସମାଧାନ ଖୋଜିବା ପାଇଁ ବିଭିନ୍ନ ଧାରଣା କିମ୍ବା କ୍ଷେତ୍ରକୁ ଏକତ୍ର କରିଥାଏ।



[Day26]

English : The focus of this mindset is speed, logic and accuracy, also identification of facts, reapplying existing techniques, gathering information.

Odia : ଗତି, ତର୍କ ଓ ସଠିକତା, ଏହା ସମେତ ତଥ୍ୟ ଚିହ୍ନଟକରଣ, ବିଦ୍ୟମାନ କୌଶଳଗୁଡ଼ିକର ପୁନଃପ୍ରୟୋଗ କରିବା, ସୂଚନା ସଂଗ୍ରହ ଉପରେ ଏହି ମାନସିକତା କେନ୍ଦ୍ରିତ ଅଟେ।



English : The most important factor of this mindset is: there is only one correct answer. You only think of two answers, namely right or wrong.

Odia : ଏହି ମାନସିକତାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି: କେବଳ 1 ସଠିକ୍ ଉତ୍ତର ଅଛି । ଆପଣ କେବଳ 2 ଉତ୍ତର ବିଷୟରେ ଚିନ୍ତା କରନ୍ତୁ ଅର୍ଥାତ ଠିକ କିମ୍ବା ଭୁଲ ।



English : This type of thinking is associated with certain science or standard procedures.

Odia : ଏ ପ୍ରକାର ଚିନ୍ତାଧାରା ନିର୍ଦ୍ଦିଷ୍ଟ ବିଜ୍ଞାନ କିମ୍ବା ମାନକ କାର୍ଯ୍ୟପଦ୍ଧତି ସହିତ ସମ୍ବନ୍ଧିତ।



English : People with this type of thinking have logical thinking, are able to memorize patterns, solve problems and work on scientific tests.

Odia : ଏହି ପ୍ରକାର ଚିନ୍ତାଧାରା ବିଶିଷ୍ଟ ଲୋକମାନଙ୍କ ପାଖରେ ଯୁକ୍ତିଯୁକ୍ତ ଚିନ୍ତାଧାରା ଥାଏ, ସେମାନେ ପାଟର୍ନଗୁଡ଼ିକୁ ମନେରଖିବା, ସମସ୍ୟାର ସମାଧାନ କରିବା ଏବଂ ବୈଜ୍ଞାନିକ ପରୀକ୍ଷଣରେ କାର୍ଯ୍ୟ କରିବାକୁ ସକ୍ଷମ ଅଟନ୍ତି।



English : Humans are by far the most talented species in reading the minds of others.

Odia : ଅନ୍ୟମାନଙ୍କ ମନକୁ ପଢ଼ିବାରେ ମାନବଜାତି ସବୁଠାରୁ ପ୍ରତିଭାବାନ ଜାତି ଅଟେ।



English : That means we are able to successfully predict what other humans perceive, intend, believe, know or desire.

Odia : ଏହାର ଅର୍ଥ ହେଉଛି, ଅନ୍ୟ ଲୋକମାନେ ଯାହା ଅନୁଭବ କରନ୍ତି, ଇଚ୍ଛା କରନ୍ତି, ବିଶ୍ୱାସ କରନ୍ତି, ଜାଣନ୍ତି କିମ୍ବା ଆଶା କରନ୍ତି, ଆମେ ତାହା ସଫଳତାର ସହିତ ପୂର୍ବାନୁମାନ କରିବାରେ ସକ୍ଷମ ଅଟୁ।



English : Among these abilities, understanding the intention of others is crucial. It allows us to resolve possible ambiguities of physical actions.

Odia : ଏହି କ୍ଷମତାଗୁଡ଼ିକ ମଧ୍ୟରେ, ଅନ୍ୟମାନଙ୍କ ଉଦ୍ଦେଶ୍ୟକୁ ବୁଝିବା ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ଅଟେ। ଏହା ଆମକୁ ଶାରୀରିକ କାର୍ଯ୍ୟର ସମ୍ଭାବ୍ୟ ଅସ୍ପଷ୍ଟତା ଗୁଡ଼ିକୁ ସମାଧାନ କରିବାକୁ ଅନୁମତି ଦେଇଥାଏ।



English : For example, if you were to see someone breaking a car window, you would probably assume he was trying to steal a stranger's car.

Odia : ଉଦାହରଣ ସ୍ଵରୂପ, ଯଦି ଆପଣ କାହାକୁ କାର୍ ଝରକାକୁ ଭାଙ୍ଗୁଥିବାର ଦେଖନ୍ତି, ଆପଣ ସମ୍ଭବତଃ ଅନୁମାନ କରିବେ ଯେ ସେ ଜଣେ ଅପରିଚିତ ବ୍ୟକ୍ତିଙ୍କ କାର ଚୋରି କରିବାକୁ ଚେଷ୍ଟା କରୁଛନ୍ତି।



English : He would need to be judged differently if he had lost his car keys and it was his own car that he was trying to break into.

Odia : ଯଦି ସେ ତାଙ୍କ କାର୍ ଚାବି ହଜାଇଥା'ନ୍ତେ, ତେବେ ତାଙ୍କୁ ଭିନ୍ନ ଭାବରେ ଚିନ୍ତା କରିବାକୁ ପଡ଼ିଥା'ନ୍ତା ଏବଂ ସେ ନିଜେ ନିଜ କାର୍‌କୁ ଭାଙ୍ଗିବାକୁ ଚେଷ୍ଟା କରିଥା'ନ୍ତେ।



English : MRI is based on a physics phenomenon called nuclear magnetic resonance (NMR), which was discovered in the 1930s by Felix Bloch (working at Stanford University) and Edward Purcell (from Harvard University).

Odia : MRI ପଦାର୍ଥ ବିଜ୍ଞାନର ନାଭିକୀୟ ଚୂମ୍ବକୀୟ ରିଜୋନାନ୍ସ (NMR) ନାମକ ଏକ ପରିଘଟଣା ଉପରେ ଆଧାରିତ, ଯାହା 1930 ଦଶକରେ ଫେଲିକ୍ସ ବ୍ଲୋଚ୍‍ (ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ) ଓ ଏଡୱାର୍ଡ ପର୍ସେଲ (ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର)ଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା।



English : In this resonance, magnetic field and radio waves cause atoms to give off tiny radio signals.

Odia : ଏହି ରିଜୋନାନ୍ସରେ, ଚୁମ୍ବକୀୟ କ୍ଷେତ୍ର ଓ ରେଡିଓ ତରଙ୍ଗ କାରଣରୁ ପରମାଣୁଗୁଡ଼ିକ କ୍ଷୁଦ୍ର ରେଡିଓ ସିଗ୍ନାଲ ଛାଡ଼ିଥାଏ।



English : In the year 1970, Raymond Damadian, a medical doctor and research scientist, discovered the basis for using magnetic resonance imaging as a tool for medical diagnosis.

Odia : 1970 ମସିହାରେ, ମେଡିକାଲ୍‌ ଡାକ୍ତର ତଥା ଗବେଷଣାକାରୀ ବୈଜ୍ଞାନିକ ରେମଣ୍ଡ ଡାମାଡିଆନ୍ ମ୍ୟାଗ୍ନେଟିକ ରିଜୋନାନ୍ସ ଇମେଜିଙ୍ଗକୁ ଡାକ୍ତରୀ ନିଦାନର ଏକ ସାଧନ ଭାବରେ ବ୍ୟବହାର କରିବାର ଆଧାର ଆବିଷ୍କାର କରିଥିଲେ।



English : Four years later a patent was granted, which was the world´s first patent issued in the field of MRI.

Odia : 4 ବର୍ଷ ପରେ ଏକ ଆବିଷ୍କାର ମଞ୍ଜୁର ହେଲା, ଯାହାକି MRI କ୍ଷେତ୍ରରେ ଜାରି କରାଯାଇଥିବା ବିଶ୍ଵର ପ୍ରଥମ ଆବିଷ୍କାର ଥିଲା।



English : In 1977, Dr. Damadian completed the construction of the first "whole-body" MRI scanner, which he called the "Indomitable".

Odia : 1977 ମସିହାରେ, ଡାଃ. ଦାମେଦିଅନ୍ ପ୍ରଥମ ¨ସମ୍ପୂର୍ଣ୍ଣ ଶରୀର¨ MRI ସ୍କାନର୍‌ର ନିର୍ମାଣ କାର୍ଯ୍ୟ ସମାପ୍ତ କରିଥିଲେ, ଯାହାକୁ ସେ ¨ଇଣ୍ଡୋମିଟେବଲ୍¨ ବୋଲି କହିଥିଲେ।



English : Asynchronous communication encourages time for reflection and reaction to others.

Odia : ଆସିଙ୍କ୍ରୋନସ୍ ଯୋଗାଯୋଗ ଅନ୍ୟମାନଙ୍କୁ ଚିନ୍ତା କରିବା ଓ ପ୍ରତିକ୍ରିୟା ଦେବା ପାଇଁ ସମୟ ଦେବାକୁ ପ୍ରୋତ୍ସାହିତ କରେ।



English : It allows students the ability to work at their own pace and control the pace of instructional information.

Odia : ଏହା ଛାତ୍ରମାନଙ୍କୁ ନିଜ ଗତିରେ କାର୍ଯ୍ୟ କରିବାର କ୍ଷମତା ଏବଂ ନିର୍ଦ୍ଦେଶାବଳୀ ସୂଚନାର ଗତି ନିୟନ୍ତ୍ରଣ କରିବାକୁ ଅନୁମତି ଦେଇଥାଏ।



English : In addition, there are fewer time restrictions with the possibility of flexible working hours. (Bremer, 1998)

Odia : ଏହାସହିତ, ସେଠାରେ ସମୟ ପ୍ରତିବନ୍ଧକଗୁଡ଼ିକ କମ୍ ଥିବା ସହ ନମନୀୟ କାର୍ଯ୍ୟ ନିର୍ଘଣ୍ଟର ସମ୍ଭାବନା ରହିଛି। (ବ୍ରେମର୍, 1998)



English : The use of the Internet and the World Wide Web allows learners to have access to information at all times.

Odia : ଇଣ୍ଟରନେଟ୍ ଓ ୱାର୍ଲ୍ଡ ୱାଇଡ୍ ୱେବ୍‌ର ବ୍ୟବହାର କରି ଶିକ୍ଷାର୍ଥୀମାନେ ସର୍ବଦା ସୂଚନାକୁ ଆକ୍ସେସ୍ କରିପାରନ୍ତି।



English : Students can also submit questions to instructors at any time of day and expect reasonably quick responses, rather than waiting until the next face-to-face meeting.

Odia : ଛାତ୍ରଛାତ୍ରୀମାନେ ମଧ୍ୟ ଦିନର ଯେ କୌଣସି ସମୟରେ ପ୍ରଶିକ୍ଷକଙ୍କ ନିକଟରେ ପ୍ରଶ୍ନ ଦାଖଲ କରିପାରିବେ ଏବଂ ପରବର୍ତ୍ତୀ ମୁହାଁମୁହିଁ ସାକ୍ଷାତ ପର୍ଯ୍ୟନ୍ତ ଅପେକ୍ଷା କରିବା ପରିବର୍ତ୍ତେ ଯଥା ଶୀଘ୍ର ସମ୍ଭବ ପ୍ରତ୍ୟୁତ୍ତର ଆଶା କରିପାରିବେ।



English : The postmodern approach to learning offers the freedom from absolutes. There is no one good way to learn.

Odia : ଶିକ୍ଷଣ ପାଇଁ ଆଧୁନିକ ପରବର୍ତ୍ତୀ ଦୃଷ୍ଟିକୋଣ ପଦ୍ଧତି ରୁ ସ୍ୱାଧୀନତା ପ୍ରଦାନ କରେ। ଶିଖିବାର କୌଣସି 1 ଭଲ ଉପାୟ ନାହିଁ।



English : In fact, there is not one good thing to learn.Learning takes place in the experience between the learner and the knowledge presented.

Odia : ପ୍ରକୃତରେ, ଶିକ୍ଷା କରିବା ପାଇଁ କେବଳ କୌଣସି ଗୋଟିଏ ଭଲ ଜିନିଷ ନାହିଁ। ଶିକ୍ଷାର୍ଥୀ ଓ ଉପସ୍ଥାପନ କରାଯାଉଥିବା ଜ୍ଞାନ ମଧ୍ୟରେ ହେଉଥିବା ଅନୁଭୂତିରେ ଶିକ୍ଷାଲାଭ ହୋଇଥାଏ।



English : Our current experience with all the do-it-yourself and information presenting, learning-based television shows illustrates this point.

Odia : ସମସ୍ତ ¨ଏହାକୁ ନିଜେ କରନ୍ତୁ¨ ସହିତ ଆମର ସାମ୍ପ୍ରତିକ ଅନୁଭୂତି ଏବଂ ସୂଚନା ଉପସ୍ଥାପନ, ଶିକ୍ଷା ଭିତ୍ତିକ ଟେଲିଭିଜନ୍ ଶୋ', ଏହି ପ୍ରସଙ୍ଗକୁ ବର୍ଣ୍ଣନା କରିଥାଏ|



English : So many of us find ourselves watching a television show that informs us of a process or experience in which we will never participate or apply that knowledge.

Odia : ଆମ ମଧ୍ୟରୁ ଅନେକ ଲୋକ ଏକ ଟେଲିଭିଜନ ଶୋ´ ଦେଖୁଥିବାର ମିଳିଥାନ୍ତି ଯାହାକି ଆମକୁ ଏଭଳି ଏକ ପ୍ରକ୍ରିୟା କିମ୍ବା ଅନୁଭବ ବିଷୟରେ ଅବଗତ କରାଏ ଯେଉଁଥିରେ ଆମେ କେବେବି ସେହି ଜ୍ଞାନରେ ଅଂଶଗ୍ରହଣ କରିବୁ ନାହିଁ କିମ୍ବା ପ୍ରୟୋଗ କରିବୁ ନାହିଁ।



English : We will never overhaul a car, build a fountain in our backyard, travel to Peru to examine ancient ruins, or remodel our neighbour´s house.

Odia : ଆମେ କେବେ ବି ଏକ କାର୍‌ର ସମ୍ପୂର୍ଣ୍ଣ ମରାମତି କରିବା ନାହିଁ, ଆମ ଘର ପଛପଟେ ଗୋଟିଏ ଫାଉଣ୍ଟେନ୍ ତିଆରି କରିବା ନାହିଁ, ପ୍ରାଚୀନ ଧ୍ୱଂସାବଶେଷ ଯାଞ୍ଚ କରିବାକୁ ପେରୁ ଯିବା ନାହିଁ କିମ୍ବା ଆମ ପଡ଼ୋଶୀଙ୍କ ଘରର ପୁନଃ-ନିର୍ମାଣ କରିବା ନାହିଁ।



English : Thanks to undersea fiber optic cable links to Europe and broadband satellite, Greenland is well connected with 93% of the population having internet access.

Odia : ସମୁଦ୍ର ତଳେ ୟୁରୋପ ସହିତ ଥିବା ଫାଇବର୍‍ ଅପ୍ଟିକ୍‍ ଲିଙ୍କଗୁଡ଼ିକ ଓ ବ୍ରଡବ୍ୟାଣ୍ଡ ଉପଗ୍ରହ ଯୋଗୁଁ, ଇଣ୍ଟରନେଟ୍‍ ଆକ୍ସେସ୍‍ ଥିବା ଜନସମୁଦାୟର 93% ଲୋକଙ୍କ ସହିତ ଗ୍ରୀନଲ୍ୟାଣ୍ଡ ଉତ୍ତମ ଭାବରେ ସଂଯୁକ୍ତ।



[Day27]

English : Your hotel or hosts (if staying in a guesthouse or private home) will likely have wifi or an internet connected PC, and all settlements have an internet cafe or some location with public wifi.

Odia : ଆପଣଙ୍କର ହୋଟଲ୍ କିମ୍ବା ହୋଷ୍ଟଗୁଡ଼ିକରେ (ଯଦି ଏକ ଅତିଥିଗୃହ କିମ୍ବା ନିଜସ୍ୱ ଘରେ ରହିଥା'ନ୍ତି) ସମ୍ଭବତଃ ୱାଇଫାଇ କିମ୍ବା ଇଣ୍ଟରନେଟ୍ ସଂଯୁକ୍ତ PC ଅଛି ଏବଂ ସମସ୍ତ ବନ୍ଦୋବସ୍ତରେ ଗୋଟିଏ ଇଣ୍ଟରନେଟ୍ କ୍ୟାଫେ କିମ୍ବା ସର୍ବସାଧାରଣ ୱାଇଫାଇ ସହିତ କିଛି ସ୍ଥାନ ଅଛି।



English : As mentioned above, though the word ¨Eskimo¨ remains acceptable in the United States, it is considered pejorative by many non-U.S. Arctic peoples, especially in Canada.

Odia : ଉପର ବର୍ଣ୍ଣିତ ଭଳି, ଯଦିଓ ¨ଏସ୍କିମୋ¨ ଶବ୍ଦ ଯୁକ୍ତରାଷ୍ଟ୍ର ଆମେରିକାରେ ଗ୍ରହଣ ହୋଇଛି, ବହୁ ଅଣ-ଆମେରିକୀୟ ଆର୍କୀଟିକ ଲୋକମାନଙ୍କ ଦ୍ଵାରା ଏହା ଆନନ୍ଦଦାୟକ ବିଚାର କରାଯାଏ, ବିଶେଷ ଭାବେ କାନାଡାରେ।



English : While you may hear the word used by Greenlandic Natives, its use should be avoided by foreigners.

Odia : ଯେତେବେଳେ କି ଆପଣ ଗ୍ରୀନଲ୍ୟାଣ୍ଡର ନାଗରିକମାନଙ୍କ ଦ୍ୱାରା ବ୍ୟବହୃତ ଶବ୍ଦ ଶୁଣିପାରନ୍ତି, ବିଦେଶୀମାନେ ଏହି ଶବ୍ଦର ବ୍ୟବହାର ଏଡାଇବା ଉଚିତ।



English : The native inhabitants of Greenland call themselves Inuit in Canada and Kalaalleq (plural Kalaallit), a Greenlander, in Greenland.

Odia : ଗ୍ରୀନ୍‌ଲ୍ୟାଣ୍ଡର ମୂଳ ବାସିନ୍ଦାମାନେ କାନାଡାରେ ନିଜକୁ ଇନୁଇଟ୍ ବା ସଦସ୍ୟ ଏବଂ ଗ୍ରୀନଲ୍ୟାଣ୍ଡରେ ନିଜକୁ କଲାଲେକ୍ (ବହୁବଚନ କଲାଲାଇଟ୍), ଜଣେ ଗ୍ରୀନ୍‌ଲ୍ୟାଣ୍ଡର୍ ବୋଲି କହିଥାନ୍ତି।



English : Crime, and ill-will toward foreigners in general, is virtually unknown in Greenland. Even in the towns, there are no ¨rough areas.¨

Odia : ଅପରାଧ, ଏବଂ ସାଧାରଣତଃ ବିଦେଶୀମାନଙ୍କ ପ୍ରତି ନିର୍ଦ୍ଦୟ ମନୋଭାବ, ଗ୍ରୀନଲ୍ୟାଣ୍ଡରେ ବସ୍ତୁତଃ ଅଜ୍ଞାତ ଅଟେ। ସହରାଞ୍ଚଳରେ ମଧ୍ୟ କୌଣସି "ଅମାର୍ଜିତ ଅଞ୍ଚଳ" ନାହିଁ।



English : Cold weather is perhaps the only real danger the unprepared will face.

Odia : ଯେଉଁମାନେ ପ୍ରସ୍ତୁତ ନଥିବେ ସେମାନଙ୍କ ପାଇଁ ସମ୍ଭବତଃ ଏକମାତ୍ର ପ୍ରକୃତ ବିପଦ ହେଉଛି ଥଣ୍ଡା ପାଗ।



English : If you visit Greenland during cold seasons (considering that the further north you go, the colder it will be), it is essential to bring warm enough clothing.

Odia : ଯଦି ଆପଣ ଶୀତ ଋତୁରେ ଗ୍ରୀନଲାଣ୍ଡ ଭ୍ରମଣ କରିବାକୁ ଯାଆନ୍ତି (ଯେତେ ଉତ୍ତରକୁ ଆପଣ ଯିବେ, ସେତେ ଅଧିକ ଥଣ୍ଡା ହେବ), ତେବେ ଯଥେଷ୍ଟ ଗରମ ପୋଷାକ ଆଣିବା ଜରୁରୀ ଅଟେ।



English : The very long days in the summer can lead to problems getting sufficient sleep and associated health issues.

Odia : ଗ୍ରୀଷ୍ମ ଋତୁର ଅଧିକାଂଶ ଦିନଗୁଡ଼ିକ ନିଦ ତଥା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ।



English : During the summer, also watch out for the Nordic mosquitoes. Although they do not transmit any diseases, they can be irritating.

Odia : ଗ୍ରୀଷ୍ମ ଋତୁରେ, ନର୍ଡିକ୍ ମଶା ପାଇଁ ମଧ୍ୟ ସତର୍କ ରୁହନ୍ତୁ। ଯଦିଓ ତାହା ଦ୍ୱାରା କୌଣସି ରୋଗ ସଂକ୍ରମଣ ହୋଇନଥାଏ, ତଥାପି ତାହା ବିରକ୍ତିକର ହୋଇପାରେ।



English : While San Francisco´s economy is linked to it being a world-class tourist attraction, its economy is diversified.

Odia : ସାନ୍ ଫ୍ରାନ୍ସିସ୍କୋର ଅର୍ଥବ୍ୟବସ୍ଥା ଏହାକୁ ଏକ ବିଶ୍ଵ ସ୍ତରୀୟ ପର୍ଯ୍ୟଟନ ସ୍ଥଳର ଆକର୍ଷଣ ସହିତ ଜଡିତ ଥିବାବେଳେ ଏହାର ଅର୍ଥବ୍ୟବସ୍ଥା ଭିନ୍ନ ଭିନ୍ନ ହୋଇଛି।



English : The largest employment sectors are professional services, government, finance, trade, and tourism.

Odia : ସବୁଠାରୁ ବଡ଼ ନିଯୁକ୍ତି କ୍ଷେତ୍ରଗୁଡ଼ିକ ହେଉଛି ବୃତ୍ତିଗତ ସେବା, ସରକାରୀ, ଅର୍ଥ, ବାଣିଜ୍ୟ ଏବଂ ପର୍ଯ୍ୟଟନ।



English : Its frequent portrayal in music, films, literature and popular culture has helped make the city and its landmarks known throughout the world.

Odia : ସଙ୍ଗୀତ, ଚଳଚ୍ଚିତ୍ର, ସାହିତ୍ୟ ଏବଂ ଲୋକପ୍ରିୟ ସଂସ୍କୃତିରେ ଏହାର ବାରମ୍ବାର ଚିତ୍ରଣ ଏହି ସହର ଏବଂ ଏହାର ଜଣାଶୁଣା ସ୍ଥାନଗୁଡ଼ିକୁ ସାରା ବିଶ୍ୱରେ ପରିଚିତ କରାଇବାରେ ସାହାଯ୍ୟ କରିଛି।



English : San Francisco has developed a large tourist infrastructure with numerous hotels, restaurants, and top-notch convention facilities.

Odia : ସାନ୍ ଫ୍ରାନ୍‌ସିସ୍କୋ ଅନେକ ହୋଟେଲ୍, ରେଷ୍ଟୁରାଣ୍ଟ ଏବଂ ଶୀର୍ଷ ସମ୍ମିଳନୀ ସୁବିଧା ସହିତ ଏକ ବୃହତ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ କରିଛି।



English : San Francisco is also one of the best places in the nation for other Asian cuisine: Korean, Thai, Indian, and Japanese.

Odia : ଅନ୍ୟ ଏସୀୟ ବ୍ୟଞ୍ଜନ: କୋରୀୟ, ଥାଇ, ଭାରତୀୟ ଏବଂ ଜାପାନୀ ବ୍ୟଞ୍ଜନ ପାଇଁ ସାନ୍ ଫ୍ରାନ୍ସିସ୍କୋ ମଧ୍ୟ ଦେଶର ଏକ ଅନ୍ୟତ୍ତମ ଶ୍ରେଷ୍ଠ ସ୍ଥାନ ଅଟେ।



English : Traveling to Walt Disney World represents a major pilgrimage for many American families.

Odia : ୱାଲ୍ଟ ଡିଜନୀ ୱାର୍ଲ୍ଡକୁ ଯାତ୍ରା ଅନେକ ଆମେରିକୀୟ ପରିବାର ପାଇଁ ଏକ ପ୍ରମୁଖ ତୀର୍ଥଯାତ୍ରା ଭାବରେ ପରିଗଣିତ ହୁଏ।



English : The ¨typical¨ visit involves flying into Orlando International Airport, busing to an on-site Disney hotel, spending about a week without leaving Disney property, and returning home.

Odia : ଏପରି ¨ସାଧାରଣ¨ ଗସ୍ତରେ ଓର୍ଲାଣ୍ଡୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଡ଼ିବା, ଏକ ଅନସାଇଟ୍ ଡିସନୀ ହୋଟଲ୍‌କୁ , କେବଳ ଡିସନୀ ସ୍ଥଳରେ ପ୍ରାୟ ଏକ ସପ୍ତାହ ବିତାଇବା ଏବଂ ଘରକୁ ଫେରିବା ସାମିଲ୍ ହୋଇଥାଏ।



English : There are infinite variations possible, but this remains what most people mean when they talk of ¨going to Disney World¨.

Odia : ସେଠାରେ ଅସୀମ ସଂଖ୍ୟକ ବିବିଧତା ସମ୍ଭବ, କିନ୍ତୁ ଅଧିକାଂଶ ଲୋକ ¨ଡିଜନି ୱାର୍ଲ୍ଡ ଯିବା ବିଷୟରେ¨ କହିଲେ, ଏହି କଥାକୁ ବୁଝାଇଥାଆନ୍ତି।



English : Many tickets sold online through auction websites such as eBay or Craigslist are partially used multi-day park-hopper tickets.

Odia : eBay କିମ୍ବା Craigslist ପରି ନିଲାମ କରୁଥିବା ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ବିକ୍ରି ହେଉଥିବା ଅନେକ ଟିକେଟ୍ ଆଂଶିକ ଭାବରେ ବ୍ୟବହାର କରାଯାଇଥିବା ମଲ୍ଟି-ଡେ ପାର୍କ-ହପର୍ ଟିକେଟ୍ ହୋଇଥାଏ।



English : While this is a very common activity, it is prohibited by Disney: the tickets are non-transferable.

Odia : ଯେତେବେଳେ ଏହା ଏକ ସାଧାରଣ କାର୍ଯ୍ୟକଳାପ, ଏହା Disney ଦ୍ଵାରା ନିଷେଧ। ଟିକେଟ ଗୁଡ଼ିକ ସ୍ଥାନାନ୍ତରଯୋଗ୍ୟ ନୁହେଁ।



English : Any camping below the rim in Grand Canyon requires a backcountry permit.

Odia : ଗ୍ରାଣ୍ଡ୍ କ୍ଯାନିୟନ୍ ର ରିମ୍ ତଳେ ଯେକୌଣସି ଶିବିର କରିବା ପାଇଁ ଏକ ବ୍ୟାକକଣ୍ଟ୍ରି ଅନୁମତି ଆବଶ୍ୟକ ହୋଇଥାଏ।



English : Permits are limited to protect the canyon, and become available on the 1st day of the month, four months prior to the start month.

Odia : ଘାଟିକୁ ସୁରକ୍ଷିତ ରଖିବା ପାଇଁ ସୀମିତ ସଂଖ୍ୟାରେ ଅନୁମତି ଦିଆଯାଏ ଏବଂ ଏହା ଆରମ୍ଭ ମାସର ଚାରି ମାସ ପୂର୍ବରୁ, ମାସର ପ୍ରଥମ ଦିନରେ ଉପଲବ୍ଧ ହୁଏ।



English : Thus, a backcountry permit for any start date in May becomes available on 1 Jan.

Odia : ଏହିପରି, ମେ ମାସରେ ଯେକୌଣସି ଆରମ୍ଭ ତାରିଖ ପାଇଁ ଏକ ବ୍ୟାକକଣ୍ଟ୍ରୀ ଅନୁମତି 1 ଜାନୁଆରୀରେ ଉପଲବ୍ଧ ହେବ।



English : Space for the most popular areas, such as the Bright Angel Campground adjacent to Phantom Ranch, generally fill up by the requests received on first date they are opened to reservations.

Odia : ସବୁଠାରୁ ଲୋକପ୍ରିୟ କ୍ଷେତ୍ରଗୁଡିକ ପାଇଁ ସ୍ଥାନ, ଯେପରିକି ଫ୍ୟାଣ୍ଟମ୍ ରାଞ୍ଚ ନିକଟରେ ଥିବା ବ୍ରାଇଟ୍ ଆଞ୍ଜେଲ କ୍ୟାମ୍ପଗ୍ରାଉଣ୍ଡ, ସାଧାରଣତଃ ପ୍ରଥମ ତାରିଖରେ ପ୍ରାପ୍ତ କରାଯାଇଥିବା ଅନୁରୋଧ ଦ୍ଵାରା ପୂରଣ ହୋଇଯାଇଥାଏ ଯାହାକୁ ଆରକ୍ଷଣ ପାଇଁ ଖୋଲାଯାଇଥାଏ।



English : There are a limited number permits reserved for walk-in requests available on a first come, first served basis.

Odia : ସେଠାରେ ପ୍ରଥମେ ଆସନ୍ତୁ, ପ୍ରଥମେ ସୁବିଧା ପାଆନ୍ତୁ ଭିତ୍ତିରେ ଚାଲିବା ପାଇଁ ଅନୁରୋଧ ପାଇଁ ସୀମିତ ସଂଖ୍ୟକ ଅନୁମତି ରହିଥାଏ।



English : Entering Southern Africa by car is an amazing way to see all the region´s beauty as well as to get to places off the normal tourist routes.

Odia : ସେହି ଅଞ୍ଚଳର ସମସ୍ତ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଓ ତାହା ସହିତ ସାଧାରଣ ପର୍ଯ୍ୟଟନ ମାର୍ଗରୁ ଭିନ୍ନ ଦିଗରେ ଅବସ୍ଥିତ ସ୍ଥାନଗୁଡ଼ିକୁ ଯାଇପାରିବା ପାଇଁ ଦକ୍ଷିଣ ଆଫ୍ରିକାକୁ କାର ଯୋଗେ ପ୍ରବେଶ କରିବା ହେଉଛି ଏକ ଚମତ୍କାର ଉପାୟ।



[Day28]

English : This can be done in a normal car with careful planning but a 4x4 is highly advised and many locations are only accessible with a high wheel base 4x4.

Odia : ଏହା ଏକ ସାଧାରଣ କାର୍‌ରେ ଯତ୍ନଶୀଳ ଯୋଜନା ସହିତ କରାଯାଇପାରିବ, କିନ୍ତୁ ଏହାର ଏଥିକାଂଶ ସ୍ଥାନ 4X4 ର ଉଚ୍ଚ ଚକ ବେସ୍ ସହିତ କରାଯାଇପାରିବ।



English : Keep in mind while planning that although Southern Africa is stable not all neighboring countries are.

Odia : ଯୋଜନା କରିବାବେଳେ ମନେ ରଖନ୍ତୁ ଯଦିଓ ଦକ୍ଷିଣ ଆଫ୍ରିକା ସ୍ଥିର ସମସ୍ତ ପଡୋଶୀ ଦେଶ ସ୍ଥିର ନୁହନ୍ତି।



English : Visa requirements and costs vary from nation to nation and are affected by the country you come from.

Odia : ଭିସା ଆବଶ୍ୟକତା ଏବଂ ଖର୍ଚ୍ଚ ଦେଶ ଅନୁଯାୟୀ ଭିନ୍ନ ହୋଇଥାଏ ଏବଂ ଏହା ଆପଣ କେଉଁ ଦେଶରୁ ଆସିଛନ୍ତି ତାହା ଦ୍ୱାରା ପ୍ରଭାବିତ ହୋଇଥାଏ।



English : Each country also has unique laws requiring what emergency items need to be in the car.

Odia : ଆପଣ କାରରେ କେଉଁ ଜରୁରୀକାଳିନ ଜିନିଷ ରଖିପାରିବେ, ସେଥିପାଇଁ ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ନିୟମ ରହିଛି ।



English : Victoria Falls is a town in the western portion of Zimbabwe, across the border from Livingstone, Zambia, and near Botswana.

Odia : ଭିକ୍ଟୋରିଆ ଫଲ୍ସ, ଜିମ୍ବାୱେର ପଶ୍ଚିମ ଭାଗରେ, ଜାମ୍ବିଆର ଲିଭିଙ୍ଗଷ୍ଟୋନର ସୀମା ଅପର ପାର୍ଶ୍ୱରେ ଓ ବୋଟ୍ସୱାନା ନିକଟସ୍ଥ ଏକ ସହର ଅଟେ।



English : The town lies immediately next to the falls, and they are the major attraction, but this popular tourist destination offers both adventure seekers and sightseers plenty of opportunities for a longer stay.

Odia : ଏହି ସହର ଠିକ୍ ଝରଣା ପରେ ପରେ ରହିଛି ଏବଂ ସେଗୁଡ଼ିକ ହେଉଛି ମୁଖ୍ୟ ଆକର୍ଷଣ କିନ୍ତୁ ଏହା ଉଭୟେ ଦୁଃସାହସୀ ଓ ପ୍ରାକୃତିକ ଦୃଶ୍ୟକୁ ଭଲ ପାଉଥିବା ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନ, ଏଠାରେ ଅଧିକ ସମୟ ରହି ଉପଭୋଗ କରିବା ପାଇଁ ପ୍ରଚୁର ସୁଯୋଗ ରହିଛି।



English : In the rainy season (November to March), the water volume will be higher and the Falls will be more dramatic.

Odia : ବର୍ଷା ଋତୁରେ (ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ) ଜଳର ପରିମାଣ ଅଧିକ ହେବ ଏବଂ ଜଳପ୍ରପାତ ଅଧିକ ଉତ୍ତେଜକ ହେବ।



English : You are guaranteed to get wet if you cross the bridge or walk along the trails winding near the Falls.

Odia : ଯଦି ଆପଣ ବନ୍ଧ ପାର ହୁଅନ୍ତି କିମ୍ବା ଜଳପ୍ରପାତ ପାଖରେ ଥିବା କୁଣ୍ଡଳାକୃତି ଟ୍ରେଲଗୁଡିକରେ ଚାଲନ୍ତି ତେବେ ଆପଣ ନିଶ୍ଚିତ ଓଦା ହେବେ।



English : On the other hand, it is precisely because the volume of water is so high that your viewing of the actual Falls will be obscured—by all the water!

Odia : ଅନ୍ୟ ପଟେ, ଠିକ କାରଣ ହେଉଛି ଜଳର ପରିମାଣ ଏତେ ଅଧିକ ଯେ ଆପଣଙ୍କ ପ୍ରକୃତ ଜଳପ୍ରପାତକୁ ଦେଖିବା ଅସ୍ପଷ୍ଟ ହୋଇଯିବ - ସବୁ ପାଣି ଦ୍ଵାରା !



English : Tomb of Tutankhamun (KV62). KV62 may be the most famous of the tombs in the Valley, the scene of Howard Carter´s 1922 discovery of the almost intact royal burial of the young king.

Odia : ତୁତାନଖାମୁନଙ୍କ ସମାଧି (KV62)। KV62 ଉକ୍ତ ଉପତ୍ୟକାର ସବୁଠାରୁ ପ୍ରସିଦ୍ଧ ସମାଧି ହୋଇପାରେ, ଯାହା ହାୱାର୍ଡ କାର୍ଟରଙ୍କ ଦ୍ୱାରା 1922ରେ ପ୍ରାୟ ଅକ୍ଷତ ଅବସ୍ଥାରେ ଆବିଷ୍କାର କରାଯାଇଥିବା ତରୁଣ ରାଜାଙ୍କ ରାଜକୀୟ ସମାଧି ସ୍ଥଳ ଅଟେ।



English : Compared to most of the other royal tombs, however, the tomb of Tutankhamun is barely worth visiting, being much smaller and with limited decoration.

Odia : ଅଧିକାଂଶ ଅନ୍ୟ ରାଜକୀୟ କବରଗୁଡ଼ିକ ତୁଳନାରେ, ତୁତାନଖାମୁନଙ୍କ ସମାଧି ବହୁତ ଛୋଟ ଓ ସୀମିତ ସାଜସଜ୍ଜା ଯୋଗୁଁ ପରିଦର୍ଶନ ଯୋଗ୍ୟ ନୁହେଁ।



English : Anyone interested in seeing evidence of the damage to the mummy done during attempts to remove it from the coffin will be disappointed as only the head and shoulders are visible.

Odia : କେବଳ ମୁଣ୍ଡ ଏବଂ କାନ୍ଧ ଦେଖାଯାଉଥିବାରୁ, ମମିକୁ କଫିନ୍ରୁ କାଢ଼ିବାକୁ ଚେଷ୍ଟା କରିବା ସମୟରେ ଏଥିରେ ହୋଇଥିବା କ୍ଷୟକ୍ଷତିର ପ୍ରମାଣ ଦେଖିବାକୁ ଆଗ୍ରହୀ ବ୍ୟକ୍ତି ନିରାଶ ହେବେ।



English : The fabulous riches of the tomb are no longer in it, but have been removed to the Egyptian Museum in Cairo.

Odia : ସମାଧିର ବିସ୍ମୟକର ଧନ ସମ୍ପଦ ଆଉ ଏହା ଭିତରେ ନାହିଁ, କିନ୍ତୁ ତାହାକୁ କାଇରୋର ଇଜିପ୍ସିଆନ୍‌ ସଂଗ୍ରହାଳୟକୁ ସ୍ଥାନାନ୍ତରିତ କରି ଦିଆଯାଇଛି।



English : Visitors with limited time would be best to spend their time elsewhere.

Odia : ସୀମିତ ସମୟ ମଧ୍ୟରେ ପରିଦର୍ଶକମାନେ ସେମାନଙ୍କ ସମୟ ଅନ୍ୟତ୍ର ବିତେଇବା ଉଚିତ ହେବ।



English : Phnom Krom, 12 km southwest of Siem Reap. This hilltop temple was built at the end of the 9th century, during the reign of King Yasovarman.

Odia : ସିମ୍ ରିପ୍ ଠାରୁ 12 km ଦକ୍ଷିଣ-ପଶ୍ଚିମରେ ନମ୍ କ୍ରୋମ୍ ଅବସ୍ଥିତ। 9ମ ଶତାବ୍ଦୀର ଶେଷ ଭାଗରେ ରାଜା ୟଶୋବର୍ମନଙ୍କ ସମୟରେ ପାହାଡର ଶୀର୍ଷରେ ଥିବା ଏହି ମନ୍ଦିର ନିର୍ମିତ ହୋଇଥିଲା।



English : The gloomy atmosphere of the temple and the view over the Tonle Sap lake make the climb to the hill worthwhile.

Odia : ମନ୍ଦିରର ବିଷାଦଗ୍ରସ୍ତ ବାତାବରଣ ଏବଂ ଟନଲେ ସାପ୍ ହ୍ରଦ ଉପରେ ଥିବା ଦୃଶ୍ୟ ପାହାଡ ଉପରକୁ ଚଢ଼ିବାକୁ ସାର୍ଥକ କରିଥାଏ।



English : A visit to the site can be conveniently combined with a boat trip to the lake.

Odia : ଏହି ସ୍ଥଳକୁ ଭ୍ରମଣ ସୁବିଧାଜନକ ଭାବେ ହ୍ରଦକୁ ଏକ ନୌକା ଯାତ୍ରା ସହିତ ସମ୍ମିଳିତ ହୋଇପାରିବ।



English : The Angkor Pass is needed to enter the temple so do not forget to bring your passport along when heading to Tonle Sap.

Odia : ମନ୍ଦିର ମଧ୍ୟରେ ପ୍ରବେଶ କରିବାକୁ ଅଙ୍ଗକୋର ପାସ ଆବଶ୍ୟକ। ତେଣୁ ଟୋନେଲ ସାପକୁ ଯିବା ସମୟରେ ଆପଣଙ୍କର ପାସପୋର୍ଟ ସାଙ୍ଗରେ ଆଣିବାକୁ ଭୁଲିବେନି।



English : Jerusalem is the capital and largest city of Israel, though most other countries and the United Nations do not recognize it as Israel´s capital.

Odia : ଇସରାଇଲ ର ରାଜଧାନୀ ଏବଂ ବୃହତ ସହର ହେଉଛି ଜେରୁସାଲେମ, ଯଦିଓ ଅଧିକାଂଶ ଅନ୍ୟାନ ଦେଶ ଏବଂ ମିଳିତ ଜାତିସଂଘ ଏହାକୁ ଇସରାଇଲ ର ରାଜଧାନୀ ବୋଲି ମାନନ୍ତି ନାହିଁ।



English : The ancient city in the Judean Hills has a fascinating history spanning thousands of years.

Odia : ଜୁଡ଼ିଆନ୍ ପର୍ବତଶ୍ରେଣୀରେ ରହିଥିବା ପ୍ରାଚୀନ ସହରର ହଜାର ହଜାର ବର୍ଷର ରୋଚକ ଇତିହାସ ରହିଛି।



English : The city is holy to the three monotheistic religions - Judaism, Christianity and Islam, and serves as a spiritual, religious, and cultural center.

Odia : ଏହି ସହରଟି 3 ଏକ ସ୍ଵରବାଦୀ ଧର୍ମ - ଜିହୁଦି, ଖ୍ରୀଷ୍ଟିୟାନ ଏବଂ ଇସଲାମ ପାଇଁ ପବିତ୍ର ଅଟେ ଏବଂ ଏକ ଆଧ୍ୟାତ୍ମିକ, ଧାର୍ମିକ ଏବଂ ସାଂସ୍କୃତିକ କେନ୍ଦ୍ର ଭାବେ କାମ କରିଥାଏ।



English : Due to the religious significance of the city, and in particular the many sites of the Old City area, Jerusalem is one of the main tourist destinations in Israel.

Odia : ସହରରେ ଧାର୍ମିକ ମହତ୍ତ୍ୱ ଏବଂ ବିଶେଷକରି ପୁରୁଣା ସହରର ଅନେକ ଅଞ୍ଚଳ ଯୋଗୁଁ, ଯେରୁଶାଲମ ଇସ୍ରାଏଲର 1 ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଅଟେ।



English : Jerusalem has many historic, archeological and cultural sites, along with vibrant and crowded shopping centers, cafés, and restaurants.

Odia : ଜେରୁସାଲେମରେ ଅନେକ ଐତିହାସିକ, ପ୍ରତ୍ନତାତ୍ଵିକ ଏବଂ ସାଂସ୍କୃତିକ ସ୍ଥାନ ରହିଛି, ଏହା ସହିତ ଜୀବନ୍ତ ତଥା ଜନଗହଳିପୂର୍ଣ୍ଣ ସପିଙ୍ଗ୍ ସେଣ୍ଟର, କାଫେ ଏବଂ ରେଷ୍ଟୁରାଣ୍ଟ ଗୁଡ଼ିକ ମଧ୍ୟ ଅଛି।



English : Ecuador requires that Cuban citizens receive an invitation letter prior to entering Ecuador through international airports or frontier admission points.

Odia : କ୍ୟୁବାର ନାଗରିକମାନେ ଆନ୍ତର୍ଜାତୀୟ ବିମାନବନ୍ଦର କିମ୍ବା ସୀମାନ୍ତ ପ୍ରବେଶ ସ୍ଥାନରେ ଇକ୍ୟୁଏଡରକୁ ପ୍ରବେଶ କରିବା ପୂର୍ବରୁ ଏକ ନିମନ୍ତ୍ରଣ ପତ୍ର ପାଇଥିବା ଆବଶ୍ୟକ।



English : This letter must be legalized by the Ecuadorian Ministry of Foreign Affairs, and comply with certain requirements.

Odia : ଏହି ପତ୍ରଟି ଇକ୍ୟୁଏଡର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ବୈଧ କରାଯିବା ଆବଶ୍ୟକ ଏବଂ ନିର୍ଦ୍ଧିଷ୍ଟ ଆବଶ୍ୟକତା ପାଳନ କରିବା ଆବଶ୍ୟକ।



[Day29]

English : These requirements are designed to provide an organized migratory flow between both countries.

Odia : ଉଭୟ ଦେଶ ମଧ୍ୟରେ ଏକ ସଂଗଠିତ ଦେଶାନ୍ତରଣ ପ୍ରବାହ ଯୋଗାଇବା ପାଇଁ ଏହି ଆବଶ୍ୟକତା ଗୁଡିକ ଡିଜାଇନ୍ କରାଯାଇଛି।



English : Cuban citizens who are US green card holders should visit an Ecuadorian Consulate to obtain an exemption to this requirement.

Odia : କ୍ୟୁବାର ନାଗରିକ ଯେଉଁମାନେ ଆମେରିକାର ଗ୍ରୀନ୍ କାର୍ଡ ଧାରକ ଅଟନ୍ତି, ଏହି ଆବଶ୍ୟକତାରୁ ବଞ୍ଚିବା ପାଇଁ ହେଲେ ଏକ ଇକ୍ୱାଡୋରିଆନ୍ କନସୁଲେଟ୍ ଯିବା ଉଚିତ।



English : Your passport must be valid for at least 6 months beyond your travel dates. A round/onward trip ticket is needed to prove the length of your stay.

Odia : ଆପଣଙ୍କର ଯାତ୍ରା ତାରିଖଠାରୁ ଅତି କମରେ 6 ମାସ ପର୍ଯ୍ୟନ୍ତ ଆପଣଙ୍କର ପାସପୋର୍ଟ ବୈଧ ରହିବା ଜରୁରୀ ଅଟେ। ଆପଣଙ୍କ ରହିବାର ସମୟ ପ୍ରମାଣ କରିବାକୁ ଏକ ରାଉଣ୍ଡ / ଗୋଟିଏ ପାର୍ଶ୍ଵର ଯାତ୍ରା ଟିକେଟ୍ ଆବଶ୍ୟକ।



English : Tours are cheaper for larger groups, so if you´re by yourself or with just one friend, try to meet other people and form a group of four to six for a better per-person rate.

Odia : ବୃହତ ଦଳ ପାଇଁ ଯାତ୍ରା ଶସ୍ତା ଅଟେ, ତେଣୁ ଯଦି ଆପଣ ନିଜେ କିମ୍ବା 1ବନ୍ଧୁଙ୍କ ସହ ଅଛନ୍ତି, ଅନ୍ୟ ଲୋକମାନଙ୍କୁ ସାକ୍ଷାତ କରିବାକୁ ଚେଷ୍ଟା କରନ୍ତୁ ଏବଂ ଏକ ଉତ୍ତମ ପ୍ରତି ବ୍ୟକ୍ତି ହାର ପାଇଁ 4 ରୁ 6 ଟି ଦଳ ଗଠନ କରନ୍ତୁ।



English : However, this shouldn´t really be off your concern, because often tourists are shuffled around to fill the cars.

Odia : ତଥାପି, ଏହା ଆପଣଙ୍କ ଚିନ୍ତାର ବିଷୟ ହେବା କଥା, କାରଣ ଅନେକ ସମୟରେ କାରଗୁଡ଼ିକୁ ପୂର୍ଣ୍ଣ କରିବା ପାଇଁ ପର୍ଯ୍ୟଟକମାନଙ୍କୁ ଅଲଗା ଗାଡ଼ିରେ ବସାଯାଏ।



English : It seems actually to be more a way of tricking people into believing they have to pay more.

Odia : ପ୍ରକୃତରେ ଏହା ଲୋକଙ୍କ ମନରେ ଅଧିକ ଦେୟ ଦେବାକୁ ପଡିବ ବୋଲି ବିଶ୍ୱାସ ଜନ୍ମାଇବା ପାଇଁ ଏକ କୌଶଳ ବୋଲି ମନେହୁଏ।



English : Towering above the north end of Machu Picchu is this steep mountain, often the backdrop to many photos of the ruins.

Odia : ପ୍ରାୟତଃ ଧ୍ୱଂସାବଶେଷଗୁଡ଼ିକର ଅନେକ ଫଟୋର ପୃଷ୍ଠପଟରେ ଦେଖାଯାଉଥିବା ଏହି ତୀଖ ପର୍ବତ ମାଚୁ ପିଚୁର ଉତ୍ତର ପ୍ରାନ୍ତରେ ଉଚ୍ଚକୁ ଉଠି ରହିଛି।



English : It looks a bit daunting from below, and it is a steep and difficult ascent, but most reasonably fit persons should be able to make it in about 45 minutes.

Odia : ଏହା ନିମ୍ନରୁ ଟିକେ କଷ୍ଟକର ଦେଖାଯାଉଛି, ଏବଂ ଏହା ଏକ ସିଧା ଏବଂ କଷ୍ଟସାଧ୍ୟ ଉଠାଣିଆ, କିନ୍ତୁ ଅଧିକାଂଶ ଠିକଠାକ ଫିଟ୍ ବ୍ୟକ୍ତିମାନେ ଏହାକୁ ପ୍ରାୟ ୪୫ ମିନିଟରେ ପୁରା କରିବାରେ ସକ୍ଷମ ହୋଇପାରିବେ।



English : Stone steps are laid along most of the path, and in the steeper sections steel cables provide a supporting handrail.

Odia : ରାସ୍ତା ରେ ଅଧିକାଂଶ ଜାଗାରେ ପଥର ପାହାଚ ରଖାଯାଇଥାଏ, ଏବଂ ଅଧିକ ଷ୍ଟିପ ଜାଗାରେ ଥିବା ଷ୍ଟିଲ୍ କେବୁଲଗୁଡିକ ଏକ ସହାୟକ ରେଲିଙ୍ଗ ଯୋଗାଇଥାଏ।



English : That said, expect to be out of breath, and take care in the steeper portions, especially when wet, as it can become dangerous quickly.

Odia : ଏହା ହୁହାଯାଇଛି ଯେ, ଷ୍ଟିପର ଅଂଶରେ ନିଶ୍ୱାସ ଛାଡିବାକୁ ଏବଂ ଅଧିକ ଯତ୍ନ ନେବାକୁ ଆଶା କରନ୍ତୁ, ବିଶେଷତଃ ଓଦା ହେଲେ, ଏହା ଶୀଘ୍ର ବିପଜ୍ଜନକ ହୋଇପାରେ ।



English : There´s a tiny cave near the top that must be passed through, it is quite low and a rather tight squeeze.

Odia : ଉପର ପାଖରେ ଏକ କ୍ଷୁଦ୍ର ଗୁମ୍ଫା ଅଛି, ଯାହା ନିଶ୍ଚିତ ଭାବେ ଅତିକ୍ରମ କରିବାକୁ ପଡିବ। ଏହା ଅପେକ୍ଷାକୃତ କମ ଏବଂ କଠିନ ସଙ୍କୁଚିତ।



English : Seeing the sites and wildlife of the Galapagos is best done by boat, just as Charles Darwin did it in 1835.

Odia : ଗାଲାପାଗୋସର କ୍ଷେତ୍ର ଏବଂ ବନ୍ୟଜନ୍ତୁ ମାନଙ୍କୁ ଡଙ୍ଗା ଦ୍ଵାରା ଦେଖିବା ସବୁଠାରୁ ଭଲ ଅଟେ, ଠିକ୍ ଯେପରି ଚାର୍ଲ୍ସ ଡାରୱିନ୍ 1835 ରେ କରିଥିଲେ।



English : Over 60 cruise ships ply the Galapagos waters - ranging in size from 8 to 100 passengers.

Odia : ୮ ରୁ ୧୦୦ ଯାତ୍ରୀଙ୍କ ପର୍ଯ୍ୟନ୍ତ ଧାରଣ କରୁଥିବା ୬୦ରୁ ଅଧିକ କୄଜ ଜାହାଜ ଗାଲାପାଗୋସ୍ ଜଳରେ ଚାଲିଥାଏ ।



English : Most people book their place well in advance (as the boats are usually full during the high season).

Odia : ଅଧିକାଂଶ ଲୋକ ବହୁତ ଆଗରୁ ସେମାନଙ୍କ ସ୍ଥାନ ବୁକ୍ କରନ୍ତି (ଯେହେତୁ ଅଧିକ ଚାହିଦା ସିଜନରେ ଡଙ୍ଗାଗୁଡ଼ିକ ସାଧାରଣତଃ ଭରି ହୋଇଯାଏ)।



English : Be sure the agent through whom you book is a Galapagos specialist with a good knowledge of a wide variety of ships.

Odia : ଯେଉଁ ଏଜେଣ୍ଟଙ୍କ ମାଧ୍ୟମରେ ଆପଣ ବୁକ୍ କରୁଛନ୍ତି ସେ ବିଭିନ୍ନ ପ୍ରକାରର ଜାହାଜ ବିଷୟରେ ଭଲ ଜ୍ଞାନ ରଖିଥିବା ଗାଲାପାଗୋସ୍ ବିଶେଷଜ୍ଞ ଅଟନ୍ତି ବୋଲି ସୁନିଶ୍ଚିତ କରନ୍ତୁ।



English : This will ensure that your particular interests and/or constraints are matched with the ship most suitable to them.

Odia : ଏହା ନିଶ୍ଚିତ କରିବ ଯେ ଆପଣଙ୍କର ନିର୍ଦ୍ଦିଷ୍ଟ ଆଗ୍ରହ ଏବଂ/କିମ୍ବା ପ୍ରତିବନ୍ଧକ ସେମାନଙ୍କ ପାଇଁ ସବୁଠାରୁ ଉପଯୁକ୍ତ ଜାହାଜ ସହିତ ମେଳ ଖାଉଛି।



English : Before the Spanish arrived in the 16th century, northern Chile was under Inca rule while the indigenous Araucanians (Mapuche) inhabited central and southern Chile.

Odia : ଷୋଡଶ ଶତାବ୍ଦୀରେ ସ୍ପେନୀୟମାନେ ପହଞ୍ଚିବା ପୂର୍ବରୁ ଉତ୍ତର ଚିଲୀ ଇନକା ଶାସନ ଅଧୀନରେ ଥିଲା ଯେତେବେଳେ କି ଆଦିବାସୀ ଆରୁକାନୀୟମାନେ (ମାପୁଚେ) କେନ୍ଦ୍ରୀୟ ଏବଂ ଦକ୍ଷିଣ ଚିଲୀରେ ବସବାସ କରୁଥିଲେ।



English : The Mapuche were also one of the last independent American indigenous groups, that were not fully absorbed into Spanish-speaking rule until after Chile´s independence.

Odia : ଶେଷ ସ୍ଵାଧୀନ ଆମେରିକୀୟ ମୂଳ ଅଧିବାସୀ ଗୋଷ୍ଠୀଗୁଡ଼ିକରେ ମାପୁଚେ ମଧ୍ୟ ଅନ୍ଯତମ, ଯାହା ଚିଲିର ସ୍ଵାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ସ୍ପେନୀୟ ଭାଷାଭାଷୀ ଶାସନରେ ସମ୍ପୂର୍ଣ୍ଣ ଭାବେ ଏକୀକୃତ ହୋଇନଥିଲା।



English : Although Chile declared independence in 1810 (amid the Napoleonic wars that left Spain without a functioning central government for a couple of years), decisive victory over the Spanish was not achieved until 1818.

Odia : ଯଦିଓ ଚିଲି 1810 ମସିହାରେ ସ୍ଵାଧୀନତା ଘୋଷଣା କରିଥିଲା (ଯେତେବେଳେ ନେପୋଲିଅନଙ୍କ ଆକ୍ରମଣ ଯୋଗୁଁ ସ୍ପେନରେ କିଛି ବର୍ଷ ଧରି ଏକ କାର୍ଯ୍ୟକ୍ଷମ କେନ୍ଦ୍ର ସରକାର ନଥିଲା), ତଥାପି 1818 ମସିହା ପର୍ଯ୍ୟନ୍ତ ସ୍ପେନୀୟମାନଙ୍କ ଉପରେ ନିର୍ଣ୍ଣାୟକ ବିଜୟ ହାସଲ କରିପାରିନଥିଲା।



English : The Dominican Republic (Spanish: República Dominicana) is a Caribbean country that occupies the eastern half of the island of Hispaniola, which it shares with Haiti

Odia : ଡୋମିନିକନ୍ ରିପବ୍ଲିକ୍ (ସ୍ପ୍ଯାନିଶ୍: ରିପବ୍ଲିକା ଡୋମିନିକାନା) ହେଉଛି ଏକ କାରିବିଆନ୍ ଦେଶ ଯାହାକି ହିସପାନିଓଲା ଦ୍ଵୀପର ପୂର୍ବ ଭାଗକୁ ଦଖଲ କରେ, ଯେପରି ହାଇତି ସହିତ ସେୟାର୍ କରେ।



English : Besides white sand beaches and mountain landscapes, the country is home to the oldest European city in the Americas, now part of Santo Domingo.

Odia : ଧଳା ବାଲୁକା କୂଳ ଏବଂ ପାର୍ବତ୍ୟ ଦୃଶ୍ୟ ବ୍ୟତୀତ ଏହି ଦେଶରେ ଆମେରିକାର ପୂରାତନ ୟୁରୋପୀୟ ସହର ରହିଛି, ଯାହା ବର୍ତ୍ତମାନ ସାଣ୍ଟୋ ଡୋମିଙ୍ଗୋର ଅଂଶ ଅଟେ।



English : The island was first inhabited by the Taínos and Caribes. The Caribes were an Arawakan-speaking people who had arrived around 10,000 BCE.

Odia : ଏହି ଦ୍ୱୀପଟିରେ ପ୍ରଥମେ ଟାଇନୋସ୍ ଏବଂ କାରିବିସ୍ ବସତି ଥିଲା। କାରିବିସ୍ ଏକ ଅରୱାକାନ୍ ଭାଷାଭାଷୀ ଲୋକ ଥିଲେ ଯେଉଁମାନେ ପ୍ରାୟ ଖ୍ରୀଷ୍ଟପୂର୍ବ ୧୦,୦୦୦ ମସିହାରେ ପହଞ୍ଚିଥିଲେ।



English : Within a few short years following the arrival of European explorers, the population of Tainos had significantly been reduced by the Spanish conquerors

Odia : ୟୁରୋପୀୟ ଅନୁସନ୍ଧାନକାରୀଙ୍କ ଆଗମନର ଅଳ୍ପ କିଛି ବର୍ଷ ମଧ୍ୟରେ, ସ୍ପେନୀୟ ବିଜେତାମାନଙ୍କ ଦ୍ୱାରା ଟେନୋସର ଜନସଂଖ୍ୟା ଯଥେଷ୍ଟ କମ ହୋଇଯାଇଥିଲା।



English : Based on Fray Bartolomé de las Casas (Tratado de las Indias) between 1492 and 1498 the Spanish conquerors killed around 100,000 Taínos.

Odia : ଫ୍ରେ ବାର୍ଟୋଲୋମୀ ଡେ ଲାସ୍ କାସସ୍ (ଟ୍ରାଟେଡୋ ଦେ ଲାସ୍ ଇଣ୍ଡିଆସ୍) ଅନୁସାରେ, 1492ରୁ 1498 ମଧ୍ୟରେ ସ୍ପେନ୍ ବିଜେତାମାନେ ପ୍ରାୟ 100,000 ତାଇନୋସ୍‌ଙ୍କ ପ୍ରାଣ ନେଇଥିଲେ।



English : Jardín de la Unión. This space was built as the atrium for a 17th-century convent, of which the Templo de San Diego is the sole surviving building.

Odia : ଜାର୍ଡିନ୍ ଦେ ଲା ୟୁନିଅନ୍। ଏହି ସ୍ଥାନଟି 17- ଶହ ଶତାବ୍ଦୀର କନଭେଣ୍ଟ ପାଇଁ ଆଟ୍ରିଅମ୍ ଭାବରେ ନିର୍ମିତ ହୋଇଥିଲା, ଯେଉଁଥିରୁ ଟେମ୍ପଲୋ ଡି ସାନ୍ ଡିଏଗୋ ଏକମାତ୍ର ବଞ୍ଚିଥିବା କୋଠା ଅଟେ।



[Day30]

English : It now functions as the central plaza, and always has a lot of things going on, day and night.

Odia : ଏବେ ଏହା ସେଣ୍ଟ୍ରାଲ୍ ପ୍ଲାଜା ଭାବରେ କାର୍ଯ୍ୟ କରୁଛି ଓ ଏଠାରେ ଅହର୍ନିଶି ସବୁବେଳେ ଅନେକ ଗତିବିଧି ଚାଲିଥାଏ।



English : There are a number of restaurants surrounding the garden, and in the afternoons and evening there free concerts are often given from the central gazebo.

Odia : ସେଠାରେ ବଗିଚାକୁ ଘେରି ଅନେକ ରେଷ୍ଟୁରାଣ୍ଟ ଅଛି ଏବଂ ଅପରାହ୍ନ ଓ ସନ୍ଧ୍ୟାରେ ସେଣ୍ଟ୍ରାଲ୍ ଗଜେବୋ ଦ୍ଵାରା ବହୁ ସମୟରେ ମାଗଣା କନ୍ସର୍ଟ ଆୟୋଜିତ ହୋଇଥାଏ।



English : Callejon del Beso (Alley of the Kiss). Two balconies separated by only 69 centimeters is home of an old love legend.

Odia : କାଲେଜନ୍ ଡେଲ୍ ବେସୋ (କିସ୍ ର ବୀଥିକା)। କେବଳ 69 ସେଣ୍ଟିମିଟର ଦ୍ଵାରା ଅଲଗା ହେଉଥିବା 2 ଟି ବାଲକୋନି ଅଛି ଯାହାକି ଗୋଟିଏ ପୁରୁଣା ପ୍ରେମ କିମ୍ବଦନ୍ତୀର ଘର ଅଟେ।



English : For a few pennies some children will tell you the story.

Odia : କିଛି ପଇସା ପାଇଁ କିଛି ପିଲା ଆପଣଙ୍କୁ କାହାଣୀ କହିବେ।



English : Bowen Island is a popular day trip or weekend excursion offering kayaking, hiking, shops, restaurants, and more.

Odia : ବୋୱେନ୍ ଦ୍ୱୀପ ହେଉଛି ଏକ ଲୋକପ୍ରିୟ ଦିନିକିଆ ଯାତ୍ରା କିମ୍ବା ସାପ୍ତାହିକ ଭ୍ରମଣ କରିବା ସ୍ଥାନ ଅଟେ ଯେଉଁଠି କାୟାକିଂ, ଲମ୍ବା ପଦଯାତ୍ରା, ଦୋକାନ, ରେଷ୍ଟୁରାଣ୍ଟ ଏବଂ ଅନେକ କିଛି ସୁବିଧା ଅଛି ।



English : This authentic community is located in Howe Sound just off Vancouver, and is easily accessed via scheduled water taxis departing Granville Island in downtown Vancouver.

Odia : ଏହି ପ୍ରାମାଣିକ ଜନସମୁଦାୟ ଭାଙ୍କୋଭରଠାରୁ ଅନତି ଦୂରରେ ଥିବା ହୋୱେ ସାଉଣ୍ଡରେ ଅବସ୍ଥିତ ଏବଂ ଭାଙ୍କୋଭର୍ ସହରର ଗ୍ରାନଭିଲ୍ ଦ୍ୱୀପରୁ ନିର୍ଦ୍ଧାରିତ ସମୟରେ ଯାଉଥିବା ୱାଟର୍ ଟ୍ୟାକ୍ସି ଦ୍ୱାରା ଏଠାକୁ ସହଜରେ ଯାଇହୁଏ।



English : For those who enjoy outdoor activities, a trek up the Sea to Sky corridor is essential.

Odia : ଯେଉଁମାନେ ବାହ୍ୟ କାର୍ଯ୍ୟବିଧିକୁ ଉପଭୋଗ କରନ୍ତି, ସେମାନଙ୍କ ପାଇଁ ସମୁଦ୍ରରୁ ଉପରକୁ ଆକାଶ ପର୍ଯ୍ୟନ୍ତ କରିଡରକୁ ଯିବା ଆବଶ୍ୟକ ଅଟେ।



English : Whistler (1.5 hour drive from Vancouver) is expensive but well-known because of the 2010 Winter Olympics.

Odia : ହ୍ୱିସଲର୍ (ଭାଙ୍କୋଭରଠାରୁ 1.5 ଘଣ୍ଟାର ଡ୍ରାଇଭ୍) ମହଙ୍ଗା ସ୍ଥାନ ଅଟେ, କିନ୍ତୁ ତାହା 2010 ଶୀତକାଳୀନ ଅଲିମ୍ପିକ୍ ଯୋଗୁଁ ସୁପରିଚିତ।



English : In the winter, enjoy some of the best skiing in North America, and in the summer try some authentic mountain biking.

Odia : ଶୀତ ଋତୁରେ, ଉତ୍ତର ଆମେରିକାରେ କିଛି ସର୍ବୋତ୍ତମ ସ୍କିଂ ଉପଭୋଗ କରନ୍ତୁ ଏବଂ ଗ୍ରୀଷ୍ମ ଋତୁରେ କିଛି ପ୍ରାମାଣିକ ପାର୍ବତ୍ୟ ବାଇକିଂ କରି ଦେଖନ୍ତୁ।



English : Permits must be reserved in advance. You must have a permit to stay overnight at Sirena.

Odia : ଅନୁମତି ଆଗୁଆ ସଂରକ୍ଷିତ କରାଯିବା ଜରୁରୀ। ସିରେନାରେ ରାତ୍ରିଯାପନ କରିବା ପାଇଁ ଆପଣଙ୍କ ପାଖରେ ଅନୁମତି ରହିଥିବା ଦରକାର।



English : Sirena is the only ranger station that offers dormitory lodging and hot meals in addition to camping. La Leona, San Pedrillo, and Los Patos offer only camping with no food service.

Odia : ସାଇରେନା ହେଉଛି ଏକମାତ୍ର ରେଞ୍ଜର ଷ୍ଟେସନ୍ ଯାହା କ୍ୟାମ୍ପିଙ୍ଗ୍ ବା ଶିବିରରେ ରହିବା ସହିତ ଡର୍ମିଟରିରେ ରହଣି ଏବଂ ଗରମ ଭୋଜନ ସୁବିଧା ପ୍ରଦାନ କରିଥାଏ। ଲା ଲିଓନା, ସାନ୍ ପେଡ୍ରିଲୋ, ଏବଂ ଲସ୍ ପାଟୋସ୍ ଖାଦ୍ୟ ସେବା ବ୍ୟତୀତ କେବଳ କ୍ୟାମ୍ପିଙ୍ଗ୍ ବା ଶିବିର ସୁବିଧା ପ୍ରଦାନ କରନ୍ତି।



English : It is possible to secure park permits directly from the Ranger Station in Puerto Jiménez, but they do not accept credit cards

Odia : ପୁଏର୍ତୋ ଜିମେନେଜରେ ଥିବା ରେଞ୍ଜର ଷ୍ଟେସନରୁ ସିଧାସଳଖ ଭାବେ ପାର୍କ ଅନୁମତି ପାଇବା ସମ୍ଭବ, କିନ୍ତୁ ସେମାନେ କ୍ରେଡିଟ୍ କାର୍ଡ ଗ୍ରହଣ କରନ୍ତି ନାହିଁ।



English : The Park Service (MINAE) does not issue park permits more than one month in advance of anticipated arrival.

Odia : ଏହି ପାର୍କ ସର୍ଭିସ୍ (ଏମଆଇଏନଏଇ) ଆଶା କରାଯାଉଥିବା ଆଗମନ ପାଇଁ 1 ମାସରୁ ଅଧିକ ଆଗୁଆ ପାର୍କ ଅନୁମତି ଜାରି କରେ ନାହିଁ।



English : CafeNet El Sol offers a reservation service for a fee of US$30, or $10 for one-day passes; details on their Corcovado page.

Odia : 1 ଦିନ ପାସ୍ 30 କିମ୍ବା 10 ଆମେରିକୀୟ ଡଲାର୍ ରେ କେଫ୍ ନେଟ୍ ଇଆଇ ଏସ୍ ଓ ଏଲ୍ ପଞ୍ଜୀକରଣ ସେବା ପ୍ରଦାନ କରିଥାଏ ; ସେମାନଙ୍କର କର୍କୋଭାଡୋ ପେଜ୍ ରେ ବିସ୍ତୃତି ମିଳିବ।



English : The Cook Islands are an island country in free association with New Zealand, located in Polynesia, in the middle of the South Pacific Ocean.

Odia : କୁକ୍ ଦ୍ୱୀପପୁଞ୍ଜ ଦକ୍ଷିଣ ପ୍ରଶାନ୍ତ ମହାସାଗରର ମଧ୍ୟଭାଗରେ ପଲିନେସିଆରେ ଅବସ୍ଥିତ, ନ୍ୟୁଜିଲ୍ୟାଣ୍ଡ ସହିତ ମୁକ୍ତ ଭାବରେ ଜଡିତ ଏକ ଦ୍ୱୀପ ଦେଶ ଅଟେ।



English : It is an archipelago with 15 islands spread out over 2.2 million km2 of ocean.

Odia : ଏହି ଦ୍ୱୀପପୁଞ୍ଜ 15ଟି ଦ୍ୱୀପର ସମାହାର ଅଟେ, ଯାହା ମହାସାଗରର 2.2 ନିୟୁତ ବର୍ଗକିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ।



English : With the same time zone as Hawaii, the islands are sometimes thought of as ¨Hawaii down under¨.

Odia : ହାୱାଇ ସହିତ ସମାନ ସମୟ କ୍ଷେତ୍ର ସହିତ, ଏହି ଦ୍ୱୀପପୁଞ୍ଜ ଏକ ସମୟରେ "ହାୱାଇ ତଳେ" ରହିଛି ବୋଲି ଧରି ନିଆଯାଇଥାଏ।



English : Though smaller, it reminds some elderly visitors of Hawaii before statehood without all the large tourist hotels and other development.

Odia : କ୍ଷୁଦ୍ରାକାର ହୋଇଥିବା ସତ୍ତ୍ୱେ, ଏହା କିଛି ବୟସ୍କ ପରିଦର୍ଶକଙ୍କୁ ଏକ ରାଜ୍ୟର ମାନ୍ୟତା ପାଇବା ପୂର୍ବର ଏହି ସମସ୍ତ ବଡ଼ ପର୍ଯ୍ୟଟନ ହୋଟେଲ୍ ଏବଂ ଅନ୍ୟାନ୍ୟ ବିକାଶ ହୋଇନଥିବା ହାୱାଇ ବିଷୟରେ ମନେପକାଇଥାଏ।



English : The Cook Islands do not have any cities but are composed of 15 different islands. The main ones are Rarotonga and Aitutaki.

Odia : କୂକ୍ ଦ୍ୱୀପପୁଞ୍ଜର କୌଣସି ସହର ନାହିଁ, କିନ୍ତୁ 15 ଟି ଭିନ୍ନ ଦ୍ୱୀପକୁ ନେଇ ଗଠିତ। ମୁଖ୍ୟ ଦ୍ୱୀପଗୁଡ଼ିକ ହେଉଛି ରାରୋଟୋଙ୍ଗା ଓ ଆଇଟୁଟାକୀ।



English : In developed countries today, providing deluxe bed and breakfasts has been raised to a sort of art-form.

Odia : ସମ୍ପ୍ରତି ବିକଶିତ ଦେଶଗୁଡ଼ିକରେ ଡିଲକ୍ସ ବେଡ୍ ଏବଂ ଜଳଖିଆ ପ୍ରଦାନ କରିବା ଏକ ପ୍ରକାରର କଳା-ଶୈଳୀ ଭାବେ ବୃଦ୍ଧି ପାଇଛି।



English : At the top end, B&Bs obviously compete mainly on two main things: bedding and breakfast.

Odia : ଶୀର୍ଷରେ, B&Bs ମୁଖ୍ୟତ ନିଶ୍ଚିତଭାବରେ 2ଟି ମୁଖ୍ୟ ଜିନିଷ ଉପରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି: ଶଯ୍ୟା ଏବଂ ଜଳଖିଆ।



English : Accordingly, at the finest such establishments one is apt to find the most luxurious bedding, maybe a handmade quilt or an antique bed.

Odia : ସେହି ଅନୁଯାୟୀ, ଏହିପରି ସର୍ବୋତ୍କୃଷ୍ଟ ପ୍ରତିଷ୍ଠାନଗୁଡ଼ିକରେ ଜଣେ ଏକ ହାତ ତିଆରି ରେଜେଇ କିମ୍ବା ଏକ ପ୍ରାଚୀନ ପଲଙ୍କ ପରି ସବୁଠାରୁ ବିଳାସପୂର୍ଣ୍ଣ ଶଯ୍ୟା ପାଇପାରନ୍ତି।



English : Breakfast may include seasonal delights of the region or the host´s speciality dish.

Odia : ଜଳଖିଆରେ ଏହି ଅଞ୍ଚଳର ଋତୁକାଳୀନ ସ୍ୱାଦିଷ୍ଟ ଖାଦ୍ୟ କିମ୍ବା ହୋଷ୍ଟ ବା ଆତିଥ୍ୟ ପ୍ରଦାନକାରୀଙ୍କର ବିଶେଷ ବ୍ୟଞ୍ଜନ ଅନ୍ତର୍ଭୁକ୍ତ ହୋଇପାରେ।



English : The setting might be an historic old building with antique furnishings, manicured grounds and a swimming pool.

Odia : ଏହି ସେଟିଂ ପ୍ରାଚୀନ ଆସବାବପତ୍ର, ସୁସଜ୍ଜିତ ଭୂମି ଏବଂ ଏକ ସୁଇମିଂ ପୁଲ୍ ସହିତ ଏକ ଐତିହାସିକ ପୁରୁଣା କୋଠା ହୋଇପାରେ।



English : Getting into your own car and heading off on a long road trip has an intrinsic appeal in its simplicity.

Odia : ନିଜର କାରରେ ବସି ଏକ ଦୀର୍ଘ ସଡ଼କ ଯାତ୍ରାକୁ ଯିବା ନିଜର ସରଳତାରେ ଏକ ଆନ୍ତରିକ ଅପିଲ ଅଟେ।



[Day31]

English : Unlike larger vehicles, you are probably already familiar with driving your car and know its limitations.

Odia : ବୃହତ ଯାନଗୁଡ଼ିକ ପରି ହୋଇନଥାଏ, ଆପଣ ହୁଏତ ନିଜର କାର୍ ଚଳାଇବା ସହିତ ଅଭ୍ୟସ୍ତ ହୋଇଥାନ୍ତି ଏବଂ ଏହାର ସୀମିତତା ଜାଣିଥାନ୍ତି।



English : Setting up a tent on private property or in a town of any size can easily attract unwanted attention.

Odia : ବ୍ୟକ୍ତିଗତ ସମ୍ପତ୍ତି ଉପରେ କିମ୍ବା ଯେ କୌଣସି ଆକାରର ଏକ ସହରରେ ଗୋଟିଏ ତମ୍ବୁ ଟାଣିବା ଦ୍ୱାରା ସହଜରେ ଅବାଞ୍ଛିତ ଧ୍ୟାନ ଆକର୍ଷଣ କରାଯାଇପାରେ।



English : In short, using your car is a great way to take a road trip but seldom in itself a way to ¨camp¨.

Odia : ସଂକ୍ଷେପରେ କହିଲେ, ଆପଣଙ୍କର କାର୍ ବ୍ୟବହାର କରି ସଡ଼କ ଯାତ୍ରା କରିବା ଗୋଟିଏ ଚମତ୍କାର ଉପାୟ, କିନ୍ତୁ ଏହା କ୍ୱଚିତ୍ "କ୍ୟାମ୍ପ" କରିବାର ଏକ ଉପାୟ ଅଟେ।



English : Car camping is possible if you have a large minivan, SUV, Sedan or Station Wagon with seats that lay down.

Odia : ଯଦି ଆପଣଙ୍କ ପାଖରେ ଗୋଟିଏ ବଡ଼ ମିନିଭାନ୍, SUV, ସେଡାନ୍ କିମ୍ବା ଷ୍ଟେସନ୍ ୱାଗନ୍ ଅଛି ଯେଉଁଥିରେ ସିଟ୍ ଗୁଡ଼ିକ ତଳକୁ ହୋଇଥିବ, ତେବେ କାର୍ କ୍ୟାମ୍ପିଂ ସମ୍ଭବ।



English : Some hotels have a heritage from the golden age of steam railways and ocean liners; before the Second World War, in the 19th or early 20th centuries.

Odia : ବାଷ୍ପୀୟ ରେଳବାଇ ଏବଂ ସାମୁଦ୍ରିକ ଜାହାଜର ସୁବର୍ଣ୍ଣ ଯୁଗରୁ କିଛି ହୋଟେଲର ଏକ ଐତିହ୍ୟ ରହିଛି; ଏହା 19ଶ ଶତାବ୍ଦୀ କିମ୍ବା 20ଶ ଶତାବ୍ଦୀ ଆରମ୍ଭରେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବର କଥା।



English : These hotels were where the rich and the famous of the day would stay, and often had fine dining and nightlife.

Odia : ଏହି ହୋଟେଲଗୁଡ଼ିକ, ଯେଉଁଠାରେ ଧନୀ ଓ ସେହି ସମୟର ପ୍ରସିଦ୍ଧ ଲୋକମାନେ ରହୁଥିଲେ ଏବଂ ପ୍ରାୟତଃ ବିଳାସପୂର୍ଣ୍ଣ ଭୋଜନ ଓ ରାତ୍ରି ଜୀବନ ଲାଭ କରୁଥିଲେ।



English : The old fashioned fittings, the lack of the latest amenities, and a certain graceful agedness are also part of their character.

Odia : ପୁରୁଣା ଫେସନର ଫିଟିଙ୍ଗ୍, ଅତ୍ୟାଧୁନିକ ସୁବିଧାଗୁଡ଼ିକର ଅଭାବ ଏବଂ ଏକ ଗାରିମାମୟ ସୁନ୍ଦର ପ୍ରାଚୀନତା ସେଗୁଡ଼ିକର ବିଶେଷତ୍ୱର ଅଂଶ ଥିଲା।



English : While they are usually privately owned, they sometimes accommodate visiting heads of state and other dignitaries.

Odia : ସେମାନେ ସାଧାରଣତଃ ବ୍ୟକ୍ତିଗତ ଭାବରେ ମାଲିକ ହୋଇଥିଲେ ମଧ୍ୟ ସେମାନେ ବେଳେବେଳେ ରାଜ୍ୟ ର ମୁଖ୍ୟ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଭ୍ରମଣ କରନ୍ତି।



English : A traveller with piles of money might consider a round the world flight, broken up with stays in many of these hotels.

Odia : ଟଙ୍କା ଗଦା ସହିତ ଜଣେ ଯାତ୍ରୀ ସାରା ଦୁନିଆକୁ ବିମାନରେ ବୁଲିବା ଉପରେ ବିଚାର କରିପାରେ, ଯାହାକି ଏଥି ମଧ୍ୟରୁ ଅନେକ ହୋଟେଲରେ ରହିବା ସହିତ ଭାଙ୍ଗିଗଲା।



English : A hospitality exchange network is the organization that connects travelers with locals in the cities they are going to visit.

Odia : ଏକ ଆତିଥ୍ୟ ବିନିମୟ ନେଟୱାର୍କ ହେଉଛି ଏକ ସଂସ୍ଥା ଯାହା ଯାତ୍ରୀମାନଙ୍କୁ ସେମାନେ ପରିଦର୍ଶନ କରିବାକୁ ଯାଉଥିବା ନଗରରେ ସ୍ଥାନୀୟ ଲୋକଙ୍କ ସହିତ ଯୋଡିଥାଏ।



English : Joining such a network usually just requires filling out an online form; although some networks offer or require additional verification.

Odia : ଏହିପରି ଏକ ନେଟୱାର୍କରେ ଯୋଗ ଦେବା ପାଇଁ ସାଧାରଣତଃ କେବଳ ଏକ ଅନଲାଇନ ଫର୍ମ ପୂରଣ କରିବା ଆବଶ୍ୟକ ହୁଏ; ଯଦିଓ କିଛି ନେଟୱାର୍କ ଅତିରିକ୍ତ ଯାଞ୍ଚ ପ୍ରଦାନ କରେ କିମ୍ବା ଆବଶ୍ୟକ କରେ।



English : A listing of available hosts is then provided either in print and/or online, sometimes with references and reviews by other travelers.

Odia : ଉପଲବ୍ଧ ଆତିଥେୟଗୁଡିକର ଏକ ତାଲିକା ବେଳେବେଳେ ଅନ୍ୟ ଯାତ୍ରୀମାନଙ୍କ ଦ୍ଵାରା ସନ୍ଦର୍ଭ ଏବଂ ସମୀକ୍ଷା ହୋଇସାରିବା ପରେ ମୁଦ୍ରଣ ଏବଂ / କିମ୍ବା ଅନଲାଇନ୍ ରେ ପ୍ରଦାନ କରାଯାଇଥାଏ ।



English : Couchsurfing was founded in January 2004 after computer programmer Casey Fenton found a cheap flight to Iceland but did not have a place to stay.

Odia : ଜାନୁଆରୀ 2004 ରେ କମ୍ପ୍ୟୁଟର୍ ପ୍ରୋଗ୍ରାମ୍‌ର କେସୀ ଫେଣ୍ଟନ୍ ଆଇସଲ୍ୟାଣ୍ଡକୁ ଏକ ଶସ୍ତା ବିମାନ ପାଇବା ପରେ କାଉଚ୍‌ସର୍ଫିଙ୍ଗ ପ୍ରତିଷ୍ଠା କରାଯାଇଥିଲା, କିନ୍ତୁ ରହିବାକୁ ସ୍ଥାନ ନଥିଲା।



English : He emailed students at the local university and received an overwhelming number of offers for free accommodation.

Odia : ସେ ସ୍ଥାନୀୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଇମେଲ୍ କଲେ ଏବଂ ମାଗଣା ରହିବା ବ୍ୟବସ୍ଥା ପାଇଁ ବହୁ ସଂଖ୍ୟକ ପ୍ରସ୍ତାବ ପାଇଲେ।



English : Hostels cater primarily to young people – a typical guest is in their twenties – but you can often find older travellers there too.

Odia : ହଷ୍ଟେଲଗୁଡ଼ିକ ମୁଖ୍ୟତଃ ଯୁବକମାନଙ୍କ ଆବଶ୍ୟକତା ପୂରଣ କରିଥାଏ - ଜଣେ ସାଧାରଣ ଅତିଥି ଯାହାର ବୟସ କୋଡ଼ିଏରୁ ତିରିଶି ବର୍ଷ ମଧ୍ୟରେ ରହିଥାଏ - କିନ୍ତୁ ଆପଣ ସେଠାରେ ମଧ୍ୟ ବହୁ ସମୟରେ ପୁରୁଣା ଯାତ୍ରୀମାନଙ୍କୁ ପାଇପାରିବେ।



English : Families with children are a rare sight, but some hostels do allow them in private rooms.

Odia : ପିଲାମାନଙ୍କ ସହିତ ପରିବାର ଏକ ବିରଳ ଦୃଶ୍ୟ ଅଟେ , କିନ୍ତୁ କିଛି ହଷ୍ଟେଲ ସେମାନଙ୍କୁ ବ୍ୟକ୍ତିଗତ କୋଠରୀରେ ଅନୁମତି ଦିଅନ୍ତି।



English : The city of Beijing in China will be the host city of the Olympic Winter Games in 2022, which will make it the first city to have hosted both the summer and winter Olympics.

Odia : ଚୀନର ବେଜିଂ ସହର 2022 ମସିହାରେ ଶୀତକାଳୀନ ଅଲମ୍ପିକ କ୍ରୀଡ଼ାର ଆୟୋଜନ କରିବ, ଯାହା ଫଳରେ ଏହା ଉଭୟ ଗ୍ରୀଷ୍ମକାଳୀନ ଓ ଶୀତକାଳୀନ ଅଲମ୍ପିକ କ୍ରୀଡ଼ାର ଆୟୋଜନ କରିଥିବା ପ୍ରଥମ ସହର ହେବ।



English : Beijing will host the opening and closing ceremonies and the indoor ice events.

Odia : ଉଦ୍‌ଘାଟନ ଓ ଉଦଯାପନ ଉତ୍ସବ ତଥା ଇନଡୋର୍ ଆଇସ୍ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ ବେଜିଂରେ ହେବ।



English : Other skiing events will be at the Taizicheng ski area in Zhangjiakou, about 220 km (140 miles) from Beijing.

Odia : ଅନ୍ୟାନ୍ୟ ସ୍କି ଇଭେଣ୍ଟଗୁଡ଼ିକ ବେଜିଂଠାରୁ ପ୍ରାୟ 220 କିଲୋମିଟର (140 ମାଇଲ) ଦୂରରେ ଥିବା ଜେଙ୍ଗଜିଆକୋରେ ଥିବା ତାଇଜିଚେଙ୍ଗ ସ୍କି ଅଞ୍ଚଳରେ ହେବ।



English : Most of the temples do have an Annual festival starting from November end to Mid of May, which varies according to each temple´s annual calendar.

Odia : ଅଧିକାଂଶ ମନ୍ଦିରରେ ନଭେମ୍ବର ଶେଷରୁ ଆରମ୍ଭ ହୋଇ ମେ ମାସ ମଧ୍ୟଭାଗରେ ଶେଷ ହେଉଥିବା ବାର୍ଷିକ ପର୍ବ ରହିଥାଏ, ଯାହା ପ୍ରତ୍ୟେକ ମନ୍ଦିରର ବାର୍ଷିକ ପଞ୍ଜିକା ଅନୁଯାୟୀ ଭିନ୍ନ ଭିନ୍ନ ହୋଇଥାଏ।



English : Most of the temple festivals is celebrated as part of temple´s anniversary or presiding deity´s birthday or any other major event associated with the temple.

Odia : ଅଧିକାଂଶ ମନ୍ଦିର ପର୍ବ ମନ୍ଦିରର ବାର୍ଷିକୀ କିମ୍ବା ଦେବତାଙ୍କ ଜନ୍ମଦିନ କିମ୍ବା ମନ୍ଦିର ସହିତ ଜଡିତ ଅନ୍ୟ କୌଣସି ପ୍ରମୁଖ କାର୍ଯ୍ୟକ୍ରମର ଅଂଶ ଭାବରେ ପାଳନ କରାଯାଇଥାଏ।



English : Kerala´s temple festivals are very interesting to see, with regular procession of decorated elephants, temple orchestra and other festivities.

Odia : ନିୟମିତ ଭାବେ ସଜ୍ଜିତ ହାତୀ, ମନ୍ଦିର ବାଦ୍ୟବୃନ୍ଦ ଏବଂ ଅନ୍ୟ ଆନନ୍ଦ ଉଲ୍ଲାସର ଶୋଭାଯାତ୍ରା ସହିତ, କେରଳର ମନ୍ଦିରରେ ଉତ୍ସବଗୁଡ଼ିକ ଦେଖିବାକୁ ବହୁତ ଆକର୍ଷଣୀୟ ଅଟେ।



English : A World´s Fair (commonly called World Exposition, or simply Expo) is large international festival of arts and sciences.

Odia : ଏକ ବିଶ୍ୱ ମେଳା (ସାଧାରଣତ ୱର୍ଲ୍ଡ ଏକ୍ସପୋଜିଶନ୍ ବା କେବଳ ଏକ୍ସପୋ କୁହାଯାଏ) ହେଉଛି କଳା ଓ ବିଜ୍ଞାନର ଏକ ବୃହତ ଅନ୍ତର୍ଜାତୀୟ ପର୍ବ।



English : Participating countries present artistic and educational displays in national pavilions to showcase world issues or their country´s culture and history.

Odia : ଅଂଶଗ୍ରହଣକାରୀ ଦେଶଗୁଡ଼ିକ ବିଶ୍ଵ ସମସ୍ୟା କିମ୍ବା ସେମାନଙ୍କ ଦେଶର ସଂସ୍କୃତି ଏବଂ ଇତିହାସ ପ୍ରଦର୍ଶନ କରିବା ପାଇଁ ରାଷ୍ଟ୍ରୀୟ ମଣ୍ଡପରେ କଳାତ୍ମକ ଏବଂ ଶିକ୍ଷାଗତ ପ୍ରଦର୍ଶନକୁ ପ୍ରଦର୍ଶନ କରନ୍ତି।



English : International Horticultural Expositions are specialised events which showcase floral displays, botanical gardens and anything else to do with plants.

Odia : ଅନ୍ତର୍ଜାତୀୟ ଉଦ୍ୟାନ କୃଷି ପ୍ରଦର୍ଶନୀ ହେଉଛି ଏକ ବିଶେଷ କାର୍ଯ୍ୟକ୍ରମ, ଯାହାକି ପୁଷ୍ପ ପ୍ରଦର୍ଶନୀ, ଉଦ୍ଭିଦ ଉଦ୍ୟାନ ଏବଂ ବୃକ୍ଷଲତା ସମ୍ପର୍କିତ ଅନ୍ୟାନ୍ୟ ବିଷୟ ପ୍ରଦର୍ଶନ କରିଥାଏ।



[Day32]

English : Although in theory they can take place annually (so long as they are in different countries), in practice they are not.

Odia : ଯଦିଓ ସିଦ୍ଧାନ୍ତରେ ସେମାନେ ବାର୍ଷିକ ଭାବରେ ଅଂଶ ଗ୍ରହଣ କରିପାରନ୍ତି (ଯେପର୍ଯ୍ୟନ୍ତ ସେମାନେ ବିଭିନ୍ନ ଦେଶରେ ଅଛନ୍ତି), କିନ୍ତୁ କାର୍ଯ୍ୟରେ ସେମାନେ କରିପାରନ୍ତି ନାହିଁ।



English : These events normally last anywhere between three and six months, and are held on sites no smaller than 50 hectares.

Odia : ଏହି ଇଭେଣ୍ଟଗୁଡ଼ିକ ସାଧାରଣତଃ 3 ରୁ 6ମାସ ମଧ୍ୟରେ ଯେକୌଣସି ସ୍ଥାନରେ ରହିଥାଏ, ଏବଂ 50 ହେକ୍ଟରରୁ କମ୍ ସାଇଟଗୁଡ଼ିକରେ ଅନୁଷ୍ଠିତ ହୋଇଥାଏ।



English : There are many different film formats that have been used over the years. Standard 35 mm film (36 by 24 mm negative) is much the commonest.

Odia : ସେଠାରେ ବହୁ ବିଭିନ୍ନ ଫିଲ୍ମ ଫର୍ମାଟ୍ ରହିଛି, ଯାହାକି ବର୍ଷ ବର୍ଷ ଧରି ବ୍ୟବହୃତ ହେଉଛି। ଅତି ସାଧାରଣ ପ୍ରକାର ହେଉଛି ଷ୍ଟାଣ୍ଡାର୍ଡ 35 ମିଲିମିଟର ଫିଲ୍ମ (36 ରେ 24 ମିମି ନେଗେଟିଭ୍) ।



English : It can usually be replenished fairly easily if you run out, and gives resolution roughly comparable to a current DSLR.

Odia : ଯଦି ଆପଣଙ୍କ ପାଖରୁ ସରିଯାଏ ତେବେ ସାଧାରଣତଃ ଏହା ଯଥେଷ୍ଟ ସହଜରେ ମିଳିପାରେ ଏବଂ ଏଥିରେ ବର୍ତ୍ତମାନର DSLR ସହିତ ପ୍ରାୟ ତୁଳନୀୟ ରିଜୋଲ୍ୟୁସନ୍ ମିଳିଥାଏ।



English : Some medium-format film cameras use a 6 by 6 cm format, more precisely a 56 by 56 mm negative.

Odia : କେତେକ ମିଡିୟମ୍-ଫର୍ମାଟ୍ ଫିଲ୍ମ କ୍ୟାମେରା 6 cmରେ 6 cm ଫର୍ମାଟ୍, ଅଧିକ ସଠିକ୍ ଭାବରେ କହିଲେ 56 mmରେ 56 mm ନେଗେଟିଭ୍ ବ୍ୟବହାର କରେ।



English : This gives resolution almost four times that of a 35 mm negative (3136 mm2 versus 864).

Odia : ଏହା 35 mm ନେଗେଟିଭ୍‌ର ପ୍ରାୟ ଚାରି ଗୁଣ ରିଜୋଲ୍ୟୁସନ୍ (3136 mm2 ବନାମ 864) ପ୍ରଦାନ କରିଥାଏ।



English : Wildlife is among the most challenging motifs for a photographer, and needs a combination of good luck, patience, experience and good equipment.

Odia : ଜଣେ ଫଟୋଗ୍ରାଫର୍ ପାଇଁ ସବୁଠାରୁ ଆହ୍ୱାନପୂର୍ଣ୍ଣ ମୋଟିଫ୍ ମଧ୍ୟରେ ବନ୍ୟଜୀବ ଅନ୍ୟତମ ଏବଂ ଏଥି ପାଇଁ ସୌଭାଗ୍ୟ, ଧୈର୍ଯ୍ୟ, ଅଭିଜ୍ଞତା ଏବଂ ଭଲ ଉପକରଣ ଏକତ୍ର ହେବା ଆବଶ୍ୟକ ଅଟେ।



English : Wildlife photography is often taken for granted, but like photography in general, a picture is worth a thousand words.

Odia : ବନ୍ୟଜନ୍ତୁ ମାନଙ୍କର ଫଟୋଗ୍ରାଫୀ ପ୍ରାୟତଃ ମନ ଇଚ୍ଛା କରାଯାଏ, କିନ୍ତୁ ସାଧାରଣତଃ ଫଟୋଗ୍ରାଫୀ ପରି, ଏକ ଚିତ୍ର ମଧ୍ୟ ହଜାର ଶବ୍ଦ ଦର୍ଶାଇ ଥାଏ।



English : Wildlife photography often requires a long telephoto lens, though things like a flock of birds or a tiny creature need other lenses.

Odia : ବନ୍ୟଜୀବ ଫଟୋଗ୍ରାଫିରେ ସାଧାରଣତଃ ଏକ ଲମ୍ବା ଟେଲିଫୋଟୋ ଲେନ୍ସ ଆବଶ୍ୟକ ହୁଏ, ଯଦିଓ ପକ୍ଷୀ ଦଳ କିମ୍ବା କୌଣସି କ୍ଷୁଦ୍ର ପ୍ରାଣୀ ପରି ଜୀବଗୁଡ଼ିକ ପାଇଁ ଅନ୍ୟ ଲେନ୍ସ ଆବଶ୍ୟକ ହୁଏ।



English : Many exotic animals are hard to find, and parks sometimes have rules about taking photographs for commercial purposes.

Odia : ଅନେକ ଦୁଷ୍ପ୍ରାପ୍ୟ ପ୍ରାଣୀ କେଉଁଠାରେ ମିଳନ୍ତି ନାହିଁ ଏବଂ ପାର୍କଗୁଡ଼ିକରେ ବ୍ୟବସାୟିକ ଉଦ୍ଦେଶ୍ୟରେ ଫଟୋ ଉଠାଇବାକୁ ନେଇ ବେଳେବେଳେ କିଛି ନିୟମ ଥାଏ।



English : Wild animals might either be shy or aggressive. The environment might be cold, hot, or otherwise hostile.

Odia : ବନ୍ୟ ଜନ୍ତୁ ଲାଜକୁଳା ହୋଇପାରନ୍ତି ନହେଲେ ଆକ୍ରମଣାତ୍ମକ ହୋଇପାରନ୍ତି। ପରିବେଶ ଥଣ୍ଡା, ଗରମ, କିମ୍ବା ଅନ୍ୟପକ୍ଷରେ ପ୍ରତିକୂଳ ହୋଇପାରେ।



English : The world has over 5,000 different languages, including more than twenty with 50 million or more speakers.

Odia : 50 ନିୟୁତ କିମ୍ବା ଅଧିକ ଲୋକ କହୁଥିବା କୋଡ଼ିଏଟିରୁ ଅଧିକ ଭାଷା ସମେତ ବିଶ୍ୱରେ 5000ରୁ ଅଧିକ ଭିନ୍ନ ଭିନ୍ନ ଭାଷା ଅଛି।



English : Written words are often easier to understand than spoken words, also. This is especially true of addresses, which are often difficult to pronounce intelligibly.

Odia : କଥିତ ଶବ୍ଦ ଅପେକ୍ଷା ଲିଖିତ ଶବ୍ଦଗୁଡ଼ିକ ବୁଝିବା ବହୁ ସମୟରେ ସହଜ ହୋଇଥାଏ। ଏହା ସହିତ ମଧ୍ୟ ବିଶେଷ କରି ଠିକଣାଗୁଡ଼ିକରେ ଏହା ସତ୍ୟ ହୋଇଥାଏ, ଯାହାକି ସ୍ପଷ୍ଟ ଭାବରେ ଉଚ୍ଚାରଣ କରିବା ବହୁ ସମୟରେ କଠିନ ହୋଇଥାଏ।



English : Many entire nations are completely fluent in English, and in even more you can expect a limited knowledge - especially among younger people.

Odia : ଅନେକ ଦେଶ ଇଂରାଜୀ କହିବାରେ ସମ୍ପୂର୍ଣ୍ଣ ଭାବେ ପାରଙ୍ଗମ ଏବଂ ଆହୁରି ଅଧିକ ଦେଶରେ ଆପଣ ସୀମିତ ଜ୍ଞାନ ଆଶା କରିପାରନ୍ତି - ବିଶେଷ କରି ଯୁବକମାନଙ୍କ ମଧ୍ୟରେ ।



English : Imagine, if you will, a Mancunian, Bostonian, Jamaican and Sydneysider sitting around a table having dinner at a restaurant in Toronto.

Odia : ଯଦି ଆପଣ ଚାହିଁବେ ତେବେ କଳ୍ପନା କରନ୍ତୁ, ଟରଣ୍ଟୋରେ ଏକ ରେଷ୍ଟୁରାଣ୍ଟରେ ଜଣେ ମାନକ୍ୟୁନିୟାନ୍, ବୋଷ୍ଟୋନିଆନ୍, ଜାମାଇକାନ୍ ଏବଂ ସିଡନୀସାଇଡର୍ ଗୋଟିଏ ଟେବୁଲ୍ ଚାରିପଟେ ବସି ରାତ୍ରିଭୋଜନ କରୁଛନ୍ତି।



English : They´re regaling each other with stories from their hometowns, told in their distinct accents and local argot.

Odia : ସେମାନେ ପରସ୍ପରକୁ ସେମାନଙ୍କ ସ୍ପଷ୍ଟ କହିବା ଶୈଳୀ ଏବଂ ସ୍ଥାନୀୟ ଅଶୁଦ୍ଧି ସହିତ କୁହାଯାଉଥିବା ନିଜ ସହରର କାହାଣୀ ଦ୍ୱାରା ଆପ୍ୟାୟିତ କରୁଛନ୍ତି।



English : Buying food in supermarkets is usually the cheapest way to get fed. Without cooking opportunities, choices are however limited to ready-made food.

Odia : ସୁପର ମାର୍କେଟରେ ଖାଦ୍ୟ କିଣିବା ସାଧାରଣତଃ ଖାଦ୍ୟ ଖାଇବା ପାଇଁ ସବୁଠାରୁ ଶସ୍ତା ଉପାୟ। ବିନା ରାନ୍ଧି, ପସନ୍ଦଯୋଗ୍ୟ ପ୍ରସ୍ତୁତ ହୋଇଥିବା ଖାଦ୍ୟ ପର୍ଯ୍ୟନ୍ତ ତାହା ସୀମିତ।



English : Increasingly supermarkets are getting a more varied section of ready-made food. Some even provide a microwave oven or other means to heat food.

Odia : କ୍ରମଶଃ ଅଧିକ ସଂଖ୍ୟକ ସୁପରମାର୍କେଟଗୁଡ଼ିକରେ ଅଧିକ ବିଭିନ୍ନ ପ୍ରକାରର ପୂର୍ବ-ପ୍ରସ୍ତୁତ ଖାଦ୍ୟର ଏକ ବିଭାଗ ରହୁଛି। କିଛି ସୁପରମାର୍କେଟ୍ ଖାଦ୍ୟ ଗରମ କରିବା ପାଇଁ ମାଇକ୍ରୋୱେଭ୍ ଓଭନ୍ କିମ୍ବା ଅନ୍ୟାନ୍ୟ ଉପାୟ ମଧ୍ୟ ପ୍ରଦାନ କରୁଛନ୍ତି।



English : In some countries or types of stores there is at least one on-site restaurant, often a rather informal one with affordable prices.

Odia : କେତେକ ଦେଶ କିମ୍ବା କିଛି ପ୍ରକାରର ଷ୍ଟୋରରେ ଅତି କମରେ 1 ଅନ-ସାଇଟ୍ ଭୋଜନାଳୟ ଅଛି, ଯାହାକି 1 ଅନୌପଚାରିକ ଧାରାରେ ପ୍ରାୟତଃ ସୁଲଭ ମୂଲ୍ୟରେ ଥାଏ।



English : Make and carry copies of your policy and your insurer´s contact details with you.

Odia : ଆପଣଙ୍କ ପଲିସିର ନକଲ ତିଆରି କରି ସାଙ୍ଗରେ ନିଅନ୍ତୁ ଏବଂ ଆପଣଙ୍କ ବୀମାକାରୀଙ୍କ ଯୋଗାଯୋଗ ବିବରଣୀ ଆପଣଙ୍କ ପାଖରେ ରଖନ୍ତୁ।



English : They need to show the insurer´s e-mail address and international phone numbers for advice/authorizations and making claims.

Odia : ପରାମର୍ଶ/ଅନୁମତି ପାଇବା ଓ କ୍ଲେମ୍‍ କରିବା ପାଇଁ ସେମନେ ବୀମାକାରୀଙ୍କ ଇ-ମେଲ୍‍ ଠିକଣା ଓ ଅନ୍ତର୍ଜାତୀୟ ଫୋନ୍‍ ନମ୍ବର ଦେଖାଇବା ଆବଶ୍ୟକ।



English : Have another copy in your luggage and online (e-mail to yourself with attachment, or stored in the ¨cloud¨).

Odia : ଆପଣଙ୍କର ଲଗେଜ୍‌ରେ ଏବଂ ଅନଲାଇନରେ (ଆଟାଚମେଣ୍ଟ ସହ ନିଜ ପାଖକୁ ଇ-ମେଲ୍ କରି କିମ୍ବା ¨କ୍ଲାଉଡ୍¨ରେ ଷ୍ଟୋର୍ କରି) ଅନ୍ୟ ଏକ କପି ରଖନ୍ତୁ।



English : If traveling with a laptop or tablet, store a copy in its memory or disc (accessible without the internet).

Odia : ଯଦି ଏକ ଲାପଟପ୍ କିମ୍ବା ଟାବଲେଟ୍ ସହିତ ଭ୍ରମଣ କରୁଛନ୍ତି, ତେବେ ଏହାର ମେମୋରୀ କିମ୍ବା ଡିସ୍କରେ ଏକ କପି ସଂରକ୍ଷଣ କରନ୍ତୁ (ବିନା ଇଣ୍ଟରନେଟ୍ ରେ ଅଭିଗମ ହୋଇପାରିବ) ।



English : Also give policy/contact copies to traveling companions and relatives or friends back home willing to help.

Odia : ସାହାଯ୍ୟ କରିବାକୁ ଇଚ୍ଛୁକ ଭ୍ରମଣକାରୀ ସାଥୀ ଓ ସମ୍ପର୍କୀୟ କିମ୍ବା ଘରେ ଥିବା ଆପଣଙ୍କ ବନ୍ଧୁମାନଙ୍କୁ ମଧ୍ୟ ନୀତି/ଯୋଗାଯୋଗର କପି ଦିଅନ୍ତୁ।



English : Moose (also known as elk) aren´t inherently aggressive, but will defend themselves if they perceive a threat.

Odia : ମୁଜ୍ (ଏଲ୍କ ଭାବରେ ମଧ୍ୟ ଜଣାଶୁଣା) ସ୍ଵାଭାବିକ ରୂପରେ ଆକ୍ରମଣାତ୍ମକ ନୁହଁନ୍ତି, କିନ୍ତୁ ଯଦି ସେମାନେ କୌଣସି ବିପଦ ଅନୁଭବ କରନ୍ତି ତେବେ ନିଜକୁ ରକ୍ଷା କରିବେ।



[Day33]

English : When people don´t see moose as potentially dangerous, they may approach too closely and put themselves at risk.

Odia : ଯେତେବେଳେ ଲୋକମାନେ ମୂସଗୁଡ଼ିକ ବିପଜ୍ଜନକ ହେବାର ସମ୍ଭାବନା ଦେଖନ୍ତି ନାହିଁ, ସେତେବେଳେ ସେମାନେ ଅତି ନିକଟତର ହୋଇ ନିଜକୁ ବିପଦରେ ପକାଇ ପାରନ୍ତି।



English : Drink alcoholic drinks with moderation. Alcohol affects everyone differently, and knowing your limit is very important.

Odia : ସଂଯମତାର ସହିତ ମଦ୍ୟପାନ କରନ୍ତୁ। ମଦ୍ୟପାନ ସମସ୍ତଙ୍କୁ ଭିନ୍ନ ଭାବରେ ପ୍ରଭାବିତ କରିଥାଏ, ଏବଂ ଆପଣଙ୍କୁ ଆପଣଙ୍କର ସୀମା ଜାଣିବା ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ଅଟେ।



English : Possible long term health events from excessive drinking can include liver damage and even blindness and death. The potential danger is increased when consuming illegally produced alcohol.

Odia : ଅତ୍ୟଧିକ ମଦ୍ୟପାନ ଯୋଗୁଁ ହେଉଥିବା ସମ୍ଭାବ୍ୟ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକରେ ଯକୃତର କ୍ଷତି ଏବଂ ଏପରିକି ଅନ୍ଧତ୍ୱ ଓ ମୃତ୍ୟୁ ଅନ୍ତର୍ଭୁକ୍ତ ହୋଇପାରେ। ବେଆଇନ ଭାବେ ଉତ୍ପାଦିତ ମଦ୍ୟ ପାନ କଲେ ସମ୍ଭାବ୍ୟ ବିପଦ ବୃଦ୍ଧି ପାଇଥାଏ।



English : Illegal spirits can contain various dangerous impurities including methanol, which can cause blindness or death even in small doses.

Odia : ବେଆଇନ ସ୍ପିରିଟ୍ ଗୁଡ଼ିକରେ ମିଥାନଲ୍ ସମେତ ବିଭିନ୍ନ ବିପଜ୍ଜନକ ଅଶୁଦ୍ଧତା ଥାଇପାରେ, ଯାହା ସ୍ୱଳ୍ପ ମାତ୍ରାରେ ମଧ୍ୟ ଅନ୍ଧତ୍ୱ କିମ୍ବା ମୃତ୍ୟୁର କାରଣ ହୋଇପାରେ ।



English : Eyeglasses can be cheaper in a foreign country, especially in low-income countries where labour costs are lower.

Odia : ବିଦେଶରେ ଚଷମା ଶସ୍ତା ହୋଇପାରେ ବିଶେଷତଃ ସ୍ୱଳ୍ପ ଆୟକାରୀ ଦେଶ ଯେଉଁଠି ଶ୍ରମ ର ମୂଲ୍ୟ ସ୍ୱଳ୍ପ ଅଟେ।



English : Consider getting an eye exam at home, especially if insurance covers it, and bringing the prescription along to be filed elsewhere.

Odia : ଘରେ ଏକ ଆଖି ପରୀକ୍ଷା କରାଇବା ବିଷୟରେ ବିଚାର କରନ୍ତୁ, ବିଶେଷକରି ଯଦି ବୀମା ଏହାକୁ ଅନ୍ତର୍ଭୁକ୍ତ କରେ, ଏବଂ ଅନ୍ୟ କୌଣସିଠାରେ ଫାଇଲ୍ କରିବାକୁ ପ୍ରେସକ୍ରିପସନ୍ ସାଙ୍ଗରେ ଆଣିଥାନ୍ତି।



English : High-end brand-name frames available in such areas may have two problems; some may be knock-offs, and the real imported ones may be more expensive than at home.

Odia : ଏହିପରି ଅଞ୍ଚଳଗୁଡ଼ିକରେ ଉପଲବ୍ଧ ହାଇ-ଏଣ୍ଡ ବ୍ରାଣ୍ଡ-ନାମର ଫ୍ରେମଗୁଡ଼ିକରେ ଦୁଇଟି ସମସ୍ୟା ଥାଇପାରେ; କିଛି ନକଲି ହୋଇପାରେ ଏବଂ ପ୍ରକୃତରେ ଆମଦାନୀ କରାଯାଇଥିବା ଫ୍ରେମଗୁଡ଼ିକ ଆପଣଙ୍କ ନିଜ ସହର ଅପେକ୍ଷା ମହଙ୍ଗା ହୋଇପାରେ।



English : Coffee is one of the world´s most traded commodities, and you can probably find many types in your home region.

Odia : ଦୁନିଆର ସବୁଠାରୁ ଅଧିକ କାରବାର କରାଯାଉଥିବା ଦ୍ରବ୍ୟଗୁଡ଼ିକ ମଧ୍ୟରୁ କଫି ଅନ୍ୟତମ ଏବଂ ସମ୍ଭବତଃ ଆପଣ ନିଜ ଅଞ୍ଚଳରେ ଅନେକ ପ୍ରକାର କଫି ପାଇପାରିବେ।



English : Nevertheless, there are many distinctive ways of drinking coffee around the world that are worth experiencing.

Odia : ଏହା ସତ୍ତ୍ୱେ, ସମଗ୍ର ବିଶ୍ୱରେ କଫି ପିଇବାର ଅନେକଗୁଡ଼ିଏ ସ୍ୱତନ୍ତ୍ର ଉପାୟ ଅଛି ଯାହା ଅନୁଭୂତି ହାସଲ କରିବା ପାଇଁ ଯୋଗ୍ୟ।



English : Canyoning (or: canyoneering) is about going in a bottom of a canyon, which is either dry or full of water.

Odia : ଏକ ଶୁଷ୍କ ଥିବା ନହେଲେ ପାଣିରେ ପରିପୂର୍ଣ୍ଣ ଗଭୀର ଉପତ୍ୟକାର ତଳ ଯାଏଁ ଯିବାକୁ କ୍ୟାନିଓନିଂ (କିମ୍ବା: କ୍ୟାନିଓନିୟରିଂ) କୁହାଯାଏ।



English : Canyoning combines elements from swimming, climbing and jumping--but requires relatively little training or physical shape to get started (compared to rock climbing, scuba diving or alpine skiing, for example).

Odia : କ୍ୟାନିଓନିଂରେ ପହଁରିବା, ଚଢ଼ିବା ଓ ଡେଇଁବାର ଉପାଦାନଗୁଡ଼ିକ ମିଶିକରି ଥାଏ--କିନ୍ତୁ ଏହାକୁ ଆରମ୍ଭ କରିବା ପାଇଁ ଅପେକ୍ଷାକୃତ କମ୍ ପ୍ରଶିକ୍ଷଣ କିମ୍ବା ଶାରିରୀକ ସୌଷ୍ଠବ (ଉଦାହରଣ ସ୍ୱରୂପ, ରକ୍ କ୍ଲାଇମ୍ବିଂ, ସ୍କୁବା ଡାଇଭିଂ କିମ୍ବା ଆଲାପାଇନ୍ ସ୍କି ତୁଳନାରେ) ଆବଶ୍ୟକ ହୋଇଥାଏ।



English : Hiking is an outdoor activity which consists of walking in natural environments, often on hiking trails.

Odia : ପାହାଡ଼ ଚଢ଼ିବା ହେଉଛି ଏକ ବାହ୍ୟ କାର୍ଯ୍ୟକଳାପ ଯାହା ପ୍ରାକୃତିକ ପରିବେଶରେ ଚାଲିବା, ବିଶେଷ କରି ହାଇକିଙ୍ଗ୍ ଟ୍ରେଲ୍‌ ବା ପାହାଡ଼ ଚଢ଼ିବାକୁ ନେଇ ଗଠିତ ହୋଇଥାଏ।



English : Day hiking involves distances of less than a mile up to longer distances that can be covered in a single day.

Odia : ଦିନିକିଆ ପାହାଡ଼ ଚଢ଼ିବା ଏକ ମାଇଲରୁ କମ୍ ଦୂରତା ଅନ୍ତର୍ଭୁକ୍ତ କରେ ଯାହାକି ଗୋଟିଏ ଦିନରେ ଅତିକ୍ରମ କରାଯାଇପାରିବ।



English : For a day hike along an easy trail little preparations are needed, and any moderately fit person can enjoy them.

Odia : ଏକ ସହଜ ଟ୍ରେଲ୍ ସହିତ ଦିନିକିଆ ଯାତ୍ରା ପାଇଁ ଅଳ୍ପ ପ୍ରସ୍ତୁତି ଆବଶ୍ୟକ, ଏବଂ ଯେକୌଣସି ମଧ୍ୟମ ଉପଯୁକ୍ତ ବ୍ୟକ୍ତି ସେମାନଙ୍କୁ ଉପଭୋଗ କରିପାରିବେ।



English : Families with small children may need more preparations, but a day outdoors is easily possible even with babies and pre-school children.

Odia : ଛୋଟ ପିଲା ଥିବା ପରିବାରଗୁଡିକ ଅଧିକ ପ୍ରସ୍ତୁତିକରଣକୁ ଆବଶ୍ୟକ କରିପାରନ୍ତି, କିନ୍ତୁ ଗୋଟିଏ ଦିନ ଶିଶୁ ଏବଂ ଶିଶୁ-ବିଦ୍ୟାଳୟର ପିଲାମାନଙ୍କ ସହିତ ବାହାରେ ବୁଲିବା ସହଜରେ ସମ୍ଭବ।



English : Internationally, there are nearly 200 running tour organizations. Most of them operate independently.

Odia : ଆନ୍ତର୍ଜାତୀୟ ସ୍ତରରେ ପ୍ରାୟ 200 ଚାଲୁଥିବା ପର୍ଯ୍ୟଟନ ସଂସ୍ଥା ଅଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ୱାଧୀନ ଭାବରେ କାର୍ଯ୍ୟ କରନ୍ତି ।



English : The Global Running Tours successor, Go Running Tours networks dozens of sightrunning providers on four continents.

Odia : ଗ୍ଲୋବାଲ୍ ରନିଂ ଟୁର୍ର ଉତ୍ତରାଧିକାରୀ, ¨ଗୋ ରନିଂ ଟୁର୍¨ ଚାରୋଟି ମହାଦେଶର ଅନେକ ସାଇଟରନିଂ ପ୍ରଦାନକାରୀଙ୍କୁ ସଂଯୋଗ କରେ।



English : With roots in Barcelona´s Running Tours Barcelona and Copenhagen´s Running Copenhagen, it was quickly joined by Running Tours Prague based in Prague and others.

Odia : ବାର୍ସିଲୋନାର ରନିଂ ଟୁର୍ସ ବାର୍ସିଲୋନା ଏବଂ କୋପେନହେଗନ୍‌ର ରନିଂ କୋପେନହେଗନ୍‌ରୁ ଆରମ୍ଭ ହେବା ସହ, ଶୀଘ୍ର ପ୍ରେଗ୍‌ରେ ରନିଂ ଟୁର୍ସ୍ ପ୍ରେଗ୍ ଏବଂ ଅନ୍ୟଗୁଡ଼ିକ ମଧ୍ୟ ଏଥିରେ ସାମିଲ ହୋଇଗଲା।



English : There are many things you have to take into consideration before and when you travel somewhere.

Odia : ବହୁ ଜିନିଷ ଅଛି ଯାହାକୁ ଆପଣ ଯେତେବେଳେ କୌଣସି ସ୍ଥାନକୁ ଯାତ୍ରା କରନ୍ତି ସେତେବେଳେ ଓ ତାହା ପୂର୍ବରୁ ବିଚାର କରିବାକୁ ପଡିବ।



English : When you travel, expect things not to be like they are ¨back home¨. Manners, laws, food, traffic, lodging, standards, language and so on will to some extent differ from where you live.

Odia : ଭ୍ରମଣ କରିବା ସମୟରେ, ଆପଣ ଆଶା କରନ୍ତୁ ଯେ ପରିସ୍ଥିତି ଆପଣଙ୍କ "ନିଜ ଘର" ଭଳି ରହିବ ନାହିଁ। ଆଚରଣ, ନିୟମ, ଖାଦ୍ୟ, ଟ୍ରାଫିକ୍, ରହଣି, ମାନକ, ଭାଷା ତଥା ଏମିତି ଆହୁରି ଅନେକ କିଛି ଆପଣଙ୍କ ବାସସ୍ଥାନ ଠାରୁ କିଛି ମାତ୍ରାରେ ଅଲଗା ହେବ।



English : This is something you always need to keep in mind, to avoid disappointment or perhaps even distaste over local ways to do things.

Odia : ଏହା ଏପରି ଏକ ଜିନିଷ ଯାହାକୁ ଆପଣ ନିରାଶା ଏବଂ କାର୍ଯ୍ୟ କରିବାର ସ୍ଥାନୀୟ ଚିରାଚରିତ ଉପାୟ ପ୍ରତି ଆଗ୍ରହ ହ୍ରାସ ପାଇବାକୁ ଏଡ଼ାଇବା ପାଇଁ ମଧ୍ୟ ସର୍ବଦା ମନେ ରଖିବା ଆବଶ୍ୟକ।



English : Travel agencies have been around since the 19th century. A travel agent is usually a good option for a journey which extends beyond a traveller´s previous experience of nature, culture, language or low-income countries.

Odia : ଟ୍ରାଭେଲ ଏଜେନ୍ସିଗୁଡ଼ିକ 19ଶ ଶତାବ୍ଦୀରୁ କାର୍ଯ୍ୟ କରୁଛି। ସାଧାରଣତଃ ଏକ ଯାତ୍ରା ପାଇଁ ଗୋଟିଏ ଟ୍ରାଭେଲ ଏଜେଣ୍ଟ ଉତ୍ତମ ବିକଳ୍ପ ଯାହା ଜଣେ ଭ୍ରମଣକାରୀଙ୍କ ପ୍ରକୃତି, ସଂସ୍କୃତି, ଭାଷା କିମ୍ବା ସ୍ୱଳ୍ପ-ଆୟକାରୀ ଦେଶଗୁଡ଼ିକ ସମ୍ପର୍କିତ ପୂର୍ବ ଅନୁଭୂତି ଠାରୁ କିଛି ଅଧିକ ହୋଇଥାଏ।



English : Although most agencies are willing to take on most regular bookings, many agents specialise in particular types of travel, budget ranges or destinations.

Odia : ଯଦିଓ ଅଧିକାଂଶ ଏଜେନ୍ସି ସବୁଠାରୁ ନିୟମିତ ବୁକିଂ ନେବାକୁ ଇଚ୍ଛୁକ, ତେବେ ଅନେକ ଏଜେଣ୍ଟଙ୍କର ନିର୍ଦ୍ଦିଷ୍ଟ ପ୍ରକାରର ଭ୍ରମଣ, ବଜେଟ୍ ସୀମା କିମ୍ବା ଗନ୍ତବ୍ୟସ୍ଥଳ ବିଷୟରେ ପାରଦର୍ଶିତା ହାସଲ କରିଥାନ୍ତି।



English : It can be better to use an agent who frequently books similar trips to yours.

Odia : ଏକ ଏଜେଣ୍ଟ ବ୍ୟବହାର କରିବା ଭଲ ହୋଇପାରେ ଯିଏ ବାରମ୍ବାର ଆପଣଙ୍କର ସମାନ ପ୍ରକାରର ଯାତ୍ରା ବୁକ୍ କରିଥାନ୍ତି।



English : Take a look at what trips the agent is promoting, whether on a website or in a shop window.

Odia : ୱେବସାଇଟ୍ କିମ୍ବା ଦୋକାନ ୱିଣ୍ଡୋରେ ଏଜେଣ୍ଟ କେଉଁ ଯାତାୟତକୁ ପ୍ରୋତ୍ସାହିତ କରୁଛନ୍ତି ତାହା ଉପରେ ନଜର ପକାନ୍ତୁ।



[Day34]

English : If you want to see the world on the cheap, for necessity, lifestyle or challenge, there are some ways to do that.

Odia : ଯଦି ଆପଣ ଆବଶ୍ୟକତା, ଜୀବନଶୈଳୀ କିମ୍ବା ଚ୍ୟାଲେଞ୍ଜ୍ ପାଇଁ ବିଶ୍ୱକୁ ଶସ୍ତା ଉପାୟରେ ଦେଖିବାକୁ ଚାହାଁନ୍ତି, ତେବେ ତାହା କରିବା ପାଇଁ କିଛି ଉପାୟ ଅଛି।



English : Basically, they fall into two categories: Either work while you travel or try and limit your expenses. This article is focused on the latter.

Odia : ସାଧାରଣତଃ ସେମାନେ 2 ଟି ଶ୍ରେଣୀରେ ବିଭକ୍ତ: ଆପଣ ଯାତ୍ରା କରିବା ସମୟରେ କାମ କରନ୍ତୁ କିମ୍ବା ଚେଷ୍ଟା କରି ଆପଣଙ୍କର ଖର୍ଚ୍ଚ ସୀମିତ କରନ୍ତୁ। ଏହି ଆର୍ଟିକିଲ୍ ପରବର୍ତ୍ତୀ ଉପରେ କେନ୍ଦ୍ରିତ ହୋଇଛି।



English : For those willing to sacrifice comfort, time and predictability to push expenses down close to zero, see minimum budget travel.

Odia : ଯେଉଁମାନେ ଆରାମ, ସମୟ ଏବଂ ପୂର୍ବନୁମାନକୁ ତ୍ୟାଗ କରି ଖର୍ଚ୍ଚ କମାଇ ଶୂନ୍ୟ କରିବାକୁ ଚାହାଁନ୍ତି, ସେମାନେ ସର୍ବନିମ୍ନ ବଜେଟ ସ୍ତରକୁ ଦେଖନ୍ତୁ।



English : The advice assumes that travellers do not steal, trespass, participate in the illegal market, beg, or otherwise exploit other people for their own gain.

Odia : ଏହି ଉପଦେଶ ଗୁଡିକରେ ଯେ ଭ୍ରମଣକାରୀ ମାନେ ଚୋରୀ କରିବେ ନାହିଁ , ବୀନା ଅନୁମତିରେ କେଉଁଠି ଯିବେ ନାହିଁ, ବେଆଇନ ବଜାର ରେ ଭାଗ ନେବେ ନାହିଁ, ଭିକ ମାଗିବେ ନାହିଁ କିମ୍ବା ଅନ୍ୟ ଲୋକଙ୍କୁ ନିଜ ର ଲାଭ ପାଇଁ ଶୋଷଣ କରିବେ ନାହିଁ ।



English : An immigration checkpoint is usually the first stop when disembarking from a plane, a ship, or another vehicle.

Odia : ଏକ ବିମାନ, ଜାହାଜ କିମ୍ବା ଅନ୍ୟ ଯାନବାହାନରୁ ଓହ୍ଲାଇବା ସମୟରେ ଏକ ଇମିଗ୍ରେସନ୍ ଯାଞ୍ଚ୍ ପଏଣ୍ଟ ସାଧାରଣତଃ ପ୍ରଥମ ଚରଣ ଅଟେ।



English : In some cross-border trains inspections are done on the running train and you should have valid ID with you when boarding one of those trains.

Odia : କେତେକ ସୀମା-ପାର ଟ୍ରେନ୍ ଗୁଡ଼ିକରେ ଚାଲୁଥିବା ଟ୍ରେନରେ ଯାଞ୍ଚ କରାଯାଏ ଏବଂ ସେହି ଟ୍ରେନଗୁଡିକ ମଧ୍ୟରୁ 1 ରେ ଚଢିବାବେଳେ ଆପଣଙ୍କ ପାଖରେ ବୈଧ ପରିଚୟ ପ୍ରମାଣପତ୍ର ରହିବା ଉଚିତ।



English : On night sleeper trains, passports may be collected by the conductor so that you do not have your sleep interrupted.

Odia : ରାତ୍ରିକାଳୀନ ଶୟନାୟନ ଟ୍ରେନ ରେ ଆପଣଙ୍କ ନିଦ୍ରା ରେ ବ୍ୟାଘାତ ନହେବା ପାଇଁ କଣ୍ଡକ୍ଟର ଦ୍ଵାରା ପାସପୋର୍ଟ ସଂଗ୍ରହ କରାଯାଇପାରେ।



English : Registration is an additional requirement for the visa process. In some countries, you must register your presence and address where you are staying with the local authorities.

Odia : ଭିସା ପ୍ରକ୍ରିୟା ପାଇଁ ପଞ୍ଜିକରଣ ଏକ ଅତିରିକ୍ତ ଆବଶ୍ୟକତା। କିଛି ଦେଶରେ, ଆପଣ ନିଶ୍ଚିତଭାବରେ ଆପଣଙ୍କର ଉପସ୍ଥିତି ଏବଂ ଠିକଣା ପଞ୍ଜିକରଣ କରିବେ ଯେଉଁଠାରେ ଆପଣ ସ୍ଥାନୀୟ ପ୍ରତିନିଧିଙ୍କ ସହ ରହୁଛନ୍ତି।



English : This might require filling out a form with the local police or a visit to the immigration offices.

Odia : ଏଥିପାଇଁ ସ୍ଥାନୀୟ ପୁଲିସ ପାଖରେ ଏକ ଫର୍ମ ଭରିବା କିମ୍ବା ଇମିଗ୍ରେସନ୍‍ ଅଫିସକୁ ଯିବା ଆବଶ୍ୟକ ହୋଇପାରେ।



English : In many countries with such a law, local hotels will handle the registration (make sure to ask).

Odia : ଏପରି ନିୟମ ଲାଗୁ ହେଉଥିବା ଅନେକ ଦେଶରେ, ସ୍ଥାନୀୟ ହୋଟେଲଗୁଡ଼ିକ ରେଜିଷ୍ଟ୍ରେସନ୍ କାର୍ଯ୍ୟ କରିଥାଆନ୍ତି (ପଚାରିବା ପାଇଁ ଭୁଲନ୍ତୁ ନାହିଁ)।



English : In other cases, only those staying outside of tourist accommodations need to register. However, this makes the law much more obscure, so find out beforehand.

Odia : ଅନ୍ୟ କ୍ଷେତ୍ରରେ କେବଳ ଯେଉଁମାନେ ଟୁରିଷ୍ଟ ଆବାସ ବାହାରେ ରହନ୍ତି ସେମାନଙ୍କୁ ରେଜିଷ୍ଟ୍ରେସନ କରିବା ଦରକାର ହେଇଥାଏ । ତଥାପି ଏହା ନିୟମକୁ ଅଧିକ ଅସ୍ପଷ୍ଟ କରିଥାଏ, ତେଣୁ ଆଗରୁ ହିଁ ଜାଣି ରଖନ୍ତୁ ।



English : Architecture is concerned with the design and construction of buildings. The architecture of a place is often a tourist attraction in its own right.

Odia : ସ୍ଥାପତ୍ୟ ଶୈଳୀ, ସୌଧର ଡିଜାଇନ୍ ଏବଂ ନିର୍ମାଣ ସହିତ ଜଡ଼ିତ ଅଟେ। ପ୍ରାୟତଃ ଏକ ସ୍ଥାନର ସ୍ଥାପତ୍ୟ ଶୈଳୀ ନିଜେ ଏକ ପର୍ଯ୍ୟଟନ ଆକର୍ଷଣ ହୋଇଥାଏ।



English : Many buildings are quite beautiful to look at and the view from a tall building or from a cleverly-positioned window can be a beauty to behold.

Odia : ବହୁ ପ୍ରାସାଦ ଦେଖିବା ପାଇଁ ଖୁବ୍ ସୁନ୍ଦର ଏବଂ ଏକ ସୁଉଚ୍ଚ ପ୍ରାସାଦ ବା ଚତୁରତାପୂର୍ବକ ତିଆରି କରାଯାଇଥିବା ଝରକାରୁ ଦେଖିଲେ ଏହି ସୌନ୍ଦର୍ଯ୍ୟ ମନମୁଗ୍ଧକର ହୋଇପାରେ।



English : Architecture overlaps considerably with other fields including urban planning, civil engineering, decorative arts, interior design and landscape design.

Odia : ବାସ୍ତୁକଳା ସହରୀ ଯୋଜନା, ସିଭିଲ ଇଞ୍ଜିନିୟରିଂ, ସାଜସଜ୍ଜା କଳା´, ଭିତର ଡିଜାଇନ ଏବଂ ଲାଣ୍ଡସ୍କେପ ଡିଜାଇନ ଏବଂ ଅନ୍ୟାନ୍ୟ କ୍ଷେତ୍ର ସହିତ ବହୁ ମାତ୍ରାରେ ପୃଥକ ଅଟେ।



English : Given how remote many of the pueblos are, you won´t be able to find a significant amount of nightlife without traveling to Albuquerque or Santa Fe.

Odia : ଅନେକ ପ୍ୟୁବ୍ଲୋ କେତେ ଦୂରରେ ଅବସ୍ଥିତ ଆପଣ ଆଲବ୍ୟୁକ୍ୟୁରେକ କିମ୍ବା ସାନ୍ତା ଫେ କୁ ନ ଯାଇ ରାତ୍ରୀ ଜୀବନ ବିଷୟରେ ଅଧିକ କିଛି ଜାଣି ପାରିବେ ନାହିଁ ।



English : However, nearly all of the casinos listed above serve drinks, and several of them bring in name-brand entertainment (primarily the large ones immediately surrounding Albuquerque and Santa Fe).

Odia : ଅବଶ୍ୟ, ଉପରୋକ୍ତ ତାଲିକାରେ ଥିବା ପ୍ରାୟ ସମସ୍ତ କ୍ୟାସିନୋ ପାନୀୟ ପ୍ରଦାନ କରନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅନେକ ନାମୀ-ବ୍ରାଣ୍ଡ ମନୋରଞ୍ଜନ (ମୁଖ୍ୟତଃ ଆଲବୁକର୍କ ଏବଂ ସାଣ୍ଟା ଫେ'ର ଠିକ୍‌ ଚାରିପାଖରେ ଅବସ୍ଥିତ ବଡ଼ କ୍ୟାସିନୋଗୁଡ଼ିକ) ଯୋଗାଇ ଦେଇଥାନ୍ତି।



English : Beware: small-town bars here are not always good places for the out-of-state visitor to hang out.

Odia : ସାବଧାନ: ଛୋଟ ସହରରେ ଥିବା ବାର ଗୁଡିକ ସବୁବେଳେ ଦେଶ ବାହାରୁ ଆସିଥିବା ପରିଦର୍ଶକ ମାନଙ୍କ ପାଇଁ ଭଲ ନୁହେଁ।



English : For one thing, northern New Mexico has significant problems with drunk driving, and the concentration of intoxicated drivers is high close to small-town bars.

Odia : 1 ବିଷୟ ପାଇଁ, ଉତ୍ତର ନ୍ୟୁ ମେକ୍ସିକୋରେ ନିଶାରେ ଡ୍ରାଇଭିଂ କରିବା ସହିତ ଅନେକ ଗୁରୁତ୍ତ୍ଵପୂର୍ଣ୍ଣ ସମସ୍ୟା ରହିଛି ଏବଂ ନିଶାରେ ଡ୍ରାଇଭରମାନଙ୍କର ଏକାଗ୍ରତା ଛୋଟ-ସହରର ବାରଗୁଡିକ ନିକଟରେ ଖୁବ ଅଧିକ।



English : Unwanted murals or scribble is known as graffiti.

Odia : ଅନାବଶ୍ୟକ ପ୍ରାଚୀର ଚିତ୍ର କିମ୍ବା ଲେଖାକୁ ଗ୍ରାଫିଟି କୁହାଯାଏ।



English : While it´s far from a modern phenomenon, most people probably associate it with youth vandalizing public and private property using spray paint.

Odia : ଯାହାହେଉ ଏହା ଏକ ଆଧୁନିକ ଘଟଣାଠାରୁ ବହୁ ଦୂରରେ ଥିବାବେଳେ ଅଧିକାଂଶ ଲୋକ ଏହାକୁ ସ୍ପ୍ରେ ପେଣ୍ଟ ବ୍ୟବହାର କରି ସରକାରୀ ଏବଂ ବେସରକାରୀ ସମ୍ପତ୍ତି କୁ ଭଙ୍ଗାରୁଜା କରୁଥିବା ଯୁବକମାନଙ୍କ ସହିତ ସାମିଲ ହୁଅନ୍ତି।



English : However, nowadays there are established graffiti artists, graffiti events and ¨legal¨ walls. Graffiti paintings in this context often resemble artworks rather than illegible tags.

Odia : ତଥାପି, ଆଜିକାଲି ସେଠାରେ ପ୍ରତିଷ୍ଠିତ ଗ୍ରାଫିଟି କଳାକାର, ଗ୍ରାଫିଟି କାର୍ଯ୍ୟକ୍ରମ ଏବଂ ¨ଆଇନ ସମ୍ମତ¨ କାନ୍ଥ ଅଛି। ଏହି ପ୍ରରିପ୍ରେକ୍ଷୀରେ ଗ୍ରାଫିଟି ଚିତ୍ରଗୁଡ଼ିକ ଅସ୍ପଷ୍ଟ ଟ୍ୟାଗ ନୁହେଁ ବରଂ କଳାକୃତି ସଦୃଶ ଦେଖାଯାଏ।



English : Boomerang throwing is a popular skill that many tourists want to acquire.

Odia : ବୁମେରାଙ୍ଗ ଫୋପାଡ଼ିବା ଏକ ପ୍ରସିଦ୍ଧ କୌଶଳ ଯାହାକୁ ବହୁ ପର୍ଯ୍ୟଟକ ହାସଲ କରିବାକୁ ଚାହାନ୍ତି।



English : If you want to learn throwing a boomerang that comes back to your hand, make sure you have a suitable boomerang for returning.

Odia : ଯଦି ଆପଣ ଆପଣଙ୍କ ହାତକୁ ଫେରି ଆସୁଥିବା ଏକ ବୁମେରାଙ୍ଗ ଫୋପାଡ଼ିବା ଶିଖିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଖରେ ଏକ ଫେରି ଆସିବାକୁ ଉପଯୁକ୍ତ ବୁମେରାଙ୍ଗ ଅଛି ବୋଲି ନିଶ୍ଚିତ କରନ୍ତୁ।



English : Most boomerangs available in Australia are in fact non-returning. It is best for beginners to not try throwing in windy

Odia : ଅଷ୍ଟ୍ରେଲିଆରେ ମିଳୁଥିବା ଅଧିକାଂଶ ବୁମେରାଙ୍ଗ ଗୁଡିକ ପ୍ରକୃତରେ ଅଫେରନ୍ତା। ପବନ ହେଉଥିବା ସମୟରେ ନୂଆଁ ଶିଖୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଚେଷ୍ଟା ନ କରିବା ହିଁ ଭଲ।



English : A Hangi Meal is cooked in a hot pit in the ground.

Odia : ଏକ ହାଙ୍ଗୀ ଭୋଜନ ଭୂମି ଭିତରେ ଏକ ଗରମ ପାତ୍ରରେ ରନ୍ଧାଯାଇଥାଏ।



[Day35]

English : The pit is either heated with hot stones from a fire, or in some places geothermal heat makes areas of ground naturally hot.

Odia : ନିଆଁରେ ଆସିଥିବା ଗରମ ପଥର ଦ୍ଵାରା ଏହି ପିଟ୍ କୁ ଗରମ କରାଯାଇଥାଏ କିମ୍ବା କେତେକ କ୍ଷେତ୍ରରେ ଭୂତତ୍ତ୍ଵ ଉତ୍ତାପ ପ୍ରାକୃତିକ ଭାବେ ଏହାକୁ ଗରମ ରଖିଥାଏ।



English : The hangi is often used to cook a traditional roast style dinner.

Odia : ହାଙ୍ଗିକୁ ପ୍ରାୟତଃ ପାରମ୍ପରିକ ପୋଡ଼ିବା ବା ସେକିବା ଶୈଳୀର ରାତ୍ରୀ ଭୋଜନ ରନ୍ଧନ ପାଇଁ ବ୍ୟବହାର କରା ଯାଇଥାଏ।



English : Several places in Rotorua offer geothermal hangi, while other hangi can be sampled in Christchurch, Wellington and elsewhere.

Odia : ରୋଟୋରୁଆ ର ଅନେକ ଜାଗାରେ ଭୂତତ୍ତ୍ଵ ଉତ୍ତାପ ଦ୍ଵାରା ଚାଲୁଥିବା ହଙ୍ଗି ର ନମୁନା ଖ୍ରୀଷ୍ଟ ଚର୍ଚ, ୱେଲିଙ୍ଗଟନ ଏବଂ ଅନ୍ୟ ଜାଗାରେ ଦେଖାଯାଇପାରେ।



English : MetroRail has two classes on commuter trains in and around Cape Town: MetroPlus (also called First Class) and Metro (called Third Class).

Odia : ମେଟ୍ରୋରେଲ ରେ ପାସେଞ୍ଜର ଟ୍ରେନ ରେ କ୍ୟାପ ଟାଉନ ଭିତରେ ଓ ଚାରି ପାଖରେ ଦୁଇଟି ଶ୍ରେଣୀ ଥାଏ: ମେଟ୍ରୋ ପ୍ଲସ (ପ୍ରଥମ ଶ୍ରେଣୀ ମଧ୍ୟ କୁହାଯାଏ) ଏବଂ ମେଟ୍ରୋ (ତୃତୀୟ ଶ୍ରେଣୀ କୁଆହାଯାଏ)।



English : MetroPlus is more comfortable and less crowded but slightly more expensive, though still cheaper than normal metro tickets in Europe.

Odia : MetroPlus ଅଧିକ ଆରାମଦାୟକ ଏବଂ କମ ଭିଡ କିନ୍ତୁ ସାମାନ୍ୟ ଅଧିକ ମହଙ୍ଗା, ଯଦିଓ ଏବେବି ଇଉରୋପର ସାଧାରଣ ମେଟ୍ରୋ ଟିକେଟ ଠାରୁ ଶସ୍ତା।



English : Every train has both MetroPlus and Metro coaches; the MetroPlus coaches are always on the end of the train nearest Cape Town.

Odia : ପ୍ରତ୍ୟେକ ଟ୍ରେନ ରେ ମେଟ୍ରୋ ପ୍ଲସ ଏବଂ ମେଟ୍ରୋ କୋଚ ଥାଏ; କ୍ୟାପ ଟାଉନ ନିକଟସ୍ଥ ଶେଷ ଆଡକୁ ମେଟ୍ରୋ ପ୍ଲସ କୋଚ ଗୁଡିକ ରହିଥାଏ।



English : Carrying for others - Never let your bags out of your sight, especially when you are crossing international borders.

Odia : ଅନ୍ୟମାନଙ୍କ ଯତ୍ନ ନେବା: କେବେ ବି ନିଜର ନଜରରୁ ନିଜ ବ୍ୟାଗକୁ ଦୂରେଇ ରଖନ୍ତୁ ନାହିଁ, ବିଶେଷକରି ଅନ୍ତରାଷ୍ଟ୍ରୀୟ ସୀମା ପାର କଲା ବେଳେ।



English : You could find yourself being used as a drug carrier without your knowledge, which will land you in a great deal of trouble.

Odia : ଆପଣ ନିଜ ଅଜ୍ଞାତରେ ନିଜକୁ ଡ୍ରଗ୍ ର ବାହକ ଭାବରେ ବ୍ୟବହୃତ ହେଉଥିବା ଜାଣିପାରିବେ, ଯାହାକି ଆପଣଙ୍କୁ ବହୁତ ଅସୁବିଧାରେ ପକାଇବ।



English : This includes waiting in line, as drug-sniffing dogs could be used at any time without notice.

Odia : ଏହା ଧାଡିରେ ଅପେକ୍ଷା କରିବା ଅନ୍ତର୍ଭୁକ୍ତ କରେ, କାରଣ ଡ୍ରଗ୍- ସ୍ନିଫିଂ କୁକୁରମାନେ ଯେକୌଣସି ସମୟରେ ବିନା ସୂଚନାରେ ଉପଯୋଗ ହୋଇ ପାରନ୍ତି ।



English : Some countries have exceedingly draconian punishments even for first time offenses; these can include prison sentences of over 10 years or death.

Odia : କେତେକ ଦେଶରେ ଅତ୍ୟଧିକ କଠୋର ଦଣ୍ଡ ପ୍ରଥମ ଥର ପାଇଁ ମଧ୍ୟ ଥାଏ; ଏଥିରେ ୧୦ ବର୍ଷରୁ ଅଧିକ ଜେଲ କିମ୍ବା ମୃତ୍ୟୁ ଦଣ୍ଡ ଅନ୍ତର୍ଭୁକ୍ତ ରହିପାରେ।



English : Unattended bags are a target for theft and can also attract attention from authorities wary of bomb threats.

Odia : ଅବହେଳିତ ବ୍ୟାଗଗୁଡ଼ିକ ଚୋରୀ ହୋଇଯାଇପାରେ ଏବଂ ଏଗୁଡ଼ିକ ବୋମା ବିପଦ ଆଶଙ୍କାରେ ଥିବା କର୍ତ୍ତୃପକ୍ଷଙ୍କ ଧ୍ୟାନ ମଧ୍ୟ ଆକର୍ଷଣ କରିପାରେ।



English : At home, due to this constant exposure to the local germs, odds are very high that you´re already immune to them.

Odia : ଘର ଭିତରେ ସ୍ଥାନୀୟ ଜୀବାଣୁ ସହ ଅନବରତ ସଂସ୍ପର୍ଶ ଯୋଗୁଁ, ଆପଣ ସେମାନଙ୍କ ପ୍ରତି ପୂର୍ବରୁ ହିଁ ପ୍ରତିରକ୍ଷିତ ହୋଇ ଯାଇଛନ୍ତି।



English : But in other parts of the world, where the bacteriological fauna are new to you, you´re far more likely to run into problems.

Odia : କିନ୍ତୁ ବିଶ୍ୱର ଅନ୍ୟ ସ୍ଥାନରେ ଯେଉଁଠାରେ ଆପଣଙ୍କ ପାଇଁ ଜୀବାଣୁ ସମ୍ବନ୍ଧୀ ଜୀବ ଆପଣଙ୍କ ପାଇଁ ନୂଆ, ସେଠାରେ ଆପଣ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ଅଧିକ।



English : Also, in warmer climates bacteria both grow more quickly and survive longer outside the body.

Odia : ଆହୁରି ମଧ୍ୟ, ଉଷ୍ମ ଜଳବାୟୁରେ ବୀଜାଣୁ ଉଭୟ ଶୀଘ୍ର ବଢ଼ନ୍ତି ଏବଂ ଶରୀର ବାହାରେ ଅଧିକ ସମୟ ବଞ୍ଚିରହନ୍ତି।



English : Thus the scourges of Delhi Belly, the Pharaoh´s Curse, Montezuma´s Revenge, and their many friends.

Odia : ଏହିପରି ଦେଲ୍ଲୀ ବେଲିର ଚାବୁକ, ଫାରୋଙ୍କର ଅଭିଶାପ, ମୋଣ୍ଟେଜୁମାଙ୍କର ପ୍ରତିଶୋଧ, ଏବଂ ସେହିଭଳି ସେମାନଙ୍କର ଅନେକ ବନ୍ଧୁ ଅଛନ୍ତି।



English : As with respiratory problems in colder climates, intestinal problems in hot climates are fairly common and in most cases are distinctly annoying but not really dangerous.

Odia : ଥଣ୍ଡା ଜଳବାଯୁରେ ଯେମିତି ଶ୍ଵାସଗତ ସମସ୍ୟା ଦେଖାଯାଏ ସେମିତି ଗରମ ଜଳବାୟୁରେ ଅନ୍ତନଳୀ ରେ ସମସ୍ୟା ଦେଖାଯିବା ସାଧାରଣ କଥା ଏବଂ ଅଧିକାଂଶ କ୍ଷେତ୍ରରେ ଏହା ସ୍ପଷ୍ଟ ଭାବେ ବିରକ୍ତିକର ହୋଇଥାଏ କିନ୍ତୁ ପ୍ରକୃତରେ ବିପଜ୍ଜନକ ନୁହେଁ।



English : If traveling in a developing country for the first time – or in a new part of the world – don´t underestimate the potential culture shock.

Odia : ଯଦି ବିକାଶଶୀଳ ରାଷ୍ଟ୍ରରେ ପ୍ରଥମଥର ଯାତ୍ରା କରୁଛନ୍ତି - କିମ୍ବା ବିଶ୍ଵର କୌଣସି ନୂତନ ଅଂଶକୁ - ସମ୍ଭାବ୍ୟ ସଂସ୍କୃତିର ଝଲକକୁ ତୁଛ ମଣନ୍ତୁ ନାହିଁ।



English : Many a stable, capable traveler has been overcome by the newness of developing world travel, where many little cultural adjustments can add up quickly.

Odia : ଅନେକ ସ୍ଥାୟୀ, ଦକ୍ଷ ପରିଦର୍ଶକ ବିକାଶଶୀଳ ବିଶ୍ଵ ନୂତନତ୍ତ୍ଵ କୁ ଜିତି ପାରିଛନ୍ତି ଯେଉଁଥିରେ କି ଅଳ୍ପ ସାଂସ୍କୃତିକ ସମନ୍ଵୟ ଶୀଘ୍ର ମିଶିଯାଏ।



English : Especially in your initial days, consider splurging on Western-style and -quality hotels, food, and services to help acclimatize.

Odia : ବିଶେଷ କରି ପ୍ରଥମ ଦିନ ଗୁଡିକରେ ପାଶ୍ଚାତ୍ୟ ଶୈଳୀ ଏବଂ କ୍ଵାଲିଟି ହୋଟେଲ, ଖାଦ୍ୟ ଏବଂ ସେବାରେ ଖର୍ଚ୍ଚ କରିବା ପାଇଁ ବିଚାର କରନ୍ତୁ ଯାହା ଖାପଖୁଆଇବାରେ ସାହାଯ୍ୟ କରିଥାଏ।



English : Do not sleep on a mattress or pad on the ground in areas where you do not know the local fauna.

Odia : ଆପଣ ସ୍ଥାନୀୟ ଜୀବଜନ୍ତୁ ବିଷୟରେ ଜାଣି ନଥିଲେ ଚଟାଣ ରେ ଗଦି କିମ୍ବା ସପ ବିଛାଇ ଶୁଅନ୍ତୁ ନାହିଁ।



English : If you are going to camp out, bring a camp cot or hammock to keep you away from snakes, scorpions and such.

Odia : ଯଦି ଆପଣ ବାହାରେ କ୍ୟାମ୍ପ କରନ୍ତି ତାହେଲେ କ୍ୟାମ୍ପ ଖଟ କିମ୍ବା ଝୁଲା ଖଟ ନିଅନ୍ତୁ ଯାହା ଆପଣଙ୍କୁ ସାପ, ବିଚ୍ଛା ଓ ଏପରି ଜନ୍ତୁ ମାନଙ୍କ ଠାରୁ ଦୂରେଇ ରଖିବ।



English : Fill your home with a rich coffee in the morning and some relaxing chamomile tea at night.

Odia : ସକାଳୁ ଏକ ବଢ଼ିଆ କଫି ଓ ରାତିରେ କିଛି କାମୋମାଇଲ୍ ଚା' ସହିତ ଆପଣଙ୍କ ଘରର ବାତାବରଣକୁ ସମ୍ପୂର୍ଣ୍ଣ କରନ୍ତୁ।



English : When you´re on a staycation, you have the time to treat yourself and take a few extra minutes to brew up something special.

Odia : ଯେତେବେଳେ ଆପଣ ଏକ ଷ୍ଟାଇକେସନ୍ ରେ ଥାଆନ୍ତି, ଆପଣଙ୍କୁ ନିଜକୁ ଟ୍ରିଟ୍ କରିବା ପାଇଁ ଏବଂ କିଛି ବିଶେଷ ପ୍ରସ୍ତୁତ କରିବା ପାଇଁ କିଛି ଅତିରିକ୍ତ ମିନିଟ୍ ସମୟ ଥାଏ।



English : If you´re feeling more adventurous, take the opportunity to juice or blend up some smoothies:

Odia : ଯଦି ଆପଣ ଅଧିକ ଦୁଃସାହସୀ ଅନୁଭବ କରୁଛନ୍ତି, ତେବେ ରସ କିମ୍ବା କିଛି ସ୍ମୁଦି ମିଶ୍ରଣ କରିବାର ସୁଯୋଗ ନିଅନ୍ତୁ:



English : maybe you´ll discover a simple beverage that you can make for breakfast when you´re back to your daily routine.

Odia : ବୋଧହୁଏ ଆପଣ ଏକ ସରଳ ପାନୀୟକୁ ଆବିଷ୍କାର କରିବେ ଯାହାକୁ ଆପଣ ନିଜର ଦୈନନ୍ଦିନ କାର୍ଯ୍ୟକୁ ଫେରିବାବେଳେ ଜଳଖିଆ ପାଇଁ ପ୍ରସ୍ତୁତ କରିପାରିବେ।



[Day36]

English : If you live in a city with a varied drinking culture, go to bars or pubs in neighborhoods you don´t frequent.

Odia : ଯଦି ଆପଣ ଏକ ଭିନ୍ନ ପାନୀୟ ସଂସ୍କୃତି ଥିବା ଏକ ସହରରେ ରହୁଛନ୍ତି, ତେବେ ପାଖରେ ଥିବା ବାର୍ କିମ୍ବା ପବ୍ କୁ ଯାଆନ୍ତୁ ଯେଉଁଠିକୁ ଆପଣ ବାରମ୍ବାର ଯାଆନ୍ତି ନାହିଁ।



English : For those unfamiliar with medical jargon, the words infectious and contagious have distinct meanings.

Odia : ମେଡିକାଲ୍ ଜାର୍ଗନ୍ ସହିତ ଅପରିଚିତ ଥିବା ବ୍ୟକ୍ତିଙ୍କ ପାଇଁ ସଂକ୍ରାମକ, ଏବଂ ସଂସର୍ଗଜନିତ କିମ୍ବା ଛୁଆଁ ଶବ୍ଦର ଭିନ୍ନ ଅର୍ଥ ଅଛି।



English : An infectious disease is one that is caused by a pathogen, such as a virus, bacterium, fungus or other parasites.

Odia : ଏକ ଭୂତାଣୁ, ବୀଜାଣୁ, କବକ କିମ୍ବା ଅନ୍ୟ ପରଜୀବୀ ପରି ପାଥୋଜେନ୍ କାରଣରୁ ସୃଷ୍ଟି ହେଉଥିବା ରୋଗକୁ ସଂକ୍ରାମକ ରୋଗ କୁହାଯାଏ।



English : A contagious disease is a disease which is easily transmitted by being in the vicinity of an infected person.

Odia : ସଂକ୍ରାମକ ରୋଗ ହେଉଛି ଏପରି ଏକ ରୋଗ ଯାହା ସହଜରେ ସଂକ୍ରମିତ ବ୍ୟକ୍ତି ପାଖରେ ରହିଲେ ବ୍ୟାପି ଥାଏ।



English : Many governments require visitors entering, or residents leaving, their countries to be vaccinated for a range of diseases.

Odia : ଅନେକ ସରକାର ସେମାନଙ୍କ ଦେଶରେ ପ୍ରବେଶ କରୁଥିବା ଆଗନ୍ତୁକ କିମ୍ବା ଦେଶ ଛାଡ଼ୁଥିବା ବାସିନ୍ଦାମାନ*କ ନିମନ୍ତେ ବିଭିନ୍ନ ରୋଗ ପାଇଁ ଟିକାକରଣ ଆବଶ୍ୟକ କରନ୍ତି।



English : These requirements may often depend on what countries a traveller has visited or intends to visit.

Odia : ଏହି ଆବଶ୍ୟକତା ବହୁ ସମୟରେ ଜଣେ ଯାତ୍ରୀ କେଉଁ ଦେଶ ଭ୍ରମଣ କରିଛନ୍ତି କିମ୍ବା ଭ୍ରମଣ କରିବାକୁ ଚାହୁଁଛନ୍ତି, ତାହା ଉପରେ ନିର୍ଭର କରିପାରେ।



English : One of strong points of Charlotte, North Carolina, is that it has an abundance of high-quality options for families.

Odia : ଉତ୍ତର କାରୋଲିନାର ଚାର୍ଲୋଟର 1 ଦୃଢ଼ ବିଷୟ ହେଉଛି ଏଠାରେ ପରିବାର ପାଇଁ ପ୍ରଚୁର ଉଚ୍ଚ-ମାନର ବିକଳ୍ପ ରହିଛି।



English : Residents from other areas often cite family-friendliness as a primary reason for moving there, and visitors often find the city easy to enjoy with children around.

Odia : ଅନ୍ୟ ଅଞ୍ଚଳର ବାସିନ୍ଦାମାନେ ଏକ ପ୍ରାଥମିକ କାରଣ ରୂପରେ ପରିବାର ର ବନ୍ଧୁତାକୁ ସେଠାକୁ ଯିବାର ଏକ ମୂଳ କାରଣ ଭାବରେ ଦର୍ଶାଇଥାନ୍ତି, ଏବଂ ପରିଦର୍ଶକମାନଙ୍କୁ ପ୍ରାୟତଃ ସହରକୁ ପିଲାମାନଙ୍କ ସହିତ ଆନନ୍ଦିତ ହେବାକୁ ସହଜ ମନେକରନ୍ତି।



English : In the past 20 years, the amount of child-friendly options in Uptown Charlotte has grown exponentially.

Odia : ଗତ 20 ବର୍ଷ ମଧ୍ୟରେ, ଅପ୍‌ଟାଉନ୍ ସାର୍ଲୋଟରେ ପିଲାମାନଙ୍କ ପାଇଁ ଅନୁକୂଳ ବିକଳ୍ପଗୁଡ଼ିକ ବହୁ ପରିମାଣରେ ବୃଦ୍ଧି ପାଇଛି।



English : Taxis are not generally used by families in Charlotte, though they can be of some use in certain circumstances.

Odia : ଶାଲୋଟ୍‌ରେ ପରିବାରମାନେ ସାଧାରଣତଃ ଟ୍ୟାକ୍ସି ବ୍ୟବହାର କରନ୍ତି ନାହିଁ, ଯଦିଓ ସେଗୁଡ଼ିକ କେତେକ ପରିସ୍ଥିତିରେ ଉପଯୋଗୀ ହୋଇପାରେ।



English : There is a surcharge for having more than 2 passengers, so this option might be more expensive than necessary.

Odia : 2 ରୁ ଅଧିକ ଯାତ୍ରୀ ରହିବା ପାଇଁ ଏକ ଅଧିଭାର ଅଛି, ତେଣୁ ଏହି ବିକଳ୍ପ ଟି ଆବଶ୍ୟକତାଠାରୁ ଅଧିକ ମହଙ୍ଗା ହୋଇପାରେ।



English : Antarctica is the coldest place on Earth, and surrounds the South Pole.

Odia : ଆଣ୍ଟାର୍କଟିକା ପୃଥିବୀର ସବୁଠାରୁ ଶୀତଳ ସ୍ଥାନ, ଏବଂ ଦକ୍ଷିଣ ମେରୁକୁ ଘେରି ରହିଛି।



English : Tourist visits are costly, demand physical fitness, can only take place in summer Nov-Feb, and are largely limited to the Peninsula, Islands and Ross Sea.

Odia : ଭ୍ରମଣକାରୀମାନଙ୍କର ଭ୍ରମଣ ବ୍ୟୟବହୁଳ ହେବା ସହିତ ଫିଜିକଲ୍ ଫିଟନେସ୍ ଦରକାର ହୋଇଥାଏ, ଏହା କେବଳ ନଭେ.-ଫେବୃ. ମଧ୍ୟର ଗରମ ସମୟରେ ହୋଇପାରେ ଏବଂ ଏହା ବିଶାଳ ଭାବରେ ପ୍ରାୟଦ୍ୱୀପ, ଦ୍ୱୀପପୁଞ୍ଜ ତଥା ରସ୍ ସମୁଦ୍ର ମଧ୍ୟରେ ସୀମିତ ହୋଇଥାଏ।



English : A couple of thousand staff live here in summer in some four dozen bases mostly in those areas; a small number stay over winter.

Odia : ପ୍ରାୟ ଚାରି ଡଜନ୍ ବେସ୍‌ରେ ଦୁଇ ହଜାର କର୍ମଚାରୀ ଗ୍ରୀଷ୍ମ ଋତୁରେ ଏଠାରେ ବାସ କରନ୍ତି; ଅଳ୍ପ ସଂଖ୍ୟକ ଶୀତ ଦିନରେ ରୁହନ୍ତି|



English : Inland Antarctica is a desolate plateau covered by 2-3 km of ice.

Odia : ଇନଲ୍ୟାଣ୍ଡ ଆଣ୍ଟର୍କଟିକା 2-3 km ମୋଟେଇର ବରଫ ଦ୍ୱାରା ଆବୃତ ଏକ ନିର୍ଜନ ମାଳଭୂମି।



English : Occasional specialist air tours go inland, for mountaineering or to reach the Pole, which has a large base.

Odia : ପର୍ବତାରୋହଣ ପାଇଁ କିମ୍ବା ମେରୁରେ ପହଞ୍ଚିବା ପାଇଁ ବେଳେବେଳେ ବିଶେଷଜ୍ଞଙ୍କର ବିମାନ ଯାତ୍ରା କରି ଇନଲ୍ୟାଣ୍ଡକୁ ଯାଆନ୍ତି, ଯାହାର ଏକ ବଡ଼ ଆଧାର ଅଛି।



English : The South Pole Traverse (or Highway) is a 1600 km trail from McMurdo Station on the Ross Sea to the Pole.

Odia : ରସ୍ ସମୁଦ୍ରରେ ସ୍ଥିତ ମ୍ୟାକ୍‌ମର୍ଡୋ ଷେଶନ୍‌ଠାରୁ ପୋଲ୍ ପର୍ଯ୍ୟନ୍ତ ଦକ୍ଷିଣ ଧ୍ରୁବ ଟ୍ରାଭର୍ସ (ବା ରାଜପଥ) ହେଉଛି 1600 କି.ମି. ଦୂର।



English : It´s compacted snow with crevasses filled in and marked by flags. It can only be traveled by specialized tractors, hauling sleds with fuel and supplies.

Odia : ଏହା ସଂଚାପିତ ବରଫ ସହିତ ପୂର୍ଣ୍ଣ ହୋଇଥିବା କ୍ରେଭାସ ହୋଇଥିବା ସହିତ ପତାକା ଦ୍ୱାରା ଚିହ୍ନିତ କରାଯାଇଥାଏ। ଏଠାରେ କେବଳ ସ୍ୱତନ୍ତ୍ର ଟ୍ରାକ୍ଟର ଦ୍ୱାରା ଯାତାୟତ କରାଜାଇପାରେ, ଟଣାଯାଉଥିବା ସ୍ଲେଜରେ ଇନ୍ଧନ ଏବଂ ଯୋଗାଣ କରାଯାଇପାରେ।



English : These aren´t very nimble so the trail has to take a long swerve around the Transantarctic Mountains to come onto the plateau.

Odia : ଏଗୁଡ଼ିକ ଏତେ କ୍ଷିପ୍ର ନୁହେଁ, ତେଣୁ ମାଳଭୂମିକୁ ଆସିବା ପାଇଁ ଯାତ୍ରା ପଥରେ ଟ୍ରାନ୍ସଆଣ୍ଟାର୍କଟିକ୍ ପର୍ବତ ଚାରିପାଖରେ ଏକ ଲମ୍ବା ମୋଡ଼ ନେବାକୁ ପଡ଼ିଥାଏ।



English : The most common cause for accidents in winter is slippery roads, pavements (sidewalks) and especially steps.

Odia : ଶୀତଦିନେ ଦୁର୍ଘଟଣାର ସବୁଠାରୁ ସାଧାରଣ କାରଣ ହେଉଛି ଖସଡା ରାସ୍ତା, ପାଦ ଚଲାରାସ୍ତା (ଫୁଟ୍‌ପାଥ୍) ଏବଂ ବିଶେଷତଃ ପାହାଚ|



English : At a minimum, you need footwear with suitable soles. Summer shoes are usually very slippery on ice and snow, even some winter boots are deficient.

Odia : ଅତିକମରେ, ଆପଣଙ୍କୁ ଉପଯୁକ୍ତ ସୋଲ୍ ଥିବା ଚପଲ କିମ୍ବା ଜୋତା ଦରକାର। ଗ୍ରୀଷ୍ମ ଋତୁରେ ପିନ୍ଧୁଥିବା ଜୋତା ସାଧାରଣତଃ ବରଫ ଏବଂ ତୁଷାର ଉପରେ ଅତ୍ୟଧିକ ଖସଡ଼ା ହୋଇଥାଏ, ଏପରିକି କିଛି ଶୀତକାଳୀନ ଜୋତାରେ ମଧ୍ୟ ଏହିଭଳି ଅଭାବ ଥାଏ।



English : The pattern should be deep enough, 5 mm (1/5 inch) or more, and the material soft enough in cold temperatures.

Odia : ଏହି ପାଟର୍ନ୍‌ ଯଥେଷ୍ଟ ଗଭୀର, 5 mm (1/5 ଇଞ୍ଚ) କିମ୍ବା ଅଧିକ ଏବଂ ଏହାର ଉପାଦାନ ଶୀତଳ ତାପମାତ୍ରାରେ ଯଥେଷ୍ଟ ନରମ ହେବା ଆବଶ୍ୟକ।



English : Some boots have studs and there is studded add-on equipment for slippery conditions, suitable for most shoes and boots, for the heels or heels and sole.

Odia : କେତେକ ଜୋତାରେ ଷ୍ଟୁଡ୍ ଗୁଡ଼ିକ ଅଛି ଏବଂ ଖସଡା ଅବସ୍ଥା ପାଇଁ ଷ୍ଟଡ୍ଡ୍ ଯୋଡ଼ିପାରିବା ଉପକରଣ ମଧ୍ୟ ଅଛି, ଯାହାକି ଅଧିକାଂଶ ଜୋତା ଏବଂ ବୁଟ୍ ଗୁଡ଼ିକ ପାଇଁ, ହିଲ୍ କିମ୍ବା ସୋଲ୍ ପାଇଁ ଉପଯୁକ୍ତ ଅଟେ।



English : Heels should be low and wide. Sand, gravel or salt (calcium chloride) is often scattered on roads or paths to improve traction.

Odia : ହୀଲ୍‌ଗୁଡ଼ିକ ନିମ୍ନ ଓ ପ୍ରସସ୍ତ ହେବା ଦରକାର। ବାଲି, ବଜୁରୀ କିମ୍ବା ଲୁଣ (କ୍ୟାଲସିୟମ୍ କ୍ଲୋରାଇଡ୍) କର୍ଷଣକୁ ଉନ୍ନତ କରିବା ପାଇଁ ଅନେକ ସମୟରେ ମର୍ଗରେ ବିଚ୍ଛୁରିତ କରାଯାଇଥାଏ।



English : Avalanches are not an abnormality; steep slopes can hold only so much slow, and the excess volumes will come down as avalanches.

Odia : ହିମସ୍ଖଳନ ଅସ୍ଵାଭାବିକ ନୁହେଁ, ଅତ୍ୟୁଚ୍ଚ ତୀଖଗୁଡିକ କେବଳ ଯେତିକି ବରଫ ଧରି ରଖିପାରେ, ତାହା ଠାରୁ ଅଧିକ ବରଫ ହିମସ୍ଖଳନ ରୂପରେ ତଳକୁ ଖସିଯିବ।



[Day37]

English : The problem is that snow is sticky, so it needs some triggering to come down, and some snow coming down can be the triggering event for the rest.

Odia : ସମସ୍ୟାଟି ହେଉଛି ତୁଷାର ଅଠାଳିଆ ହୋଇଥାଏ, ତେଣୁ ଏହା ତଳକୁ ଖସିବା ପାଇଁ କିଛି ଟ୍ରିଗର୍ ଆବଶ୍ୟକ କରିଥାଏ ଏବଂ କିଛି ତୁଷାର ତଳକୁ ଖସିଲେ ତାହା ଅବଶିଷ୍ଟ ପାଇଁ ଟ୍ରିଗର୍ ଭାବରେ କାର୍ଯ୍ୟ କରିପାରେ।



English : Sometimes the original trigging event is the sun warming the snow, sometimes some more snowfall, sometimes other natural events, often a human.

Odia : ବେଳେବେଳେ ମୂଳ ଟ୍ରିଗିଂ ଘଟଣା ବରଫକୁ ଗରମ କରୁଥିବା ସୂର୍ଯ୍ୟ ହୋଇଥାଏ, ବେଳେବେଳେ ଅଧିକ ତୁଷାରପାତ, ବେଳେବେଳେ ଅନ୍ୟାନ୍ୟ ପ୍ରାକୃତିକ ଘଟଣା, ଏବଂ ପ୍ରାୟତଃ ମଣିଷ ମଧ୍ୟ ହୋଇଥାଏ।



English : A tornado is a spinning column of very low-pressure air, which sucks the surrounding air inward and upward.

Odia : ଏକ ଘୂର୍ଣ୍ଣିବାତ୍ୟା ହେଉଛି ଅତି ନିମ୍ନ-ଚାପ ବାୟୁର ଏକ ଘୂର୍ଣ୍ଣନ ସ୍ତମ୍ଭ, ଯାହା ଆଖପାଖର ବାୟୁକୁ ଭିତର ଆଡକୁ ଏବଂ ଉପର ଆଡକୁ ଟାଣିଥାଏ।



English : They generate high winds (often 100-200 miles/hour) and can lift heavy objects into the air, carrying them as the tornado moves.

Odia : ସେଗୁଡ଼ିକ ଉଚ୍ଚ ବେଗରେ ବାୟୁ ପ୍ରବାହ ସୃଷ୍ଟି କରନ୍ତି (ପ୍ରାୟତଃ 100-200 ମାଇଲ / ଘଣ୍ଟା) ଏବଂ ଘୂର୍ଣ୍ଣିବାତ୍ୟା ଗତି କରିବା ପରି ସେଗୁଡ଼ିକ ଭାରୀ ଜିନିଷଗୁଡ଼ିକୁ ବାୟୁରେ ଉପରକୁ ଉଠାଇ ପାରନ୍ତି ।



English : They begin as funnels descending from storm clouds, and become ¨tornadoes¨ when they touch the ground.

Odia : ସେଗୁଡିକ ଝଡ ମେଘରୁ ଅବତରଣ କରୁଥିବା କାହାଳୀ ପରି ଆରମ୍ଭ ହୋଇଥାଏ, ଏବଂ ଯେତେବେଳେ ଭୂମି ସ୍ପର୍ଶ କରେ ସେତେବେଳେ "ଘୂର୍ଣ୍ଣିଝଡ଼" ହୋଇଯାଏ।



English : Personal VPN (virtual private network) providers are an excellent way of circumventing both political censorship and commercial IP-geofiltering.

Odia : ଉଭୟ ରାଜନୈତିକ ଦୋଷଗୁଣ ସମୀକ୍ଷା ଏବଂ ବ୍ୟାବସାୟିକ IP-ଜିଓଫିଲ୍ଟରିଂକୁ ଫାଙ୍କିବା ପାଇଁ ପର୍ସନାଲ୍ VPN (ଭର୍ଚୁଆଲ୍ ପ୍ରାଇଭେଟ୍ ନେଟ୍‌ୱର୍କ) ପ୍ରଦାନକାରୀଗୁଡ଼ିକ ଏକ ଉତ୍କୃଷ୍ଟ ଉପାୟ।



English : They are superior to web proxies for several reasons: They re-route all Internet traffic, not only http.

Odia : ଅନେକ କାରଣ ପାଇଁ ସେଗୁଡିକ ୱେବ୍ ପ୍ରକ୍ସିଠାରୁ ଉନ୍ନତ ହୋଇଥାଏ: ସେମାନେ କେବଳ http ନୁହେଁ ସମସ୍ତ ଇଣ୍ଟରନେଟ୍ ଟ୍ରାଫିକକୁ ରିରୁଟ କରିଥାଏ।



English : They normally offer higher bandwidth and better quality of service. They are encrypted and thus harder to spy on.

Odia : ସେମାନେ ସାଧାରଣତଃ ଉଚ୍ଚ ବ୍ୟାଣ୍ଡୱିଡଥ୍ ଏବଂ ଉନ୍ନତ ମାନର ସେବା ପ୍ରଦାନ କରିଥା'ନ୍ତି । ସେଗୁଡ଼ିକ ଏନକ୍ରିପ୍ଟ ହୋଇଥାଏ ଏବଂ ଏହିପରି ଭାବେ ତଥ୍ୟ ଚୋରୀ କରିବା କଷ୍ଟକର ହୋଇଥାଏ।



English : The media companies routinely lie about the purpose of this, claiming that it is to ¨prevent piracy¨.

Odia : ମିଡିଆ କମ୍ପାନୀ ଗୁଡ଼ିକ ¨ଚୋରୀକୁ ଅଟକାଇବା ପାଇଁ¨ କ୍ଳେମ୍ କରିବା ସହିତ ନିୟମିତ ରୂପରେ ଉଦ୍ଦେଶ୍ୟ ବିଷୟରେ ମିଥ୍ୟା କହନ୍ତି।



English : In fact, region codes have absolutely no effect on illegal copying; a bit-for-bit copy of a disk will play just fine on any device where the original will.

Odia : ବାସ୍ତବରେ, ବେଆଇନ କପୀ ଉପରେ ଅଞ୍ଚଳ କୋଡ୍‌ଗୁଡ଼ିକର କୌଣସି ପ୍ରଭାବ ନାହିଁ; ଗୋଟିଏ ଡିସ୍କର ବିଟ୍-କୁ-ବିଟ୍ କପୀ ଯେକୌଣସି ଡିଭାଇସ୍‌ରେ ଠିକ୍ ଚାଲିବ, ଯେଉଁଠାରେ ମୂଳଟି ଚାଲିବ।



English : The actual purpose is to give those companies more control over their markets; it´s all about money spinning.

Odia : ସେହି କମ୍ପାନୀଗୁଡ଼ିକୁ ସେମାନଙ୍କ ବଜାର ଉପରେ ଅଧିକ ନିୟନ୍ତ୍ରଣ ଦେବା ହିଁ ପ୍ରକୃତ ଉଦ୍ଦେଶ୍ୟ ଅଟେ; ଏହା ସବୁ କିଛି ଟଙ୍କା ଘୂରିବା ବିଷୟରେ ଅଟେ।



English : Because calls are routed over the Internet, you do not need to use a phone company located where you live or where you travel.

Odia : ଇଣ୍ଟରନେଟରେ କଲ୍‌ ରାଉଟ୍ କରାଯାଉଥିବା ହେତୁ, ଆପଣ ରହୁଥିବା କିମ୍ବା ଆପଣ ଭ୍ରମଣ କରୁଥିବା ସ୍ଥାନର କୌଣସି ଫୋନ୍ କମ୍ପାନୀ ବ୍ୟବହାର କରିବା ଆପଣଙ୍କ ପାଇଁ ଅନାବଶ୍ୟକ।



English : There is also no requirement that you obtain a local number from the community in which you live; you can obtain a satellite Internet connection in the wilds of Chicken, Alaska and select a number which claims you´re in sunny Arizona.

Odia : କୌଣସି ଆବଶ୍ୟକତା ନାହିଁ ଯେ ଆପଣ ରହୁଥିବା ସମ୍ପ୍ରଦାୟରୁ ଆପଣ ଏକ ସ୍ଥାନୀୟ ସଂଖ୍ୟା ପାଇବେ; ଆପଣ ଚିକେନ୍, ଆଲାସ୍କାର ବନ୍ୟପ୍ରାଣୀରେ ଏକ ଉପଗ୍ରହ ଇଣ୍ଟରନେଟ୍ ସଂଯୋଗ ପାଇପାରିବେ ଏବଂ ଏକ ନମ୍ବର ଚୟନ କରିପାରିବେ ଯାହା ଦାବି କରେ ଯେ ଆପଣ ଖରାଦିନିଆ ଆରିଜୋନାରେ ଅଛନ୍ତି।



English : Often, you have to buy a global number separately that allows PSTN phones to call you. Where the number is from makes a difference for people calling you.

Odia : ପ୍ରାୟତଃ, ଆପଣଙ୍କୁ ଅଲଗା ଭାବରେ ଏକ ବିଶ୍ଵ ଜନିତ ନମ୍ବରକୁ କିଣିବାକୁ ପଡିବ ଯାହାକି PSTN ଫୋନ୍ କୁ ଆପଣଙ୍କୁ କଲ୍ କରିବାକୁ ଅନୁମତି ଦିଏ। ନମ୍ବରଟି କେଉଁଠାରୁ ତାହା ଆପଣଙ୍କୁ କଲ୍ କରିଥିବା ଲୋକଙ୍କ ପାଇଁ ଏକ ପାର୍ଥକ୍ୟ ସୃଷ୍ଟି କରେ।



English : Real-time text translator apps – applications that are capable of automatically translating whole segments of text from one language into another.

Odia : ରିଅଲ୍-ଟାଇମ୍ ଟେକ୍ସଟ୍ ଟ୍ରାନ୍ସଲେଟର୍ ଆପ୍ସ - ଆପ୍ଲିକେଶନ୍‌ଗୁଡ଼ିକ, ଯାହା ସ୍ୱୟଂଚାଳିତ ଭାବରେ ଟେକ୍ସଟ୍‌ର ସମଗ୍ର ବିଭାଗକୁ ଗୋଟିଏ ଭାଷାରୁ ଅନ୍ୟ ଭାଷାରେ ଅନୁବାଦ କରିବାରେ ସକ୍ଷମ ଅଟେ।



English : Some of the applications in this category can even translate texts in foreign languages on signs or other objects in the real world when the user points the smartphone towards those objects.

Odia : ଏହି ବର୍ଗର କିଛି ଆପ୍ଲିକେସନ୍ ଗୁଡ଼ିକ ବାସ୍ତବିକ ଦୁନିଆରେ ସଂକେତ କିମ୍ବା ଅନ୍ୟାନ୍ୟ ବସ୍ତୁ ଗୁଡ଼ିକ ଉପରେ ବିଦେଶୀ ଭାଷାରେ ପାଠକୁ ଅନୁବାଦ କରିପାରିବ, ଯେତେବେଳେ ଉପଯୋଗକର୍ତ୍ତା ସ୍ମାର୍ଟଫୋନ୍ କୁ ସେହି ବସ୍ତୁ ଆଡକୁ ଦେଖାଇବେ।



English : The translation engines have improved dramatically, and now often give more or less correct translations (and more seldom gibberish), but some care is due, as they still may have gotten it all wrong.

Odia : ଅନୁବାଦ ଇଞ୍ଜିନ୍ ଗୁଡ଼ିକ ନାଟକୀୟ ଭାବରେ ସୁଧାର ହୋଇଛି, ଏବଂ ବର୍ତ୍ତମାନ ପ୍ରାୟତଃ ଅଧିକ କିମ୍ବା କମ୍ ସଠିକ୍ ଅନୁବାଦ ପ୍ରଦାନ କରନ୍ତି (ଏବଂ ବୋଧ ହୁଏ କେବେ କେବେ ଗିବରିଶ କୁହାଯାଏ), କିନ୍ତୁ କିଛି ଯତ୍ନ ନିଆଯାଉଥିବାର କାରଣ ଯୋଗୁଁ ତଥାପି ଏହି ସବୁ କିଛି ଭୁଲ ହୋଇପାରେ।



English : One of the most prominent apps in this category is Google Translate, which allows offline translation after downloading the desired language data.

Odia : ଏହି ବର୍ଗର ଅନ୍ୟତମ ପ୍ରମୁଖ 1ଟି ଆପ୍ ହେଉଛି Google Translate ଯାହା ଇଚ୍ଛିତ ଭାଷା ତଥ୍ୟ ଡାଉନଲୋଡ୍ କରିବା ପରେ ଅଫଲାଇନ୍ ଅନୁବାଦକୁ ଅନୁମତି ଦେଇଥାଏ।



English : Using GPS navigation apps on your smartphone can be the easiest and most convenient way to navigate when out of your home country.

Odia : ଆପଣ ଗୃହ ଦେଶରୁ ବାହାରକୁ ଯିବା ପରେ ନ୍ୟାଭିଗେଟ୍ କରିବା ପାଇଁ ନିଜର ସ୍ମାର୍ଟଫୋନ ରେ GPS ନେଭିଗେସନ ଆପ୍ ବ୍ୟବହାର କରିବା ସବୁଠାରୁ ସହଜ ଏବଂ ସବୁଠାରୁ ସୁବିଧା ଉପାୟ ହୋଇପାରେ।



English : It can save money over buying new maps for a GPS, or a standalone GPS device or renting one from a car rental company.

Odia : ଏହା ଏକ GPS ପାଇଁ ନୂତନ ମ୍ୟାପ୍ କିଣିବା କିମ୍ବା ଏକ ସ୍ୱତନ୍ତ୍ର GPS ଡିଭାଇସ୍ କିଣିବା କିମ୍ବା କାର୍ ରେଣ୍ଟାଲ୍ କମ୍ପାନୀରୁ ଭଡ଼ାରେ ନିଆଯିବା ଉପରେ ଟଙ୍କା ସଞ୍ଚୟ କରିପାରିବ।



English : If you don´t have a data connection for your phone, or when it is out of range, their performance can be limited or unavailable.

Odia : ଯଦି ଆପଣଙ୍କର ଫୋନ୍ ରେ ଆପଣଙ୍କର ଡାଟା ସଂଯୋଗ ନାହିଁ, କିମ୍ବା ଯେତେବେଳେ ଏହା ପରିସର ବାହାରେ ଥାଏ, ତେବେ ତାହାର କାର୍ଯ୍ୟଦକ୍ଷତା ସୀମିତ କିମ୍ବା ଉପଲବ୍ଧ ହୋଇପାରିବ ନାହିଁ।



English : Every corner store is filled with a confusing array of pre-paid phone cards that can be used from pay phones or ordinary telephones.

Odia : ପ୍ରତ୍ୟେକ କର୍ନର୍ ଷ୍ଟୋର୍‌ ଧାଡ଼ିରେ ସଜ୍ଜିତ ବିଭିନ୍ନ ପ୍ରି-ପେଡ୍ ଫୋନ୍ କାର୍ଡରେ ପୂର୍ଣ୍ଣ ହୋଇଥାଏ ଯାହାକୁ ପେ ଫୋନ୍ କିମ୍ବା ସାଧାରଣ ଟେଲିଫୋନ୍‌ରୁ ବ୍ୟବହାର କରାଯାଇପାରିବ।



English : While most cards are good for calling anywhere, some specialise in providing favourable call rates to specific groups of countries.

Odia : ଅଧିକାଂଶ କାର୍ଡ ଯେକୌଣସି ସ୍ଥାନରେ କଲ୍ କରିବା ପାଇଁ ଭଲ ହୋଇଥିବାବେଳେ କେତେକ ଦେଶର ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଅନୁକୂଳ କଲ୍ ହାର ପ୍ରଦାନ କରିବାରେ ବିଶେଷ ହୋଇଥାନ୍ତି।



English : Access to these services is often through a toll-free telephone number that can be called from most phones without charge.

Odia : ଏକ ଟେଲିଫୋନ ନମ୍ବରରୁ ଟୋଲ-ଫ୍ରୀ ମାଧ୍ୟମରେ ଏହି ସେବାଗୁଡ଼ିକ ପ୍ରାପ୍ତ ହୋଇଥାଏ ଯାହା ବିନା ଶୁଳ୍କରେ ଅଧିକାଂଶ ଫୋନରୁ କରିହେବ।



English : Rules regarding regular photography also apply to video recording, possibly even more so.

Odia : ଭିଡିଓ ରେକର୍ଡିଙ୍ଗ୍ ପାଇଁ ନିୟମିତ ଫୋଟୋଗ୍ରାଫୀ ସମ୍ବନ୍ଧିତ ନିୟମ ମଧ୍ୟ ଲାଗୁ ହୋଇଥାଏ, ବୋଧହୁଏ ଆହୁରି ବହୁତ ନିୟମ ରହିଥାଏ।



[Day38]

English : If just taking a photo of something isn´t allowed, then you shouldn´t even think of recording a video of it.

Odia : ଯଦି କୌଣସି ବସ୍ତୁର ଫଟୋ ଉଠାଇବାକୁ ଅନୁମତି ନାହିଁ, ତେବେ ଆପଣଙ୍କୁ ତାହାର ଭିଡିଓ ରେକର୍ଡିଂ କରିବାକୁ ମଧ୍ୟ ଭାବିବା ଉଚିତ ନୁହେଁ।



English : If using a drone, check well in advance as to what you are allowed to film and what permits or additional licensing are required.

Odia : ଯଦି ଏକ ଡ୍ରୋନ୍ ବ୍ୟବହାର କରୁଥା'ନ୍ତି, ତେବେ ଆପଣଙ୍କୁ କଣ ଶୁଟ୍ କରିବା ପାଇଁ ଅନୁମତି ମିଳିଛି ଏବଂ କେଉଁ ଅନୁମତି କିମ୍ବା ଅତିରିକ୍ତ ଲାଇସେନ୍ସ ଦରକାର, ତାହା ବହୁତ ଆଗରୁ ଭଲ ଭାବେ ଯାଞ୍ଚ କରନ୍ତୁ।



English : Flying a drone near an airport or over a crowd is almost always a bad idea, even if it´s not illegal in your area.

Odia : ବିମାନ ବନ୍ଦର ନିକଟରେ କିମ୍ବା ଭିଡ଼ ଉପରେ ଡ୍ରୋନ୍ ଉଡାଇବା ଯଦିଓ ଏହା ଆପଣଙ୍କ ଅଞ୍ଚଳରେ ବେଆଇନ ନୁହେଁ, ପ୍ରାୟତଃ ଏକ ଖରାପ ବିଚାର ଅଟେ।



English : Nowadays air travel is only rarely booked directly through the airline without first searching and comparing prices.

Odia : ଆଜିକାଲି ପ୍ରଥମେ ଅନୁସନ୍ଧାନ ନକରି ଏବଂ ମୂଲ୍ୟ ତୁଳନା ନକରି ବିମାନ ଯାତ୍ରା ପାଇଁ ବୁକିଂ ସିଧାସଳଖ ଏୟାର ଲାଇନ ମାଧ୍ୟମରେ କ୍ୱଚିତ କରାଯାଇଥାଏ।



English : Sometimes the same flight can have vastly differing prices at various agregators and it pays to compare search results and to also look at the website of the airline itself before booking.

Odia : ବେଳେବେଳେ ସମାନ ଉଡ଼ାଣରେ ବିଭିନ୍ନ ଏଗ୍ରିଗେଟର୍‌ରେ ମୂଲ୍ୟରେ ବହୁତ ପାର୍ଥକ୍ୟ ରହିପାରେ ଏବଂ ସନ୍ଧାନ ଫଳାଫଳକୁ ତୁଳନା କରିବା ତଥା ବୁକିଂ କରିବା ପୂର୍ବରୁ ବିମାନର ୱେବସାଇଟ୍‌କୁ ଦେଖିବା ପାଇଁ ମଧ୍ୟ ଏହା ଦେୟ ଦେଇଥାଏ।



English : While you may not need a visa for short visits to certain countries as a tourist or for business, going there as an international student generally requires a longer stay than going there just as a casual tourist.

Odia : ପର୍ଯ୍ୟଟକ ଭାବରେ କିମ୍ବା ବ୍ୟବସାୟ ପାଇଁ କେତେକ ନିର୍ଦ୍ଦିଷ୍ଟ ଦେଶକୁ ସ୍ୱଳ୍ପକାଳ ପରିଦର୍ଶନ ପାଇଁ ଆପଣଙ୍କୁ ଭିସା ଆବଶ୍ୟକ ହୋଇନପାରେ, ସେଠାକୁ ସାମୟିକ ପର୍ଯ୍ୟଟକ ଭାବରେ ଯିବା ଅପେକ୍ଷା ଜଣେ ଅନ୍ତର୍ଜାତୀୟ ବିଦ୍ୟାର୍ଥୀ ଭାବରେ ଗଲେ ସାଧାରଣତଃ ଅଧିକ ସମୟ ରହଣି ଆବଶ୍ୟକ ହୁଏ।



English : In general, staying in any foreign country for an extended period of time will require you to obtain a visa in advance.

Odia : ସାଧାରଣ ଭାବରେ, କୌଣସି ବିଦେଶୀ ରାଷ୍ଟ୍ରରେ ଏକ ବର୍ଦ୍ଧିତ ସମୟ ପାଇଁ ରହିବାକୁ ଆପଣଙ୍କୁ ଆଗୁଆ ଭିସା ହାସଲ କରିବା ଆବଶ୍ୟକ ହେବ।



English : Student visas generally have different requirements and application procedures from normal tourist or business visas.

Odia : ବିଦ୍ୟାର୍ଥୀ ଭିସା ପାଇଁ ସାଧାରଣତଃ ସାଧାରଣ ପର୍ଯ୍ୟଟକ କିମ୍ବା ବ୍ୟବସାୟ ଭିସା ଠାରୁ ଭିନ୍ନ ଆବଶ୍ୟକତା ଏବଂ ଆବେଦନ ପ୍ରକ୍ରିୟା ଥାଏ।



English : For most countries, you will need an offer letter from the institution you wish to study at, and also evidence of funds to support yourself for at least the first year of your course.

Odia : ଅଧିକାଂଶ ଦେଶ ପାଇଁ, ଆପଣଙ୍କୁ ସେହି ସଂସ୍ଥା ଠାରୁ ଏକ ପ୍ରସ୍ତାବ ପତ୍ରର ଆବଶ୍ୟକତା ହେବ, ଯେଉଁ ସଂସ୍ଥାରେ ଆପଣ ପଢିବାକୁ ଚାହୁଁଛନ୍ତି, ଏବଂ ଆପଣଙ୍କର ପାଠ୍ୟକ୍ରମରେ ଅତି କମରେ ପ୍ରଥମ ବର୍ଷ ପାଇଁ ନିଜକୁ ସମର୍ଥନ କରିବା ପାଇଁ ଧନର ପ୍ରମାଣ ମଧ୍ୟ ଆବଶ୍ୟକ କରିବେ।



English : Check with the institution, as well as the immigration department for the country you wish to study in for detailed requirements.

Odia : ପୁଙ୍ଖାନୁପୁଙ୍ଖ ଆବଶ୍ୟକତା ପାଇଁ ଆପଣ ଅଧ୍ୟୟନ କରିବାକୁ ଚାହୁଁଥିବା ଦେଶର ଇମିଗ୍ରେସନ୍ ବା ପ୍ରବାସନ ବିଭାଗ ତଥା ଅନୁଷ୍ଠାନ ସହିତ ଯାଞ୍ଚ କରନ୍ତୁ।



English : Unless you are a diplomat, working overseas generally means that you will have to file income tax in the country you are based in.

Odia : ଯଦି ଆପଣ ଜଣେ କୂଟନୀତିଜ୍ଞ ନୁହଁନ୍ତି, ତେବେ ସାଧାରଣତଃ ବିଦେଶରେ କାର୍ଯ୍ୟ କରିବାର ଅର୍ଥ ହେଉଛି ଯେ ଆପଣ ଯେଉଁ ଦେଶରେ ଅଛନ୍ତି ସେହି ଦେଶରେ ଆପଣଙ୍କୁ ଆୟକର ଫାଇଲ୍ କରିବାକୁ ହେବ।



English : Income tax is structured differently in different countries, and the tax rates and brackets vary widely from one country to another.

Odia : ବିଭିନ୍ନ ଦେଶରେ ଆୟକରର ଢାଞ୍ଚା ଅଲଗା ଏବଂ ଗୋଟିଏ ଦେଶ ଠାରୁ ଅନ୍ୟ ଦେଶରେ ଟିକସ ହାର ଓ ବ୍ରାକେଟ୍ ବହୁତ ଭିନ୍ନ ହୋଇଥାଏ।



English : In some federal countries, such as the United States and Canada, income tax is levied both at the federal level and at the local level, so the rates and brackets can vary from region to region.

Odia : ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡା ପରି କେତେକ ସଂଘୀୟ ଦେଶରେ ଉଭୟ ସଂଘୀୟ ସ୍ତରରେ ଏବଂ ସ୍ଥାନୀୟ ସ୍ତରରେ ଆୟକର ଆଦାୟ କରାଯାଏ, ତେଣୁ ଦର ଏବଂ ବନ୍ଧନୀ କ୍ଷେତ୍ର ଅନୁସାରେ ଭିନ୍ନ ହୋଇପାରେ।



English : While immigration check is usually absent or a formality when you arrive in your homeland, customs control can be a hassle.

Odia : ଯେତେବେଳେ ଦେଶାନ୍ତର ବାସ ଯାଞ୍ଚ କିମ୍ବା ଏକ ଔପଚାରିକତା ସାଧାରଣତଃ ଅନୁପସ୍ଥିତ ଥାଏ, ତେବେ ଆପଣ ନିଜର ଦେଶରେ ପହଞ୍ଚିବା ସମୟରେ କଷ୍ଟମ୍ ନିୟନ୍ତ୍ରଣ ଏକ ଅସୁବିଧା ହୋଇପାରେ।



English : Make sure you know what you can and cannot bring in and declare anything over the legal limits.

Odia : ଆପଣ ନିଜ ସାଙ୍ଗରେ କଣ ଆଣିପାରିବେ ଓ କଣ ନୁହେଁ ତାହା ଜାଣିଛନ୍ତି ବୋଲି ନିଶ୍ଚିତ କରନ୍ତୁ ଏବଂ ଆଇନଗତ ସୀମା ଠାରୁ ଅଧିକ ଥିବା ଯେକୌଣସି ଜିନିଷ ବିଷୟରେ ଘୋଷଣା କରନ୍ତୁ।



English : The easiest way to get started in the business of travel writing is to hone your skills on an established travel blog website.

Odia : ଭ୍ରମଣ ଲେଖାର ବ୍ୟବସାୟରେ ପ୍ରାରମ୍ଭ କରିବାର ସହଜ ଉପାୟ ହେଉଛି ଏକ ପ୍ରତିଷ୍ଠିତ ଭ୍ରମଣ ବ୍ଲଗ୍ ୱେବସାଇଟରେ ନିଜର ଦକ୍ଷତାକୁ ସୁଧାରିବା ଅଟେ।



English : After you become comfortable with formatting and editing on the web, then later, you might create your own website.

Odia : ୱେବ ଫର୍ମାଟିଂ ଏବଂ ଏଡିଟିଂରେ ଯଥେଷ୍ଟ ଅଭିଜ୍ଞତା ପାଇଲା ପରେ, ଆପଣ ନିଜର ୱେବସାଇଟ୍ ତିଆରି କରିପାରିବେ।



English : Volunteering while travelling is a great way to make a difference but it´s not just about giving.

Odia : ଭ୍ରମଣ ସମୟରେ କିଛି ପରିବର୍ତ୍ତନ ପାଇଁ ସ୍ଵେଚ୍ଛାକୃତ ଭାବେ ସେବା କରିବା ଏକ ବହୁତ ଭଲ ଉପାୟ ଅଟେ, କିନ୍ତୁ ଏହା କେବଳ ବଦାନ୍ୟତା ପାଇଁ ନୁହେଁ।



English : Living and volunteering in a foreign country is a great way to get to know a different culture, meet new people, learn about yourself, get a sense of perspective and even gain new skills.

Odia : ଏକ ଭିନ୍ନ ସଂସ୍କୃତିକୁ ଜାଣିବା, ନୂତନ ଲୋକଙ୍କୁ ଭେଟିବା, ନିଜ ବିଷୟରେ ଜାଣିବା, ଏକ ଭିନ୍ନ ଦୃଷ୍ଟିରୁ ଚିନ୍ତା କରିବା ଏବଂ ଏପରିକି ଏକ ନୂତନ କୌଶଳ ଲାଭ କରିବା ପାଇଁ ଏକ ବୈଦେଶିକ ରାଷ୍ଟ୍ରରେ ରହିବା ଏବଂ ସ୍ୱେଚ୍ଛାସେବୀ ଭାବରେ କାମ କରିବା ଏକ ଚମତ୍କାର ଉପାୟ।



English : It can also be a good way to stretch a budget to allow a longer stay somewhere since many volunteer jobs provide room and board and a few pay a small salary.

Odia : ଅନେକ ସ୍ଵେଚ୍ଛାସେବକ ଚାକିରି କୋଠରୀ ଏବଂ ବୋର୍ଡ ପ୍ରଦାନ କରୁଥିବା ଏବଂ କିଛି ସ୍ୱଳ୍ପ ବେତନ ପ୍ରଦାନ କରୁଥିବା ଯୋଗୁଁ ଏହା ଅଧିକ କିଛି ଦିନ ରହିବାକୁ ବଜେଟ୍ ବିସ୍ତାର କରିବାରେ ଏକ ଭଲ ଉପାୟ ହୋଇପାରେ ।



English : Vikings used the Russian waterways to get to the Black Sea and Caspian Sea. Parts of these routes can still be used. Check possible need for special permits, which may be difficult to get.

Odia : ଭାଇକିଙ୍ଗମାନେ ଋଷୀୟ ଜଳପଥଗୁଡ଼ିକୁ ବ୍ୟବହାର କରି କୃଷ୍ଣ ସାଗର ଏବଂ କାସପିଆନ୍ ସାଗରକୁ ଯାଉଥିଲେ। ଏହି ମାର୍ଗଗୁଡ଼ିକର କିଛି ଅଂଶ ଏବେ ବି ବ୍ୟବହୃତ ହୋଇପାରିବ। ସହଜରେ ମିଳୁନଥିବା ସେହି ବିଶେଷ ଅନୁମତିଗୁଡ଼ିକ ପାଇବାକୁ କ'ଣ ଆବଶ୍ୟକ ହୋଇପାରେ ଯାଞ୍ଚ କରନ୍ତୁ।



English : The White Sea–Baltic Canal connects the Arctic Ocean to the Baltic Sea, via Lake Onega, Lake Ladoga and Saint Petersburg, mostly by rivers and lakes.

Odia : ଶ୍ୱେତ ସାଗର - ବାଲ୍ଟିକ୍ କେନାଲ, ଆର୍କଟିକ୍ ମହାସାଗରକୁ ବାଲଟିକ୍ ସାଗର ସହିତ ମୁଖ୍ୟତଃ ନଦୀ ଓ ହ୍ରଦ ମାଧ୍ୟମରେ, ଓନେଗା ହ୍ରଦ, ଲାଡୋଗା ହ୍ରଦ ଏବଂ ସେଣ୍ଟ ପିଟର୍ସବର୍ଗ ଦେଇ ସଂଯୋଗ କରିଥାଏ।



English : Lake Onega is also connected to Volga, so coming from the Caspian Sea through Russia is still possible.

Odia : ଓନେଗା ହ୍ରଦ ମଧ୍ୟ ଭୋଲଗା ସହିତ ସଂଯୁକ୍ତ ଅଟେ, ତେଣୁ ରୁଷ ଦେଇ କାସପିଆନ୍ ସାଗରରୁ ଆସିବା ସମ୍ଭବପର ହୋଇଥାଏ ।



English : Be assured that once you hit the marinas everything will be pretty obvious. You will meet other boat hitchhikers and they will share their information with you.

Odia : ଆପଣ ନିଶ୍ଚିତ ହୁଅନ୍ତୁ ଯେ ଥରେ ମରିନା ପହଞ୍ଚିବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ । ଆପଣ ଅନ୍ୟ ଡଙ୍ଗାରେ ଅନ୍ୟ ମାଗଣା ସହଯାତ୍ରୀଙ୍କୁ ଭେଟିବେ ଏବଂ ସେମାନେ ଆପଣଙ୍କୁ ସେମାନଙ୍କ ବିଷୟରେ ସୂଚନା ଦେବେ ।



English : Basically you´ll be putting up notices offering your help, pacing the docks, approaching people cleaning their yachts, trying to make contact with sailors in the bar, etc.

Odia : ମୂଳତଃ, ଆପଣ ଆପଣଙ୍କ ସାହାଯ୍ୟ ପ୍ରଦାନ କରିବାର ନୋଟିସ୍ ଲଗାଇବେ, ଗୋଟିଏ ଡକରୁ ଅନ୍ୟ ଡକକୁ ଯିବେ, ଯେଉଁ ବ୍ୟକ୍ତି ମାନେ ନିଜର ଡଙ୍ଗାକୁ ସଫା କରୁଥିବେ ସେମାନଙ୍କ ସହ କଥା ହେବାକୁ ଚେଷ୍ଟା କରିବେ, ବାରରେ ଥିବା ନାବିକମାନଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିବେ, ଇତ୍ୟାଦି।



[Day39]

English : Try to talk to as many people as possible. After a while everyone will know you and will give you hints as to which boat is looking for someone.

Odia : ଯେତେ ସମ୍ଭବ ସେତେ ଅଧିକ ଲୋକଙ୍କ ସହ କଥା ହେବାକୁ ଚେଷ୍ଟା କରନ୍ତୁ। କିଛି ସମୟ ପରେ ସମସ୍ତେ ଆପଣଙ୍କୁ ଜାଣିବେ ଓ କେଉଁ ଡଙ୍ଗା ଲୋକ ଖୋଜୁଛି ସେ ବିଷୟରେ ଆପଣଙ୍କୁ ସୂଚନା ଦେବେ।



English : You should choose your Frequent Flyer airline in an alliance carefully.

Odia : ଆପଣ ମିଳିତ ଭାବେ ଫ୍ରିକ୍ୱେଣ୍ଟ ଫ୍ଲାଏର୍ ଏୟାରଲାଇନ୍ ବାଛିବା ଉଚିତ ।



English : Although you may think it is intuitive to join the airline you fly most, you should be aware that privileges offered are often different and frequent flyer points may be more generous under a different airline in the same alliance.

Odia : ଯଦିଓ ଆପଣ ଭାବୁଥିବେ ଯେ ଆପଣ ଅଧିକ ଉଡ଼ୁଥିବା ବିମାନରେ ଯୋଗଦେବା ପାଇଁ ମାନସିକ ଭାବେ ପ୍ରସ୍ତୁତ ଅଛନ୍ତି, ତେବେ ଆପଣ ସଚେତନ ହେବା ଉଚିତ ଯେ ପ୍ରଦାନ କରାଯାଉଥିବା ସୁବିଧା ପ୍ରାୟତଃ ଭିନ୍ନ ଏବଂ ସେହି ସମାନ ଗୋଷ୍ଠୀର ଏକ ଭିନ୍ନ ଏୟାରଲାଇନରେ ଫ୍ରିକ୍ୱେଣ୍ଟ ଫ୍ଲାୟର୍ ପଏଣ୍ଟ ଅଧିକ ଉଦାର ହୋଇପାରେ ।



English : Airlines such as Emirates, Etihad Airways, Qatar Airways & Turkish Airlines have greatly expanded their services to Africa, and offer connections to many major African cities at competitive rates than other European airlines.

Odia : ଏମିରେଟ୍ସ, ଏତିହାଦ୍ ଏୟାରୱେଜ୍, କାତାର ଏୟାରୱେଜ୍ ଏବଂ ତୁର୍କୀ ଏୟାରଲାଇନ୍ସ ଭଳି ବିମାନ ଚଳାଚଳ କମ୍ପାନୀଗୁଡ଼ିକ ଆଫ୍ରିକାକୁ ସେମାନଙ୍କ ସେବା ଯଥେଷ୍ଟ ବିସ୍ତାର କରିଛନ୍ତି ଏବଂ ଅନ୍ୟ ୟୁରୋପୀୟ ବିମାନ ଚଳାଚଳ କମ୍ପାନୀଗୁଡ଼ିକ ଠାରୁ ପ୍ରତିଯୋଗିତାମୂଳକ ଦରରେ ପ୍ରମୁଖ ଆଫ୍ରିକୀୟ ସହରଗୁଡ଼ିକୁ ସଂଯୋଗ ପ୍ରଦାନ କରୁଛନ୍ତି।



English : Turkish Airlines flies to 39 destinations in 30 African countries as of 2014.

Odia : ତୁର୍କୀ ଏୟାରଲାଇନ୍ସ 2014 ମସିହା ସୁଦ୍ଧା 30 ଟି ଆଫ୍ରିକୀୟ ଦେଶର 39 ଟି ଗନ୍ତବ୍ୟ ସ୍ଥଳକୁ ଉଡ଼ୁଛି।



English : If you have additional travel time, check to see how your total fare quote to Africa compares with a round-the-world fare.

Odia : ଯଦି ଆପଣଙ୍କ ପାଖରେ ଭ୍ରମଣ ପାଇଁ ଅଧିକ ସମୟ ଅଛି, ତେବେ ଆଫ୍ରିକା ପାଇଁ ଆପଣ ପାଇଥିବା ମୋଟ ଭଡ଼ାର ଅଟକଳକୁ ଏକ ପୃଥିବୀ-ଭ୍ରମଣର ଭଡ଼ା ସହିତ ତୁଳନା କରି ଦେଖନ୍ତୁ।



English : Don´t forget to add in the extra costs of additional visas, departure taxes, ground transportation, etc. for all those places outside of Africa.

Odia : ଆଫ୍ରିକା ବାହାରର ସବୁ ସ୍ଥାନ ପାଇଁ ଅତିରିକ୍ତ ଭିସା, ପ୍ରସ୍ଥାନ କର, ଭୂଭାଗ ପରିବହନ ଇତ୍ୟାଦିର ଅତିରିକ୍ତ ଖର୍ଚ୍ଚ ଯୋଗ କରିବାକୁ ଭୁଲନ୍ତୁ ନାହିଁ।



English : If you want to fly around the world completely in the Southern Hemisphere, the choice of flights and destinations is limited due to the lack of transoceanic routes.

Odia : ଯଦି ଆପଣ ସମ୍ପୂର୍ଣ୍ଣ ଭାବେ ଦକ୍ଷିଣ ଗୋଲାର୍ଦ୍ଧରେ ଥାଇ ପୃଥିବୀ ପ୍ରଦକ୍ଷିଣ କରିବାକୁ ଚାହାଁନ୍ତି, ତେବେ ଆନ୍ତଃମହାସାଗରୀୟ ମାର୍ଗର ଅଭାବ ହେତୁ ବିମାନ ଏବଂ ଗନ୍ତବ୍ୟ ସ୍ଥଳର ପସନ୍ଦ ସୀମିତ ଅଟେ।



English : No airline alliance covers all three ocean crossings in the Southern Hemisphere (and SkyTeam covers none of the crossings).

Odia : କୌଣସି ମିଳିତ ଏୟାରଲାଇନ୍ସ ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ତିନୋଟି ମହାସାଗରର ମିଳନ ସ୍ଥଳରେ ଯାତ୍ରା କରେନାହିଁ (ଏବଂ SkyTeam କୌଣସି ମିଳନ ସ୍ଥଳରେ ଯାତ୍ରା କରେ ନାହିଁ) I



English : However, Star Alliance covers everything except the eastern South Pacific from Santiago de Chile to Tahiti, which is a LATAM Oneworld flight.

Odia : ଏହା ସତ୍ତ୍ୱେ, ଏକ LATAM Oneworld ବିମାନ ହୋଇଥିବା ଷ୍ଟାର ଆଲାଏନ୍ସ ପୂର୍ବ ଦକ୍ଷିଣ ପ୍ରଶାନ୍ତ ମହାସାଗର ବ୍ୟତୀତ ସାଣ୍ଟିଆଗୋ ଡି ଚିଲି ଠାରୁ ତାହିତି ପର୍ଯ୍ୟନ୍ତ ସବୁ ଆଡେ ଯାଏ।



English : This flight is not the only option if you want to skip the South Pacific and the west coast of South America. (see below)

Odia : ଯଦି ଆପଣ ଦକ୍ଷିଣ ପ୍ରଶାନ୍ତ ମହାସାଗର ଓ ଦକ୍ଷିଣ ଆମେରିକାର ପଶ୍ଚିମ ଉପକୂଳକୁ ବାଦ୍‍ ଦେବାକୁ ଚାହୁଁଥାନ୍ତି ତେବେ ଏହି ଫ୍ଲାଇଟ୍‍ ଏକ ମାତ୍ର ବିକଳ୍ପ ନୁହେଁ। (ନିମ୍ନରେ ଦେଖନ୍ତୁ)



English : In 1994, the ethnically Armenian Nagorno-Karabakh region of Azerbaijan waged war against the Azeris.

Odia : 1994 ରେ, ମୂଳତଃ ଆର୍ମେନୀୟ ହୋଇଥିବା ଆଜରବାଇଜାନର ନାଗର୍ଣ୍ଣୋ-କାରାବାଖ୍‌ ଅଞ୍ଚଳ ଆଜେରୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲା।



English : With Armenian backing, a new republic was created. However, no established nation - not even Armenia - officially recognizes it.

Odia : ଆର୍ମେନିଆର ସମର୍ଥନରେ, ଏକ ନୂଆ ସାଧାରଣତନ୍ତ୍ର ସୃଷ୍ଟି କରାଯାଇଥିଲା। ଅବଶ୍ୟ, କୌଣସି ପ୍ରତିଷ୍ଠିତ ରାଷ୍ଟ୍ର - ଏପରିକି ଆର୍ମେନିଆ ମଧ୍ୟ ଏହାକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦେଇନାହିଁ।



English : Diplomatic arguments over the region continue to mar relations between Armenia and Azerbaijan.

Odia : ଏହି କ୍ଷେତ୍ର ଉପରେ କୂଟନୀତିଯୁକ୍ତ ତର୍କ ଆର୍ମେନିଆ ଏବଂ ଆଜେରବୈଜାନ ମଧ୍ୟରେ ସମ୍ପର୍କକୁ ଜାରି ରଖିଛି।



English : The Canal District (Dutch: Grachtengordel) is the famous 17th-century district surrounding the Binnenstad of Amsterdam.

Odia : କେନାଲ୍ ଜିଲ୍ଲା (ଡଚ୍: ଗ୍ରାଚଟେଙ୍ଗୋର୍ଡେଲ୍) ହେଉଛି 17ଶ- ଶତାବ୍ଦୀର ପ୍ରସିଦ୍ଧ ଜିଲ୍ଲା, ଯାହା ଆମଷ୍ଟର୍ଡାମ୍ ସ୍ଥିତ ବିନେନଷ୍ଟାଡ୍‌ର ଚତୁର୍ପାଶ୍ୱରେ ପରିବେଷ୍ଟିତ।



English : The whole district is designated as a UNESCO World Heritage Site for its unique cultural and historical value, and its property values are among the highest of the country.

Odia : ଏହାର ଅନନ୍ୟ ସାଂସ୍କୃତିକ ତଥା ଐତିହାସିକ ପ୍ରାଧାନ୍ୟତା ପାଇଁ ସମଗ୍ର ଜିଲ୍ଲାକୁ UNESCO ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ନିର୍ଦ୍ଧାରିତ କରାଯାଇଛି, ଏବଂ ଏହାର ସମ୍ପତ୍ତି ମୂଲ୍ୟ ଦେଶରେ ସର୍ବୋଚ୍ଚ ସ୍ଥାନରେ ଅଛି।



English : Cinque Terre, which means Five Lands, comprises the five small coastal villages of Riomaggiore, Manarola, Corniglia, Vernazza and Monterosso located in the Italian region of Liguria.

Odia : ଲିଗୁରିଆର ଇଟାଲୀ ଅଞ୍ଚଳରେ ଅବସ୍ଥିତ ରିଓମାଗିଓର୍, ମନାରୋଲା, କର୍ନିଗ୍ଲିଆ, ଭର୍ନାଜା ଓ ମୋଣ୍ଟେରୋସୋର ପାଞ୍ଚୋଟି ଛୋଟ ତଟୀୟ ଗାଁ ଭଳି ପଞ୍ଚ ଭୂମିକୁ ନେଇ ସିଙ୍କ୍ ଟେରେ ଗଠିତ।



English : They are listed on the UNESCO World Heritage List.

Odia : ସେମାନେ UNESCO ବିଶ୍ଵ ଐତିହ୍ୟ ତାଲିକାରେ ତାଲିକାଭୁକ୍ତ ହୋଇଛନ୍ତି।



English : Over the centuries, people have carefully built terraces on the rugged, steep landscape right up to the cliffs that overlook the sea.

Odia : ଅନେକ ଅନେକ ଶତାବ୍ଦୀ ଧରି, ଲୋକମାନେ ସମୁଦ୍ର ଆଡ଼କୁ ଦେଖାଯାଉଥିବା ଶିଖର ର ଠିକ ଉପର ପର୍ଯ୍ୟନ୍ତ ଦୁର୍ଗମ, ଖାଲ ଦୃଶ୍ୟରେ ସାବଧାନତାର ସହିତ ଛାତ ନିର୍ମାଣ କରିଛନ୍ତି।



English : Part of its charm is the lack of visible corporate development. Paths, trains and boats connect the villages, and cars cannot reach them from the outside.

Odia : ଏହାର ଆକର୍ଷଣର ଏକ ଅଂଶ ଦୃଶ୍ୟମାନ କର୍ପୋରେଟ୍ ବିକାଶର ଅଭାବ ଅଟେ। ରାସ୍ତା, ରେଳ ଏବଂ ଡଙ୍ଗା ଗାଁକୁ ଯୋଡ଼ିଥାଏ ଏବଂ କାରଗୁଡିକ ବାହାରୁ ସେମାନଙ୍କ ପାଖକୁ ପହଞ୍ଚିପାରେ ନାହିଁ।



English : The varieties of French which are spoken in Belgium and Switzerland differ slightly from the French spoken in France, though they are similar enough to be mutually intelligible.

Odia : ବେଲଜିୟମ୍ ଏବଂ ସୁଇଜରଲ୍ୟାଣ୍ଡରେ କୁହାଯାଉଥିବା ବିଭିନ୍ନ ପ୍ରକାର ଫ୍ରେଞ୍ଚ, ଫ୍ରାନ୍ସରେ କୁହାଯାଉଥିବା ଫ୍ରେଞ୍ଚଠାରୁ ସାମାନ୍ୟ ଭିନ୍ନ, ଅବଶ୍ୟ ସେଗୁଡ଼ିକରେ ଯଥେଷ୍ଟ ସାଦୃଶ୍ୟତା ରହିଛି ଯାହାଫଳରେ ଗୋଟିଏ ଭାଷାରୁ ଆଉ ଗୋଟିଏ ଭାଷାକୁ ବୁଝିହୁଏ।



English : In particular, the numbering system in French-speaking Belgium and Switzerland has some slight peculiarities that are different from the French spoken in France, and the pronunciation of some words is slightly different.

Odia : ବିଶେଷ ଭାବରେ, ଫ୍ରେଞ୍ଚ ଭାଷା କହୁଥିବା ବେଲଜିୟମ ଏବଂ ସୁଇଜରଲ୍ୟାଣ୍ଡରେ ଥିବା ନମ୍ବରିଂ ସିଷ୍ଟମରେ କିଛି ସାମାନ୍ୟ ବିଶେଷତ୍ଵ ଅଛି ଯାହାକି ଫ୍ରାନ୍ସରେ କୁହାଯାଉଥିବା ଫ୍ରେଞ୍ଚଠାରୁ ଭିନ୍ନ ଅଟେ ଏବଂ କିଛି ଶବ୍ଦଗୁଡ଼ିକର ଉଚ୍ଚାରଣ ସାମାନ୍ୟ ଭିନ୍ନ ଅଟେ।



English : Nevertheless, all French-speaking Belgians and Swiss would have learned standard French in school, so they would be able to understand you even if you used the standard French numbering system.

Odia : ତଥାପି, ସମସ୍ତ ଫ୍ରେଞ୍ଚ ଭାଷା କହୁଥିବା ବେଲଜିୟମ୍ ଏବଂ ସ୍ଵିସ୍ ବିଦ୍ୟାଳୟରେ ମାନକଯୁକ୍ତ ଫ୍ରେଞ୍ଚ ଶିଖିଥାନ୍ତେ, ତେଣୁ ଯଦି ଆପଣ ଷ୍ଟାଣ୍ଡାର୍ଡ଼ ଫ୍ରେଞ୍ଚ ନମ୍ବରିଂ ସିଷ୍ଟମକୁ ବ୍ୟବହାର କରନ୍ତି, ତେବେ ସେମାନେ ଆପଣଙ୍କୁ ବୁଝିବାକୁ ସମର୍ଥ ହେବେ।



English : In many parts of the world, waving is a friendly gesture, indicating ¨hello.¨

Odia : ପୃଥିବୀର ବହୁ ଅଂଶରେ, ହାତ ହଲାଇବା ଏକ ବନ୍ଧୁତ୍ୱପୂର୍ଣ୍ଣ ଅଙ୍ଗଭଙ୍ଗୀ ହୋଇଥାଏ, ଯାହା ¨ହେଲୋ¨କୁ ସୂଚାଇଥାଏ।



English : However, in Malaysia, at least among the Malays in rural areas, it means ¨come over,¨ similar to the index finger bent toward the body, a gesture which is used in certain Western countries, and should be used only for that purpose.

Odia : ହେଲେ, ମାଲେସିଆରେ, ଅତି କମରେ ଗ୍ରାମାଞ୍ଚଳରେ ମାଳୟମାନଙ୍କ ମଧ୍ୟରେ ଏହାର ଅର୍ଥ ହେଉଛି "ଏଠାକୁ ଆସ", ଶରୀର ଦିଗକୁ ବଙ୍କି ରହିଥିବା ବିଶି ଆଙ୍ଗୁଠି ପରି ଏକ ଅଙ୍ଗଭଙ୍ଗୀ, ଯାହା କେତେକ ନିର୍ଦ୍ଦିଷ୍ଟ ପାଶ୍ଚାତ୍ୟ ଦେଶରେ ବ୍ୟବହୃତ ହୁଏ ଏବଂ କେବଳ ସେହି ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ଉଚିତ।



[Day40]

English : Similarly, a British traveller in Spain may mistake a wave goodbye involving the palm facing the waver (rather than the person being waved at) as a gesture to come back.

Odia : ସେହିଭଳି, ସ୍ପେନର ଜଣେ ବ୍ରିଟିଶ ଯାତ୍ରୀ ଫେରି ଆସିବା ପାଇଁ ଏକ ସଂକେତ ଭାବରେ ପାପୁଲିକୁ ଓଲଟେଇ ବିଦାୟ ପାଇଁ ହାତ ହଲେଇ (ବ୍ୟକ୍ତି ହାତ ନ ହେଲେଇଥିଲେ ମଧ୍ୟ) ଭୁଲ୍ ଭାବରେ ବିଦାୟ କରିପାରନ୍ତି।



English : Auxiliary languages are artificial or constructed languages created with the intent of facilitating communication between peoples who would otherwise have difficulty communicating.

Odia : ଆନୁସଙ୍ଗିକ ଭାଷା ହେଉଛି କୃତ୍ରିମ ବା ନିର୍ମିତ ଭାଷା ଯାହା ଲୋକମାନଙ୍କ ମଧ୍ୟରେ ଯୋଗାଯୋଗକୁ ସୁଗମ କରିବା ଉଦ୍ଦେଶ୍ୟରେ ସୃଷ୍ଟି ହୋଇଛି, ଯେଉଁମାନେ ଅନ୍ୟଥା ଯୋଗାଯୋଗ କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।



English : They are separate from lingua francas, which are natural or organic languages that become dominant for one reason or another as means of communication between speakers of other languages.

Odia : ସେଗୁଡ଼ିକ ଲିଙ୍ଗୁଆ ଫ୍ରାଙ୍କା ଠାରୁ ଅଲଗା, ଯାହା ପ୍ରାକୃତିକ କିମ୍ବା ଅର୍ଜଗାନିକ ଭାଷା ଯାହା ଅନ୍ୟ ଭାଷାର ବକ୍ତାଙ୍କ ମଧ୍ୟରେ 1 ଟି କିମ୍ବା ଅନ୍ୟ କାରଣ ପାଇଁ ଯୋଗାଯୋଗର ମାଧ୍ୟମ ଭାବରେ ପ୍ରାଧାନ୍ୟ ହୋଇଥାଏ।



English : In the heat of the day, travelers can experience mirages that give the illusion of water (or other things).

Odia : ଦିନର ଉତ୍ତପ୍ତ ସମୟରେ, ଯାତ୍ରୀମାନେ ମରିଚିକା ଦେଖିପାରନ୍ତି ଯାହା ଜଳର (କିମ୍ବା ଅନ୍ୟାନ୍ୟ ଜିନିଷ)ର ଭ୍ରମ ଉତ୍ପନ୍ନ କରିଥାଏ।



English : These can be dangerous if the traveler pursue the mirage, wasting precious energy and remaining water.

Odia : ମରୀଚିକାକୁ ଅନୁସରଣ କରି ବହୁମୂଲ୍ୟ ଶକ୍ତି ଏବଂ ଅବଶିଷ୍ଟ ଜଳ ନଷ୍ଟ କରିବା ଭ୍ରମଣକାରୀଙ୍କ ପାଇଁ ବିପଜ୍ଜନକ ହୋଇପାରେ।



English : Even the hottest of deserts can become extremely cold at night. Hypothermia is a real risk without warm clothing.

Odia : ଏପରିକି ସବୁଠାରୁ ଉତ୍ତପ୍ତ ମରୁଭୂମି ବି ରାତିରେ ମାତ୍ରାଧିକ ଶୀତଳ ହୋଇପାରେ। ଗରମ ପୋଷାକ ବିନା ହାଇପୋଥର୍ମିଆ ଏକ ବାସ୍ତବିକ ବିପଦ ଆଶଙ୍କା ହୋଇଥାଏ।



English : In summer, especially, you´ll need to watch out for mosquitoes if you decide to hike through the rainforest.

Odia : ଗ୍ରୀଷ୍ମ ଋତୁରେ, ବିଶେଷକରି, ଯଦି ଆପଣ ରେନ୍ ଫରେଷ୍ଟ ବା ଘଞ୍ଚ ଜଙ୍ଗଲରେ ବୁଲିବାକୁ ସ୍ଥିର କରନ୍ତି ତେବେ ଆପଣଙ୍କୁ ମଶାମାନଙ୍କ ପ୍ରତି ସତର୍କ ରହିବାକୁ ପଡିବ।



English : Even if you´re driving through the subtropical rainforest, a few seconds with the doors open while you get inside the vehicle is enough time for mosquitoes to get in the vehicle with you.

Odia : ଯଦିଓ ଆପଣ ଗ୍ରୀଷ୍ମ ମଣ୍ଡଳୀୟ ସୀମାନ୍ତବର୍ତ୍ତୀ ବୃଷ୍ଟିବନ ଦେଇ ଗାଡି ଚଲାଉଛନ୍ତି, ତେବେ ଆପଣ ଗାଡି ଭିତରକୁ ପଶିବାବେଳେ କବାଟ ଖୋଲିବା ସମୟରେ ମଶା ଆପଣଙ୍କ ସହିତ ଗାଡିରେ ପଶିବା ପାଇଁ କିଛି ସେକେଣ୍ଡ ମଧ୍ୟ ଯଥେଷ୍ଟ ସମୟ ଅଟେ।



English : Bird flu, or more formally avian influenza, can infect both birds and mammals.

Odia : ବର୍ଡ ଫ୍ଲୁ କିମ୍ବା ଅଧିକ ଔପଚାରିକ ଭାବେ ଆଭିଆନ ଇନଫ୍ଲୁଏଞ୍ଜା ଦ୍ୱାରା ଉଭୟ ପକ୍ଷୀ ଓ ସ୍ତନ୍ୟପାୟୀ ଜୀବ ସଂକ୍ରମିତ ହେବାର ସମ୍ଭାବନା ରହିଛି।



English : Fewer than a thousand cases have ever been reported in humans, but some of them have been fatal.

Odia : ମନୁଷ୍ୟମାନଙ୍କଠାରେ ଏକ ହଜାରରୁ କମ୍ ଘଟଣା ନଜିର ଆସିଛି, ମାତ୍ର ସେଗୁଡ଼ିକ ମଧ୍ୟରୁ କିଛି ମାରାତ୍ମକ ଅଟେ।



English : Most have involved people who work with poultry, but there is also some risk to birdwatchers.

Odia : ଅଧିକାଂଶ ମାମଲାରେ କୁକୁଡ଼ା ପାଳନ କରୁଥିବା ଲୋକେ ସମ୍ପୃକ୍ତ ଥାଆନ୍ତି, କିନ୍ତୁ ପକ୍ଷୀ ଦେଖିବାକୁ ଆସୁଥିବା ଲୋକଙ୍କ ପାଇଁ ମଧ୍ୟ କିଛି ବିପଦ ଅଛି।



English : Typical for Norway are steep fjords and valleys that suddenly give way to a high, more or less even plateau.

Odia : ପ୍ରକାରଗତ ଭାବେ ନରୱେରେ ତୀଖ ଥିବା ଫିଓର୍ଡ ଏବଂ ଉପତ୍ୟକା ପରେ ହଠାତ୍ ଏକ ଉଚ୍ଚ, ଅଧିକ କିମ୍ବା କମ୍ ସମତଳ ମାଳଭୂମି ଥାଏ।



English : These plateaus are often referred to as ¨vidde¨ meaning a wide, open treeless space, a boundless expanse.

Odia : ଏହି ଉପତ୍ୟକାଗୁଡ଼ିକୁ ପ୍ରାୟତଃ ¨ ଭିଡେ¨ କୁହାଯାଏ, ଯାହାର ଅର୍ଥ ଏକ ପ୍ରଶସ୍ତ, ଖୋଲା ବୃକ୍ଷହୀନ ସ୍ଥାନ, ଏକ ସୀମାହୀନ ବିସ୍ତାର।



English : In Rogaland and Agder they are usually called ¨hei¨ meaning a treeless moorland often covered in heather.

Odia : ରୋଗାଲାଣ୍ଡ ଏବଂ ଏଗଡ଼ରରେ ସେମାନଙ୍କୁ ସାଧାରଣତଃ ¨ ହେ ¨କୁହାଯାଏ ଯାହାର ଅର୍ଥ ହେଉଛି ଏକ ବୃକ୍ଷହୀନ ବଞ୍ଜର ଭୂମି ଯାହା ପ୍ରାୟତଃ ହେଥରରେ ଆବୃତ ।



English : The glaciers are not stable, but flow down the mountain. This will cause cracks, crevasses, which may be obscured by snow bridges.

Odia : ହିମସ୍ରୋତ ସ୍ଥିର ହୋଇନଥାଏ, କିନ୍ତୁ ପର୍ବତ ତଳକୁ ପ୍ରବାହିତ ହୋଇଥାଏ। ଏହାଦ୍ୱାରା ଖାଲ, ଫାଟ ସୃଷ୍ଟି ହୋଇଥାଏ, ଯାହା ତୁଷାର ସେତୁ ଦ୍ୱାରା ଆଛନ୍ନ ହୋଇପାରେ।



English : The walls and roofs of ice caves can collapse and cracks can get closed.

Odia : ବରଫ ଗୁମ୍ଫାଗୁଡ଼ିକର କାନ୍ଥ ଓ ଛାତ ଭୁଷୁଡ଼ି ଯାଇପାରେ ଓ ଫାଟଗୁଡ଼ିକ ବନ୍ଦ ହୋଇଯାଇପାରେ।



English : At the edge of glaciers huge blocks break loose, fall down and perhaps jump or roll farther from the edge.

Odia : ହିମସ୍ରୋତର ଧାରରେ ବିଶାଳ ଖଣ୍ଡଗୁଡ଼ିକ ଭାଙ୍ଗି ଖୋଲିଯିବା ପରି ଦିଶେ, ତଳେ ପଡିଯାଏ ଏବଂ ବୋଧହୁଏ ଧାରଠାରୁ ଦୂରକୁ ଛିଟିକି ପଡ଼େ ବା ଗଡ଼ି ଯାଏ।



English : The tourist season for the hill stations generally peaks during the Indian summer.

Odia : ଭାରତରେ ଖରାଦିନେ ଶୈଳନିବାସଗୁଡ଼ିକରେ ପର୍ଯ୍ୟଟକଙ୍କ ଆଗମନ ସର୍ବାଧିକ ହୋଇଥାଏ।



English : However, they have a different kind of beauty and charm during winter, with many hill stations receiving healthy amounts of snow and offering activities such as skiing and snowboarding.

Odia : ଯାହାହେଉ, ଶୀତ ଦିନେ ସେଗୁଡ଼ିକର ଏକ ଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟ ଏବଂ ଚମତ୍କାରିତା ରହିଥାଏ, ଯେଉଁଥିରେ ଅନେକ ହିଲ୍ ଷ୍ଟେସନରେ ପର୍ଯ୍ୟାପ୍ତ ପରିମାଣର ତୁଷାର ପଡ଼େ ଓ ଏଠାରେ ସ୍କିଂ ଏବଂ ସ୍ନୋ ବୋର୍ଡିଂ ଭଳି କାର୍ଯ୍ୟକଳାପ ପ୍ରଦାନ କରାଯାଏ ।



English : Only a few airlines still offer bereavement fares, which slightly discount the cost of last-minute funeral travel.

Odia : କେବଳ ଅଳ୍ପ କିଛି ଏୟାରଲାଇନ୍ସ ମୃତ୍ୟୁକାଳୀନ ଭଡ଼ାର ସୁବିଧା ପ୍ରଦାନ କରିଥାନ୍ତି, ଯାହା ଅନ୍ତିମ ସମୟର ଅନ୍ତ୍ୟେଷ୍ଟିକ୍ରିୟା ଯାତ୍ରା ମୂଲ୍ୟରେ ସାମାନ୍ୟ ରିହାତି ଦେଇଥାଏ।



English : Airlines that offer these include Air Canada, Delta Air Lines, Lufthansa for flights originating from the U.S. or Canada, and WestJet.

Odia : ଏଗୁଡ଼ିକ ପ୍ରଦାନ କରୁଥିବା ବିମାନଗୁଡ଼ିକ ମଧ୍ୟରେ ଏୟାର୍ କାନାଡା, ଡେଲଟା ଏୟାର୍ ଲାଇନ୍ସ, ଆମେରିକା କିମ୍ବା କାନାଡାରୁ ଆରମ୍ଭ ହେଉଥିବା ବିମାନ ପାଇଁ ଲୁଫ୍‌ଥାନ୍ସା ଓ ୱେଷ୍ଟଜେଟ୍ ଅନ୍ତର୍ଭୁକ୍ତ।



English : In all cases, you must book by phone directly with the airline.

Odia : ସମସ୍ତ କ୍ଷେତ୍ରରେ, ଆପଣଙ୍କୁ ସିଧାସଳଖ ଏୟାରଲାଇନ୍ ସହିତ ଫୋନ୍ ଯୋଗେ ବୁକ୍ କରିବା ଆବଶ୍ୟକ।



Languages

Popular posts from this blog

40 days English and Javanese conversation with Flores.

40 days Chinese (Traditional) and Modern Standard Arabic (Romanized) conversation with Flores.

40 days Korean and South Levantine Arabic conversation with Flores.